ଆମ ଜିଲା ଖବର

ବାର୍ଦ୍ଧକ୍ୟ ଭତ୍ତା ଦୁର୍ନୀତି ଅଭିଯୋଗ ଭିତ୍ତିହୀନ, ତଦନ୍ତ ପରେ ପଡ଼ିଲା ଜଣା

କେସିଙ୍ଗା,୧୨ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ଉତକେଲା ପଞ୍ଚାୟତର କୋକୋଡ଼ମାଲ ଗ୍ରାମର ସୁଲୋଚନା ବାଗ୍‌ (୮୦) ଓ ସୁମିତ୍ରା ପଟ୍ଟନାୟକ ଏକ ବର୍ଷ ହେଲା ଭତ୍ତା ପାଇ ନ ଥିବାର କେସିଙ୍ଗା ବିଡିଓ କୌଣସି ସୂତ୍ରରୁ ଖବର ପାଇ...

ଆଜାଙ୍କ ଦଶାହରେ ଚାଲିଗଲା ୨ ନାତିଙ୍କ ଜୀବନ

ସୋର,୧୨।୮: ଅଜାଙ୍କ ଦଶାହରେ ଚାଲିଗଲା ୨ ନାତିଙ୍କ ଜୀବନ। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲା ସୋର ଥାନା ଅନ୍ତର୍ଗତ ବାଗୁଡ଼ି ଅଞ୍ଚଳରେ। ଲଣ୍ଡା ହୋଇ ଗାଧାଉଥିବା ବେଳେ ପାଣିରେ ବୁଡ଼ି ୨ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ଦେଲେ...

ମୋରଡ଼ା ଗସ୍ତରେ ୫-ଟି ସଚିବ, ଛାତ୍ରୀଛାତ୍ରଙ୍କ ସହ ନେଲେ ସେଲ୍‌ଫି

ମୋରଡ଼ା,୧୨ା୮(ସ୍ମାରକୀ ମାଜୀ): ୫-ଟି ସଚିବ ଭି.କେ ପାଣ୍ଡିଆନ ଶୁକ୍ରବାରଠାରୁ ଦୁଇଦିନିଆ ମୟୂରଭଞ୍ଜ ଗସ୍ତରେ ଆସିଥିବା ବେଳେ ଆଜି ଦ୍ୱିତୀୟ ଦିନରେ ହେଲିକପ୍ଟର ଯୋଗେ ମୋରଡ଼ା ବ୍ଲକ ଚିତ୍ରଡ଼ାସ୍ଥିତ ପାଟପୁର ମିନି ଷ୍ଟାଡିୟମରେ ପହଞ୍ଚିଥିଲେ। ଆୟୋଜିତ ସଭାରେ ଯୋଗଦେଇ ଲୋକଙ୍କ ଅଭିଯୋଗ,...

ଯୁବକଙ୍କୁ ଘେରିଗଲେ ୩ ଭାଲୁ: ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଧର୍ମଗଡ଼ ବ୍ଲକ ଅଧୀନ ବଡ଼ଘୁମର ଗ୍ରାମର ଭୋଦେ ଗୋପାଳ(୩୦)। ତାଙ୍କୁ ଚିକିତ୍ସା ପାଇଁ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।...

ପଞ୍ଚଭୂତରେ ବିଲୀନ ହେଲେ ବୀର ଯବାନ

ଆନନ୍ଦପୁର,୧୨।୮(ସନ୍ତୋଷ ରାଉତ): ମାଓବାଦୀ ଆକ୍ରମଣରେ ଶହୀଦ ହୋଇଥିବା କେନ୍ଦୁଝର ଜିଲା ଆନନ୍ଦପୁର ପୌରାଞ୍ଚଳର ସୁଶାନ୍ତ କୁମାର ଖୁଣ୍ଟିଆଙ୍କ ପାର୍ଥିବ ଶରୀର ଜନ୍ମ ମାଟିରେ ପହଞ୍ଚିଥିଲା। ପରେ ତାଙ୍କ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆନନ୍ଦପୁର ବୈତରଣୀ ନଦୀ କୂଳରେ ଶେଷକୃତ୍ୟ...

ଯୋଗାଉ ଥିଲେ ନକଲି ସାର୍ଟିଫିକେଟ: ବନ୍ଧା ହେଲେ ବାପ-ପୁଅ

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ନକଲି ସାର୍ଟିଫିକେଟ ଯୋଗାଇବା ଅଭିଯୋଗରେ ଭବାନୀପାଟଣା ଟାଉନ ଥାନା ପୋଲିସ ଶନିବାର ଅଭିଯୁକ୍ତ ଡାକ ମାଷ୍ଟର ପ୍ରଭାତ ମହାନନ୍ଦ ଏବଂ ସ୍କୁଲ ଶିକ୍ଷକ ପଦ୍ମନାଭ ମହାନନ୍ଦଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।...

କପିଳାସ ପ୍ରାଣୀ ଉଦ୍ୟାନରେ ବିଶ୍ୱ ହାତୀ ଦିବସ

ଢେଙ୍କାନାଳ,୧୨।୮: ଢେଙ୍କାନାଳସ୍ଥିତ କପିଳାସ ପ୍ରାଣୀ ଉଦ୍ୟାନରେ ଶନିବାର ବିଶ୍ୱ ହାତୀ ଦିବସ ପାଳିତ ହୋଇଛି। ଏହି ଅବସରରେ ପ୍ରାଣୀ ଉଦ୍ୟାନରେ ଥିବା ୬ ହାତୀଙ୍କୁ ଚନ୍ଦନ, ସିନ୍ଦୂର ଲଗାଇ ଚାନ୍ଦୁଆ ପକାଇ ପୂଜାର୍ଚ୍ଚନା କରି ଉଦ୍ୟାନ ପରିସରରେ ବୁଲାଯାଇଥିଲା ।...

ଝାଡ଼ା ବାନ୍ତିରେ ୮୦ ଛାତ୍ରୀଛାତ୍ର ଅସୁସ୍ତ

ସମ୍ବଲପୁର,୧୨।୮: ସମ୍ବଲପୁର ଜିଲା ଗୋଶାଳା ଠାରେ ଥିବା ନବୋଦୟ ବିଦ୍ୟାଳୟରେ ଝାଡ଼ା ବାନ୍ତିରେ ପ୍ରାୟ ୮୦ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡ଼ିଛନ୍ତି। ଗୁରୁବାର ପିଲାମାନେ ହଷ୍ଟେଲରେ ରାତ୍ର ଭୋଜନ ଖାଇ ଶୋଇଥିଲେ। ଶୁକ୍ରବାର ସକାଳେ କିଛି ପିଲାଙ୍କୁ ବାନ୍ତି ହୋଇଥିଲା। ଆଉ...

ନୂଆଦିଲ୍ଲୀରେ ସ୍ବାଧୀନତା ଦିବସ ସମାରୋହରେ ମତ୍ସ୍ୟଜୀବୀ ଦମ୍ପତୀ ସ୍ବତନ୍ତ୍ର ଅତିଥି

ଛତ୍ରପୁର,୧୨।୮(ସନ୍ତୋଷ ପାଢ଼ୀ ): ନୂଆଦିଲ୍ଲୀରେ ହେବାକୁ ଥିବା ସ୍ବାଧୀନତା ଦିବସ ସମାରୋହରେ ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେବାକୁ ଗଞ୍ଜାମ ଜିଲାର ମତ୍ସ୍ୟଜୀବୀ ଦମ୍ପତିଙ୍କୁ ନିମନ୍ତ୍ରଣ ଆସିଛି। ଛତ୍ରପୁର ବ୍ଲକ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଗ୍ରାମର ଦମ୍ପତି ହେଲେ ଓଡ଼ିଶା...

ଜନ୍ମ ମାଟିରେ ପହଞ୍ଚିଲା ଯବାନଙ୍କ ପାର୍ଥିବ ଶରୀର

ଆନନ୍ଦପୁର,୧୨।୮(ସନ୍ତୋଷ ରାଉତ): ମାଓବାଦୀ ଆକ୍ରମଣରେ ଶହୀଦ ହୋଇଥିବା କେନ୍ଦୁଝର ଜିଲା ଆନନ୍ଦପୁର ପୌରାଞ୍ଚଳର ସୁଶାନ୍ତ କୁମାର ଖୁଣ୍ଟିଆଙ୍କ ପାର୍ଥିବ ଶରୀର ଜନ୍ମ ମାଟିରେ ପହଞ୍ଚିଛି। ଶନିବାର ଗାଁ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର ହେବ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ...

କେନ୍ଦ୍ରମନ୍ତ୍ରୀ-ବିଧାୟକ ମକରନ୍ଦଙ୍କ ସାକ୍ଷାତକୁ ନେଇ ଚର୍ଚ୍ଚା

ରାୟଗଡ଼ା,୧୨।୮(ଆଶିଷ ରଞ୍ଜନ ପଣ୍ଡା): ସ୍ବାଧୀନ ଭାବେ ପ୍ରଥମ ଥର ପାଇଁ ୨୦୧୯ ସାଧାରଣ ନିର୍ବାଚନରେ ବିଧାୟକ ହେବା ପରେ ବହୁତ ଚର୍ଚ୍ଚାରେ ଥିଲେ ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି । ଏବେ ସେ ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିବା...

ଦିବ୍ୟାଙ୍ଗ ଯୁବକଙ୍କୁ ଭତ୍ତା ଲୋଭ ଦେଖାଇ ଅସ୍ତ୍ରୋପଚାର

ମାଥିଲି, ୧୨ା୮(ସୁବାସ ଚନ୍ଦ୍ର ଖୁଡୁପିଆ): ମାଲକାନଗିରି ଜିଲା ମାଥିଲି ବ୍ଲକ ମହୁପଦର ପଞ୍ଚାୟତର ଆମ୍ବାଗୁଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ଅବିବାହିତ ଯୁବକଙ୍କୁ କାଗଜପତ୍ରରେ ବିବାହିତ ଦର୍ଶାଇ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରାଯାଇଛି। ଏହା ଜଣାପଡ଼ିବା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri