ଆମ ଜିଲା ଖବର

ନବରଙ୍ଗପୁର ଅତିରିକ୍ତ ଉପଜିଲାପାଳଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର,୨୮।୬(ସତ୍ୟଜିତ୍‌ ରାଉତ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇ ଜେଲ ଯାଇଥିବା ନବରଙ୍ଗପୁରର କୋଟିପତି ଅତିରିକ୍ତ ଉପଜିଲାପାଳ ପ୍ରଶାନ୍ତ ରାଉତଙ୍କୁ ରାଜ୍ୟ ସରକାର ମଙ୍ଗଳବାର ବାଧ୍ୟତାମୂଳକ ଅବସର ଦେଇଛନ୍ତି। ଅପାରଗତା ଓ ଦୁର୍ନୀତି ପାଇଁ ପ୍ରଶାନ୍ତଙ୍କ ବିରୋଧରେ...

ଯାତ୍ରୀଙ୍କ ପାଇଁ ବ୍ୟବସ୍ଥା କର: ହାଇକୋର୍ଟ

କଟକ,୨୮।୬ (କାର୍ତ୍ତିକ ସାହୁ) ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ଓ ସୁନାବେଶ ଉପଲକ୍ଷେ ପୁରୀକୁ ସ୍ବତନ୍ତ୍ର ଟ୍ରେନ୍‌ ଚଳାଚଳ ନିମନ୍ତେ ରେଲଓ୍ବେ ବୋର୍ଡକୁ ହାଇକୋର୍ଟ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କିତ ଜନସ୍ବାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟ ବିଚାରପତି...

ପ୍ରକାଶ ପାଇଲା ଓଜେଏସ୍‌ ପ୍ରିଲିମିନାରି ଲିଖିତ ପରୀକ୍ଷାଫଳ

କଟକ,୨୮।୬(ସୁପ୍ରିୟା ପ୍ରିୟଦର୍ଶିନୀ): ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ପକ୍ଷରୁ ଓଡ଼ିଶା ନ୍ୟାୟିକ ସେବା(ଓଜେଏସ୍‌)୨୦୨୨ ପ୍ରିଲିମିନାରି ଲିଖିତ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ୯୯୪ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୫୬୨ ଜଣ ମହିଳା ଅଛନ୍ତି। ଏହି...

ଡ୍ରାଇଭର ଗିରଫ, ମାଲିକ ଫେରାର

ବ୍ରହ୍ମପୁର(ସୁବାସ ଚନ୍ଦ୍ର ପାଢ଼ୀ)/ଦିଗପହଣ୍ଡି (ଅଶେଷ ନାଥ ମିଶ୍ର),୨୮।୬: ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଖେମୁଣ୍ଡି କଲେଜ ଛକରେ ରବିବାର ବିଳମ୍ବିତ ରାତିରେ ଓଏସ୍‌ଆରଟିସି ବସ ଧକ୍କାରେ ଘରୋଇ ମିନିବସ୍‌ ଚୁରମାର ହୋଇଯାଇଥିଲା। ବାହାଘର ପରେ ଝିଅ ବିଦା କରି...

ବର ପ୍ରସେଶନ ଉପରେ ଚଢ଼ିଗଲା ଟ୍ରକ: ୫ ମୃତ ୮ ଆହତ

କେନ୍ଦୁଝର,୨୮।୬ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ପୁରୁଣା ସହରର ଷଠିଘରସାହି ନିକଟରେ ୨୦ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବର ଯାତ୍ରୀ ପ୍ରସେଶନ ଉପରେ ଦ୍ରୁତଗାମୀ ଟ୍ରକ ଚଢ଼ି ଯିବାରୁ ଘଟଣାସ୍ଥଳରେ...

କାଳିଆର ପହଣ୍ଡି ଆରମ୍ଭ

ପୁରୀ,୨୮।୬(ଅଜିତ ମହାନ୍ତି): ଜନ୍ମବେଦିରେ ଲୀଳାଖେଳା ସାରି ଆଜି ପୁଣି ଶ୍ରୀମନ୍ଦିରକୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି। ପ୍ରଥମେ ଶ୍ରୀ ବଳଭଦ୍ରଙ୍କ ପହଣ୍ଡି ପରେ ମା’ ସୁଭଦ୍ରାଙ୍କର ପହଣ୍ଡି ଆରମ୍ଭ ହୋଇଥିଲା। ଏବେ ଜଗତର ନାଥ ଜଗନ୍ନାଥଙ୍କ ପହଣ୍ଡି ପହଣ୍ଡି ଆରମ୍ଭ ହୋଇଛି।

ଜୁଲାଇ ୩ରୁ ମାଟ୍ରିକ ସପ୍ଲିମେଣ୍ଟାରି ପରୀକ୍ଷା

କଟକ,୨୮।୬(ସୁପ୍ରିୟା ପ୍ରିୟଦର୍ଶିନୀ): ଆସନ୍ତା ଜୁଲାଇ ୩ରୁ ୮ ତାରିଖ ପର୍ଯ୍ୟନ୍ତ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହେବ। ମୋଟ ୮୦ଟି କେନ୍ଦ୍ରରେ ଛାତ୍ରୀଛାତ୍ରମାନେ ପରୀକ୍ଷା ଦେବେ। ଏ ନେଇ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ମଙ୍ଗଳବାର ବିଜ୍ଞପ୍ତି ପ୍ରକାଶ ପାଇଛି।...

ବଳଭଦ୍ର ରଥାରୁଢ ହେବା ପରେ ଦେବୀ ସୁଭଦ୍ରାଙ୍କର ପହଣ୍ଡି ଆରମ୍ଭ

ପୁରୀ,୨୮।୬(ଅଜିତ ମହାନ୍ତି): ଜନ୍ମବେଦିରେ ଲୀଳାଖେଳା ସାରି ଆଜି ପୁଣି ଶ୍ରୀମନ୍ଦିରକୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି। ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ଆଗରେ ଶ୍ରୀଜିଉମାନଙ୍କ ଅପେକ୍ଷାରେ ଦଣ୍ଡାୟମାନ ହୋଇଛନ୍ତି ତିନି ରଥ। ଧାଡ଼ି ପହଣ୍ଡିରେ ଦର୍ପଦଳନରେ ଶ୍ରୀସୁଦର୍ଶନ ବିରାଜମାନ କରିସାରିବା ପରେ ଶ୍ରୀ...

ମୌଳିକ ସୁବିଧାରୁ ବଞ୍ଚିତ ନଗଡ଼ା ତୁମୁଣି ଆଦିବାସୀ

କଟକ,୨୮।୬ (କାର୍ତ୍ତିକ ସାହୁ): ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ନଗଡ଼ା ନିକଟ ତୁମୁଣି ଅଞ୍ଚଳର ଆଦିବାସୀଙ୍କୁ ସ୍ବାସ୍ଥ୍ୟସେବା, ଶିକ୍ଷା ଓ ଜଳଯୋଗାଣ ଆଦି ମୌଳିକ ସୁବିଧା ନ ମିଳିବା ନେଇ ହାଇକୋର୍ଟରେ ପୁଣି ଏକ ଜନସ୍ବାର୍ଥ ମାମଲା ରୁଜୁ...

ଭିଜିଲାନ୍ସ ଜାଲରେ ବନାଞ୍ଚଳ ଅଧିକାରୀ

ବ୍ରହ୍ମପୁର(ସୁବାସ ଚନ୍ଦ୍ର ପାଢ଼ୀ),୨୮।୬: ଗଞ୍ଜାମ ଜିଲା ଦିଗପହଣ୍ଡି ବନାଞ୍ଚଳ ଅଧିକାରୀ କାହ୍ନୁଚରଣ ପଟ୍ଟନାୟକ ସୋମବାର ବିଳମ୍ବିତ ରାତିରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ସେ ବ୍ରହ୍ମପୁରରୁ ଏକ ବୋଲେରୋ ଗାଡ଼ିରେ ସୋମବାର ରାତିରେ ଦିଗପହଣ୍ଡି ଫେରୁଥିବା ବେଳେ ଭିଜିଲାନ୍ସ ଟିମ୍‌ ରାସ୍ତାରେ...

ଆଜି ବାହୁଡ଼ିବେ ଚତୁର୍ଦ୍ଧାବିଗ୍ରହ

ପୁରୀ,୨୮।୬(ଅଜିତ ମହାନ୍ତି): ଆଷାଢ଼ ମାସ ଶୁକ୍ଳ ଦ୍ୱିତୀୟା ତିଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଭଉଣୀ ଭାଇଙ୍କୁ ସାଥିରେ ଧରି ନବଦିନାମତ୍କ ଯାତ୍ରାରେ ଆଡ଼ପମଣ୍ଡପ ଅଭିମୁଖେ ଯାତ୍ରା କରି ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଥିଲେ। ଦାରୁ ବିଗ୍ରହମାନେ ନବଦିନାମତ୍କ ଯାତ୍ରା ସାରି...

ଓଡ଼ିଶାରେ ଦୁର୍ନୀତି ନୀତି ହୋଇଛି: ଧର୍ମେନ୍ଦ୍ର

ଢେଙ୍କାନାଳ, ୨୮।୬(ରତନ ନାୟାର): ରାଜ୍ୟ ଆଜି ଓଡ଼ିଆଙ୍କ ଅସ୍ମିତା ଓ ଭାବାବେଗକୁ ବୁଝୁ ନ ଥିବା ଦୁର୍ନୀତିଖୋରଙ୍କ ହାବୁଡ଼ରେ ପଡ଼ିଛି। ଏଠି ବାବୁମାନେ ପ୍ରତିନିଧି। ବାବୁଙ୍କ ଚୌକି ପକାଇବା ପାଇଁ ଜନପ୍ରତିନିଧିଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି। ଏଠାରେ ଦୁର୍ନୀତି ନୀତି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri