ନୟାଗଡ଼

କ୍ଲିନିକ୍‌, ଡାଇଗ୍ନୋଷ୍ଟିକ ସେଣ୍ଟରରେ ଚଢ଼ାଉ

ନୟାଗଡ଼ ଅଫିସ,୨୬ା୧୦: ନୟାଗଡ଼ ସହରରେ ଥିବା ବିଭିନ୍ନ ଡାଇଗ୍ନୋଷ୍ଟିକ ସେଣ୍ଟରରେ ଅନିୟମିତତା ହେଉଥିବା ଅଭିଯୋଗ ହେବା ପରେ ଶୁକ୍ରବାର ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ତରଫରୁ ସହରରେ ଥିବା ୩ଟି କ୍ଲିନିକ ଓ ଡାଇଗ୍ନୋଷ୍ଟିକ ସେଣ୍ଟର ଉପରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ...

ଦଶପଲ୍ଲା ଏନ୍‌ଏସିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି: ଅଭିଯୋଗ କରିବାରୁ ପରିବାରବର୍ଗଙ୍କୁ ଆକ୍ରମଣ

ନୟାଗଡ଼ ଅଫିସ,୨୬ା୧୦: ନୟାଗଡ଼ ଜିଲା ଦଶପଲ୍ଲା ଏନ୍‌ଏସିର ୧୬ ନମ୍ବର ୱାର୍ଡ଼ ଖଣ୍ଡପଡ଼ା ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ)ରେ ଦୁର୍ନୀତି ହୋଇଥିବା ନେଇ ଉକ୍ତ ଗ୍ରାମର ବିଭୂତି ଭୂଷଣ ବରାଡ଼ ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଏଥିରେ ପ୍ରତିକ୍ରିୟାଶୀଳ...

ନାବାଳିକାଙ୍କ ଆଖି ନଷ୍ଟ ହେବା ଘଟଣା: ଜିଲାପାଳ, ସିଡିଏମ୍‌ଓଙ୍କୁ ଭେଟିଲେ ଗ୍ରାମବାସୀ

ନୟାଗଡ଼ ଅଫିସ,୨୬ା୧୦: ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ନଛିପୁର ଗ୍ରାମର ଚନ୍ଦ୍ରକାନ୍ତ ଗୋଛାୟତଙ୍କ ଝିଅ ରିଙ୍କି ଗୋଛାୟତ (୬)ଙ୍କ ଆଖି ନଷ୍ଟ ହେବା ଘଟଣାରେ ଶୁକ୍ରବାର ଗ୍ରାମବାସୀ ଜିଲାପାଳ ଓ ସିଡିଏମ୍‌ଓଙ୍କୁ ଭେଟିଛନ୍ତି। ଏହାସହ ସେମାନେ ଦୋଷୀ ଡାକ୍ତରଙ୍କ ବିରୋଧରେ...

ଅଜଣା ରୋଗ:୧୦ ଗୋରୁ ମୃତ, ୫୦୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ରଣପୁର,୨୬।୧୦(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ବ୍ଳକ ଓ ଏନ୍‌ଏସି ଅଞ୍ଚଳରେ ଗୋରୁଙ୍କୁ ଅଜଣା ରୋଗ ବ୍ୟାପିବାରେ ଲାଗିଛି । ଅଜଣା ରୋଗରେ ଆକ୍ରାନ୍ତ ହୋଇ ୧୫ଦିନ ମଧ୍ୟରେ ୧୦ରୁ ଊର୍ଦ୍ଧ୍ୱ ଗୋରୁଙ୍କ ମୃତ୍ୟୁ ଘଟିଥିବାବେଳେ ୫ଶହରୁ ଊର୍ଦ୍ଧ୍ୱ ଅସୁସ୍ଥ ହୋଇପଡିଛନ୍ତି।...

ପାଣିଘେରରେ ବିଦ୍ୟାଳୟ

ରଣପୁର,୨୬।୧୦(ସ୍ବ.ପ୍ର.): ରଣପୁର ବ୍ଳକ ଓ ଏନ୍‌ଏସି ଅଞ୍ଚଳରେ ୩ଦିନ ଧରି ଲାଗି ରହିଥିବା ବର୍ଷାରେ ବହୁ ଘରର କାନ୍ଥ ଭାଙ୍ଗିପଡିଛି। ଏକର ଏକର ଜମିର ଧାନ ଫସଲ ଉଜୁଡି ଯାଇଛି । ସ୍କୁଲ ଗୃହରେ ପାଣି ପଶିଯାଇଥିବାରୁ ପିଲାମାନେ ଅସୁବିଧାର...

ନିଷ୍କାସନ ପଥ ବନ୍ଦ : ବିଦ୍ୟାଳୟ ପରିସରରେ ବର୍ଷା ପାଣି

ଖଣ୍ଡପଡା,୨୬।୧୦(ସ୍ବ.ପ୍ର.): ଗତ ୩ଦିନ ଧରି ଲଘୁଚାପଜନିତ ଲଗାଣ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ଖଣ୍ଡପଡା ବ୍ଲକ ଅନ୍ତର୍ଗତ କଣ୍ଟିଲୋ ନୀଳମାଧବ ବିଦ୍ୟାପୀଠ ପରିସରରେ ବର୍ଷାପାଣି ଜମି ରହି ଲହଡି ମାରୁଥିବା ପରିଲକ୍ଷିତ ହୋଇଛି। ବିଦ୍ୟାଳୟ ପୂର୍ବ ପାର୍ଶ୍ୱ ମାଳବନ୍ଧରେ...

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଦୁର୍ନୀତି: ଅଭିଯୋଗକାରୀ ପରିବାରକୁ ମାଡ଼

ନୟାଗଡ଼ ଅଫିସ, ୨୫।୧୦: ନୟାଗଡ଼ ଜିଲା ଦଶପଲ୍ଲା ଏନ୍‌ଏସିରେ ପ୍ରଧାନମନ୍ତ୍ରୀ ଆବସ ଯୋଜନାରେ ଦୁର୍ନୀତି ହୋଇଥିବାନେଇ ଜିଲାପାଳଙ୍କ ନିକଟରେ ଅଭିଯୋଗ ପରେ ଅଭିଯୋଗକାରୀଙ୍କ ପରିବାର ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଏ ନେଇ ଶୁକ୍ରବର ଉକ୍ତ ପରିବାର ଜିଲାପାଳ ଓ...

ଆସିଲେନି ବନବିଭାଗ କର୍ମଚାରୀ,ଘରେ ପଶିଥିବା ଅହିରାଜକୁ ମାରିଦେଲେ ଲୋକେ

ରଣପୁର,୨୫।୧୦(ସ୍ବ.ପ୍ର.) : ବର୍ଷା ସମୟରେ ଘରେ ପଶିଗଲା ଅହିରାଜ। ଭୟଭୀତ ହୋଇଗଲେ ପରିବାର ସଦସ୍ୟ। ସ୍ନେକ୍‌ ହେଲ୍‌ପଲାଇନ ସଦସ୍ୟଙ୍କୁ ଫୋନ କରାଗଲେ ମଧ୍ୟ ମିଳିଲାନି ସହଯୋଗ। ଗୋପାଳପୁର ଫରେଷ୍ଟରଙ୍କୁ ଫୋନ କରିବାରୁ ସେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହେଉଛି। ବନବିଭାଗର...

ଲଗାଣ ବର୍ଷା : ରାଜପଥ ପାର୍ଶ୍ୱ ଗାର୍ଡୱାଲ ଧସିିଲା

ଖଣ୍ଡପଡ଼ା,୨୫।୧୦(ସ୍ବ.ପ୍ର.): ଅବିଶ୍ରାନ୍ତ ବର୍ଷା ଲାଗି ରହିବା ଫଳରେ ବାଘମାରୀ-କଣ୍ଟିଲୋ ୪୮ ନଂ. ରାଜପଥର ନୟାଗଡ଼ ଜିଲା କଣ୍ଟିଲୋ ପଲଟନ ପଡ଼ିଆ ନିକଟରେ ନିର୍ମିତ ଗାର୍ଡୱାଲଟି ଗୁରୁବାର ମୂଳରୁ ସମ୍ପୂର୍ଣ୍ଣ ଧସିପଡିଛି। ଗତ ୨ବର୍ଷ ପୂବେ ଏହା ନିର୍ମିତ ହୋଇଥିଲା। ପୂର୍ତ୍ତ...

ଅନ୍‌ଲାଇନ୍‌ରେ ଠକେଇ: ଆକାଉଣ୍ଟରୁ ଉଠାଇନେଲେ ୨.୫ ଲକ୍ଷ ଜେଲ୍‌ ଗଲେ ଯୁବକ

ନୟାଗଡ଼ ଅଫିସ,୨୫ା୧୦: ଅନ୍‌ଲାଇନ୍‌ରେ ୨.୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଉଠାଇ ନେଇଥିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ନୟାଗଡ଼ ଟାଉନ ଥାନା ପୁରୁଣା ସହର ରଥଗାଡ଼ିଆ ସାହିର ସିଦ୍ଧାର୍ଥ ପାଣିଗ୍ରାହୀ। ଥାନାରୁ ମିଳିଥିବା ସୂଚନା...

ଲଘୁଚାପ ବର୍ଷା: ଜୀବନଯାତ୍ରା ବ୍ୟାହତ, ଜମିରେ ଲୋଟିଛି ଧାନ ଫସଲ

ନୟାଗଡ଼ ଅଫିସ,୨୫ା୧୦: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଦୁଇଦିନ ହେଲା ସାରା ରାଜ୍ୟରେ ବର୍ଷା ଲାଗିରହିଛି। ନୟାଗଡ଼ ଜିଲାରେ ଏହି ବର୍ଷା ପ୍ରଭାବରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। କେତେବେଳେ ଜୋର୍‌ ତ ଆଉ କେତେବେଳେ ଝିପିଝିପି ବର୍ଷା ଯୋଗୁ...

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ମାନିବାରେ ପ୍ରଥମ: ଓଡ଼ଗାଁ ଆହାର କେନ୍ଦ୍ରରେ ମଧ୍ୟାହ୍ନ ଭୋଜନ କଲେ କୃଷି ମନ୍ତ୍ରୀ

ଓଡଗାଁ, ୨୪।୧୦(ସ୍ବ.ପ୍ର.)-ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅରୁଣ କୁମାର ସାହୁ ଭୁବନେଶ୍ୱରରୁ ନୟାଗଡ଼ ଟ୍ରେନରେ ଆସିବାକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏହି ଘଟଣାର ଦିନଟିଏ ନ ପୁରୁଣୁ ଗୁରୁବାର ଓଡଗାଁ ଆହାର କେନ୍ଦ୍ରରେ ମନ୍ତ୍ରୀ ମଧ୍ୟାହ୍ନ ଭୋଜନ କରିଛନ୍ତି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri