ମୟୂରଭଞ୍ଜ

ଫିଲ୍ମ ଷ୍ଟାଇଲ୍‌ରେ ବାଇକ୍‌ ସହ କେନାଲ ଭିତରକୁ ପଶିଗଲେ ଯୁବକ: ପରେ ମିଳିଲା ମୃତଦେହ

ସାରସକଣା,୧୧ା୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଧିନସ୍ଥ ପୁନାସିଆ ଗ୍ରାମ ନିକଟ ଦେଇ ଯାଇଥିବା ସୁବର୍ଣ୍ଣରେଖା କେନାଲ ପୁନାସିଆ ବିଟ୍‌ ଗେଟ୍‌ ବନ୍ଧ ଭିତରେ ବାଇକ ସହ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମିଳିଥିବା ସୂଚନାନୁଯାୟୀ,...

ପରୀକ୍ଷା ଫଳକୁ ନେଇ ଛାତ୍ରୀଛାତ୍ର ଅସନ୍ତୁଷ୍ଟ: ମହାବିଦ୍ୟାଳୟ ସମ୍ମୁଖରେ ଦେଲେ ଧାରଣା

ସାରସକଣା,୧୦ା୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ଝାରପୋଖରିଆସ୍ଥିତ ସୀମାନ୍ତ ମହାବିଦ୍ୟାଳୟ ସମ୍ମୁଖରେ ପ୍ରକାଶିତ ପରୀକ୍ଷା ଫଳକୁ ନେଇ ଅନେକ ଛାତ୍ରୀଛାତ୍ର ଅସନ୍ତୁଷ୍ଟ ହୋଇ ମହାବିଦ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ମିଳିଥିବା ସୂଚନା ମୁତାବକ ଯୁକ୍ତ ୩ ଦ୍ବିତୀୟ ବର୍ଷର ତୃତୀୟ...

ଉତ୍ପାତ କରୁଛି ଝାଡ଼ଖଣ୍ଡୀ ଦନ୍ତା

ମୋରଡା,୧୦ା୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ଥମିବାର ନାମ ଧରୁନାହିଁ। କେତେବେଳେ ଝାଡ଼ଖଣ୍ଡୀ ହାତୀପଲ ତ ପୁଣି କେତେବେଳେ ଶିମିଳିପାଳ ହାତୀ ପଶି ବ୍ୟାପକ ପରିମାଣର ଧାନ, ପରିବା ଏବଂ ଅନ୍ୟାନ୍ୟ ଫସଲ ନଷ୍ଟ କରୁଛନ୍ତି।...

ମୟୂରଭଞ୍ଜକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦାବି

ବାରିପଦା ଅଫିସ,୧୦ା୧୨: ମୟୂରଭଞ୍ଜ ଜିଲାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ଦାବିରେ ଅଣରାଜନୈତିକ ସଂଗଠନ ଭଞ୍ଜସେନା ପକ୍ଷରୁ ଶୁକ୍ରବାର ୪ଦଫା ସମ୍ବଳିତ ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ସେନାର ଜିଲା ସଭାପତି ପିଣ୍ଟୁ ମାଇତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି...

କାଦୁଅରେ ଫସିଲେ ୨ ହାତୀ

ବାରିପଦା ଅଫିସ/ କୁଳିଅଣା,୯ା୧୨(ଡି.ଏନ.ଏ.):ମୟୂରଭଞ୍ଜ ଜିଲା କୁଳିଅଣା ବ୍ଲକ କାଠରୁମା ଦେହୁରୀସାହିର ଏକ ପରିତ୍ୟକ୍ତ ଡଗ୍‌ୱେଲ ଭିତରେ ଖସି ପଡ଼ିଥିବା ୨ହାତୀ ଉଦ୍ଧାର ପାଇଛନ୍ତି। ଗ୍ରାମବାସୀ, ବନବିଭାଗ ଓ ଅଗ୍ନିଶମ କର୍ମଚାରୀଙ୍କ ସହଯୋଗରେ ୮ ଘଣ୍ଟା ପରେ ହାତୀ ଦୁଇଟି ସୁରକ୍ଷିତ...

ଧାନ ଖାଇବାକୁ ଆସି ଡଗଓ୍ବେଲ୍‌ରେ ଫସିଥିବା ୨ ହାତୀ ଉଦ୍ଧାର

ବାରିପଦା ଅଫିସ,୮।୧୨: ମୟୂରଭଞ୍ଜ ଜିଲା କୁଳିଅଣା ବ୍ଲକ କାଠରୁମା (ଦେହୁରୀ ସାହି)ରେ ଏକ ଡଗ୍‌ୱେଲ ଭିତରେ ଖସି ପଡିଥିବା ଦୁଇଟି ହାତୀ ନିଶ୍ଚିତ ମୃତ୍ୟୁମୁଖରୁ ରକ୍ଷା ପାଇଛନ୍ତି । ଏଥିପାଇଁ ଗ୍ରାମବାସୀ, ବନ ଓ ଅଗ୍ନିଶମ ବିଭାଗଙ୍କ ଉପସ୍ଥିତ ବୁଦ୍ଧିକୁ...

ମୟୂରଭଞ୍ଜ କଳା,ସଂସ୍କୃତି ପ୍ରେରଣା ଦିଏ

ବାରିପଦା ଅଫିସ, ୭।୧୨:  ମୟୂରଭଞ୍ଜ ସାଂସ୍କୃତିକ ବିକାଶ ଅନୁଷ୍ଠାନ ଓ ଜିଲା ପ୍ରଶାସନର ମିଳିତ ସହଯୋଗରେ ଦ୍ୱିତୀୟ ଶିଶୁ କଳା ମହୋତ୍ସବ ବାରିପଦା ଶହୀଦ ସ୍ମୃତିଭବନ ପରିସରରେ ଆୟୋଜିତ ହୋଇଯାଇଛି। ପଦ୍ମଭୂଷଣ ଯତୀନ ଦାସଙ୍କ ମାର୍ଗ ଦର୍ଶନରେ ଅନୁଷ୍ଠିତ ଏହି...

ଦୋଷୀଙ୍କୁ ୨୦ବର୍ଷ ଜେଲ

ବାରିପଦା ଅଫିସ,୭ା୧୨: ମୟୂରଭଞ୍ଜ ଅତିରିକ୍ତ ଜିଲା ଓ ଦୌରା ଜଜ୍‌ ତଥା ସ୍ବତନ୍ତ୍ର ଫାଷ୍ଟ ଟ୍ରାକ୍‌ କୋର୍ଟରେ ମଙ୍ଗଳବାର ଏକ ନାବାଳିକା ବଳାତ୍କାର ମାମଲାର ରାୟ ପ୍ରକାଶ ପାଇଛି। ଜଜ୍‌ ଦୁର୍ଗାଚରଣ ମିଶ୍ର ଏହାର ବିଚାର କରି ଦୋଷୀଙ୍କୁ ୨୦ବର୍ଷ...

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଜନ୍ମଦିବସକୁ ଛୁଟି ଘୋଷଣା ଦାବିରେ ଧାରଣା

ବାରିପଦା ଅଫିସ,୬ା୧୨: ସ୍ବତନ୍ତ୍ର ଓଡ଼ିଶା ଗଠନର ଅନ୍ୟତମ ପୁରୋଧା ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଜନ୍ମ ଦିବସକୁ ଛୁଟି ଦିବସ ଭାବେ ଘୋଷଣା କରିବାକୁ ଦାବି ହୋଇଛି। ସୋମବାର ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତାମାନେ ବାରିପଦାସ୍ଥିତ ମହାରାଜାଙ୍କ ପ୍ରତିମୂର୍ତ୍ତି ତଳେ ବସି...

ଗାଁରେ ଡେରା ପକାଇଲେଣି ବେପାରୀ

ବେତନଟୀ,୬ା୧୨(ସ୍ବ.ପ୍ର.): ପ୍ରକୃତିର ତାଡ଼ନା ପରେ ଏବେ ସରକାରୀ କଳର ଅବ୍ୟବସ୍ଥା ଭିତରେ ପେଷି ହେଉଛନ୍ତି ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଅଞ୍ଚଳର ହଜାର ହଜାର ଧାନ ଚାଷୀ। ମଣ୍ଡି ଖୋଲିବାରେ ବିଳମ୍ବ କାରଣରୁ ଅମଳ ଧାନକୁ ପକାଇ ରଖିବା ବଦଳରେ...

ମଧ୍ୟାହ୍ନଭୋଜନ ବନ୍ଦକୁ ନେଇ ସ୍କୁଲରେ ତାଲା

ବଡ଼ସାହି,୪।୧୨(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ଦେଉଳିଆ ଗ୍ରାମ ନୂଆସାହି ପ୍ରାଥମିକ ବିଦ୍ୟାଳୟରେ ଶୁକ୍ରବାର ମଧ୍ୟାହ୍ନ ଭୋଜନ ବନ୍ଦକୁ ନେଇ ଅସନ୍ତୋଷ ଦେଖାଦେଇଛି। ଶନିବାର ଅଭିଭାବକମାନେ ସ୍କୁଲ ଫାଟକରେ ତାଲା ପକାଇ ଦେଇଥିଲେ। ପ୍ରକାଶ ଯେ, ଶୁକ୍ରବାର ସ୍କୁଲରେ ଛାତ୍ରୀଛାତ୍ରଙ୍କୁ...

ଅଙ୍ଗନଓ୍ବାଡି କର୍ମୀ ନିଯୁକ୍ତିକୁ ନେଇ ଉତ୍ତେଜନା

ବେତନଟୀ,୩ା୧୨(ସ୍ବ.ପ୍ର.): ବେତନଟୀ ବ୍ଲକ ଅଧୀନ ଆମ୍ବଗଡ଼ିଆ ପଞ୍ଚାୟତର ଅଙ୍ଗାରଗଡ଼ିଆ ଗ୍ରାମ ଅଙ୍ଗନଓ୍ବାଡି କେନ୍ଦ୍ରରେ କର୍ମୀ ନିଯୁକ୍ତକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ନୂତନ କର୍ମୀଙ୍କୁ ବିରୋଧ କରି ଶୁକ୍ରବାର ସ୍ଥାନୀୟ ଗ୍ରାମବାସୀ ଅଙ୍ଗନଓ୍ବାଡି କେନ୍ଦ୍ରରେ ତାଲା ପକାଇବା ସହ ଦୁଆର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri