ଆମ ଜିଲା ଖବର

ପମ୍ପହାଉସ ଭୁଶୁଡ଼ି ନଦୀରେ ଭାସିଗଲା

ତାଳଚେର,୨୭ା୬(ମନୋଜ ନନ୍ଦ): ତାଳଚେର ବ୍ଲକ ସନ୍ଥପଡା ପଞ୍ଚାୟତ ବ୍ରାହ୍ମଣୀ ନଦୀ କୂଳରେ ନିର୍ମାଣ କରାଯାଇଥିବା ପମ୍ପ ହାଉସ ଓ ପାଣି ଟାଙ୍କି ସୋମବାର ଭୁଶୁଡ଼ି ନଦୀ ଗର୍ଭରେ ଭାସି ଯାଇଛି। ଏହି ଘଟଣାକୁ ନେଇ ଭାଜପା ରାଜ୍ୟ ସମ୍ପାଦକ କାଳନ୍ଦୀ...

ବର୍ଷେ ଗଲାନି, ଧସିଲା ନଦୀବନ୍ଧ

ଧାମନଗର,୨୭।୬(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନ ମୁସ୍ତଫାପୁର ପଞ୍ଚାୟତର ଗୋବିନ୍ଦାଗଡ଼ିଆଠାରୁ ଦୋବଲ ପଞ୍ଚାୟତର ରାମେଶ୍ୱରପୁର ପର୍ଯ୍ୟନ୍ତ ନିର୍ମିତ ଗେଙ୍ଗୁଟି ନଦୀବନ୍ଧ ଗତବର୍ଷ ମରାମତି ସହ ପ୍ରଶସ୍ତୀକରଣ ହୋଇଥିଲା। ହେଲେ ବର୍ଷା ଗଲାନି, ନଦୀବନ୍ଧ ପାର୍ଶ୍ୱରୁ ମାଟି ଧୋଇବା...

ନାକଚଣା ଦ୍ୱାର ସମ୍ମୁଖରେ ୩ ରଥ

ପୁରୀ, ୨୭ା୬(ଅଜିତ୍‌ ମହାନ୍ତି): ବାହୁଡ଼ାଯାତ୍ରା ପାଇଁ ଏବେ ତିନିରଥ ପ୍ରସ୍ତୁତ। ଦକ୍ଷିଣମୋଡ଼ ପରେ ଶ୍ରୀଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ନାକଚଣା ଦ୍ୱାର ସମ୍ମୁଖରେ ତିନିରଥ ଦଣ୍ଡାୟମାନ। କେବଳ ଦାରୁବିଗ୍ରହଙ୍କୁ ଅପେକ୍ଷା। ବୁଧବାର ବାହୁଡ଼ା ଯାତ୍ରା ଦିନ ଚତୁର୍ଦ୍ଧାମୂର୍ତ୍ତି ରଥରେ ବସି ଶ୍ରୀଗୁଣ୍ଡିଚା...

ଆଜି ମହାପ୍ରଭୁଙ୍କ ସନ୍ଧ୍ୟା ଦର୍ଶନ

ପୁରୀ, ୨୭ା୬(ଅଜିତ୍‌ ମହାନ୍ତି): ଘୋଷଯାତ୍ରାରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ କର୍ମବେଦି ଶ୍ରୀମନ୍ଦିର ଛାଡ଼ି ଜନ୍ମବେଦି ଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ଜନ୍ମବେଦିରେ ମହାପ୍ରଭୁଙ୍କ ଲୀଳା ସରିସରି...

ଆନ୍ଦୋଳନ କରିବେ ୧୫ ଗାଁ ବାସିନ୍ଦା

ଖୋର୍ଦ୍ଧା,୨୭ା୬(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ତହସିଲ ଅନ୍ତର୍ଗତ ଏଖରାଜାତ ମାହାଲର ନରଣଗଡ଼, ତାପଙ୍ଗ ଓ ଧଉଲିମୁହଁ ପଞ୍ଚାୟତର ୧୫ଟି ରାଜସ୍ବ ଗ୍ରାମର ଶତାଧିକ ଗ୍ରାମବାସୀ ଜମିଜମାର ସ୍ବତ୍ୱାଧିକାର ଶ୍ରୀଜଗନ୍ନାଥ ଶ୍ରୀମନ୍ଦିର ପରିଚାଳନା କମିଟି, ପୁରୀ ପରିବର୍ତ୍ତେ ଓଡ଼ିଶା ସରକାର ଲେଖାଯିବାକୁ ଦାବି...

ବିଜୁ ମେମୋରିଆଲ ହସ୍ପିଟାଲ: ୧୦ ପଦବୀରୁ ୮ ଖାଲି

ପାରାଦୀପ,୨୭।୬(ଶରତ ରାଉତ): ପାରାଦୀପ ଶିଳ୍ପାଞ୍ଚଳର ଏକମାତ୍ର ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବିଜୁ ମେମୋରିଆଲ ହସ୍ପିଟାଲରେ ଏବେ ଡାକ୍ତର ଅଭାବ। ସମୁଦାୟ ୧୦ ଡାକ୍ତର ପଦବୀ ମଧ୍ୟରୁ ୮ଟି ଖାଲି ପଡ଼ିଛି। ଏଭଳି ସମୟରେ ଜଗତ୍‌ସିଂହପୁର ଜିଲା ପାଇଁ ଚଳିତ ସପ୍ତାହରେ...

ଆଜ୍‌ବେଷ୍ଟସ୍‌ର ପତ୍ତା ମିଳୁନି: ବର୍ଷାରେ ଭିଜୁଛି କବାଟ ଝରକା

ରଘୁନାଥପୁର,୨୭।୬ (ରାଜେନ୍ଦ୍ର ନାରାୟଣ ସିଂହ): ୫-ଟି ସଚିବ ଭି.କେ ପାଣିଆନ ଆସନ୍ତା ଜୁନ ୨୯ ଓ ୩୦ରେ ଜଗତ୍‌ସିଂହପୁର ଜିଲା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଏନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ୫-ଟିରେ ଅନ୍ତର୍ଭୁକ୍ତ ହୋଇଥିବା ରଘୁନାଥପୁର ଗୋଷ୍ଠିସ୍ବାସ୍ଥ୍ୟ...

ବଗୁଲିଆ ପୋଖରୀ ସଂରକ୍ଷଣ, ବିକାଶ ନାମରେ ଦୁର୍ନୀତି ଅଭିଯୋଗ

ଆଳି,୨୭ା୬ (ବନମାଳୀ ସେନାପତି ): କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳର ବିକାଶ ନିମନ୍ତେ ବିଭିନ୍ନ ଉନୟନମୂଳକ କାର୍ଯ୍ୟ କରି ଚାଲିଛନ୍ତି। କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଉନ୍ନୟନମୂଳକ କାର୍ଯ୍ୟ କରା ଯାଉଥିବା ବେଳେ ଆଳି ବ୍ଲକ ଚଣ୍ଡିଆଗଡି...

ତିନିମୁହାଣି ଶିଳ୍ପାଞ୍ଚଳ ଜମି ଜବରଦଖଲ

କେନ୍ଦ୍ରାପଡ଼ା, ୨୭ା୬(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ବୃହତ୍‌ ଓ ମଧ୍ୟମ ଧରଣର ଶିଳ୍ପ ନାହିଁ। କ୍ଷୁଦ୍ରଶିଳ୍ପ ପାଇଁ ପ୍ରୋତ୍ସାହନ ମିଳିଲେ ଯୁବୋଦ୍ୟୋଗୀଙ୍କ ମାଧ୍ୟମରେ ଜିଲାର ଆର୍ଥିକ ପ୍ରଗତି ଘଟିବ। ମାତ୍ର ଏହି ଯୁବୋଦ୍ୟୋଗୀଙ୍କୁ ପ୍ରୋତ୍ସାହନ ମିଳିପାରୁ ନ ଥିବାରୁ ହତୋତ୍ସାହିତ...

ବାହୁଡ଼ାରୁ ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣର ଶୁଭାରମ୍ଭ

ରସୁଲପୁର,୨୭ା୬(ରଞ୍ଜିତ ରାଉତ): ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ୨୮ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀମାନଙ୍କୁ ପବିତ୍ର ବାହୁଡ଼ା ଦିନ ଶୁଭାରମ୍ଭ କରିବାକୁ ବ୍ଲକ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି  । ଏ ଦିଗରେ ପଞ୍ଚାୟତସ୍ତରରେ ଯୋଗ୍ୟ ହିତାଧିକାରୀମାନଙ୍କୁ ନେଇ...

କେନ୍ଦ୍ର ପଠାଉଥିବା ଅର୍ଥର ୫୦% ପିସିରେ ଯାଉଛି: ଧର୍ମେନ୍ଦ୍ର

ଛେଣ୍ଡିପଦା,୨୭ା୬(ଅଜିତ ଧଳ): ଓଡ଼ିଶାର ଗରିବ ଲୋକଙ୍କ କଲ୍ୟାଣ ପାଇଁ କେନ୍ଦ୍ର ସରକାର ବିଭିନ୍ନ ଯୋଜନାରେ ଅନେକ କୋଟି ଟଙ୍କା ପଠାଉଛନ୍ତି। ହେଲେ ରାଜ୍ୟରେ ଶାସନତନ୍ତ୍ର ଭୁଶୁଡି ପଡ଼ିଥିବା କାରଣରୁ ଉକ୍ତ କେନ୍ଦ୍ରୀୟ ଅର୍ଥର ୫୦ ଭାଗ ପିସିରେ ଯାଉଛି। ଅନୁଗୋଳ...

ଶିଶୁକନ୍ୟାଙ୍କୁ ବିଷ ପିଆଇ ନିଜେ ପିଇଦେଲେ

ବୁଗୁଡ଼ା,୨୭ା୬ (କଳୀଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ପୋଚାଲୁଣ୍ଡି ଗ୍ରାମରେ ଜନ୍ମିତ ଶିଶୁକନ୍ୟାଙ୍କୁ ବିଷ ପିଆଇ ମା’ ନିଜେ ପିଇଦେବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଉଭୟ ମା’ ଓ ଶିଶୁଙ୍କ ମୃତ୍ୟୁ ଘଟିଛି।...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri