ନୂଆପଡ଼ା

ଭାନୁପ୍ରତାପ ଯୋଷୀ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ: ପ୍ରଥମ ମ୍ୟାଚରେ ଗନିଆରୀ ବିଜୟୀ

କୋମନା,୧୦।୯(ଡି.ଏନ.ଏ.) ନୂଆପଡା ଜିଲା କୋମନା ବ୍ଲକ ଭେଲାସ୍ଥିତ ହାଇସ୍କୁଲ ଖେଳ ପଡିଆରେ ପ୍ରଥମ ଭାନୁପ୍ରତାପ ଯୋଷୀ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ସୋମବାର ଉଦ୍‌ଘାଟିତ ହୋଇଯାଇଛି। ପ୍ରଥମ ମ୍ୟାଚ ରୋୟଲ କ୍ଲବ ଗନିଆରୀ ଏବଂ ନୂଆପଡା ମଧ୍ୟରେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ...

ନୂଆ ମୋଟରଯାନ ଆଇନ ନେଇ ପୋଲିସର ସଚେତନତା

କୋମନା,୧୦।୯(ଡି.ଏନ.ଏ.) ନୂଆପଡ଼ା ଜିଲା କୋମନା ପୋଲିସ ପକ୍ଷରୁ ସୋମବାର ନୂଆ ମୋଟରଯାନ ଆଇନ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜନସାଧାରଣ, ମୋଟରଯାନ ଚାଳକ ଓ ମାଲିକମାନଙ୍କ ପାଇଁ ସଂଶୋଧିତ ମୋଟରଯାନ ଆଇନ ୨୦୧୯ ନିୟମାବଳି ଉପରେ କୋମନା...

ମେଡିକାଲ କଲେଜ ସ୍ଥାପନ ଦାବି ତେଜୁଛି :୧୧ରେ ନୂଆପଡା ବନ୍ଦ ଡାକରା

ନୂଆପଡା ଅଫିସ,୧୦ା୯ ନୂଆପଡା ରାଜ୍ୟର ଏକ ଉପାନ୍ତ ଜିଲା । ଏଠାରେ ଶିକ୍ଷା, ସ୍ବାସ୍ଥ୍ୟ ଭଳି ମୌଳିକ ସୁବିଧା ଲୋକଙ୍କୁ ଉପଲବ୍ଧ ହୋଇପାରୁନାହିଁ । ବିଭିନ୍ନ ସମୟରେ ଲୋକେ ଦାବି କରୁଥିଲେ ମଧ୍ୟ ଏଠାରେ ଶିକ୍ଷା, ସ୍ବାସ୍ଥ୍ୟ ବିକାଶ ଦିଗରେ...

ସିନାପାଲି: ଉଦନ୍ତୀର ଦୁଇ କୂଳ ମୁକୁଳା :ବନ୍ୟା ଜଳରେ ତଟବର୍ତ୍ତୀ ଗଁ। କ୍ଷତିଗ୍ରସ୍ତ

ସିନାପାଲି,୭।୯(ଡି.ଏନ.ଏ.) ନୂଆପଡା ଜିଲା ସିନାପାଲି ଦେଇ ପ୍ରବାହିତ ଉଦନ୍ତୀ ନଦୀରେ ବନ୍ୟା ଜଳ ଆସି ୨ କୂଳର ଅନେକ ଚାଷ ଜମି ନଷ୍ଟ ହେଉଥିବା ବେଳେ କେତକ ଗ୍ରାମ ନଦୀ ଗର୍ଭରେ ଲୀନ ହେବା ଆଶଙ୍କା ଦେଖାଦେଇଛି। ପ୍ରତିବର୍ଷ ବର୍ଷା...

ଅଜଣା ରୋଗରେ ୨୫ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ନୂଆପଡା ଅଫିସ/କୋମନା,୭।୯(ଡି.ଏନ.ଏ.) ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ଟିକ୍ରାପଡା ଗାଁରେ ଏକ ଅଜଣା ରୋଗରେ ୨୫ରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇଥିବା ଖବର ମିଳିଛି । ଗତ ନୂଆଁଖାଇ ସମୟରେ ଲୋକେ ଏଥିରେ ଆକ୍ରାନ୍ତ ହୋଇଥିବାରୁ ନୂଆଁଖାଇରୁ ମଧ୍ୟ...

ଖଡିଆଳ ପୋଲିସର ଅଭିନବ ପ୍ରୟାସ:ଟ୍ରାଫିକ୍‌ ନିୟମ ଉପରେ ଶିଶୁ କଲେ ସଚେତନ

ନୂଆପଡା ଅଫିସ/ଖଡିଆଳ,୭।୯(ଡି.ଏନ.ଏ.) ସରକାର ଯାନବାହନ ଚଳାଚଳ ଉପରେ ଥିବା ୧୯୮୮ ଅଧିନିୟମରେ ପରିବର୍ତ୍ତନ କରି ପରିବର୍ତ୍ତିତ ନିୟମକୁ ବର୍ତ୍ତମାନ କାର୍ଯ୍ୟକାରୀ କରିଛନ୍ତି । ଏଥିରେ ଚାଳକ, ଯାତ୍ରୀଙ୍କୁ ବିଭିନ୍ନ ଦଣ୍ଡିତ କରିବା ବ୍ୟବସ୍ଥା କରାଯାଇଛି । ଏହାକୁ ଗୋଟିଏପଟେ କାର୍ଯ୍ୟାନ୍ବୟନ...

ଓଷ୍ଟାର ବ୍ଲକସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ: ବ୍ଲକ ନୂତନ କର୍ମକର୍ତ୍ତା ମନୋନୀତ

ନୂଆପଡା ଅଫିସ,୬ା୯-ସ୍ଥାନୀୟ ଗୋଡଫୁଲା ହାଇସ୍କୁଲ ପରିସରରେ ଓଷ୍ଟା (ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ) ନୂଆପଡା ବ୍ଲକସ୍ତରୀୟ କର୍ମକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଦେଓସିଂ ବିଶ୍ୱାଳ ସଭାପତିତ୍ୱ କରିଥିବାବେଳେ ଜିଲା ସମ୍ପାଦକ ବିନୋଦ ବିହାରୀ ପାଢୀ ମୁଖ୍ୟଅତିଥି,...

ନୂଆପଡାକୁ ଦୁର୍ଘଟଣାମୁକ୍ତ ସହର କରାଯିବ: ସଚେତନତା ପାଇଁ ବାହାରିଲା ପୋଲିସ

ନୂଆପଡା ଅଫିସ,୬ା୯-ରାଜ୍ୟର ଉପାନ୍ତ ତଥା ପଡୋଶୀ ଛତିଶଗଡ ସୀମାନ୍ତବର୍ତ୍ତୀ ନୂଆପଡା ଜିଲାରେ ବିଭିନ୍ନ ସମୟରେ ଦୁର୍ଘଟଣାମାନ ଘଟି ବହୁ ମୂଲ୍ୟବାନ ଜୀବନ ହାନି ଘଟୁଛି । ଅନ୍ୟପକ୍ଷେ ଭାରତ ସରକାର ନୂତନ ଭାବେ ସଂଶୋଧିତ ମୋଟର ଯାନ ଚଳାଚଳ ଅଧିନିୟମକୁ...

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟାକାରୀଙ୍କୁ ଗିରଫ ଦାବିରେ ୩ ଘଣ୍ଟା ରାସ୍ତାରୋକୋ

ନୂଆପଡା ଅଫିସ/ତରବୋଡ/କୋମନା,୬।୯(ଡି.ଏନ.ଏ.)-ନୂଆପଡା ଜିଲା କୋମନା ବ୍ଲକ ତରବୋଡ ଫାଣ୍ଡି ସଦର ଗାଁ ବଜାର ମଧ୍ୟରେ ଏକ କୁଡିଆ ଘରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ହେଲେ ଜନ୍ମେଜୟ ମାଝି (୨୨)। ଯୋଜନାବଦ୍ଧ ଭାବେ...

ନୂଅଁ।ଖାଇ, ସହର ବଜାର ଚଳଚଞ୍ଚଳ ସବୁସ୍ତରରେ ପ୍ରସ୍ତୁତି ଶେଷ

ନୂଆପଡା ଅଫିସ,୨ା୯ ପୂର୍ବବର୍ଷ ଭଳି ଭାଦ୍ରବ ମାସ ପଞ୍ଚମୀ ତିଥିରେ ସମଗ୍ର ପଶ୍ଚିମ ଓଡିଶାରେ ନୂଆଖାଇ ପାଇଁ ଦିନ ଧାର୍ଯ୍ୟ ହୋଇଛି । ଏଥିପାଇଁ ସବୁଠି ଏକ ପ୍ରକାର ପ୍ରସ୍ତୁତି ଶେଷ ହୋଇଯାଇଛି । ସହର ବଜାର ଚଳଚଞ୍ଚଳ ହୋଇପଡିଥିବାବେଳେ...

ଏଣିକି ଭୋଟର ନିଜ ପରିଚୟପତ୍ର ଯାଞ୍ଚ କରିବେ: ଆନୁଷ୍ଠାନିକ ଭାବେ ଶୁଭାରମ୍ଭ

ନୂଆପଡା ଅଫିସ,୨ା୯ ରାଜ୍ୟରେ ସମସ୍ତ ଭୋଟର ନିଜର ଠିକ ପରିଚୟପତ୍ର ଯେପରି ପାଇପାରିବେ ସେଥିପ୍ରତି ରାଜ୍ୟ ନିର୍ବାଚନ କମିଶନର ବିକଳ୍ପ ଚିନ୍ତା କରିଛନ୍ତି । ଏଣିକି ଭୋଟରମାନେ ନିଜ ପରିଚୟପତ୍ର ନିଜ ନିଜ ଅଞ୍ଚଳର ବୁଥକୁ ଆସି ଯାଞ୍ଚ କରିପାରିବେ...

ନୂଆପଡା ପ୍ରିମିୟର ଲିଗ ଫୁଟବଲ:ମହାମାୟା, ଖଡିଆଳ ଦଳ ଫାଇନାଲକୁ ଉନ୍ନୀତ

ନୂଆପଡା ଅଫିସ,୩୧ା୮ ସ୍ଥାନୀୟ ମିନିଷ୍ଟାଡିୟମରେ ଚାଲିଥିବା ନୂଆପଡା ପ୍ରିମିୟର ଲିଗ ଟୁର୍ନାମେଣ୍ଟର ଶୁକ୍ରବାର ଅନୁଷ୍ଠିତ ୨ଟି ସେମିଫାଇନାଲରେ ମହାମାୟା ଦଳ ଏବଂ ଖଡିଆଳ ଦଳ ବିଜୟୀ ହୋଇ ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ଅପରାହ୍ନରେ ହୋଇଥିବା ପ୍ରଥମ ସେମିଫାଇନାଲ ଖେଳକୁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri