ଆମ ଜିଲା ଖବର

୬ ବର୍ଷ ହେଲା ଅନ୍ଧାରରେ ଦାନିକାପେଲ ଗାଁ

ଲାଞ୍ଜିଗଡ଼,୧୪।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବେଗାଁ ଗ୍ରାମପଞ୍ଚାୟତ ଉପାନ୍ତ ଦାନିକାପେଲ ଗ୍ରାମବାସୀ ଦୀର୍ଘ ୬ ବର୍ଷ ହେଲା ବିଦ୍ୟୁତ୍‌ ସେବାରୁ ବଞ୍ଚତ୍ତ। କିନ୍ତୁ ଉପଭକ୍ତାଙ୍କ ନାଁରେ ମୋଟା ଅଙ୍କର ବିଲ ଗଡୁଛି। ଗାଁକୁ ଯେବେ...

ପଥରଖାଦାନ ବ୍ଲାଷ୍ଟିଙ୍ଗ: ନଷ୍ଟ ହେଉଛି ଫସଲ

ସମ୍ବଲପୁର, ୧୪।୮ (ଶୁଭାଶିଷ ପାଢ଼ୀ): ରାଜସ୍ବ ଆଦାୟ କରିବା ପାଇଁ ସରକାରୀ ସ୍ତରରେ ପଥରଖାଦାନଗୁଡିକ ଲିଜ୍‌ ସୂତ୍ରରେ ଦିଆଯାଉଛି। ହେଲେ ଲିଜ୍‌ ଦେବା ପରେ ପଥରଖାଦାନ ପାର୍ଶ୍ୱରେ ଥିବା ରୟତି ଜମିଗୁଡିକ କିଭଳି ଭାବେ ନଷ୍ଟ ହୋଇଯାଉଛି ତାହାକୁ ନ...

ଖୋଲୁନି ଇନ୍‌ଡୋର ଷ୍ଟାଡିୟମ ତାଲା

ସୁନାବେଡା,୧୪ା୮(କୃତ୍ତିବାସ ପ୍ରଧାନ): ସୁନାବେଡା ପୌର ପରିଷଦର ୫ ନଂ. ୱାର୍ଡ ଗଞ୍ଜାମ କଲୋନୀଠାରେ ନିର୍ମାଣ ହୋଇଛି ମଲ୍ଟି ପରପୋଜ ହଲ୍‌ ତଥା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ୍‌। ଏହାର ନିର୍ମାଣକୁ ବର୍ଷେରୁ ଅଧିକ ଦିନ ବିତିଲାଣି । ମାତ୍ର ଏଯାଏ...

ବର୍ଷା ଅଭାବରୁ ଜମି ଫାଟି ଆଁ କଲାଣି

ଡାବୁଗାଁ,୧୪।୮ (ପ୍ରଜ୍ଞା ରଞ୍ଜନ ପରିଡା): ଚଳିତ ବର୍ଷ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ବିଳମ୍ବରେ ଚାଷ କାର୍ଯ୍ୟ ଆରମ୍ଭ ହେଲା। ଏବେ ଧାନ ରୁଆ ବେଉଷଣ ପରେ ବର୍ଷା ଉଭାନ ହୋଇଯାଇଛି। ସେପଟେ ପାଣି ଅଭାବରୁ ଧାନ ଜମି ଫାଟି ଆଁ...

ଶ୍ରାବଣରେ ବର୍ଷା ନାହିଁ, ଆଗେଇ ପାରୁନି ଚାଷ

ଝରିଗାଁ,୧୪।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଳକରେ ସ୍ବଳ୍ପ ବର୍ଷା ଯୋଗୁଁ ଚାଷୀ ଏବେ ଚିନ୍ତାରେ ପଡ଼ିଛି। ବ୍ଲକରେ ୩୩୩.୪ ହେକ୍ଟର ଜମିରେ ଧାନ ତଳି ପଡିଥିବାବେଳେ କାଦୁଅ ପାଇଁ ଆବଶ୍ୟକ ବର୍ଷା ହେଉ ନ ଥିବାରୁ ଚାଷୀ...

ଗଣଦୌଡ଼ରେ ଭାଗନେଲେ ୧୨୭ ପ୍ରତିଯୋଗୀ

ଢେଙ୍କାନାଳ,୧୪ା୮(ରତନ ନାୟାର): ସାଧ୍ୱୀନତା ଦିବସ ପାଳନ ପୂର୍ବରୁ ସୋମବାର ଢେଙ୍କାନାଳ ସହରରେ ବନ ବିଭାଗ ପକ୍ଷରୁ ଜିଲା ପୋଲିସ ବିଭାଗର ମିଳିତ ସହଯୋଗରେ ଏକ ଗଣଦୌଡ଼ ଅନୁଷ୍ଠିତ ହୋଇଛ। ସ୍ଥାନୀୟ ମିନି ଷ୍ଟାଡିୟମଠାରୁ ସକାଳ ୬ ଟାରେ ଏହି ଗଣଦୌଡ଼...

ଓଲଟିଲା ଗୋରୁ ବୋଝେଇ ପିକ୍‌ଅପ୍‌

କେନ୍ଦୁଝର,୧୪ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ନିକଟ ଧୃପଦା ନିକଟରେ ସୋମବାର ସକାଳେ ଏକ ଗୋରୁ ବୋଝେଇ ପିକ୍‌ ଅପ୍‌ ଭ୍ୟାନ ( ଓଡି ୧୧ଏ/ ୮୯୦୦) ଦ୍ରୁତ ଗତିରେ ଖସି ପଳାଉଥିବା ବେଳେ ଏନ୍‌ଏଚ୍‌ ୪୯ ବାଇପାସ ଓଭର...

ଅନୁସୂଚିତ ଜାତି, ଜନଜାତିଙ୍କ ପାଇଁ ଋଣ ମନା

ନନ୍ଦପୁର,୧୪ା୮(ଶଙ୍କର ପୂଜାରୀ) : ଓଡ଼ିଶା ସରକାରଙ୍କ ‘ମୋ ଘର’ ଋଣ ଯୋଜନାରୁ ରାଜ୍ୟରେ ବସବାସ କରୁଥିବା ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକେ ବଞ୍ଚତ୍ତ ହେବାକୁ ଯାଉଥିବା ଜଣାପଡ଼ିଛି। ଏଥିପାଇଁ ଓଡ଼ିଶା ସିଡ୍ୟୁଲ ଏରିଆ ଟ୍ରାନ୍ସଫର ଅଫ ଇମୋଭେବୁଲ...

ଗଞ୍ଜାମରେ ୧୨୦ କ୍ଲିନିକ୍‌, ବ୍ରହ୍ମପୁରରେ ସର୍ବାଧିକ ୯୦

ବ୍ରହ୍ମପୁର,୧୪ା୮(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲାରେ ନକଲି ଡାକ୍ତର ଠାବ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ସାନମେଖୁଣ୍ଡି ବ୍ଲକ୍‌ ଡେଙ୍ଗାଉସ୍ତାରୁ ନକଲି ଡାକ୍ତର ଶୁଭ୍ରଜିତ ପଣ୍ଡାଙ୍କୁ ଗିରଫ କରିଥିଲା। ଏହି ଘଟଣାରେ ପୋଲିସ ଓ ପ୍ରଶାସନର ଟିମ୍‌...

ନାବାଳିକାଙ୍କ ମୁଣ୍ଡରେ ୨ ଭଉଣୀ, ଭାଇଙ୍କ ବୋଝ

ବୁଗୁଡ଼ା,୧୪ା୮(କାଳୀ ଚରଣ ଦାଶ): ବର୍ଷେ ତଳେ ମା’ଙ୍କ ଅକାଳ ବିୟୋଗ ପରେ ଘରଛାଡି ଫେରାର ହୋଇଗଲେ ବାପା। ଫଳରେ ଅନାଥ ହୋଇଗଲେ ୪ ଶିଶୁ। ଯେଉଁ ବୟସରେ ପିଠିରେ ସ୍କୁଲ ବ୍ୟାଗ ଧରି ପାଠ ପଢ଼ିବାକୁ ଯିବା କଥା ସେହି...

ପିଲାସାଲୁଙ୍କି କେନାଲ ଜାମ୍‌, ନଦୀ ନାଳକୁ ବୋହିଯାଉଛି ପାଣି

ଖଜୁରୀପଡ଼ା,୧୪ା୮(ବିଦୁର ବେହେରା) : ଖଜୁରୀପଡ଼ା ବ୍ଲକରେ ପିଲାସାଲୁଙ୍କି ଜଳ ଭଣ୍ଡାର ବହୁ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି। ଏହି ଜଳ ଭଣ୍ଡାରରୁ ଦୁଇଟି ପ୍ରମୁଖ କେନାଲ ମାଧ୍ୟମରେ ଚାଷୀର ଚାଷ ଜମିକୁ ପାଣି ଯୋଗାଇ ଦିଆଗଲେ ରବି ଏବଂ...

୧୦ ଦିନ ହେବ ମରାମତି ହେଉନି ପୋଲ

ପାଟଣା,୧୪ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ସରାସକୋଲା ପଞ୍ଚାୟତ ଆଦିବାସୀ ଅଧୁଷିତ ଶାଳଧର ଓ ବାଉଁଶଡ଼ିହା ଗ୍ରାମ ମଝିରେ ଥିବା ଏକ ପୋଲ ଭାଙ୍ଗିଯାଇଛି। ଫଳରେ ୫ରୁ ଊର୍ଦ୍ଧ୍ୱ ଗାଁର ଲୋକେ ଗମନାଗମନରେ ସମସ୍ୟା ଭୋଗୁଛନ୍ତି। ଏମିତିକି ଛାତ୍ରୀଛାତ୍ର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri