ଆମ ଜିଲା ଖବର

ସ୍ବାମୀଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ସ୍ତ୍ରୀକୁ ବାରଣ, ହତ୍ୟା ଧମକ

ଗୋପ, ୭।୮(ଭାରତୀ ଭୂଷଣ ଉପାଧ୍ୟାୟ): ଗୋପ ଥାନା ଅଧୀନ ସୋରଭା ପଞ୍ଚାୟତ ଦୁର୍ଗାପୁର ଗ୍ରାମରେ ଜଣେ ମହିଳାଙ୍କ ବିବାହର ଚାରି ମାସ ପରେ ଯୌତୁକ ନିର୍ଯାତନା ଏବଂ ସ୍ବାମୀଙ୍କ ମୃତ୍ୟୁ ପରେ ତାଙ୍କ ଅନ୍ତ୍ୟେଷ୍ଟି କ୍ରିୟାକୁ ବାରଣ କରିବା ସହ...

ବନ୍ୟା ଆସିଲେ ମନେପଡ଼େ ଦୁର୍ଗତଙ୍କ ଦୁଃଖ

ଯାଜପୁର,୮।୮(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ ବନ୍ୟା ଆସିଲେ ଦୁର୍ଗତଙ୍କ ଦୁଃଖ ମନେପଡ଼େ ବୋଲି ଏବେ ସବୁଠି ଚର୍ଚ୍ଚା। ବୈତରଣୀ ଓ ବ୍ରାହ୍ମଣୀ ନଦୀରେ ନିୟମିତ ବ୍ୟବଧାନରେ ବଡ଼ବଡ଼ ବନ୍ୟା ଲୋକଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଥିବାରୁ ଏଭଳି ମତପ୍ରକାଶ ପାଉଛି। ବନ୍ୟା...

କମୁଛି ବନ୍ୟାଜଳ, ବଢ଼ୁଛି ଚାଷୀଙ୍କ ଦୁର୍ଦ୍ଦଶା

ଅସ୍ତରଙ୍ଗ,୮।୮(ମମତା ଜେନା): ମହାନଦୀ ଶାଖା ଦେବୀ ନଦୀରେ ବନ୍ୟାଜଳ ହ୍ରାସ ପାଇବାରେ ଲାଗିଛି। ଦେବୀ ନଦୀର ବାଉରିଆକଣ ବିପଦ ସଙ୍କେତ ୪.୯୩ ମିଟର ଥିବବେଳେ ଏବେ ବିପଦ ସଙ୍କେତ ତଳେ ଅର୍ଥାତ୍‌ ୩.୮୩ ମିଟରରେ ବନ୍ୟାଜଳ ପ୍ରବାହିତ ହେଉଛି। ବନ୍ୟା...

ଶିକ୍ଷା କ୍ଷେତ୍ରରେ ନାମାଚାର୍ଯ୍ୟ ବାୟାବାବାଙ୍କ ଅବଦାନ ଅତୁଳନୀୟ

ମହାକାଳପଡ଼ା, ୮।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ସ୍ଥାନୀୟ ମହାକାଳପଡ଼ାସ୍ଥିତ ଶ୍ରୀବାୟାବାବା କଲେଜ ସଭାଗୃହଠାରେ ୪୬ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ,...

ବ୍ରାହ୍ମଣୀ ବନ୍ୟାରେ ପଟ୍ଟାମୁଣ୍ଡାଇ ବ୍ଲକରେ ବ୍ୟାପକ କ୍ଷତି

ପଟ୍ଟାମୁଣ୍ଡାଇ, ୮।୮(ଅକ୍ଷୟ ବିଶ୍ୱାଳ): ଚଳିତ ବ୍ରାହ୍ମଣୀ ଓ କାଣୀ ନଦୀର ବନ୍ୟାରେ ପଟ୍ଟାମୁଣ୍ଡାଇ ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅର୍ଥକରୀ ପନିପରିବା ଫସଲ ସମେତ ଧାନ ଫସଲ ନଷ୍ଟ ହୋଇଯାଇଛି। ଫଳରେ ଚାଷୀମାନେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି।...

ଭାର୍ଗବୀ ନଦୀବନ୍ଧରେ ଫାଟ

ପିପିଲି,୮।୮(ଦୁର୍ଗାମାଧବ ମିଶ୍ର): ପୁଣି ଦବିଲା ଭାର୍ଗବୀ ନଦୀବନ୍ଧ। ପୁରୀ ଜିଲା ବଳଙ୍ଗା ବଜାର ନିକଟ ଭାର୍ଗବୀ ନଦୀବନ୍ଧରେ ପୁଣି ଥରେ ଫାଟ ସୃଷ୍ଟି ହୋଇଛି। ୧ କିଲୋମିଟର ପର୍ଯ୍ୟନ୍ତ ମାଟି ଦବି ବନ୍ଧ ଫାଟି ଅଁା କରିଛି। କାମ ଶେଷ...

ଅବହେଳିତ ପ୍ରାଚୀନ ବରାହୀ, ନୃସିଂହ ମନ୍ଦିର

ପୁରୀ,୮ା୮(ଅଜିତ ମହାନ୍ତି): ଓଡ଼ିଶା ଐତିହ୍ୟ ସଂରକ୍ଷଣ ପରିଷଦ ପୁରୀ ପକ୍ଷରୁ ପ୍ରାଚୀ ଉପତ୍ୟକାର ଶ୍ରୀଅମରେଶ୍ୱର ମନ୍ଦିର, ଦେବୀ ବରାହୀ ମନ୍ଦିର ଏବଂ ଶ୍ରୀମାଧବ ମନ୍ଦିର ଐତିହ୍ୟ ଅନୁଶୀଳନ କରାଯାଇଥିଲା। ଗଙ୍ଗବଂଶ କାଳର ଅମରପ୍ରସାଦ ଗଡ଼ ଓ ଅମରେଶ୍ୱର ଗ୍ରାମର ମଧ୍ୟଭାଗରେ...

ଅବଧି ଶେଷ ସତ୍ତ୍ୱେ କାମ ସରୁନାହିଁ

ପାରାଦୀପ,୮।୮(ଶରତ ରାଉତ): ଜଗତ୍‌ସିଂହପୁର ଜିଲା ପାରାଦୀପର ବେଳାଭୂମି ରାସ୍ତା ପାଖରେ ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ ନିର୍ମାଣ ଚାଲିଛି। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଷ୍ଟାଡିୟମ ନିର୍ମାଣ ହେଉଛି। ଏଥିରେ ଜିଲାର ସମସ୍ତ ଛାତ୍ରୀଛାତ୍ର ବିଭିନ୍ନ କ୍ରୀଡ଼ାରେ ଭାଗ...

‘ମା’ କ୍ଷୀର ଅମୃତ ତୁଲ୍ୟ, ଏହାର ବିକଳ୍ପ ନାହିଁ’

କଟକ,୮ା୮(ସୁପ୍ରିୟା ପ୍ରିୟଦର୍ଶିନୀ): ଡ୍ରିମ୍‌ସ ସ୍କୁଲ ଆଣ୍ଡ୍‌ କଲେଜ ଅଫ୍‌ ନର୍ସିଂରେ ସୋମବାର ବିଶ୍ୱ ସ୍ତନ୍ୟପାନ ସପ୍ତାହ ଉଦ୍‌ଯାପିତ ହୋଇଯାଇଛି। ଏହି ଉପଲକ୍ଷେ ପଦ୍ମିନୀ ଅଡିଟୋରିୟମ୍‌ରେ ‘କର୍ମଜୀବୀ ମା’ମାନଙ୍କ କ୍ଷେତ୍ରରେ ଶିଶୁ ସ୍ତନ୍ୟପାନର ପୃଥକ୍‌ ପଦ୍ଧତି’ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।...

୫ ବର୍ଷରେ ୪,୨୫୮ ହେକ୍ଟର ଚାଷଜମି ହ୍ରାସ

କେନ୍ଦ୍ରାପଡ଼ା, ୮।୮(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ୨୦୧୮ରୁ ୨୦୨୩ ମଧ୍ୟରେ ପ୍ରାୟ ଶତାଧିକ ହେକ୍ଟର ଅମଳକ୍ଷମ ଉର୍ବର ଚାଷଜମି କିସମ ପରିବର୍ତ୍ତନ ହୋଇ ଘରବାଡ଼ି ହୋଇଛି। ଏଥିପାଇଁ ଚାଷଜମି ହ୍ରାସ ପାଇଚାଲିଛି। ଯଦି ଏଭଳି ଧାରାରେ ଚାଷଜମି...

ପର କରିଦେଲା ପରିବାର

କାମାକ୍ଷାନଗର,୮ା୮ (ସୁଧୀର ପରିଡ଼ା): ବୟସ ଆଣି ବୃଦ୍ଧାବସ୍ଥାରେ ପହଞ୍ଚାଇଲାଣି। ଶରୀର ଦୁର୍ବଳ ହୋଇଗଲାଣି। ଖଟି ଖାଇବା ଆଉ ସମ୍ଭବ ନୁହେଁ। ହେଲେ ଏକଥା ଜାଣି ବି ପର କରିଦେଲେ ପରିବାର ଲୋକେ। ଘରୁ ତଡ଼ିଦେଲେ ବୋହୂ ଓ ପୁଅ। ଏପରି...

ତିର୍ତ୍ତୋଲରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ: କଂଗ୍ରେସର ପ୍ରତିବାଦ

ବିରିଡି,୮।୮(ପ୍ରଶାନ୍ତ କୁମାର ରାଉତ): ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ୩ ପ୍ରମୁଖ ସ୍ବାସ୍ଥ୍ୟକେନ୍ଦ୍ର ଯଥା ମଣିଜଙ୍ଗା, ରଘୁନାଥପୁର ଓ ବିରିଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (ସିଏଚ୍‌ସି)ରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ପ୍ରତିବାଦରେ ସୋମବାର ବିରିଡି ସିଏଚ୍‌ସି ସମ୍ମୁଖରେ କଂଗ୍ରେସ ଦଳ ପକ୍ଷରୁ ଏକ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri