ଆମ ଜିଲା ଖବର

କୂଅରେ ପଡ଼ିଗଲେ ଶିଶୁକନ୍ୟା

ରେଢାଖୋଲ,୯ା୭(ଅଚ୍ୟୁତାନନ୍ଦ ପୁରୋହିତ): ସମ୍ବଲପୁର ଜିଲା ରେଢାଖୋଲ ସହର କୁରୁମଟିକିରା ପଡାର ଏକ ଦେଢବର୍ଷର ଶିଶୁକନ୍ୟା କୂଅରେ ପଡି ମୃତ୍ୟୁବରଣ କରିଛି। ସେ ହେଲା କୃଷ୍ଣଚନ୍ଦ୍ର ସାହୁଙ୍କ ଝିଅ ଆଦ୍ୟାଶା। ସୂଚନାମତେ ଆଦ୍ୟାଶା ଅପରାହ୍ନ ୪ଟା ବେଳେ ବାଡିପଟେ ଖେଳୁଥିବା ବେଳେ...

ଟ୍ରକ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ପାରଳାଖେମୁଣ୍ଡି,୯।୭(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଗାରବନ୍ଧ ଥାନା ଅଧୀନ ସାରିଆପଲ୍ଲୀ ଗ୍ରାମ ନିକଟରେ ଏକ ଟ୍ରକ ଧକ୍କାରେ ଜଣେ ଗାଡି ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ କଇଠଡା ଗ୍ରାମର ଟି.ସିମାଞ୍ଚଳମ୍‌(୫୨)। ମିଳିଥିବା ସୂଚନା ମୁତାବକ, ଟି.ସିମାଞ୍ଚଳମ...

ବର୍ଷାରେ ବେହାଲ ଦାରିଙ୍ଗବାଡି: ପାଣି ନିଷ୍କାସନ ପାଇଁ ଖୋଲାହେଲା ଗାତ

ଦାରିଙ୍ଗବାଡି,୯ା୭(ଅରୁଣ ସାହୁ ): ଦାରିଙ୍ଗବାଡି ବଜାର ଦେଇ ଯାଇଥିବା ୫୯ ନମ୍ବର ଜାତୀୟରାଜପଥର ତ୍ରୁଟିପୂର୍ଣ୍ଣ ରାସ୍ତା ସମ୍ପ୍ରସାରଣ ଯୋଗୁ ମାତ୍ର ୧୦ ମିନିଟ ବର୍ଷାରେ ପାଣି ଜମି ଯାତାୟାତରେ ସମସ୍ୟା ଦେଖାଯାଇଥିଲା। ଏନେଇ ଧରିତ୍ରୀରେ ଖବର ପ୍ରକାଶିତ ପରେ ଜାତୀୟ...

ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା

ରାଇରଙ୍ଗପୁର,୯।୭: ମୟୂରଭଞ୍ଜ ଜିଲା ବହଳଦା ଥାନା ଅଧୀନ ଅଁଳାଯୋଡି ରେଳଷ୍ଟେଶନର ୧ ନମ୍ବର ପ୍ଲାଟଫର୍ମରେ ଟ୍ରେନ୍‌ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନାଯୋଗ୍ୟ, ରବିବାର ପୂର୍ବାହ୍ନରେ ଡିଏମ୍‌ୟୁ ଯାତ୍ରୀବାହୀ ଟ୍ରେନ୍‌ ବାଦାମପାହାଡ଼ରୁ ଟାଟାନଗରକୁ ଯାଉଥିଲା। ହେଲେ...

୩୦ ଫୁଟ ପୋଲ ତଳକୁ ଖସିଲ ଟ୍ରେଲର, ଚାଳକ ଗୁରୁତର

ଜମନକିରା,୯।୮(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ୫୩ ପିଠାମାରେନ ପୋଲରେ ଏକ ଟ୍ରେଲର ରେଜିଷ୍ଟେଶନ ନ.(ଏଲଏଲ ୦୧ ଏନ ୮୫୫୯) ଦୁର୍ଘଟଣାଗ୍ରସ୍ଥ ହୋଇଛି। ନିୟନ୍ତ୍ରଣ ହରାଇ ଟ୍ରେଲରଟି ପୋଲର ୩୦ ଫୁଟ ତଳକୁ ଖସି ପଡିଥିଲା। ଏଥିରେ...

୧ କୋଟିର ବ୍ରାଉନ୍‌ସୁଗାର ଜବତ: ଜଣେ ଗିରଫ 

ଭୁବନେଶ୍ୱର,୯।୭: ଖୋର୍ଦ୍ଧା ଜିଲା ବାଙ୍କି-ସିମର ରୋଡ ଓସ୍ତପୁର ଗାଁ ନିକଟରୁ ବିପୁଳ ମାତ୍ରାରେ ବ୍ରାଉନ୍‌ସୁଗାର ଜବତ ହୋଇଛି । ଏହାସହିତ ଜଣେ ବେପାରୀଙ୍କୁ ଗିରଫ କରାଯାଇଛି। ଖବର ଅନୁଯାୟୀ, ବାଘମାରି ଥାନା ପୋଡାଡିହ ଗାଁର ସୁରେଶ କୁମାର ମହାପାତ୍ର ବ୍ରାଉନ୍‌ସୁଗାର ...

ଭୁରୁଷିଖମାର ଛକରେ ମାଓବାଦୀ ପୋଷ୍ଟର

ମୁନିଗୁଡ଼ା,୯।୭: ରାୟଗଡା ଜିଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ଲାଗିଥିବା ଦେଖିବାକୁ ମିଳିଛି। ଶେରକାପାଡିରୁ ନିୟମଗିରିକୁ ଯାଉଥିବା ରାସ୍ତା କାମ ବନ୍ଦ କରିବାକୁ ଏଥିରେ ଉଲ୍ଲେଖ କରାଯାଇଛି। ସରକାର ଆଦିବାସୀଙ୍କ ଠାରୁ ସବୁ ଜଙ୍ଗଲ ଜମି ପୁଞ୍ଜିପତିଙ୍କ ହାତକୁ ଟେକି ଦେଉଛନ୍ତି,...

ବାହାନଗା ରେଳ ଦୁର୍ଘଟଣ: ୨ ରେଳ କର୍ମଚାରୀଙ୍କୁ ନୋଟିସ 

ବାଲେଶ୍ୱର,୯।୭: ବାହାନଗା ରେଳ ଦୁର୍ଘଟଣା  ଘଟଣାରେ ରବିବାର ସିବିଆଇରେ ହାଜର ପାଇଁ ଦୁଇ ରେଳ କର୍ମଚାରୀଙ୍କୁ ନୋଟିସ ଦିଆଯାଇଛି । ଷ୍ଟେସନ ମାଷ୍ଟରଙ୍କ ସହ ଅନ୍ୟ ଜଣେ ରେଳ କର୍ମଚାରୀଙ୍କୁ  ମଧ୍ୟ ନୋଟିସ କରାଯାିଛି। ଅନ୍ୟପକ୍ଷେ ଏହି ମାମଲାରେ ଗିରଫ...

 ମା’ ଶାରଳାଙ୍କ ମନ୍ଦିରରେ ଲାଗୁ ହେଲା ନୂଆ ନିୟମ 

ଜଗତସିଂହପୁର ୯।୭ : ଜଗତସିଂହପୁରର ପ୍ରସିଦ୍ଧ ମା’ ଶାରଳାଙ୍କ ମନ୍ଦିରରେ ନୂଆ ନିୟମ  ଲାଗୁ ହୋଇଛି। ମନ୍ଦିର ଭିତରକୁ ମୋବାଇଲ ଫୋନ ଓ ପଲିଥିନ ବନ୍ଦ  କରାଯାଇଛି । ଜିଲା ପ୍ରଶାସନ ପକ୍ଷରୁ ଏହି  ନୂଆ ନିୟମ ଲାଗୁ  ହୋଇଛି।...

କୋଠା ଅଛି, ପାହାଚ ନାହିଁ

ସୋନପୁର,୯।୭(ମୃତ୍ୟୁଞ୍ଜୟ ଶତପଥୀ)ରାଜ୍ୟ ସରକାର ୫-ଟିରେ ହାଇସ୍କୁଲକୁ ସାମିଲ କରି ଏହାର ରୁପାନ୍ତରଣ କରୁଛନ୍ତି। ସେହି କ୍ରମରେ ଦ୍ୱିତୀୟ ପର୍ଯ୍ୟାୟରେ ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଅନ୍ତର୍ଗତ ଶଙ୍କରାସ୍ଥିତ ବ୍ରଜ ବିହାରୀ ହାଇସ୍କୁଲ ରୂପାନ୍ତରିତ ହୋଇଛି। ୧ ବର୍ଷ ପୂର୍ବରୁ ମୁଖ୍ୟମନ୍ତ୍ରୀ...

ସରପ୍ଲସ୍‌ ନିର୍ମାଣ ପାଇଁ ସାନି ଟେଣ୍ଡର ହେଉନି

ଲୋଇସିଂହା,୯।୭(ସୁଶାନ୍ତ ବାରିକ)ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ସାଲେଭାଟ ଗାଈଖାଇ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ମାଟି ପୁନରୁଦ୍ଧାର ଓ ସରପ୍ଲସ୍‌ କାମ ପାଇଁ ଟେଣ୍ଡର ହୋଇଥିଲା। ନିର୍ଦ୍ଧାରିତ ସମୟରେ କାମ ନ ସରିବାରୁ ଟେଣ୍ଡର ବାତିଲ ହୋଇଯାଇଛି। ୨ ବର୍ଷ ବିତିଯାଇଥିଲେ...

ଭୟରେ ପିଲାଙ୍କୁ ଛାଡୁନାହାନ୍ତି ଅଭିଭାବକ

ନୂଆପଡ଼ା,୯।୭(ମକାରୁ ବେମାଲ)ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ଜଟଗଡ ପଞ୍ଚାୟତ ଗଡଗଡବାହାଲି ଗାଁରେ ଥିବା ଅଙ୍ଗନୱାଡି କେନ୍ଦ୍ର ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏହି ଭଙ୍ଗା ଦଦରା କେନ୍ଦ୍ରରେ ପାଠ ପଢୁଛନ୍ତି କୋମଳମତି ଶିଶୁମାନେ। ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ହେବାର ଆଜକୁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri