ମୟୂରଭଞ୍ଜ

ବଳାତ୍କାର ଉଦ୍ୟମକାରୀଙ୍କୁ ହତ୍ୟା କଲେ ପୀଡ଼ିତା

ବାରିପଦା ଅଫିସ,୨୩ା୧:ମୟୂରଭଞ୍ଜ ଜିଲା ବାରିପଦା ସଦର ଥାନା ଅଧୀନ ଗୁଞ୍ଜୁସାହି ଅଞ୍ଚଳରେ ବଳାତ୍କାର ଉଦ୍ୟମକାରୀଙ୍କୁ ଜଣେ ମହିଳା କୋଦାଳରେ ପିଟି ହତ୍ୟା କରିଛନ୍ତି। ଗତ ରବିବାର ଏହି ଘଟଣା ଘଟିଥିବା ବେଳେ ୭ ଦିନ ପରେ ଗଳିତ ମୃତଦେହକୁ ପୋଲିସ...

ସରିଲା ମକରମେଳା

ଗୋପବନ୍ଧୁ ନଗର/ବୈଶିଙ୍ଗା,୨୧ା୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଗୋପବନ୍ଧୁ ନଗର ବ୍ଲକ ପୁରୁଣା ବାରିପଦା ପଞ୍ଚାୟତ ଅନ୍ତର୍ଗତ ଖଡିକାପଦା ଆଖଣ୍ଡଳମଣି ପୀଠରେ ଅନୁଷ୍ଠିତ ମକର ମେଳା ଉଦ୍‌ଯାପିତ ହୋଇଯାଇଛି। ପୂଜକ ରଶ୍ମି ରଞ୍ଜନ ହୋତା ଓ ଦିବ୍ୟ ସାଗର ମହାପାତ୍ରଙ୍କ ତତ୍ତ୍ୱାବଧାନରେ ରୁଦ୍ରାଭିଷେକ,...

୨ ହତ୍ୟାକାରୀଙ୍କୁ ଆଜୀବନ ଜେଲ

ବାରିପଦା ଅଫିସ,୨୦ା୧: ମୟୂରଭଞ୍ଜ ଅତିରିକ୍ତ ଜିଲା ଓ ଦୌରା ଜଜ(୨) କୋର୍ଟରେ ଶୁକ୍ରବାର ଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଜଜ ଡ. ଦୀପକ ରଞ୍ଜନ ସାହୁ ଏହାର ବିଚାର କରି ୨ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ...

ବାପାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

କରଞ୍ଜିଆ,୨୦ା୧- ମୟୂରଭଞ୍ଜ ଜିଲା କରଞ୍ଜିଆ ଥାନା ଅଧୀନ ଧୋକଟା ଗଁାରେ ଶୁକ୍ରବାର ବାପାଙ୍କୁ ଟାଙ୍ଗିଆରେ ହାଣି ପୁଅ ହତ୍ୟା କରିଥିବା ଚର୍ଚ୍ଚାର ବିଷୟ ହୋଇଛି। ମୃତକ ହେଲେ ପଞ୍ଚାନନ ନାଏକ। ହତ୍ୟାକାଣ୍ଡ ପରେ ପୁଅ ବିକାଶ ଚଢେଇଭୋଳ ଫାଣ୍ଡିରେ ଆତ୍ମସମର୍ପଣ...

ପୋଲିସ ଏସ୍‌ଆଇଙ୍କୁ ୫ ବର୍ଷ ଜେଲ

ବାରିପଦା ଅଫିସ,୨୦ା୧: ମୟୂରଭଞ୍ଜ ଜିଲା ବାରିପଦା ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ଗୁରୁବାର ଏକ ଲାଞ୍ଚ ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ଡ. ପ୍ରସନ୍ନ କୁମାର ପଣ୍ଡା ଏହାର ବିଚାର କରି ଦୋଷୀ ଜଣେ ପୋଲିସ ଏସ୍‌ଆଇଙ୍କୁ ୫ବର୍ଷ କାରାଦଣ୍ଡରେ...

ଗାଡ଼ି ଉଦଳାରେ, ଫାଇନ କଟିଛି ୧୦୦ କି.ମି ଦୂରରେ

ଉଦଳା,୨୦ା୧(ଡି.ଏନ.ଏ.): ଗାଡ଼ି ରହିଛି ଘର ପାଖରେ। ହେଲେ ପରିବହନ ବିଭାଗ ଗାଡ଼ିର ଫିଟନେସ୍‌ ଏବଂ ରେଜିଷ୍ଟ୍ରେଶନ ନିମନ୍ତେ ୧୦୦ କି.ମି ଦୂର ଟୋଲଗେଟ୍‌ରେ କାଟିଛି ୫ ହଜାର ଟଙ୍କାର ଫାଇନ୍‌। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିବା ସହିତ ପରିବହନ...

ମଦ ଧରିବାକୁ ଯାଇ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହେଲେ ଅଧିକାରୀ

ସାରସକଣା,୧୯ା୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅନ୍ତର୍ଗତ ପାକଟିଆ ଗ୍ରାମର ଦିଘି କଲୋନୀ ସାହିଠାରେ ଅବକାରୀ ବିଭାଗ ମଦ ଚଢ଼ାଉ କରିବାକୁ ଯାଇଥିବା ସମୟରେ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇଥିବାର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଗୁରୁବାର ପାକଟିଆ...

ମାରାଂବୁରୁ ବଞ୍ଚାଅ ଅଭିଯାନ ଆରମ୍ଭ

ବାରିପଦା ଅଫିସ/ ରାଇରଙ୍ଗପୁର,୧୮।୧(ଡି.ଏନ.ଏ.): ଝାଡ଼ଖଣ୍ଡର ଗିରିଡିହି ଜିଲା ପୀରଟାଣ୍ଡ ବ୍ଳକରେ ଅବସ୍ଥିତ ପାରସନାଥ ପର୍ବତକୁ ସାନ୍ତାଳ ଆଦିବାସୀମାନେ ଇଶ୍ୱର ଭାବେ ପୂଜା କରି ଆସୁଛନ୍ତି। ଏହି ପର୍ବତରେ ଆଦିବାସୀମାନଙ୍କର ଜାହେର ଥାନ (ପୂଜାସ୍ଥଳ) ରହିଛି। ଏହାକୁ ଝାଡ଼ଖଣ୍ଡ ସରକାର ଜାନୁଆରୀ...

ବାରିପଦା-ପୁରୀ ଟ୍ରେନ୍‌ ରହଣି ଦାବି ତେଜିଲା

ବୈଶିଙ୍ଗା,୧୮।୧(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ନିକଟସ୍ଥ ଯୁଗପୁରା ରେଳ ଷ୍ଟେଶନଠାରେ ବାରିପଦା-ପୁରୀ ସାପ୍ତାହିକ ଟ୍ରେନର ଷ୍ଟପେଜ ନ ଥିବା ଯୋଗୁ ଅଞ୍ଚଳବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗତବର୍ଷ ଜାନୁୟାରୀ ୧୩ରେ ଏହି ରେଳ ସେବା ଶୁଭାରମ୍ଭ ହୋଇଥିଲା। ଏହି ରେଳ...

ଓଲଟିଲା ଓଟୋ: ଜଣେ ମୃତ,୧୧ ଆହତ

ଠାକୁରମୁଣ୍ଡା,୧୭।୧(ଡି.ଏନ.ଏ.): ମୟୁରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ମାଛଗଡ଼- ଅସନବଣି ରାସ୍ତାର ସାରୁବିଲ ନିକଟରେ ମଙ୍ଗଳବାର ଏକ ଓଟୋ ଭାରସାମ୍ୟ ହରାଇ ଓଲଟି ପଡିଛି। ଏଥିରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭର ସମେତ ୧୧ ଜଣ...

ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ,ବଦଳିଲେ ଶିକ୍ଷୟିତ୍ରୀ

ଉଦଳା,୧୭ା୧(ଡି.ଏନ୍‌.ଏ.): ଛାତ ଉପରକୁ କାଠ ଆଣିବାକୁ ଯାଇଥିବା ବେଳେ ପାହାଚରୁ ଖସି ଜଣେ ଛାତ୍ରଙ୍କ ଗୋଡ଼ ଭାଙ୍ଗିବା ଘଟଣାରେ ଶିକ୍ଷା ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଦାୟିତ୍ୱରେ ଅବହେଳା ପାଇଁ ପ୍ରଧାନଶିକ୍ଷୟିତ୍ରୀ ମଙ୍ଗଳା ନାଏକଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିବା...

ହାତୀ ଆକ୍ରମଣରେ ଜୀବନ ଗଲା

ବାରିପଦା ଅଫିସ,୧୬ା୧- ମୟୂରଭଞ୍ଜ ଜିଲା ଦେଉଳି ରେଞ୍ଜ ଅଞ୍ଚଳରେ ସୋମବାର ସାରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟ ହୋଇଛି। ମୃତକ ହେଲେ ସାଲସାହିର ରାମ ଭକ୍ତା(୫୦)। ଘର ବାରଣ୍ଡାରେ ଶୋଇଥିବା ବେଳେ ଝାଡ଼ଖଣ୍ଡୀ ହାତୀ ତାଙ୍କୁ ଆକ୍ରମଣ କରିଥିଲା। ପୋଲିସ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri