ଆମ ଜିଲା ଖବର

୨ବର୍ଷ ଧରି ନିଖୋଜ ଥିବା ମହିଳାଙ୍କ ମୃତଦେହ ଗାଁ ମୁଣ୍ଡରୁ ଜବତ

ଦଶମନ୍ତପୁର,୧୬।୭ (ଅରବିନ୍ଦ ନାୟକ )୨ ବର୍ଷ ୩ ମାସ ହେଲା ନିଖୋଜ ଥିବା ଜଣେ ମହିଳାଙ୍କ ମୃତଦେହକୁ ପୋଲିସ କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଚଣାବାଡ ପଞ୍ଚାୟତର କଟ୍ରାଆମ୍ବ ଗ୍ରାମ ନିକଟରୁ ଜବତ କରିଛି। ମୃତକ ହେଲେ କଡ୍ରୁ ମୁଦୁଲିଙ୍କ...

ଚନ୍ଦ୍ରୟାନ-୩ ପ୍ରୋଜେକ୍ଟରେ ଡେରାବିଶର ଶୁଭାଶିଷ

ଡେରାବିଶ,୧୬।୭(ବେବର୍ତା ଅଜୟ ଦାସ)ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ସ୍ପେସ୍‌ ସେଣ୍ଟରରୁ ଶୁକ୍ରବାର ଭାରତର ତୃତୀୟ ମୁନ୍‌ ମିଶନ୍‌ ‘ଚନ୍ଦ୍ରୟାନ୍‌-୩’ର ସଫଳ ଉତ୍‌କ୍ଷେପଣ କରାଯାଇଛି। ଆସନ୍ତା ଅଗଷ୍ଟ ୨୩ରେ ଚନ୍ଦ୍ରୟାନ୍‌-୩ ଚନ୍ଦ୍ରପୃଷ୍ଠରେ ପହଞ୍ଚତ୍ବ ବୋଲି ଆଶା ରହିଛି। ଏହି ପ୍ରୋଜେକ୍ଟରେ କେନ୍ଦ୍ରାପଡ଼ା...

ସମଲେଇ ଯୋଜନା ଡିସେମ୍ବର ସୁଦ୍ଧା ଲୋକାର୍ପଣ

ସମ୍ବଲପୁର,୧୬।୭ (ଶୁଭାଶିଷ ପାଢ଼ୀ)୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ଙ୍କ ୨ଦିନିଆ ସମ୍ବଲପୁର ଗସ୍ତର ଶନିବାର ପ୍ରଥମ ଦିନରେ କୁଚିଣ୍ଡା, ରେଙ୍ଗାଲି, ସମ୍ବଲପୁରର ଏକାଧିକ ସ୍ଥାନରେ କାର୍ଯ୍ୟକ୍ରମ ହୋଇଥିଲା। ଏହି ଗସ୍ତ ସମୟରେ ସଚିବ ଲୋକଙ୍କଠାରୁ ସିଧାସଳଖ ଅଭିଯୋଗ ଶୁଣିଥିଲେ। ସେ କହିଥିଲେ,...

ସାପକାମୁଡ଼ାରେ ୨ ଜୀବନ ଗଲା

ରାଇରଙ୍ଗପୁର,୧୫ା୭(ମାନସ ମହାନ୍ତି): ମୟୂରଭଞ୍ଜ ଜିଲା ପୋଲିସ ସର୍କଲ ଅଧୀନସ୍ଥ ଯାମଦା ଏବଂ ରାଇରଙ୍ଗପୁର ଗ୍ରାମାଞ୍ଚଳ ସମେତ ଦୁଇଟି ଥାନା ଅଞ୍ଚଳରେ ଶନିବାର ସାପ କାମୁଡ଼ାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ପୋଲିସ ପକ୍ଷରୁ ପୃଥକ୍‌ ଭାବେ ଦୁଇଟି ଅପମୃତ୍ୟୁ...

ବେଆଇନ ଜଙ୍ଗଲ କାଟି ମକାଚାଷ, ୨ ଜଣଙ୍କୁ ୧୫ ହଜାର ଟଙ୍କା ଲେଖାଏ ଜରିମାନା

କୋକସରା,୧୫ା୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା ଅମପାଣି ବିରିମୁହାଣ ଜଙ୍ଗଲରେ ଟ୍ରାକ୍ଟର ଲଙ୍ଗଲ କରୁଥିବା ସମୟରେ ବନବିଭାଗ, ଟ୍ରାକ୍ଟର ଜବତ କରିବା ସହ ୧୫ ହଜାର ଟଙ୍କା ଲେଖାଏ ଦୁଇ ଜଣକୁ ଜରିମାନା କରିଥିବା ସୂଚନା ମିଳିଛି। ଦୁଇ ଜଣ...

ହଷ୍ଟେଲ ଖାଦ୍ୟ ଖାଇ ଝାଡ଼ାବାନ୍ତିରେ ନର୍ସିଂ କଲେଜ ଛାତ୍ରୀ ଆକ୍ରାନ୍ତ

କୋରାପୁଟ,୧୫ା୭(ଅମିତାଭ ବେହେରା): କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ ସମ୍ମୁଖରେ ଥିବା କୋରାପୁଟ ନର୍ସିଂ କଲେଜର ଛାତ୍ରୀମାନେ ହଷ୍ଟେଲ ଖାଦ୍ୟ ଖାଇ ଝାଡ଼ାବାନ୍ତିରେ ପଡ଼ି ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାଯାଇଛି। ଏହି କଲେଜର କଲେଜର ୫ରୁ...

ବାଲିଗୁଡ଼ାରେ ବ୍ୟାପୁଛି ଆଖିଧରା ରୋଗ

ବାଲିଗୁଡ଼ା,୧୫ା୭(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ତଥା ଏହାର ଆଖପାଖ ଅଞ୍ଚଳରେ ଆଖିଧରା ରୋଗ ବ୍ୟାପିବାରେ ଲାଗିଛି। ଗାଁଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ଦିନକୁ ଦିନ ଏହି ରୋଗ ବ୍ୟାପିବାରେ ଲାଗିଛି । ବିଶେଷକରି ବିଦ୍ୟାଳୟ ଓ...

ଗଞ୍ଜେଇ ଭର୍ତ୍ତି କାର୍‌ ଜବତ

ଦାରିଙ୍ଗବାଡ଼ି,୧୫ା୭(ଅରୁଣ ସାହୁ): କନ୍ଧମାଳ ଜିଲାରେ ଦିନକୁ ଦିନ ଗଞ୍ଜେଇ ଚାଷ ବୃଦ୍ଧି ପାଇଥିବା ବେଳେ ବାଲିଗୁଡ଼ା, କ. ନୂଆଗାଁ ପାର ହୋଇ ଦାରିଙ୍ଗବାଡ଼ି ଥାନା ଅଞ୍ଚଳ ଦେଇ ଗଞ୍ଜେଇ ମାଫିଆମାନେ ବେଧଡ଼କ ଚୋରାଚାଲାଣ କରୁଛନ୍ତି। ଦାରିଙ୍ଗବାଡ଼ି ପୋଲିସ ଗଞ୍ଜେଇ ଚୋରାଚାଲାଣ...

ଅଙ୍ଗଦଙ୍କ ହାତ ଆକ୍ରମଣ ନୁହେଁ, ଦୁର୍ଘଟଣାରେ କଟିଛି: ପୋଲିସ

ବାଲିଗୁଡ଼ା,୧୫ା୭(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ଡହଲପଡ଼ି ଗ୍ରାମର ଆଦିବାସୀ ଯୁବକ ଅଙ୍ଗଦ ମଲ୍ଲିକ ମୁମ୍ବାଇ କାମ କରିବାକୁ ଯାଇଥିବା ବେଳେ ଦୁଇ ହାତ ହରାଇ ଘରକୁ ଫେରିବା ଘଟଣା ଦିନକୁ ଦିନ ଜଟିଳ ହେବାରେ...

ଭାଙ୍ଗିଲା ପୋଲ ସୁରକ୍ଷା ବାଡ଼

ମ.ରାମପୁର,୧୫ା୭(ଶଶିଭୂଷଣ ପ୍ରହରାଜ): କଳାହାଣ୍ଡି ଜିଲା ଛକିଗୁଡ଼ା -ନର୍ଲା-ମ.ରାମପୁର ଯାଇଥିବା ରାଜ୍ୟ ରାଜପଥ ଛକରେ ଥିବା ଜାମପଦର ଗ୍ରାମ ନିକଟରେ ନଦୀ ପୋଲ ସଂଲଗ୍ନ ସଡ଼କ ସୁରକ୍ଷା ବାଡ଼ ଭଗ୍ନ ଅବସ୍ଥାରେ ପଡ଼ିରହିଛି। ବିପଦପୂର୍ଣ୍ଣ ଅବସ୍ଥାରେ ଲୋକେ ଯାତାୟାତ କରୁଛନ୍ତି। ନଦୀର...

୬ ଦାଦନ ଶ୍ରମିକ ଉଦ୍ଧାର

କର୍ଲାମୁଣ୍ଡା,୧୫ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତ ଭୁଏରମୁଣ୍ଡା ଗ୍ରାମର ୬ଜଣ ଯୁବକ ଅର୍ଥ ରୋଜଗାର ଆଶାରେ ଦାଦନ ଶ୍ରମିକ ଭାବେ ଚେନ୍ନାଇ ସହରର ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ତେବେ...

ସରକାରୀ ଘରେ ବେସରକାରୀ କାର୍ଯ୍ୟାଳୟ

କୋରୁକୋଣ୍ଡା,୧୫ା୭(ଅବିନାଶ ବେହେରା): ଗ୍ରାମବାସୀଙ୍କ ସୁବିଧା ପାଇଁ ସରକାରଙ୍କ ତରଫରୁ ଆମ ଗାଁ ଆମ ବିକାଶ ଯୋଜନା ମାଧ୍ୟମରେ ଗୋଷ୍ଠୀ ସାଧନ କେନ୍ଦ୍ର ଯୋଗାଇ ଦେଉଥିବା ବେଳେ,ଉକ୍ତ ଗୋଷ୍ଠୀ କେନ୍ଦ୍ରରେ ବେସରକାରୀ କାର୍ଯ୍ୟାଳୟ ଖୋଲାହୋଇଥିବା ଦେଖିବାକୁ ମିଳୁଛି। ଏପରି ଏକ ଦୃଶ୍ୟ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri