ଆମ ଜିଲା ଖବର

ମହିଳାଙ୍କ ହାତରେ ଓଡ଼ିଶା ପ୍ରଗତିର ଭବିଷ୍ୟତ

ବଲାଙ୍ଗୀର, ୮ା୮ (ବୀରେନ୍ଦ୍ର କୁମାର ଝାଙ୍କର): ୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କ ଦୁଇଦିନିଆ ବଲାଙ୍ଗୀର ଜିଲା ଗସ୍ତ କାର୍ଯ୍ୟକ୍ରମ ସୋମବାର ଶେଷ ହୋଇଛି। ସକାଳେ ବଲାଙ୍ଗୀର ସହରର ସମଲେଶ୍ୱରୀ ମନ୍ଦିର, କୋଶଳ କଳାମଣ୍ଡଳ, ଲୋୟର ସୁକ୍‌ତେଲ ଜଳସେଚନ ପ୍ରକଳ୍ପ ପରିଦର୍ଶନ ସହ...

ଯୁବପିଢ଼ି ବିବେକାନୁମୋଦିତ ହେଲେ ଗଣତନ୍ତ୍ର ସୁଦୃଢ଼ ହେବ

ଜଗତସିଂହପୁର, ୮ା୮(ପ୍ରମୋଦ କୁମାର ନାୟକ): ଗଣମାଧ୍ୟମଠାରୁ ସାମ୍ବାଦିକତାର ମହତ୍ତ୍ୱ ଶିଖିବାର ଅଛି, ଯାହା ଧରିତ୍ରୀର ସମ୍ପାଦକ ତଥାଗତ ସତପଥୀଙ୍କ ନିର୍ଭୀକତା ଓ ସ୍ପଷ୍ଟବାଦିତାରୁ ସ୍ପଷ୍ଟ ଅନୁମେୟ। ତାଙ୍କ ସମ୍ପାଦକୀୟ ଅନେକ ସମୟରେ ଓଡ଼ିଶାରେ ହଟଚମଟ ସୃଷ୍ଟି କରିଥାଏ। ସ୍ପଷ୍ଟ କଥା...

ପାଣିଭାର ଆଣିବାକୁ ଯାଇ ୨ କାଉଡ଼ିଆ ନିଖୋଜ

ଖଇରା, ୮।୮(ଉତ୍କଳବନ୍ଧୁ ପଣ୍ଡା): ଶ୍ରାବଣ ସୋମବାର ଘଟିଛି ଏକ ଅଘଟଣ। ବାଲେଶ୍ୱର ଜିଲା ଖଇରା ବ୍ଲକ ସିମୁଳିଆ ଥାନା ଅଧୀନ ସାନଜୟୀପୁର ଗ୍ରାମର ବାବା ସର୍ବେଶ୍ୱରଙ୍କଠାରେ ଜଳଲାଗି ପାଇଁ ସାଳନ୍ଦୀରୁ ପାଣି ଉଠାଇବା ଲାଗି ଯାଇଥିବା ଦୁଇ କାଉଡିଆ ନିଖୋଜ...

ଅବସର ନେଲେ ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧର

କଟକ,୭ା୮(କାର୍ତ୍ତିକ ସାହୁ): ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦରୁ ଡ. ଏସ୍‌. ମୁରଲୀଧର ସୋମବାର ଅବସର ଗ୍ରହଣ କରିଛନ୍ତି। ଓଡ଼ିଶା ତଥା ଦେଶର ନ୍ୟାୟିକ ବ୍ୟବସ୍ଥାରେ ସେ ଏକ ଆନ୍ଦୋଳନ ସୃଷ୍ଟି କରିଥିବାବେଳେ ତାଙ୍କ କାର୍ଯ୍ୟକାଳ ସମୟରେ ଓଡ଼ିଶା ହାଇକୋର୍ଟ...

ରତ୍ନଭଣ୍ଡାର ତୁରନ୍ତ ମରାମତି ଜରୁରୀ: ଏଏସ୍‌ଆଇ

କଟକ,୮ା୮(କାର୍ତ୍ତିକ ସାହୁ): ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି ଜରୁରୀ ବୋଲି ସୋମବାର ସତ୍ୟପାଠ ଜରିଆରେ ହାଇକୋର୍ଟଙ୍କୁ ଅବଗତ କରାଇଛି ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ (ଏଏସ୍‌ଆଇ)। ୨୦୧୮ରେ ଶେଷଥର ପାଇଁ ରତ୍ନଭଣ୍ଡାରର ଅନୁଧ୍ୟାନ ହୋଇଥିଲା ବୋଲି ଦାଖଲ ହୋଇଥିବା ସତ୍ୟପାଠରେ ଉଲ୍ଲେଖ ଥିବା...

ହତ୍ୟା ମାମଲାରେ କୋଟପାଡ ପୋଲିସ ନୀରବ: ଏସ୍‌ପିଙ୍କୁ ଜଣାଇଲେ ପରିବାର, ଗ୍ରାମବାସୀ

ଜୟପୁର, ୭ା୮ (ପବନ ପାଣିଗ୍ରାହୀ): ଏକ ହତ୍ୟା ମାମଲାରେ କୋଟପାଡ ପୋଲିସ ନୀରବ ରହିଥିବା ନେଇ ସୋମବାର କୋରାପୁଟ ଏସ୍‌ପି ଅଭିନବ ସୋନକାରଙ୍କ ନିକଟରେ ଅଭିଯୋଗ ହୋଇଛି। କୋଟପାଡ ଥାନା ଯମୁନାଗୁଡା ଗ୍ରାମବାସୀ ଜୟପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଏସ୍‌ପି ଅଭିଯୋଗ...

ଲାଞ୍ଚ ନେଇ ଭିଜିଲାନ୍ସରେ ଧରାପଡିବା ଘଟଣା: ଗିରଫ ହେଲେ ଫାଣ୍ଡି ଅଧିକାରୀ

ଜୟପୁର,୭ା୮(ପବନ ପାଣିଗ୍ରାହୀ): ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ରବିବାର ଧରାପଡିଥିବା ଆମ୍ବାଗୁଡା ଫାଣ୍ଡି ଅଧିକାରୀ ପ୍ରଶାନ୍ତ ମହାନ୍ତିଙ୍କୁ ସୋମବାର ଗିରଫ କରାଯାଇଛି। ସେ ସେଠାରେ ଏସ୍‌ଆଇ ରୂପେ କାର୍ଯ୍ୟ କରୁଥିଲେ। ସେ ଏକ ମାମଲାକୁ ରଫାଦଫା କରିଦେବାକୁ ଛତ୍ରିପୁଟ ଗ୍ରାମର...

ଲାଞ୍ଚ ଦେଲେନି ବୋଲି ଆବାସ ମିଳିଲାନି

ଭଦ୍ରକ, ୭।୮ (ସନାତନ ରାଉତ): ପ୍ରଧାନମନ୍ତ୍ରୀ ଆବାସ ତାଲିକାରୁ ନାମ ବାଦ୍‌ ପଡ଼ିଥିବାରୁ ଭଦ୍ରକ ବ୍ଲକ ଅଧୀନ ଗୁଜିଦରଡ଼ା ପଞ୍ଚାୟତ ମୀରାମହଲା ଗ୍ରାମର ସେକ୍‌ ସାହିର ମହମ୍ମଦ ସୋମବାର ପରିବାର ସହ ଜିଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଥିଲେ। ସେ...

ଗଛପଡ଼ି ଭାଙ୍ଗିଗଲା ଘର

କୁଚିଣ୍ଡା,୭ା୮(ବିରଞ୍ଚତ୍ ଦର୍କା): ଲଗାଣ ବର୍ଷା ଯୋଗୁ ବାମରା ବ୍ଲକ ଅନ୍ତର୍ଗତ ଜରାବଗା ପଞ୍ଚାୟତ କର୍ଲିଆଡିହି ଗ୍ରାମର ବିଧବା ବେଙ୍ଗ ଖଡିଆ(୬୫)ଙ୍କ ଘର ଉପରେ ଗଛ ପଡି ଭାଙ୍ଗିଯାଇଛି। ସ୍ବର୍ଗତ କାର୍ତ୍ତିକ ଖଡ଼ିଆଙ୍କ ସ୍ତ୍ରୀ ବେଙ୍ଗ ବହୁ କଷ୍ଟରେ ଏକ ଝାଟିମାଟି...

କ୍ୱାର୍ଟରରେ ପହଞ୍ଚିଲା ଅଷ୍ଟ୍ରେଲିଆ, ଇଂଲଣ୍ଡ

ବ୍ରିସ୍‌ବେନ୍‌,୭ା୮: ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଅନୁଷ୍ଠିତ ମହିଳା ଫୁଟବଲ୍‌ ବିଶ୍ୱକପରେ ସୋମବାର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ୟୁରୋ କପ୍‌ ଚାମ୍ପିୟନ୍‌ ଇଂଲଣ୍ଡ ଓ ଘରୋଇ ଅଷ୍ଟ୍ରେଲିଆ। ପ୍ରଥମ ଥର ନକ୍‌ଆଉଟରେ ପ୍ରବେଶ କରିଥିବା ନାଇଜେରିଆକୁ ୪-୨ର ପେନାଲ୍ଟି ଶୁଟଆଉଟରେ...

ଅଙ୍ଗନଓ୍ବାଡ଼ି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ

ରୂପସା,୭।୮(ବାଞ୍ଛାନିଧି ଦେ): ବାଲେଶ୍ୱର ସଦର ବ୍ଲକର ଛାନୁଆ ପଞ୍ଚାୟତ ଅନ୍ତର୍ଗତ ଭଦ୍ରସିଆ ଗ୍ରାମର ଜଣେ ଅଙ୍ଗନଓ୍ବାଡି କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ମାତ୍ର ଅଭିଯୋଗକୁ ୬ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ପକ୍ଷରୁ କୌଣସି...

ଜିଲାପାଳଙ୍କୁ ସୁରକ୍ଷା ମାଗିଲେ କିନ୍ନର

କେନ୍ଦୁଝର,୭।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ବ୍ଲକ ଅଧୀନ ବନାଯୋଡି ଟୋଲପ୍ଲାଜାରେ ରହୁଥିବା କିନ୍ନରମାନେ ସୋମବାର ସୁରକ୍ଷା ଯୋଗାଇ ଦେବାନେଇ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠର ଦ୍ୱାରସ୍ଥ ହୋଇଥିଲେ। ସ୍ଥାନୀୟ କେତେକ ଲୋକ ତାଙ୍କୁ ଧମକ ଚମକ ଦେଉଥିବା ବେଳେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri