ଆମ ଜିଲା ଖବର

ଜଙ୍ଗଲ ଭିତରେ ଯାତନା

ପରଜଙ୍ଗ,୨୨।୭(ନିଗମାନନ୍ଦ ଦଳବେହେରା): ଜଙ୍ଗଲିଆ ରାସ୍ତାରେ ହାତୀ ଉପଦ୍ରବ। ବନ୍ୟଜନ୍ତୁଙ୍କ ଆକ୍ରମଣ ଭୟ। ହେଲେ ଏଭଳି ବିପଦ ମୁଣ୍ଡେଇ ବହିବସ୍ତାନି ଧରି ସ୍କୁଲ ମୁହାଁ ହେଉଛନ୍ତି କୋମଳମତି ପିଲା। କୌଣସି ଆଗପଛ ବିଚାର ନ କରି ସ୍କୁଲ ମିଶ୍ରଣ କରି ଦିଆଯିବା...

କୁମ୍ଭୀର ରହୁଥିବା ନଦୀ ଗଣ୍ଡ ପୋତିବାକୁ ସହମତି

ଦିଗପହଣ୍ଡି,୨୨ା୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଘୋଡାହଡ ଜଳଭଣ୍ଡାର ଏବଂ ଆଖପାଖ ନଦୀଗଣ୍ଡ ଗୁଡ଼ିକରେ ବାରମ୍ବାର କୁମ୍ଭୀର ଆକ୍ରମଣ ପରେ ଶୁକ୍ରବାର ଉଚ୍ଚସ୍ତରୀୟ ତଦନ୍ତ ନିମନ୍ତେ ଜଳସମ୍ପଦ ବିଭାଗୀୟ ଅଧିକାରୀବୃନ୍ଦ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ଏଥିସହ ବିଭିନ୍ନ ଗ୍ରାମର ବାସିନ୍ଦାଙ୍କ...

ବିଦ୍ୟାଳୟ ପରିସରରେ ପଶିଲା ବର୍ଷାଜଳ

ଦାରିଙ୍ଗବାଡ଼ି,୨୨ା୭(ଅରୁଣ ସାହୁ): ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଲଘୁଚାପଜନିତ ଲଗାଣ ବର୍ଷା ଲାଗି ରହିଥିବା ବେଳେ ଗୁରୁବାର ମଧ୍ୟାହ୍ନରେ କିଛି ସମୟ ପ୍ରବଳ ବର୍ଷା ହୋଇଥିଲା। ଫଳରେ ଉକ୍ତ ବ୍ଲକ ସିମନବାଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମୁଖ୍ୟ ଫାଟକ ଦେଇ ଯାଇଥିବା...

ଫେରାର ମ୍ୟାନେଜର ପୁରୀରୁ ଗିରଫ

ବାସୁଦେବପୁର,୨୨।୭ (ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁରରେ କାର୍ଯ୍ୟ କରୁଥିବା ଭିକ୍ଟର ଫାଇନାନ୍ସ ନାମକ ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର ମ୍ୟାନେଜର କମ୍ପାନୀର ପ୍ରାୟ ୫.୨୪ ଲକ୍ଷ ଟଙ୍କା ନେଇ ଗତ ଜୁନ୍‌ ୧୪ରୁ ଫେରାର ଥିଲେ।...

ପୋଲିସ ଗୁମର ଖୋଲିଲେ ବ୍ୟବସାୟୀ

ବାଲେଶ୍ୱର,୨୧ା୭(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ଚାନ୍ଦିପୁର ଥାନାର ଆଇଆଇସି ଗଣେଶ୍ୱର ପ୍ରଧାନ ଓ ଏଏସ୍‌ଆଇ ପ୍ରଦୀପ କୁମାର ମହାନ୍ତି ଜଣେ ମଦ ବ୍ୟବସାୟୀଙ୍କଠାରୁ ମାସିକିଆ ବଟି ନେଉଥିବା ବେଳେ ଗତ ୧୯ ତାରିଖରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଏନେଇ ଭିଜିଲାନ୍ସ...

ନିର୍ମାଣର ୧୦ ଦିନରେ ଭାଙ୍ଗିଗଲା ଚେକ୍‌ ଡ୍ୟାମ

କଣ୍ଟିପାଳ,୨୨ା୭ (ସୁଶାନ୍ତ କୁମାର ସାହୁ ): ମରୁଡି ସମସ୍ୟାକୁ ଦୂର ପାଇଁ ଚାଷ ଜମିରେ ଜଳ ସେଚନ ପାଇଁ ବିଭିନ୍ନ ସୁବିଧା କରାଯାଉଛି। କେଉଁଠି କେନାଲ ସାହାଯ୍ୟରେ ତ କେଉଁଠି ଲିଫ୍ଟ ପଏଣ୍ଟ କରି ଛୋଟ ଛୋଟ ନାଳରେ ଚେକ...

୧୫ ଲକ୍ଷର ପୋଲ ଧୋଇଗଲା

ଉଦଳା,୨୨।୭(ସନ୍ତୋଷ କୁମାର ବାଚ୍ଛିନୀ): ୧୫ ଲକ୍ଷ ଟଙ୍କା ବ୍ୟୟ ଅଟ୍ଟକଳରେ ତିଆରି ହୋଇଥିବା ଅସ୍ଥାୟୀ ପୋଲ ୧୫ ମାସ ବି ଗଲାନି। ନଦୀରେ ଅଳ୍ପ ପାଣି ଆସିବାରୁ ପୋଲ ଧୋଇଗଲା। ଉଦଳା-ବାଲେଶ୍ୱର ରାଜ୍ୟ ରାଜପଥର କଇଁସାରୀଠାରେ ଥିବା ଜାମୁଘାଟ ଅସ୍ଥାୟୀ...

୪ ଦ୍ୱାର ଖୋଲିବା ନିଷ୍ପତ୍ତି ହୋଇପାରିଲାନି

ପୁରୀ,୨୨ା୭(ଅଜିତ୍‌ ମହାନ୍ତି): ଚଳିତ ବର୍ଷ ମହାପ୍ରଭୁଙ୍କ ଘୋଷଯାତ୍ରା ପରେ ଶ୍ରୀମନ୍ଦିର ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗକୁ ନେଇ ଶୁକ୍ରବାର ଛତିଶା ନିଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବଡ଼ଦାଣ୍ଡସ୍ଥିତ ନୀଳାଦ୍ରି ଭକ୍ତନିବାସ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ...

ଦତ୍ତମହାପାତ୍ର ନିଯୋଗକୁ କାରଣ ଦର୍ଶାଅ ନୋଟିସ

ପୁରୀ, ୨୨ା୭(ଅଜିତ ମହାନ୍ତି): ମହାପ୍ରଭୁଙ୍କ ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର ନୀତିରେ ବିଶୃଙ୍ଖଳା ନେଇ ଶୁକ୍ରବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦତ୍ତମହାପାତ୍ର ନିଯୋଗକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଶ୍ରୀମନ୍ଦିର ଆଇନ-୨୦ ଓ ୩୦ ଧାରା ଅନୁଯାୟୀ ଏହି...

କୂଅ ଭିତରେ ଶ୍ୱାସରୁଦ୍ଧ ହୋଇ ୨ ମୃତ

ପରଜଙ୍ଗ, ୨୨ା୭(ନିଗମାନନ୍ଦ ଦଳବେହେରା): କୂଅ ସଫେଇ ଚାଲିଥିବା ବେଳେ ଅଣନିଃଶ୍ୱାସୀ ହୋଇ ଖସିପଡ଼ିଲେ ଶ୍ରମିକ। ତାଙ୍କୁ ଉଦ୍ଧାର କରିବାକୁ ଯାଇଥିବା ମାଲିକ ମଧ୍ୟ ଫସିଗଲେ। ଶ୍ୱାସରୁଦ୍ଧ ହୋଇ ଘଟଣାସ୍ଥଳରେ ଚାଲିଗଲା ୨ ଜଣଙ୍କ ଜୀବନ। ଢେଙ୍କାନାଳ ଜିଲା ପରଜଙ୍ଗ ଥାନା...

ଜଳବନ୍ଦୀ ଜୀବନ ବିତାଉଛନ୍ତି ୬ ଗ୍ରାମର ବାସିନ୍ଦା

ଦଶମନ୍ତପୁର,୨୨ା୭ (ଅରବିନ୍ଦ ନାୟକ ): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ମୁଜାଙ୍ଗ ପଞ୍ଚାୟତର ବାଲିଗୁଡ଼ା, ବଡ଼କଙ୍କଡ଼ାପୁଟ, ସାନକଙ୍କଡ଼ାପୁଟ, ବାଲିଗୁଡ଼ା, ଡଙ୍ଗାୟତ ଫୁଟ, ଡୁମ୍ବାଗୁଡ଼ା ଆଦି ୬ଟି ଗ୍ରାମର ଲୋକେ ମୁରାନ ନଦୀ ଯୋଗୁ ଜଳବନ୍ଦୀ ଜୀବନ ବିତାଉଛନ୍ତି। ବାଲିଗୁଡା ଗ୍ରାମରେ...

ଉଭା ହୋଇପାରନ୍ତି ନୂଆ ମୁହଁ

ଯାଜପୁର,୨୨ା୭(ହର୍ଷବର୍ଦ୍ଧନ ବେହେରା): ୨୦୦୦ ମସିହାରୁ ଯାଜପୁର ଲୋକ ସଭା ଓ ୨୦୦୯ରୁ ସମସ୍ତ ବିଧାନସଭା ଆସନକୁ ବିଜେଡି ଅକ୍ତିଆର କରିଆସୁଛି। କିନ୍ତୁ ୨୦୧୪ରେ ଯାଜପୁର ସଂସଦୀୟ କ୍ଷେତ୍ରରେ ବିଜେଡି ୫୫.୭୮ ପ୍ରତିଶତ ଭୋଟ ପାଇଥିଲାବେଳେ ୨୦୧୯ରେ ୪୯.୮୧ ପ୍ରତିଶତକୁ ଖସିଥିଲା।...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri