ଆମ ଜିଲା ଖବର

ମାଲଗୋଦାମରେ ମସଲା ଅପମିଶ୍ରଣ

କଟକ,୨୨ା୭ (କାର୍ତ୍ତିକ ସାହୁ): କଟକ ଅପମିଶ୍ରିତ ସାମଗ୍ରୀର ପେଣ୍ଠସ୍ଥଳ ପାଲଟିଛି। କିଛି ମାସ ବ୍ୟବଧାନ ପରେ ମାଲଗୋଦାମ ଅଞ୍ଚଳର ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଶୁକ୍ରବାର କମିଶନରେଟ୍‌ ପୋଲିସ କଟକ ମହାନଗର ନିଗମ(ସିଏମ୍‌ସି)ର ସ୍ବାସ୍ଥ୍ୟ ବିଭାଗ ସହଯୋଗରେ ଚଢାଉ କରି ୨୪...

ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କୋର୍ଟ ଛୁଟି

କଟକ,୨୨ା୭ (କାର୍ତ୍ତିକ ସାହୁ): ଆସନ୍ତା ୨୬ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କଟକ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଉକ୍ତ ଦିନ ଓଡ଼ିଶା ହାଇକୋର୍ଟ ପକ୍ଷରୁ କୋର୍ଟ ଛୁଟି ଘୋଷଣା କରାଯାଇଛି। କଟକ ଜଜ୍‌ଶିପ୍‌ ମୁଖ୍ୟାଳୟର ସମସ୍ତ ସିଭିଲ ଓ...

କେଦାରନାଥ ପର୍ବତରେ ଉଡ଼ିଲା ପତିତପାବନ ବାନା

ପୁରୀ, ୨୨ା୭(ଅଜିତ ମହାନ୍ତି): ଜୟ ଜଗନ୍ନାଥ ଧ୍ୱନୀରେ ଦେବଭୂମି ବାବା କେଦାରନାଥଙ୍କ ଧାମ ପ୍ରକମ୍ପିତ ହେଲା। କେଦାରନାଥଙ୍କ ପାବନକ୍ଷେତ୍ରରେ ପାହାଡ଼ ଶୀର୍ଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପତିତପାବନ ବାନା ଉଡ଼ିଛି। ଏନେଇ ପୁରୀବାସୀ ଖୁସି ବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ, ପୁରୀର କେତେଜଣ...

ବନକଲାଗି ନୀତିରେ ବିଶୃଙ୍ଖଳା: ଦତ୍ତମହାପାତ୍ର ନିଯୋଗକୁ କାରଣ ଦର୍ଶାଅ ନୋଟିସ

ପୁରୀ, ୨୧ା୭(ଅଜିତ ମହାନ୍ତି): ମହାପ୍ରଭୁଙ୍କ ବନକଲାଗି ବା ଶ୍ରୀମୁଖ ଶୃଙ୍ଗାର ନୀତିରେ ବିଶୃଙ୍ଖଳା ନେଇ ଶୁକ୍ରବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦତ୍ତମହାପାତ୍ର ନିଯୋଗକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଶ୍ରୀମନ୍ଦିର ଆଇନ-୨୦ ଓ ୩୦ ଧାରା ଅନୁଯାୟୀ ଏହି...

ଆକ୍ରମଣ ମାମଲାରେ ୪ ଗିରଫ

ଜୟପୁର, ୨୧।୭(ପବନ ପାଣଗ୍ରାହୀ): ଆକ୍ରମଣ ମାମଲାରେ ୪ ଅଭିଯୁକ୍ତଙ୍କୁ ଜୟପୁର ସଦର ପୋଲିସ ଗିରଫ କରିଛି। ସେମାନେ ହେଲେ ଗଡ଼ପଦର ଗ୍ରାମର ଅଭି ସୁନା (୪୫), ଗୌରାଙ୍ଗ ସୁନା (୨୧), ଟୁନା ସୁନା (୨୭) ଓ ପଦ୍ମନ ସୁନା (୪୫)।...

ଡକାୟତି ମାମଲାରେ ଫେରାର ଅଭିଯୁକ୍ତ ଗିରଫ

ଜୟପୁର, ୨୧।୭(ପବନ ପାଣଗ୍ରାହୀ): ଡକାୟତି ମାମଲାରେ ଫେରାର ଅଭିଯୁକ୍ତଙ୍କୁ ଜୟପୁର ସଦର ପୋଲିସ ଗିରଫ କରିଛି। ସେ ହେଲେ ଦାମାଗୁଡ଼ାର ସନ୍ତୋଷ ଖିଲ (୨୮)। ସନ୍ତୋଷଙ୍କ ନାମରେ ଜୟପୁର ସଦର ଥାନାରେ ଅନେକ ଅପରାଧିକ ମାମଲା ରହିଥିଲା। ୨୦୨୨ରେ ଏକ...

ପଥର ଧସି ରାସ୍ତା ଅବରୋଧ

ଅଡ଼ବା,୨୧ା୭(ଇମ୍ରାନ୍‌ ଖାନ୍‌): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଜାରି ରହିଛି। ବର୍ଷା ଯୋଗୁ ବ୍ଲକ ଅନ୍ତର୍ଗତ ବିରିକୋଟ ପଞ୍ଚାୟତ ହରଭଙ୍ଗି ଡ୍ୟାମ ନିକଟ ପାହାଡ଼ରୁ ସୋମବାର ପୂର୍ବାହ୍ନରେ ପଥର ଧସି ରାସ୍ତା ଅବରୋଧ ହୋଇଥିଲା। ଫଳରେ...

ଖରିଫ୍‌ ଧାନକିଣା ପଞ୍ଜୀକରଣ ଆରମ୍ଭ

ଭଦ୍ରକ,୨୧।୭(ସନାତନ ରାଉତ): ଭଦ୍ରକ ଜିଲାରେ ୨୦୨୩-୨୪ ଖରିଫ ଧାନକିଣା ପାଇଁ ଚାଷୀ ପଞ୍ଜୀକରଣ ଗତ ୧୫ ତାରିଖରୁ ଆରମ୍ଭ ହୋଇଛି। ଆସନ୍ତା ଅଗଷ୍ଟ ୧୬ ପଞ୍ଜୀକରଣର ଶେଷ ତାରିଖ ରଖାଯାଇଛି। ଜିଲାରେ ୯୭ଟି ପାକ୍ସ ଓ ୫୪ ମହିଳା ଗୋଷ୍ଠୀ...

ନୀଳଗିରି ବାଇପାସ୍‌ରୁ ଜବରଦଖଲ ଉଚ୍ଛେଦ

ନୀଳଗିରି,୨୧।୭(ପ୍ରଶାନ୍ତ ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ଦେଇ ଯାଇଥିବା ଶେରଗଡ଼-ନୀଳଗିରି ଓ ଝରଣାଘାଟୀ ୧୯ନଂ. ରାଜ୍ୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ଏହି ପରିପ୍ରେକ୍ଷୀରେ ନୀଳଗିରି ବାଇପାସ୍‌ ପିଚୁ ରାସ୍ତାର (ତଳ ସଡ଼କ) ଉଭୟ ପାଶର୍‌ବରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା...

ଭିଜିଲାନ୍ସ ଜାଲରେ ଆଇଆଇସି

ବୌଦ୍ଧ ୨୧।୭: ବୌଦ୍ଧ ଜିଲା ହରଭଙ୍ଗା ଥାନା ଆଇଆଇସି ଶୁକ୍ରବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଆଇଆଇସି ପୁଷ୍ପଲତା ରାଉତରାୟ ୧ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ତାଙ୍କୁ ଗିରଫ କରିଛି । ବେଆଇନ ବାଲି ବୋଝେଇ...

ରାଜଧାନୀରୁ ଚୋରି ହୋଇଥିବା ସ୍କୁଟି ଚାନ୍ଦବାଲିରୁ ମିଳିଲା

ଚାନ୍ଦବାଲି,୨୧।୭(କିଶାନ ପାତ୍ର): ଭୁବନେଶ୍ୱରସ୍ଥିତ ସମ୍‌ ହସ୍ପିଟାଲରୁ ମାସେ ତଳେ ଚୋରି ହୋଇଥିବା ଏକ ସ୍କୁଟିକୁ ଚାନ୍ଦବାଲି ପୋଲିସ ଜବତ କରିଛି। ଏନେଇ ପୋଲିସ ଏକ ମାମଲା (ନଂ.୨୧୯/୨୩) ରୁଜୁ କରି ୨ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ଗିରଫ...

ଖେଳୁଥିବା ବେଳେ ପୋଖରୀରେ ପଡ଼ିଗଲେ ଶିଶୁପୁତ୍ର

ଚାନ୍ଦବାଲି,୨୧।୭(କିଶାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଭୂଇଁବୃତି ଗାଁରେ ଏକ ଅଘଟଣ ଘଟିଛି। ପୋଖରୀରେ ପଡ଼ି ଜଣେ ଶିଶୁପୁତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଶିଶୁ ହେଉଛନ୍ତି ଗାଁର ତପନ ସେଠୀଙ୍କ ପୁଅ ସୌମ୍ୟରଞ୍ଜନ(୩)। ମିଳିଥିବା ସୂଚନା ମୁତାବକ,...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri