ନୟାଗଡ଼

ଯୁବକଙ୍କ ଉନ୍ମତ୍ତକାଣ୍ଡ: ଘରେ ପଶି ଶିକ୍ଷୟିତ୍ରୀଙ୍କୁ ଛୁରାମାଡ଼ କରି ନିଜ ଗଳା କାଟିଲେ

ନୟାଗଡ଼ ଅଫିସ,୩୧ା୧: ନୟାଗଡ ଜିଲା ଶରଣକୁଳ ଥାନା ଗୋଡିପଡା ହାଇସ୍କୁଲ ସାହିରେ ଜଣେ ଯୁବକ ଶନିବାର ଉନ୍ମତ୍ତକାଣ୍ଡ ଘଟାଇଛନ୍ତି। ଘରେ ପଶି ସେ ଜଣେ ଶିକ୍ଷୟିତ୍ରୀଙ୍କୁ ଛୁରାମାଡ଼ କରିଛନ୍ତି। ଶିକ୍ଷୟିତ୍ରୀଙ୍କୁ ରକ୍ଷା କରିବାକୁ ଯାଇ ଅନ୍ୟ ୪ ଜଣ ସମ୍ପୃକ୍ତ...

ଫାଇଲ ତଳେ ନୀଳମାଧବ ପୀଠକୁ ରୋପ୍‌ୱେ ବ୍ୟବସ୍ଥା

ଖଣ୍ଡପଡା,୨୯। ୧(ସ୍ବ.ପ୍ର.): ନୟାଗଡ଼ ଜିଲା କଣ୍ଟିଲୋ ଶ୍ରୀନୀଳମାଧବଙ୍କ ପୀଠକୁ ପ୍ରତିଦିନ ଶତାଧିକ ପର୍ଯ୍ୟଟକ ଆସିଥାନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ ବୟସାଧିକ୍ୟ ଓ ଭିନ୍ନକ୍ଷମ ଥିବାରୁ ପାହାଡ ଚଢ଼ି ମନ୍ଦିରକୁ ଯିବା କଷ୍ଟସାଧ୍ୟ ହୋଇଥାଏ। ଏଥିପାଇଁ ସେହି ପୀଠକୁ ଏକ ରୋପ୍‌ୱେ...

ଚିନିକଳ ସମ୍ପତ୍ତିର ପୁନଃ ଆକଳନ ହେଲା

ନୟାଗଡ ଅଫିସ,୨୯।୧: ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଗୁରୁବାର ଚିନିକଳ ସମ୍ପତ୍ତିର ପୁନଃ ଆକଳନ କରାଯାଇଛି । ମାଜିଷ୍ଟ୍ରେଟ ନୟାଗଡ ଉପଜିଲାପାଳ ଲଗ୍ନଜିତ୍‌ ରାଉତ ଓ ନୟାଗଡ଼ ତହସିଲଦାର ଭିକାରୀ ସାହୁଙ୍କ ସମେତ ଆକଳନ ଟିମ୍‌ ଚିନିକଳରେ ପହଞ୍ଚିବା ପରେ ସେମାନଙ୍କୁ...

ସ୍ବାଧୀନତା ସଂଗ୍ରାମରେ ନୟାଗଡ଼ର ଅବଦାନ ଅବିସ୍ମରଣୀୟ

ନୟାଗଡ ଅଫିସ,୨୬।୧: ନୟାଗଡ ଜିଲା ସଦର ମହକୁମାସ୍ଥିତ ପିଟିଏସ୍‌ ପଡ଼ିଆଠାରେ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଅନସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ମୁଖ୍ୟ...

ଜବରଦଖଲ ଉଚ୍ଛେଦ କଲା ପୌର ପ୍ରଶାସନ

ନୟାଗଡ଼ ଅଫିସ,୨୫।୧: ନୟାଗଡ଼ ପୌର ପ୍ରଶାସନ ପକ୍ଷରୁ ଏମ୍‌ଆଇ କଲୋନୀ ନିକଟସ୍ଥ ୬ ନଂ ଓ୍ବାର୍ଡର ବଳରାମ ପାହାଡ଼ ପାଦଦେଶରେ ଗଢ଼ି ଉଠିଥିବା ଜବରଦଖଲ ଉଚ୍ଛେଦ ସୋମବାର ଆରମ୍ଭ ହୋଇଛି। ଏଠାରେ ୨୦ଟି ବେଆଇନ ଘର ଗଢ଼ି ଉଠିଥିଲା। ପୌର...

ଫ୍ଲୋରୋସିସ୍‌ ରୋଗ ଯୋଗୁ ଅକାଳ ବାର୍ଦ୍ଧକ୍ୟ

ନୟାଗଡ଼ ଅଫିସ,୨୫।୧: ନୟାଗଡ଼ ଜିଲା ଦଶପଲ୍ଲା ବ୍ଲକ ଭୋଗବାଡି ପଞ୍ଚାୟତ ପୁଟୁବାରୀ ଗାଁର ଦଳିତ ଲୋକେ ବିକଳ୍ପ ନ ଥିବାରୁ ଫ୍ଲୋରାଇଡ୍‌ ଯୁକ୍ତ ପାଣି ପିଇ ଦନ୍ତ ଓ ଅସ୍ଥି ଫ୍ଲୋରୋସିସ୍‌ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଫ୍ଲୋରୋସିସ ରୋଗ ଯୋଗୁ...

ପୂର୍ବତନ ବିଧାୟକ ସୁରେନ୍ଦ୍ର ନାଥ ମିଶ୍ରଙ୍କ ଦେହାନ୍ତ

ବୋଲଗଡ/ବେଗୁନିଆ,୨୫। ୧ (ଡି.ଏନ୍‌.ଏ.): ବୋଲଗଡ଼-ବେଗୁନିଆର ପୂର୍ବତନ ବିଧାୟକ ସୁରେନ୍ଦ୍ର ନାଥ ମିଶ୍ରଙ୍କର ରବିବାର ସନ୍ଧ୍ୟାରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଯାଇଛି। ମୃତ୍ୟ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ...

ଟାଙ୍କି ଅଛି, ପାଇଖାନା ନାହିଁ

ନୟାଗଡ଼ ଅଫିସ,୨୨।୧: ନୟାଗଡ଼ ଜିଲାରେ ସ୍ବଚ୍ଛ ଭାରତ ମିଶନ ଯୋଜନା ଏକପ୍ରକାର ଦିଗହରା ହୋଇଛି। ଏହି ଜିଲାର ଅଧିକାଂଶ ଗାଁରେ ପାଇଖାନା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ। ତଥାପି ବାହ୍ୟ ମଳମୁକ୍ତ ଗାଁ ଦର୍ଶାଇ ଅର୍ଥ ହଡ଼ପ କରାଯାଇଛି। ଏହାର...

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତତ୍ପରତା

ନୟାଗଡ଼ ଅଫିସ,୨୨।୧: ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଚେଇଁ ଶୋଇଥିବା ନୟାଗଡ଼ ଜିଲା ପ୍ରଶାସନ ତତ୍ପର ହୋଇଛି। ଗୁରୁବାର ସନ୍ଧ୍ୟାରେ ପାଣିପୋଇଲାସ୍ଥିତ ଚିନିକଳକୁ ଜିଲାପାଳ ପୋମା ଟୁଡୁ, ଏସ୍‌ପି ସିଦ୍ଧାର୍ଥ କଟାରିଆ ଓ ଡିଏଫ୍‌ଓ ଏଚ୍‌.ଡି. ଧନରାଜ ଅଚାନକ ପରିଦର୍ଶନ କରି...

ଚିଲ୍‌ଡ୍ରେନ୍‌ କୋର୍ଟକୁ ଗଲା ପରୀ ହତ୍ୟା ମାମଲା

ନୟାଗଡ଼ ଅଫିସ,୨୧।୧: ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲା ଚିଲ୍‌ଡ୍ରେନ କୋର୍ଟକୁ ସ୍ଥାନାନ୍ତର ହୋଇଛି। ବୁଧବାର ଜୁଭେନାଇଲ ଜଷ୍ଟିସ ବୋର୍ଡ(କିଶୋର ନ୍ୟାୟ ପରିଷଦ)ରେ ଜଣେ ମନସ୍ତତ୍ତ୍ୱବିତ୍‌ଙ୍କ ଦ୍ୱାରା ଧାରା ୧୫ ଅନୁସାରେ ବାଳସୁଧାର ଗୃହରେ ଥିବା କଲେଜ ଛାତ୍ରଙ୍କୁ ପଚରାଉଚୁରା କରାଯାଇଥିଲା।...

ପେଟ୍ରୋଲ ପମ୍ପ୍‌ରେ ବୋମାମାଡ଼: ଦୁର୍ବୃତ୍ତ ଫେରାର

ନୟାଗଡ଼ ଅଫିସ, ୧୫।୧: ସାମାନ୍ୟ ବଚସାରୁ ବିବାଦ। ପରେ ଉତ୍ତେଜିତ ହୋଇ ଦୁର୍ବୃତ୍ତ ଗୁରୁବାର ବିଳମ୍ବିତ ରାତିରେ ନୟାଗଡ ଜିଲା ଖଣ୍ଡପଡା ଥାନା ସିଙ୍ଗାପଡା ଥାନା ଇଣ୍ଡିଆନ ଅଏଲ ପେଟ୍ରୋଲ ପମ୍ପ ଉପରକୁ ବୋମାବାଡ଼ କରିଛନ୍ତି। ଏଥିରେ ପେଟ୍ରୋଲ ପମ୍ପର...

ବ୍ରେନ୍‌ ମ୍ୟାପିଂ ପାଇଁ ମନାକଲେ ଅଭିଯୁକ୍ତ

ନୟାଗଡ଼ ଅଫିସ,୧୪।୧:ପରୀ ହତ୍ୟା ମାମଲାରେ ଗିରଫ କଲେଜ ଛାତ୍ରଙ୍କ ବ୍ରେନ୍‌ ମ୍ୟାପିଂ ପାଇଁ ଏସ୍‌ଆଇଟି କରିଥିବା ଆବେଦନ ଉପରେ ଜୁଭେନାଇଲ ଜଷ୍ଟିସ ବୋର୍ଡ(କିଶୋର ନ୍ୟାୟ ପରିଷଦ)ରେ ବୁଧବାର ଶୁଣାଣି ହୋଇଛି। ଶୁଣାଣି ସମୟରେ ଆଇନକୁ ନେଇ ଦ୍ୱନ୍ଦରେ ଥିବା କଲେଜ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image