ଆମ ଜିଲା ଖବର

ରାଜପଥ ପାର୍ଶ୍ୱ ଦୋକାନରେ ପୋଲିସ ଚଢ଼ାଉ

ଗଞ୍ଜାମ,୨୮।୭(ବିଦ୍ୟାଧର ସାହୁ ): ଗତ କିଛି ଦିନ ତଳେ ପୁଇଁତୋଳା ଛକଠାରେ ପାନ ଦୋକାନ କରିଥିବା ଦୁଇ ଭାଇଙ୍କୁ ଚୋରା ଗଞ୍ଜେଇ ଚାଲାଣ ଅଭିଯୋଗରେ କର୍ନାଟକ ପୋଲିସ ଉଠାଇ ନେଇଥିଲା l ଏହି ଘଟଣା ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର...

ହାତ ଗୋଡ଼ ନ ଥିବା ମିଳିଲା ନାବାଳକଙ୍କ ମୃତଦେହ: ବଳି ସନ୍ଦେହ

ଅନୁଗୋଳ,୨୮ା୭(ଅମିତ କୁମାର ସାମଲ): ଅନୁଗୋଳ ଜିଲା ଆଠମଲ୍ଲିକ ବାରିଣୀ ଜଙ୍ଗଲରୁ ନାବାଳକଙ୍କ କ୍ଷତବିକ୍ଷତ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ନାବାଳକଙ୍କ ଗୋଡ଼, ହାତ ନ ଥିବା ବେଳେ ବଳି ଦିଆଯାଇଥିବା ସନ୍ଦେହ କରାଯାଉଛି । ମିଳିଥିବା ସୂଚନା ମୁତାବକ,...

ମଣିପୁର ହିଂସା ବିରୋଧରେ ମହିଳା କଂଗ୍ରେସର ବିକ୍ଷୋଭ

ଭଦ୍ରକ,୨୮।୭(ସନାତନ ରାଉତ): ମଣିପୁରରେ ଦୀର୍ଘ ଦିନ ଧରି ଲାଗି ରହିଥିବା ହିଂସା ଓ ଦୁଇ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ପରେଡ୍‌ କରାଇବା ଘଟଣାକୁ ବିରୋଧ କରି କଂଗ୍ରେସ ପକ୍ଷରୁ ଜିଲାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।...

ଅଟୋ ଚଳାଇ ପରିବାର ପ୍ରତିପୋଷଣ କରୁଛନ୍ତି ସବିତା

ଲହୁଣୀପଡା,୨୮ା୭(ଦାଶରଥି ପଣ୍ଡା): ଦୃଢ଼ ଇଚ୍ଛାଶକ୍ତି ଏବଂ ମନୋବଳ ଆଗରେ ହାର ମାନିଛି ସବୁ କିଛି। ନିଜ ସ୍ବାମୀ ଆରପାରିକି ଚାଲିଯିବା ପରେ ପରିବାର ପ୍ରତିପୋଷଣ ପାଇଁ ମହିଳା ଜଣକ ଅଟୋ ଚଳାଉଛନ୍ତି। ସଂସାରରେ ବଞ୍ଚିବାକୁ ହେଲେ ସଂଘର୍ଷ କରିବା ଅନିବାର୍ଯ୍ୟ...

ଚିନିକଳ ପୁନଃ କାର୍ଯ୍ୟକ୍ଷମ ଦାବିରେ କଂଗ୍ରେସର ରାସ୍ତାରୋକୋ

ବଲାଙ୍ଗୀର,୨୮ା୭(ବୀରେନ୍ଦ୍ର ଝାଙ୍କର): ବଲାଙ୍ଗୀର ଦେଓଗାଁ ଚିନିକଳ ପୁନଃ କାର୍ଯ୍ୟକ୍ଷମ ଓ ବଲାଙ୍ଗୀରରେ ସୂତାକଳ ପ୍ରତିଷ୍ଠା ଦାବିରେ ଜିଲା କିଷାନ କଂଗ୍ରେସ ପକ୍ଷରୁ ଶୁକ୍ରବାର ପର୍ଯ୍ୟନ୍ତ ବଲାଙ୍ଗୀର-ପାଟଣାଗଡ଼ ରାସ୍ତାର ପଥରଚେପାଠାରେ ରାସ୍ତାରୋକୋ କରାଯାଇଥିଲା। ଏଥିରେ ଜିଲା କିଷାନ କଂଗ୍ରେସ ସଭାପତି ସାନନ୍ଦ...

ଲାଞ୍ଚ ନେଇ ଧରାପଡ଼ିଲେ ଅତିରିକ୍ତ ତହସିଲଦାର

ନୟାଗଡ଼,୨୮ା୭(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ତହସିଲରେ କାର୍ଯ୍ୟରତ ଅତିରିକ୍ତ ତହସିଲଦାର ବନମାଳୀ ପରିଡ଼ା ୩ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଗୋଟିଏ ବାଲି ଗାଡ଼ିକୁ ଛାଡ଼ିବା ପାଇଁ ୧୩ ହଜାର ଟଙ୍କା...

ସୋର୍ଲୁକୋଣ୍ଡା ବ୍ୟାରେଜର ୨ ମୁଖ୍ୟ ଫାଟକ ଅଚଳ

ବାଲିମେଳା,୨୮ା୭(ଶିବଦତ୍ତ ସାହୁ): ମାଲକାନଗିରି ଜିଲା ବାଲିମେଳା ସହରରେ ରହିଛି ପୋଟେରୁ ଜଳ ସେଚନ ପ୍ରକଳ୍ପର କାର୍ଯ୍ୟାଳୟ। ଜିଲାର ଚାଷୀଙ୍କୁ ପୋଟେରୁ ଜଳସେଚନ ବିଭାଗ ପକ୍ଷରୁ ସୋର୍ଲକୋଣ୍ଡା ଠାରେ ଥିବା ବ୍ୟାରେଜରୁ ତମସା ଓ ଗୋମ୍ଫାକୋଣ୍ଡା ଦୁଇଟି ମୁଖ୍ୟ କେନାଲ ଦ୍ୱାରା...

ଅନୁକମ୍ପା ରାଶିକୁ ଅପେକ୍ଷା

ଢେଙ୍କାନାଳ,୨୮।୭(ରତନ ନାୟାର): ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ଘଟୁଥିବା ବ୍ୟକ୍ତିଙ୍କ ପରିବାରକୁ ରାଜ୍ୟ ସରକାର ଦେଉଛନ୍ତି ୨ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା। ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍‌ଟିଏ)ଙ୍କ ପକ୍ଷରୁ ଏ ସମ୍ପର୍କିତ ଅର୍ଥରାଶି ଜିଲା ପ୍ରଶାସନକୁ ପ୍ରଦାନ କରାଯାଇଥାଏ।...

୨୫ ଲକ୍ଷର ଜେନେରେଟର ପରିତ୍ୟକ୍ତ

ଢେଙ୍କାନାଳ, ୨୮।୭(ରତନ ନାୟାର): ଢେଙ୍କାନାଳ ବାଜିଚୌକସ୍ଥିତ ପୁରୁଣା ଜିଲା ମୁଖ୍ୟ ଚିକିତ୍ସାଳୟ ତଥା ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରରେ ରକ୍ଷଣାବେକ୍ଷଣ ଅଭାବରୁ ୨୫ ଲକ୍ଷ ଟଙ୍କାର ଦୁଇଟି ବଡ଼ ଜେନେରେଟର ଖତ ଖାଉଛି। ଜିଲା ସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉ ନ...

କେନାଲରେ ପାଣି ନାହିଁ, ପଡ଼ିଆ ପଡ଼ିଛି ଚାଷଜମି

ଖଜୁରିପଡ଼ା,୨୮ା୭(ବିଦୁର ବେହେରା) : ଶ୍ରାବଣ ମାସରେ ବର୍ଷା ଝଡି, ବର୍ଷା ଝଡ଼ିରେ ଚାଲିଛି ଜୋରଦାର ଚାଷ କାମ। କିନ୍ତୁ କେନାଲରେ ପାଣି ନାହିଁ। ରକ୍ଷଣାବେକ୍ଷଣ ଅଭାବ ଯୋଗୁ କେନାଲ ଭିତରେ ଅନା ବନା ଗଛ, ସହିତ ଘାସ ଭରି ହୋଇ...

ଅତ୍ୟାଧୁନିକ ଶୈଳୀରେ ଚାଷକରି ସ୍ବାବଲମ୍ବୀ ହେଉଛନ୍ତି ଚାଷୀ

ଯୋଡ଼ା,୨୮ା୭(ମାନସ ମହାନ୍ତି): କେନ୍ଦୁଝର ଜିଲାର ଖଣି ଅଧ୍ୟୁଷିତ ଯୋଡ଼ା ଅଞ୍ଚଳରେ ଟାଟା ଷ୍ଟିଲ୍‌ ଫାଉଣ୍ଡେଶନ (ଟିଏସ୍‌ଏଫ୍‌)ର କୃଷିଭିତ୍ତିକ ପଦକ୍ଷେପ ଗତ କିଛି ବର୍ଷ ମଧ୍ୟରେ ଅଞ୍ଚଳର ରୂପାନ୍ତରଣ ଓ ସମୃଦ୍ଧି ଆଣିପାରିଛି। ଠିକ୍‌ ସହାୟତା କିଭଳି ଜଣେ ଚାଷୀଙ୍କୁ ଉଦ୍ୟୋଗୀରେ...

ଦାଦନ ଶ୍ରମିକଙ୍କ ମୃତଦେହ ଗାଁରେ ପହଞ୍ଚିଲା

କେସିଙ୍ଗା,୨୮ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ପରଲସିଙ୍ଗା ପଞ୍ଚାୟତର ସରାପଦର ଗ୍ରାମର ଧନ ଗୌଡ଼ଙ୍କ ସାନ ପୁଅ ଡିଲେଶ୍ୱର ଗତ ଏପ୍ରିଲ ମାସରେ ଦାଦନ ଖଟିବାକୁ ମୁମ୍ବାଇ ଯାଇଥିଲେ। ସେଠାକାର ଏକ ପ୍ରତିଷ୍ଠିତ ଅମୂଲ ଫ୍ୟାକ୍ଟ୍ରିରେ କାମ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri