ଆମ ଜିଲା ଖବର

ଡ୍ୟାମ୍‌ ପାଣିରେ ବୁଡ଼ିଲା ୮ ବିସ୍ଥାପିତ ଗାଁ

ଲୋଇସିଂହା,୪।୮(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲାରେ ଗତ ତିନିଦିନ ହେଲା ଲଘୁଚାପ ଜନିତ ବର୍ଷା ତାଣ୍ଡବ ରଚିଛି। ଲୋଇସିଂହା ବ୍ଲକରେ ଗତ ତିନିଦିନରେ ୧୬୩ ମିମି ବର୍ଷା ହୋଇଛି। ଗୁରୁବାର ପୂର୍ବାହ୍ନରୁ ବର୍ଷା ଥମିଛି। ହେଲେ ଉପରମୁଣ୍ଡାରେ ଅତ୍ୟଧିକ ବର୍ଷା ଯୋଗୁ...

୨୦ ବର୍ଷ ପରେ ସମ୍ପୂର୍ଣ୍ଣ ମାତ୍ରାରେ କେନାଲରେ ଜଳ ଯୋଗାଣ

ଭବାନୀପାଟଣା,୪।୮(ଉତ୍ତମ କୁମାର ଦାଶ): ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍‌ ପ୍ରକଳ୍ପରୁ ୨୦୦୩ରୁ କେନାଲ ମାଧ୍ୟମରେ ଜଳ ସେଚନ ପ୍ରକିୟା ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ କେବଳ ଜିଲାର ଧର୍ମଗଡ ଉପଖଣ୍ଡକୁ ଜଳ ସେଚିତ କରାଯାଉଥିଲା। ତେବେ ଗତ ୨ ବର୍ଷ ତଳେ...

ବିଦ୍ୟାଳୟ ଖୋଲିବା ଦାବିରେ ତେଜିଲା ଆନ୍ଦୋଳନ

ଢେଙ୍କାନାଳ,୪।୮(ରତନ ନାୟାର): ଢେଙ୍କାନାଳ ଜିଲା ସଦର ବ୍ଲକ ବେଲଟିକିରି ଗ୍ରାମ ପଞ୍ଚାୟତ ବନ୍ଧନୂଆଗାଁରେ ୩ ବର୍ଷ ହେଲା ବନ୍ଦ ପଡିଥିବା ପ୍ରାଥମିକ ବିଦ୍ୟାଳୟ ଖୋଲିବା ଦାବିରେ ଶୁକ୍ରବାର ଗ୍ରାମବାସୀ, ଅଭିଭାବକ ଏବଂ ଛାତ୍ରୀଛାତ୍ର ରାସ୍ତା ଅବରୋଧ କରି ଧାରଣାରେ ବସି...

ଅନ୍ତର୍ଜାତୀୟ ଭାସ୍କର୍ଯ୍ୟ କଳାରେ ସୁନାମ

ରାଉରକେଲା ,୪।୮(ସଙ୍ଗୀତା ଜେନା): ଭାରତୀୟମାନେ ବିଭିନ୍ନ କ୍ଷେତ୍ରରେ ଅନ୍ତର୍ଜାତୀୟ ସ୍ତରରେ ସୁନାମ ଆଣିଛନ୍ତି। କଳା, ସଂସ୍କୃତି ଓ ଅନ୍ୟ କ୍ଷେତ୍ରରେ ଭାରତୀୟମାନେ ଆଗରେ ରହିଛନ୍ତି। ବିଶେଷ କରି ଏଥିରେ ଓଡ଼ିଆମାନଙ୍କ ସଂଖ୍ୟା କମ୍‌ ନୁହେଁ। ଏଭଳି ଜଣେ ଓଡ଼ିଆ ତଥା...

ବର୍ଷାରେ ଇସ୍ପାତ ସହର ବେହାଲ

ରାଉରକେଲା,୪।୮(ସଙ୍ଗୀତା ଜେନା): ଇସ୍ପାତ ସହର ରାଉରକେଲାରେ ଲଗାଣ ବର୍ଷା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ବୁଧବାର ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇପଡିଥିଲା। ମନ୍ଦିରା ଡ୍ୟାମ୍‌ ୧୧ଟି ଗେଟ୍‌ ଖୋଲିଥିବା ବେଳେ ଉପରମୁଣ୍ଡରେ ଅତ୍ୟଧିକ ବର୍ଷା ଯୋଗୁ କୋଏଲ...

ବ୍ୟବହାର ହେଉନି ଏସ୍‌ସିଏସ୍‌ଟି ହଷ୍ଟେଲ

ସମ୍ବଲପୁର,୪ା୮(ଶୁଭାଶିଷ ପାଢୀ): ଆଦିବାସୀ ଛାତ୍ର୍ରୀଛାତ୍ରଙ୍କୁ ଉତ୍ତମ ଶିକ୍ଷାଦାନ ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଶିକ୍ଷା ଉପକରଣ ପ୍ରଦାନ ସହ ସ୍କୁଲ କଲେଜରେ ରହି ପାଠ ପଢିବା ପାଇଁ ହଷ୍ଟେଲ ବ୍ୟବସ୍ଥା କରିଛନ୍ତି। ହେଲେ ସମ୍ବଲପୁର ଜିଲାର ଅଧିକାଂଶ ସ୍କୁଲ...

୬ବର୍ଷ ହେବ ମିଳୁଛି ଆବାସ ପ୍ରତିଶ୍ରୁତି, ଏଣେ ବର୍ଷାରେ ଭାଙ୍ଗିଗଲା ଘର

ତେନ୍ତୁଳିଖୁଣ୍ଟି,୪।୮(ଚିଦାନନ୍ଦ ସାହୁ): କେନ୍ଦ୍ର ଓ ରାଜ୍ୟ ଗରିବ ବାସହୀନଙ୍କୁ ନିଜ ଯୋଜନାରେ ଘର ଦେଉଛନ୍ତି ବୋଲି ଡିଣ୍ଡିମ ପିଟିବାରେ ହେଳା କରୁନାହାନ୍ତି। କିନ୍ତୁ ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକର ଶଶୀ ପ୍ରଧାନୀ, ପଦ୍ମା ପ୍ରଧାନୀ, ସୁଲୋଚନା ଖରା, ଦିନା ହରିଜନ...

ମାତିଛନ୍ତି ଦଲାଲ, ଜୀବିତ ଶ୍ରମିକଙ୍କୁ ମୃତ ଦର୍ଶାଇ ଟଙ୍କା ହଡ଼ପ ଉଦ୍ୟମ

ନବରଙ୍ଗପୁର,୪।୮(ସଦାଶିବ ପ୍ରହରାଜ): ଲୋକଙ୍କ ନିରାକ୍ଷରତାର ଫାଇଦା ଉଠାଉଛନ୍ତି ଦଲାଲ। ଏହାଦ୍ୱାରା ସରକାରୀ ଯୋଜନା କଳୁଷିତ ହେଉଛି। ଏହିଭଳି କେତେକ ଘଟଣା ନବରଙ୍ଗପୁର ବ୍ଲକ ବିକ୍ରମପୁର ପଞ୍ଚାୟତର ଡଙ୍ଗରିଗୁଡା, ଦେଓଳା, ଚଟାହାଣ୍ଡି ପଞ୍ଚାୟତର ସୁଗ୍ରୀଗୁଡ଼ା(ଦେଓଦରା, ଟିକରଗୁଡା ଏବଂ ବସିନୀ ଗାଁ ରେ...

ବିପଦସଙ୍କୁଳ ଅବସ୍ଥାରେ ସଦର ମହକୁମା ଫ୍ଲାଏଓଭର

ରାୟଗଡ଼ା,୪।୮(ଆଶିଷ ରଞ୍ଜନ ପଣ୍ଡା): ଜିଲା ସଦର ମହକୁମାର ମୁଖ୍ୟ ସଂଯୋଗପଥ ପାଲଟିଥିବା ଫ୍ଲାଏଓଭର ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏହାର ମରାମତି ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ଜାତୀୟ ରାଜପଥ ବିଭାଗ ପକ୍ଷରୁ ଏହାର ମରାମତି କରାଯାଉ ନାହିଁ...

ବିକ୍ରି ହେଉଛି ଏକ୍ସପାଏରି ଔଷଧ

ରାୟଗଡ଼ା,୪।୮(ଆଶିଷ ରଞ୍ଜନ ପଣ୍ଡା): ଜିଲାର ବିଭିନ୍ନ ଔଷଧ ଦୋକାନରେ ବେଆଇନ ଭାବେ ଅବଧି ଶେଷ ହୋଇଯାଇଥିବା ବା ଏକ୍ସପାଏରି ଔଷଧ ବିକ୍ରି ହେଉଛି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ଡ୍ରଗ୍ସ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଅଭିଯୋଗ...

‘ଯୁବପିଢ଼ି ସଚେତନ ହେଲେ ଗଣତନ୍ତ୍ର ସୁଦୃଢ଼ ହେବ’

ଖୋର୍ଦ୍ଧା,୪ା୮(ପ୍ରଭାତ ପାଣିଗ୍ରାହୀ): ସର୍ବବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତରେ ଯୁବସମାଜ ଏକ ପ୍ରମୁଖ ଅଙ୍ଗ। ତେଣୁ ଯୁବପିଢ଼ି ନିଜ ଦାୟିତ୍ୱକୁ ହୃଦୟଙ୍ଗମ କରିବା ସହ ସଚେତନ ହେଲେ ଗଣତନ୍ତ୍ର ସୁଦୃଢ଼ ଓ ସମୃଦ୍ଧ ପଥରେ ଆଗେଇପାରିବ। ଗଣମାଧ୍ୟମ ସମସ୍ତ ପ୍ରତିକୂଳ ପରିସ୍ଥିତିର...

ଅବ୍ୟବସ୍ଥା ଘେରରେ ୬୦ ବର୍ଷର ବିଦ୍ୟାଳୟ

କୋଦଳା,୪ା୮(ଅମିତ କୁମାର ପଟ୍ଟନାୟକ): ଶିକ୍ଷାର ଉନ୍ନତି ପାଇଁ ରାଜ୍ୟ ସରକାର ୫-ଟି ଜରିଆରେ ବହୁ କାର୍ଯ୍ୟ କରୁଥିବା ବେଳେ ୬୦ ବର୍ଷ ପୁରୁଣା କୋଦଳା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅବ୍ୟବସ୍ଥା ଘେରରେ ରହିଛି। କୋଦଳା ସହରର ବହୁ ଛାତ୍ରୀଛାତ୍ରଙ୍କ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri