ମୟୂରଭଞ୍ଜ

୬୨ ଟିକିଆ ହାତୀପଲରେ ଶାବକ ଜନ୍ମଦେଲା ମାଈହାତୀ

ବେତନଟୀ,୨୮ା୧୦(ସ୍ବ.ପ୍ର.):  ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଅଧୀନ କ୍ଷୀରପଦା ଜଙ୍ଗଲରେ ଗୁରୁବାର ରାତିରେ ଗୋଟେ ମାଈ ହାତୀ ଶାବକ ଜନ୍ମ ଦେଇଛି। ମା ଓ ଛୁଆକୁ ସୁରକ୍ଷା ଦେବା ପାଇଁ ହାତୀପଲ ଜଗି ରହିବା ସହ ଉଗ୍ର ହୋଇ ଉଠିଛନ୍ତି।...

ବାଲି ଖାଦାନ ବନ୍ଦ, ନିର୍ମାଣ କାର୍ଯ୍ୟ ମନ୍ଥର

ବୈଶିଙ୍ଗା,୨୮ା୧୦(ଡି.ଏନ.ଏ.): ପରିଚାଳନାଗତ ତ୍ରୁଟିରୁ ମୟୂରଭଞ୍ଜ ଜିଲା ବୈଶିଙ୍ଗା ଓ ବେତନଟୀ ଅଞ୍ଚଳରେ ବାଲି ଖାଦାନ ବନ୍ଦ ରହିଛି। ଫଳରେ ବିଭିନ୍ନ ପଞ୍ଚାୟତରେ ଉନ୍ନତିିମୂଳକ କାର୍ଯ୍ୟ ଠପ୍‌ ହୋଇଯାଇଛି। ଶତାଧିକ ପ୍ରଧାନମନ୍ତ୍ରୀ ଆବାସ, କଙ୍କ୍ରିଟ ରାସ୍ତା, ସରକାରୀ କୋଠାବାଡ଼ି ସମେତ ଘର...

ବେତନଟୀରେ ହାତୀ ଉତ୍ପାତ

ବେତନଟୀ,୨୮ା୧୦(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ନଡ଼ପୁର ଜଙ୍ଗଲ ତଥା ଆଖପାଖ ଗ୍ରାମରେ ୪ ଦିନ ହେଲା ହାତୀପଲ ଉତ୍ପାତ ଚଳାଇଛନ୍ତି। ହାତୀପଲ ଫସଲ ନଷ୍ଟ କରୁଥିବାରୁ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ସପ୍ତାହକ ପୂର୍ବରୁ ଝାଡ଼ଖଣ୍ଡ ଦଲମା...

ଝଡ଼ାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର

ମୋରଡା,୨୮ା୧୦(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ଅଞ୍ଚଳରେ ବୁଧବାର ଏକ ଲଜ୍ଜାଜନକ ଘଟଣା ଘଟିଛି। ଶରୀର ଆରୋଗ୍ୟ ପାଇଁ ଝଡ଼ାଫୁଙ୍କା ବାହାନାରେ ଜଣେ ଗୁଣିଆ ଜନୈକା ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ ପୋକ୍‌ସୋ...

ଇନ୍‌ଡୋର ଷ୍ଟାଡିୟମ ଅଧାପନ୍ତରିଆ

ମୋରଡା,୨୮ା୧୦(ଡି.ଏନ.ଏ ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଗଡ଼ିଆସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ ପରିସରରେ ଥିବା ଇନ୍‌ଡୋର ଷ୍ଟାଡିୟମ ଓ ସୁଟିଂ ରେଞ୍ଜ ହଲ ୪ ବର୍ଷ ହେଲା ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି। କଲେଜ କର୍ତ୍ତୃପକ୍ଷଙ୍କ ଅବହେଳାରୁ କାର୍ଯ୍ୟ ସମ୍ପୂର୍ଣ୍ଣ...

୧ରୁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ

ବାରିପଦା ଅଫିସ,୨୮ା୧୦:ମୟୂରଭଞ୍ଜ ଜିଲାର ପ୍ରସିଦ୍ଧ ଶିମିଳିପାଳ ଅଭୟାରଣ୍ୟ ଅସନ୍ତା ନଭେମ୍ବର ୧ତାରିଖରୁ ଖୋଲିବ। ଏନେଇ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ବାରିପଦାଙ୍କ...

ନଭେମ୍ବର ୧ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ

ବାରିପଦା ଅଫିସ,୨୭।୧୦: ନଭେମ୍ବର ୧ରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ଖୋଲିବ। ତେବେ ରାତ୍ରିଯାପନ ପାଇଁ ଅନ୍‌ଲାଇନରେ ବୁକିଂ କରିପାରିବେ ପର୍ଯ୍ୟଟକ। ବାରିପଦା ଆଡୁ ୨୫ ଏବଂ ଯଶୀପୁର ଆଡୁ ୩୫ ବସ୍‌କୁ ଅନୁମତି ମିଳିବ। ସୂଚନାଯୋଗ୍ୟ, ବର୍ଷା ଋତୁ...

୨୭ରୁ ନବମ ଶ୍ରେଣୀ ଏସଏ-୧ ପରୀକ୍ଷା

ବୈଶିଙ୍ଗା,୨୫ା୧୦(ଡି.ଏନ.ଏ.):ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଅଞ୍ଚଳରେ ଚଳିତ ମାସ ୨୭ ତାରିଖଠାରୁ ପ୍ରଥମ ଥର ପାଇଁ ନବମ ଶ୍ରେଣୀ ନିମନ୍ତେ ବୋର୍ଡ ଦ୍ୱାରା ପରିଚାଳିତ ଏସ୍‌ଏ-୧ ପରୀକ୍ଷା ଆରମ୍ଭ ହେବ। ନୂତନ ବ୍ୟବସ୍ଥାରେ ପରିଚାଳିତ ହେବାକୁ ଥିବା ଏହି ପରୀକ୍ଷା...

ହୋମ ଯଜ୍ଞ କରି ସ୍ବଧର୍ମକୁ ଫେରିଲେ ପରିବାରର ୧୨ ସଦସ୍ୟ

ଠାକୁରମୁଣ୍ଡା,୨୫।୧୦(ଡି.ଏନ୍‌.ଏ.) କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଗୟଳମୁଣ୍ଡା ପଞ୍ଚାୟତ ହରିବେଡା ଗ୍ରାମର ଏକ ଆଦିବାସୀ ପରିବାରର ୧୨ ସଦସ୍ୟ ଖ୍ରୀଷ୍ଟଧର୍ମ ଛାଡି ସ୍ବଧର୍ମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏନେଇ ଗାଁରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିବା ଗ୍ରାମର...

ବାର୍‌ହା କାଟି କରୁଥିଲେ ଭାଗବଣ୍ଟା: ୨ ଶିକାରୀଙ୍କୁ ଧରିଲା ବନବିଭାଗ

ଠାକୁରମୁଣ୍ଡା,୨୫।୧୦(ଡି.ଏନ୍‌.ଏ.): କରଞ୍ଜିଆ ବନଖଣ୍ଡ ସାତକୋଶିଆ ବନାଞ୍ଚଳରେ ବାର୍‌ହା ଶିକାର ଘଟଣାରେ ସାତକୋଶିଆ ବନବିଭାଗ ୨ଜଣ ଶିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଶିକାରୀଙ୍କ ନିକଟରୁ ବାର୍‌ହା ମାଂସ ସହ ବ୍ୟବହୃତ ଧନୁ ଓ ତୀରକୁ ବନବିଭାଗ ଜବତ...

ହଷ୍ଟେଲରେ ଖାଇବାକୁ ନ ପାଇ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି କାନ୍ଦିଲେ ଛାତ୍ରୀ

ଠାକୁରମୁଣ୍ଡା,୨୩ା୧୦: ହଷ୍ଟେଲରେ ରହୁଥିବା ଛାତ୍ରୀମାନେ ଖାଇବାକୁ ନ ପାଇ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି କାନ୍ଦୁଥିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଛାତ୍ରୀଙ୍କ କାନ୍ଦ ଦେଖି ସାଧାରଣରେ ଏପରି ଅସନ୍ତୋଷ ପ୍ରକାଶ ପାଇଛି। ଏପରି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ...

ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ପୋତାଗଲା

ଠାକୁରମୁଣ୍ଡା,୨୨ା୧୦(ଡି.ଏନ.ଏ): ମୟୂରଭଞ୍ଜ ଜିଲା କରଞ୍ଜିଆ ଏନ୍‌ଏସି ୱାର୍ଡ ନଂ. ୮ ସ୍ଥିତ ପାକୁଟସାହି ନିକଟରେ ଥିବା ପ୍ରଦୀପ ସାହା ନାମକ ଏକ ବାଣ ଦୋକାନୀଙ୍କ ଗୋଦାମରେ ଗତ ୧୬ ତାରିଖରେ କରଞ୍ଜିଆ ପୋଲିସ ଚଢ଼ାଉ କରିଥିଲା। ଚଢ଼ାଉରେ ୧୬ ଲକ୍ଷ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri