ଆମ ଜିଲା ଖବର

ଲିଜ୍‌ଧାରୀଙ୍କଠାରୁ ଜରିମାନା ଆଦାୟ ନିର୍ଦ୍ଦେଶ

ଯାଜପୁର,୭ା୮(ହର୍ଷବର୍ଦ୍ଧନ ବେହେରା): ନଦୀପଠାରୁ ବାଲି ଉତ୍ତୋଳନରେ ମେଶିନ ବ୍ୟବହାର ହୋଇ ପାରିବ ନାହିଁ। କୌଣସି ମେଶିନ ବ୍ୟବହାର ହେଉଥିଲେ ତାହାକୁ ଜବତ କର। ଏଥିପାଇଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଅ ବୋଲି ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି) ପକ୍ଷରୁ ବାରମ୍ବାର ନିର୍ଦ୍ଦେଶ ହେଉଛି।...

ତରଣ୍ଡା ଜଙ୍ଗଲ ଶ୍ରୀହୀନ

ବଇଣ୍ଡା,୭।୮(ପରିକ୍ଷିତ ସାହୁ) : ଶ୍ରୀହୀନ ହେବାରେ ଲାଗିଛି ଅନୁଗୋଳ ଜିଲା ଧଣ୍ଡାତୋପା ରେଞ୍ଜ ଅଧୀନ ତରଣ୍ଡା ଜଙ୍ଗଲ। ଜଙ୍ଗଲରେ ଚୋରା କାଠ ମାଫିଆ ମାତିଛନ୍ତି। ଅବାଧ ଭାବେ ଗଛ କଟାଯାଉଛି। ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ଦେଖାଯାଇଛି। ଏହାର ସୁରକ୍ଷା...

ଏକୁଲ ବିକାଶରେ ‘ପିଛୁଳି’ ବେଡ଼ି

କାମାକ୍ଷାନଗର,୭।୮(ସୁଧୀର ପରିଡ଼ା): ସରକାରୀସ୍ତରରେ ନିରନ୍ତର ଉଦ୍ୟମ ସତ୍ତ୍ୱେ ଏବେ ବି ମୁଖ୍ୟସ୍ରୋତ ସହ ଯୋଡ଼ି ହୋଇପାରିନାହିଁ ଢେଙ୍କାନାଳ ଜିଲାର କଙ୍କଡ଼ାହାଡ଼ ବ୍ଲକ କାନ୍ତୁଲ ପଞ୍ଚାୟତର ଏକୁଲ। ପ୍ରବାହିତ ବଣୁଆ ନାଳ ‘ପିଛୁଳି’ ପାଇଁ ବର୍ଷା ଦିନେ ଅକଥନୀୟ କଷ୍ଟ ଭୋଗୁଛନ୍ତି...

ଲାଞ୍ଚଦେଲେ ସମ୍ପୂର୍ଣ୍ଣ ହେବ ଅଧାପନ୍ତରିଆ ଆବାସ ଗୃହ

ମୋହନା,୭ା୮(ମନ୍ମଥ ମିଶ୍ର): ସରକାର ଗରିବ ଅସହାୟମାନଙ୍କ ପାଇଁ ପକ୍କାଘର ନିର୍ମାଣ ଲାଗି ଅର୍ଥ ପ୍ରଦାନ କରୁଛନ୍ତି। ହେଲେ କିଛି ଦୁର୍ନୀତିଗ୍ରସ୍ତ ଅଧିକାରୀମାନଙ୍କ ପାଇଁ ଗରିବ ଲୋକେ ଯୋଜନାର ସୁଫଳ ନପାଇ ଅଧାପନ୍ତରିଆ ଅବସ୍ଥାରେ ସରକାରୀ ଅର୍ଥକୁ ଚାହିଁ ବସିଛନ୍ତି। କାରଣ...

ବାର୍ଦ୍ଧକ୍ୟରେ ଖଲି ଚଉତି ବିକି ଚଳୁଛନ୍ତି ବୃଦ୍ଧା

କେନ୍ଦୁଝର,୭ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ପୁଅ, ବୋହୂ ଓ ନାତି-ନାତୁଣୀ ସମସ୍ତେ ଅଛନ୍ତି। କିନ୍ତୁ କେହି ପଚାରୁନାହାନ୍ତି। ପୁଅ ବାହାରେ ରହି କାମ କରୁଥିବା ବେଳେ ବୋହୂ ପିଲାଙ୍କୁ ଧରି ନିଜ ବାପଘରେ ରହୁଛନ୍ତି। ପରିବାରର ସମସ୍ତେ ଥାଇ ମଧ୍ୟ ଏକୁଟିଆ...

ବନ୍ୟାଜଳ କମୁଛି, ଦୁର୍ଦ୍ଦଶା ବଢୁଛି

ଖୋର୍ଦ୍ଧା,୭ା୮(ପ୍ରଭାତ ପାଣିଗ୍ରାହୀ): ମହାନଦୀ ଫୁଲୁଛି। ଏହାର ପ୍ରଭାବରେ ଖୋର୍ଦ୍ଧା ବ୍ଲକ ଓରବସିଂ ପଞ୍ଚାୟତର ହିରିମୂଳ ଗ୍ରାମ ପାଣିଘେରରେ ରହି ବାହ୍ୟଜଗତରୁ ବିଛିନ୍ନ ହୋଇପଡ଼ିଛି। ଡିହଖଳା, ଦୁର୍ଗାପୁର, ମାନପୁର ଓ ଧବଳପୁର ଗ୍ରାମ ପାଣିଘେରରେ ରହିଥିଲା। ଏବେ ଏହି ଗାଁଗୁଡିକରୁ ବନ୍ୟାଜଳ...

ମହାନଦୀରେ ବନ୍ୟାଜଳ : ଚାଷୀଙ୍କ ପାଇଁ କାଳ

ବାଙ୍କୀ,୭ା୮(ଜ୍ଞାନେନ୍ଦ୍ର ମୋହନ ମିଶ୍ର): ସାମାନ୍ୟ ବର୍ଷାରେ ବାଙ୍କୀ ବ୍ଲକର ଅବସ୍ଥା ବେହାଲ୍‌ ହୋଇଯାଉଛି। ଏହାର ଉପରମୁଣ୍ଡର ପାଣି ମୁଣ୍ଡଳୀ ବ୍ୟାରେଜ ଦ୍ୱାରା ନିୟନ୍ତ୍ରଣ ହେଉଥିବା ବେଳେ ଅତ୍ୟଧିକ ବର୍ଷା ହେଲେ ବନ୍ୟା ଜଳ ଛଡ଼ା ଯିବା ଯୋଗୁ ଚାଷ ଜମିରେ...

ପାଣି ଘେରରେ ପାଚଲପୁର

ପିପିଲି,୭।୮(ପ୍ରଭାତ ମହାପାତ୍ର): ଦୟାନଦୀରେ ପ୍ରଥମ ବନ୍ୟାଜଳ ପ୍ରବାହିତ ହେବା ପରେ ପିପିଲି ବ୍ଲକ ପୋପରଙ୍ଗା ପଞ୍ଚାୟତର ପାଚଲପୁର ଗଁା ଏବେ ସମ୍ପୂର୍ଣ୍ଣ ଜଳବନ୍ଦୀ ଅବସ୍ଥାରେ ରହିଛି। ଫଳରେ ତାହା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଦୁଇ ଦିନ ହେବ ପ୍ରଶାସନ...

ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ

କଟକ,୭ା୮: ସୋମବାର ପ୍ରକାଶ ପାଇଛି ମାଟ୍ରିକ ସପ୍ଲିମେଣ୍ଟାରୀ ରେଜଲ୍ଟ। ଫର୍ମପୂରଣ କରିଥିବା ୧୩୧୦ ପିଲାଙ୍କ ମଧ୍ୟରୁ ୪୩୩ ଜଣ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି। ରାଜ୍ୟ ମୁକ୍ତ ବିଦ୍ୟାଳୟର ୮୧୯୫ ଛାତ୍ରୀଛାତ୍ର ମଧ୍ୟରୁ  ୬୬୭୮ ଛାତ୍ରୀଛାତ୍ର ପାସ୍‌ କରିଛନ୍ତି। ପରୀକ୍ଷା ରେଜଲ୍ଟ...

ଜଗା ଦର୍ଶନ କରି ଫେରୁଥିବା ବେଳେ ଓଲଟିଲା କାର୍‌

ପଟାଙ୍ଗି,୭ା୮(ଶରତ ଧଳ): ପୁରୀରେ ମହାପ୍ରଭୁଙ୍କୁ ଦର୍ଶନ କରି ଘରକୁ ଫେରୁଥିବା ସମୟରେ ବାଟରେ ଘଟିଛି ଏକ ଅଘଟଣ। ମାତ୍ର ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରୁ କାହାରି କିଛି କ୍ଷତି ହୋଇ ନ ଥିବା ଜଣାପଡ଼ିଛି। ଏହି ଘଟଣା ଦେଖିବାକୁ ମିଳିଛି କୋରାପୁଟ...

ସାଳନ୍ଦୀ ନଦୀରେ ଭାସିଗଲେ ଦୁଇ କାଉଡ଼ିଆ

ଖଇରା,୭ା୮(ଉତ୍କଳବନ୍ଧୁ ପଣ୍ଡା): ଅଣିଜସ୍ଥିତ ସିନ୍ଧୁକେଶ୍ବର ଶିବ ମନ୍ଦିରରେ ପାଣି ଢାଳିବାକୁ ସାଳନ୍ଦୀରେ ଗାଧୋଇବାକୁ ଯାଇ ସୋମବାର ୨ କାଉଡ଼ିଆ ନିଖୋଜ ହୋଇ ଯାଇଛନ୍ତି। ନିଖୋଜ ଦ୍ବୟ ହେଲେ ଖଇରା ବ୍ଲକ ସାନଜୟୀପୁର ଗ୍ରାମର ରାଜେନ୍ଦ୍ର ସାହୁ (୨୨) ଓ କାଠିଆ...

ନଦୀବନ୍ଧରେ ଗର୍ତ୍ତ, ବିପଦ ଆଶଙ୍କା

ନିଶ୍ଚିନ୍ତକୋଇଲି,୭।୮(ଅଶୋକ କୁମାର ମହାପାତ୍ର): ନଦୀ ବନ୍ଧର ସୁରକ୍ଷା,ପଥର ପ୍ୟାକିଂ ଓ ଉନ୍ନତିକରଣ ପାଇଁ ସରକାର ଜଳ ସମ୍ପଦ ବିଭାଗ ଜରିଆରେ କୋଟି କୋଟି ଟଙ୍କାର ଅନୁଦାନ ଯୋଗାଇ ଦେଇଆସୁଥିବା ବେଳେ ବିଭାଗୀୟ ଦାୟିତ୍ୱ ହୀନତା ଓ ଅବହେଳା କାରଣରୁ ନିର୍ମାଣର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri