ଆମ ଜିଲା ଖବର

ଡିଏମ୍‌ଏଫ୍‌ ପାଣ୍ଠିର ହରିଲୁଟ ଅଭିଯୋଗ

ଯାଜପୁର,୨୫ା୭(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାର ଖଣି ଖାଦାନ ଭରା ଅଞ୍ଚଳର ବିକାଶ ପାଇଁ ଜିଲା ଖଣିଜ ପଦାର୍ଥ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ଗଠିତ ହୋଇଛି। ବିଶେଷକରି ଖଣି ଖାଦାନ ଦ୍ୱାରା ପ୍ରଭାବିତ ସୁକିନ୍ଦା ଅଞ୍ଚଳର ଆଦିବାସୀମାନଙ୍କ ବିକାଶ ପାଇଁ ଡିଏମ୍‌ଏଫ୍‌ ପାଣ୍ଠିର...

ଗଛରୁ ପଡ଼ି ଚାଲିଗଲା ନବମ ଶ୍ରେଣୀ ଛାତ୍ରଙ୍କ ଜୀବନ

ଦେଓଗାଁ,୨୫।୭(କୃଷ୍ଣ ପ୍ରସାଦ ପାଣିଗ୍ରାହୀ): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅଧୀନ ଗାଇବାହାଲ ଗ୍ରାମରେ ଏକ ଅଘଟଣ ଘଟିଛି। ଗଛରୁ ପଡି ଜଣେ ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ସ୍କୁଲ ପରିସରରେ କିଛି ପିଲା ଖେଳୁଥିବା...

ଜରାଜୀର୍ଣ୍ଣ ଅବସ୍ଥାରେ ୧୩୪ ବର୍ଷର ବିଦ୍ୟାଳୟ

ବାଲିଗୁଡ଼ା,୨୫ା୭(ସଞ୍ଜୟ କୁମାର ପାଣିଗ୍ରାହୀ): ଖରା ହେଲେ ବାରଣ୍ଡାରେ ପାଠପଢ଼ା, ବର୍ଷା ହେଲେ ଛତା ଧରି ଛାତ ତଳେ ପାଠ ପଢ଼ା। ଏମିତି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲା ବାଲିଗୁଡ଼ା ବିଜ୍ଞାପିତ ପରିଷଦ ଅଞ୍ଚଳରେ ଥିବା ବ୍ରିଟିଶ ଅମଳର ବଡ଼ଗାଁ...

୭୬ ବର୍ଷର ବରକୁ ୪୬ର କନିଆଁ

ମୋହନା,୨୫ା୭(ମନ୍ମଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡପଡା ଗ୍ରାମର ରାମଚନ୍ଦ୍ର ସାହୁ (୭୬) ଏବଂ ଭଞ୍ଜନଗର କୁଲାଡ଼ ଗ୍ରାମର ସୁରେଖା ସାହୁ (୪୬)ଙ୍କ ବିବାହ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ରାମଚନ୍ଦ୍ର ଆଡ଼ପଡା ଗ୍ରାମର ମୂଳ ବାସିନ୍ଦା। ସେ...

ଅଧୀକ୍ଷଣ ଯନ୍ତ୍ରୀଙ୍କୁ ୩ କି.ମି. ଚଲାଇଲେ ଚାଷୀ

କରଞ୍ଜିଆ,୨୫ା୭(କବିତା ମହାନ୍ତ): ମୟୂରଭଞ୍ଜ ଜିଲା ଦୁଧିଆଣୀ ପଞ୍ଚାୟତର ବିଭିନ୍ନ ଗାଁରେ ଚାଷ ଜମିକୁ ଜଳଯୋଗାଣ ଦାବିରେ ଚାଷୀ ହାତୀବାରିସ୍ଥିତ ଦେଓନଦୀ ବନ୍ଧ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ୩ କି.ମି. ଚଲାଇଛନ୍ତି। ନିଅଣ୍ଟିଆ ବର୍ଷା କାରଣରୁ ଚାଷ ପଛେଇ ଯାଇଥିବାରୁ କେନାଲରେ ଜଳ...

ପୁରୀବାସୀଙ୍କ ପାଇଁ ଖୋଲିଲା ପଶ୍ଚିମଦ୍ୱାର

ପୁରୀ ଅଫିସ,୨୫ା୭(ଅଜିତ ମହାନ୍ତି):ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ନେଇ ବିଭିନ୍ନ ସଂଗଠନଠାରୁ ଆରମ୍ଭ କରି ରାଜନେତା, ପରିଚାଳନା କମିଟି ସଦସ୍ୟ, ସେବାୟତଙ୍କ ପକ୍ଷରୁ ଦାବି କରାଯିବା ପରେ ଶେଷରେ ମୁଣ୍ଡ ନୁଆଁଇଛି ପ୍ରଶାସନ। ପ୍ରାଥମିକତା ଦୃଷ୍ଟିରୁ ପୁରୀବାସୀଙ୍କ ପାଇଁ...

୪୫୫ ବର୍ଷ ହେବ ଜଳୁଛି ଧୁନି

ପୁରୀ,୨୫ା୭(ଅଜିତ ମହାନ୍ତି):ବ୍ରହ୍ମଗିରି ସାତପଡା ରାସ୍ତା ଦେଇ ଯିବାବେଳେ ବାଟରେ ମାଣିକପାଟଣା ପଡ଼େ। ଏହି ମାଣିକପାଟଣା ରାସ୍ତାରେ ରହିଛି ବ୍ରହ୍ମପଡ଼ା ମଠ। ଉକ୍ତ ମଠରେ ଆଜକୁ ଦୀର୍ଘ ୪୫୫ ବର୍ଷ ହେବ ଏକ ଧୁନି ଜଳୁଥିବା ଗ୍ରାମବାସୀ କହିଛନ୍ତି। ମଠ ପରିସରରେ...

ପାଟଣା ଅବକାରୀ ଥାନାରେ ତାଲା

ପାଟଣା,୨୫ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଟାଙ୍ଗରପଡ଼ାସ୍ଥିତ ପାଟଣା ଅବକାରୀ ଥାନା ବାହାର ଓ ଭିତର ଗେଟ୍‌ରେ ଦୀର୍ଘ ଦିନ ହେବ ତାଲା ଝୁଲୁଛି। ସୋମବାର କେତେକ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳା ଅବକାରୀ ଥାନା ଅଧିକାରୀଙ୍କୁ...

ଦିନକରେ ୭୫ ଫୌଜଦାରି ମାମଲାର ରାୟ ପ୍ରକାଶ

କଟକ,୨୫ା୭ (କାର୍ତ୍ତିକ ସାହୁ):ଓଡ଼ିଶା ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତିର ସୁଦୀର୍ଘ ଗରିମାମୟ ଇତିହାସରେ ଯୋଡ଼ିହୋଇଛି ଆଉ ଏକ ସ୍ବର୍ଣ୍ଣିମ ଫର୍ଦ୍ଦ। ହାଇକୋର୍ଟ ବିଚାରପତି ଦେବବ୍ରତ ଦାଶ ଓ ଡ. ସଞ୍ଜୀବ କୁମାର ପାଣିଗ୍ରାହୀଙ୍କ ଖଣ୍ଡପୀଠ ସୋମବାର ଗୋଟିଏ ଦିନରେ ୭୫ଟି...

ମାଓବାଦୀ ନେତା ସବ୍ୟସାଚୀଙ୍କୁ ଜାମିନ

ଗୁଣପୁର,୨୫।୭ (ପ୍ରଦୀପ କୁମାର ପାଢ଼ୀ): ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କୁ ସୋମବାର ହାଇକୋର୍ଟରୁ ଜାମିନ ମିଳିଛି। ରାୟଗଡା ଜିଲା ଗୁଣପୁର ସବ୍‌ଜଜ୍‌ଙ୍କ କୋର୍ଟରେ ସବ୍ୟସାଚୀଙ୍କ ଓକିଲ ବ୍ରହ୍ମାନନ୍ଦ ପଟ୍ଟନାୟକ ଏ ନେଇ ସୂଚନା ଦେଇଛନ୍ତି। ଗୁଣପୁରଠାରେ ଚାଲିଥିବା ଏହି ମାମଲାରେ...

‘ବାଘ ନୁହେଁ ଫିଶିଂକ୍ୟାଟ୍‌’

ଚାନ୍ଦବାଲି, ୨୫।୭ (ଅଶୋକ କୁମାର ପଣ୍ଡା)-ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ଯୁକ୍ତ ୩ କଲେଜ ସମ୍ମୁଖ ପଡ଼ିଆରେ ଦୁଇଟି ଚିତାବାଘ ଥିବା ଖବର ସୋମବାର ପ୍ରଚାରିତ ହୋଇଥିଲା। ଏହାକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ଭିଡ଼ ଜମିଥିଲା।...

ଖୋଲିଲା ହୀରାକୁଦର ଆଉ ୩ ଗେଟ୍‌

ସମ୍ବଲପୁର,୨୫ା୭(ଶୁଭାଶିଷ ପାଢ଼ୀ):ସମ୍ବଲପୁର ହୀରାକୁଦ ଡ୍ୟାମ୍‌ର ଆଉ ୩ ଗେଟ୍‌ ସୋମବାର ଖୋଲାଯାଇଛି। ଫଳରେ ଏବେ ମୋଟ ୮ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି। ଡ୍ୟାମ୍‌କୁ ଜଳ ପ୍ରବେଶ ପରିମାଣ ବୃଦ୍ଧି ପାଉଥିବାରୁ କର୍ତ୍ତୃପକ୍ଷ ପୁଣି ଗେଟ୍‌ ଖୋଲିବା ନିଷ୍ପତ୍ତି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri