ଆମ ଜିଲା ଖବର

ନିର୍ମାଣ ହେବ ୧୪ ଫ୍ଲଡ୍‌ ଫୋର୍‌କାଷ୍ଟିଂ ସିଷ୍ଟମ

ଯାଜପୁର,୨୧ା୭(ହର୍ଷବର୍ଦ୍ଧନ ବେହେରା): ବୈତରଣୀ ଓ ବୁଢାବଳଙ୍ଗ ନଦୀରେ ଅତିରିକ୍ତ ଭାବେ ୧୪ଟି ବନ୍ୟା ପୂର୍ବାନୁମାନ ପଦ୍ଧତି ବା ଫ୍ଲଡ୍‌ ଫୋର୍‌କାଷ୍ଟିଂ ସିଷ୍ଟମ ନିର୍ମାଣ ହେବ। ଯାଜପୁର ଓ ଭଦ୍ରକ ଜିଲାର ବୈତରଣୀ ନଦୀ ଅବବାହିକାରେ ୬ ଏବଂ ମୟୂରଭଞ୍ଜ ଓ...

ଭାଙ୍ଗିଲା ପାର୍କ ପାଚେରି, ଭାସିଲା ବଜାର

କାମାକ୍ଷାନଗର,୨୧।୭(ସୁଧୀର ପରିଡ଼ା): ଲଘୁଚାପଜନିତ ଲଗାଣବର୍ଷାରେ ପଦାରେ ପଡ଼ିଛି ଅବ୍ୟବସ୍ଥା। କେଉଁଠି ନିର୍ମାଣାଧୀନ ପାର୍କ ପାଚେରି ଭାଙ୍ଗିପଡ଼ିଛି ତ ଅନ୍ୟ କେଉଁଠି ନର୍ଦ୍ଦମା ପାଣି ସୁଅରେ ବେହାଲ ହୋଇଛି ଜୀବନଯାତ୍ରା। ବିକାଶମୂଳକ କାର୍ଯ୍ୟରେ ଦୁର୍ନୀତି ଏବଂ ବର୍ଷ ବର୍ଷ ଧରି ଡ୍ରେନେଜ୍‌...

ଗୋରୁପଲ ପାଇଁ କଲବଲ

କାମାକ୍ଷାନଗର, ୨୧।୭(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲାର ଅନ୍ୟତମ ପ୍ରମୁଖ ସହର କାମାକ୍ଷାନଗର ଏନ୍‌ଏସିରେ ବୁଲାଗୋରୁଙ୍କୁ ନେଇ ସମସ୍ୟା ବଢ଼ିବାରେ ଲାଗିଛି। ସହରାଞ୍ଚଳର ଅଧିକାଂଶ ବ୍ୟସ୍ତବହୁଳ ସଡ଼କରେ ଗାଈ, ବଳଦ, ଷଣ୍ଢ ନିର୍ବିଘ୍ନରେ ବିଚରଣ କରୁଛନ୍ତି। ବ୍ୟବସାୟିକ ପ୍ରତିଷ୍ଠାନ, ବିଦ୍ୟାଳୟ ସମ୍ମୁଖ...

ଅନୁମୋଦନ ୬୬୯୨, ଖାଲିପଡ଼ିଛି ୫୦୨୮ ଅଣଶିକ୍ଷକ ପଦବୀ

ଭଞ୍ଜନଗର,୨୧।୭(ବାବୁଲା ପ୍ରଧାନ):ରାଜ୍ୟର ୪୮୮ ବର୍ଗ ବେସରକାରୀ ଅନୁଦାନପ୍ରାପ୍ତ କଲେଜ ଗୁଡ଼ିକରେ ୬୬୯୨ଟି ଅଣଶିକ୍ଷକ ପଦବୀ ବହୁବର୍ଷ ପୂର୍ବେ ଅନୁମୋଦନ ହୋଇଛି। କିନ୍ତୁ ଗତ ଡିସେମ୍ବର ୩୧ ସୁଦ୍ଧା ମାତ୍ର ୧୬୬୪ଜଣ କର୍ମଚାରୀ ଥିବା ସୋମବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏଜି...

ନୟାଗଡ଼ ଡିଏଚଏଚ୍‌ରେ ନାହିଁ ଅତ୍ୟାଧୁନିକ ଆମ୍ବୁଲାନ୍ସ

ନୟାଗଡ଼,୨୧।୭ (ଲୋକନାଥ ମିଶ୍ର): ନୟାଗଡ଼ ଜିଲାକୁ ଛାଡି ଦେଲେ ଅବଶିଷ୍ଟ ୨୯ ଜିଲା ମୁଖ୍ୟ ଚିକିତ୍ସାଳୟ(ଡିଏଚ୍‌ଏଚ୍‌)ରେ ବେସିକ ଲାଇଫ୍‌ ସପୋର୍ଟ ଆମ୍ବୁଲାନ୍ସ ରହିଛି । ତେବେ ନୟାଗଡ଼ ଜିଲାରେ ଏଭଳି ଆମ୍ବୁଲାନ୍ସ ନାହିଁ। ସାଢ଼େ ୩ ବର୍ଷ ତଳେ ମୋ...

ବେଆଇନ ବସ୍ତି ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ

କଟକ (କାର୍ତ୍ତିକ ସାହୁ)/ ପୁରୀ,୨୧ା୭(ଅଜିତ୍‌ ମହାନ୍ତି): ପୁରୀ ସହରର ବଳିଆପଣ୍ଡା ଅଞ୍ଚଳରେ ଥିବା ଡମ୍ପିଂୟାଡ୍‌ ଚତୁଃପାର୍ଶ୍ୱରୁ ବେଆଇନ ବସ୍ତି ସ୍ଥାନାନ୍ତର ପାଇଁ ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) ନିର୍ଦ୍ଦେଶ ଦେଇଛନ୍ତି। ପୁରୀ ମ୍ୟୁନିସିପାଲିଟି ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ନିର୍ଦ୍ଦେଶ...

ଲଘୁଚାପ ବର୍ଷା ପରେ ଆରମ୍ଭ ହେଲା ଧାନରୁଆ

ପାଣିକୋଇଲି,୨୧ା୭(ବିକାଶ ମଲ୍ଲିକ): ମୌସୁମୀ ବର୍ଷାର ଅନିୟମିତତା ଯୋଗୁ ଚାଷ କାର୍ଯ୍ୟ ବିଳମ୍ବ ହୋଇଛି। ଯେଉଁମାନେ ମୌସୁମୀ ବର୍ଷକୁ ଅପେକ୍ଷା ନ କରି ପାଣିମଡ଼ାଇ ଧାନ ତଳି ପକାଇଥିଲେ ଲଘୁଚାପ ବର୍ଷ ହେବା ପରେ ସେମାନେ ତଳି ରୁଆ କାମ ଆରମ୍ଭ...

ନାବାଳିକା ବଳାତ୍କାରୀଙ୍କୁ ୫ବର୍ଷ ଜେଲ

ସୋନପୁର,୨୦।୭(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଅତିରିକ୍ତ ଜିଲାଜଜ୍‌ ତଥା ସ୍ବତନ୍ତ୍ର ଜଜ୍‌ ପୂର୍ଣ୍ଣିମା ଜେନା ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ବଳାତ୍କାରୀଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ରାୟ ଶୁଣାଇଛନ୍ତି ।...

ଦୋକାନର ଛାତ କାଟି ନେଇଗଲେ

ଜୁନାଗଡ଼,୨୦।୭(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ ସହରର କଲମପୁର ଛକ ନିକଟରେ ଥିବା ୨ଟି ଦୋକାନର ଛାତ କାଟି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି କରିନେଇଛନ୍ତି। ଏ ନେଇ ଦୋକାନ ମାଲିକ ଗୁରୁବାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।...

ବିଜେଡି କର୍ମୀ ହତ୍ୟା ମାମଲା: ଏସ୍‌ଡିପିଓଙ୍କ କାର୍ଯ୍ୟାଳୟ ଘେରିଲା ଭାଜପା

ବଡ଼ବିଲ,୨୦।୭ (ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲର ବିଜେଡି କର୍ମୀ ସୁନୀଲ ସିହ୍ନା ଓରଫ ଭୋଲାଙ୍କୁ ଗୁଳିକରି ହତ୍ୟା ଘଟଣାରେ ଭାଜପା ଫେରାର ଦୁଇ ସୁପାରି କିଲରଙ୍କୁ ଗିରଫ ଓ ବଡ଼ବିଲ ପୌରାଅଧ୍ୟକ୍ଷ ଲକ୍ଷ୍ମଣ ମହାନ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ...

 ଚୋରି ଘଟଣାର ନାଁ ପ୍ରକାଶକୁ ନେଇ ଯୁବକଙ୍କୁ ହତ୍ୟା

ଯୋଡ଼ା, ୨୦ା୭(ମାନସ ମହାନ୍ତି): କେନ୍ଦୁଝର ଜିଲା ବାମେବାରୀ ଥାନା ଅଧୀନ ସିଲଯୋଡ଼ା ନିକଟସ୍ଥ କୁଦୁର ସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ଚୋରି ଘଟଣାକୁ ନେଇ ଗ୍ରାମର କିଛି ଲୋକ ସଂଘବଦ୍ଧ ଭାବେ ଜଣଙ୍କୁ ପିଟି ହତ୍ୟା କରିଛନ୍ତି। ମୃତକ...

ଛାତ୍ର ସଂସଦ ନିର୍ବାଚନ କରାଯାଉ: ଏବିଭିପି

କେନ୍ଦୁଝର,୨୦ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ଦୀର୍ଘ ୪ ବର୍ଷ ହେବ ଛାତ୍ର ସଂସଦ ନିର୍ବାଚନ ହେଉ ନ ଥିବାରୁ ଏବିଭିପି ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି । ତେଣୁ ରାଜ୍ୟ ସରକାର ତୁରନ୍ତ ନିର୍ବାଚନ କରିବା ପାଇଁ ଗୁରୁବାର ସରସ୍ବତୀ ଶିଶୁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri