ଆମ ଜିଲା ଖବର

ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଅଜାଣତରେ କଟା ଖନନ

କୁଚିଣ୍ଡା,୨୩ା୬(ବିରଞ୍ଚତ୍ ଦର୍କା): ବାମରା ବ୍ଲକ ଅନ୍ତର୍ଗତ କେଶାଇବାହାଲ ପଞ୍ଚାୟତ ଭିକାପାଲି ଗ୍ରାମରେ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଅଜାଣତରେ ଏକ ବୁଢିକଟା ଖନନ (ମାଟିକାମ) ଚାଲିଛି। ଏହି କାର୍ଯ୍ୟ ସମ୍ପର୍କିତ କୌଣସି ସୂଚନା ଫଳକ ନ ଥିବାରୁ ଜନସାଧାରଣ କଟା ଖନନରେ କେତେ...

ଜବରଦଖଲକାରୀଙ୍କ କବ୍‌ଜାରେ ପ୍ରାକୃତିକ ନାଳ, ଜଳାଶୟ

ସୋନପୁର,୨୩।୬(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ସହରରେ ପ୍ରାକୃତିକ ନାଳ ଓ ଜଳାଶୟଗୁଡିକ ଜବରଦଖଲ ହେବାରେ ଲାଗିଛି । ଜବରଦଖଲକାରୀଙ୍କ ବିରୋଧରେ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଭବିଷ୍ୟତରେ ଏହା ସହରବାସୀଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ। ଏପରି କି...

ସାଗୁନଡୁଙ୍ଗୁରୀରେ ପାନୀୟ ଜଳର ସମସ୍ୟା ଉତ୍କଟ

ଖଡ଼ିଆଳ,୨୩।୬(ସୁଜିତ୍‌ ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଗଡରାମୁଣ୍ଡା ଗ୍ରାମପଞ୍ଚାୟତ ସାଗୁନଡଙ୍ଗରି ଗ୍ରାମରେ ପିଇବା ପାଣିର ଉତ୍କଟ ସମସ୍ୟା ଦେଖାଦେଇଛି। ଗ୍ରାମରେ ବସୁଧା ଯୋଜନା ଫେଲ ମାରିଛି। ଗ୍ରାମରେ ଗତ କିଛି ବର୍ଷ ହେଲା ବସୁଧା ଯୋଜନାରେ ପାଇପ ଯୋଗେ...

ଅସୁବିଧା ଭୋଗୁଛନ୍ତି ବସ୍ତିବାସୀ

ରାଉରକେଲା,୨୩ା୬(ଦିନେଶ ମିଶ୍ର): ରାଉରକେଲା ମନାନଗର ନିଗମ ଅଧୀନ ଶୀତଳପଡା ବସ୍ତି ଅଞ୍ଚଳର ଲୋକମାନଙ୍କୁ ସରକାରଙ୍କ ସର୍ବନିମ୍ନ ସୁବିଧା ମିଳୁ ନ ଥିବା ଅଭିଯୋଗ ହୋଇଛି। ଉକ୍ତ ବସ୍ତି ଅଞ୍ଚଳ କୌଣସି ପଞ୍ଚାୟତ କି ଆର୍‌ଏମ୍‌ସି ଅଧୀନରେ ଯାଉ ନ ଥିବାରୁ...

ମୁଖ୍ୟ ରାସ୍ତା ଚକାଚକ୍‌, ବସ୍ତିରେ ଆବଡ଼ାଖାବଡା

ରାଉରକେଲା,୨୩।୬(ବିପ୍ଳବ ରଞ୍ଜନ ଦାଶ): ରାଉରକେଲା ମହାନଗର ନିଗମ ଅଧୀନ ବିଭିନ୍ନ ବସ୍ତି ଅଞ୍ଚଳ ରାସ୍ତା ଶୋଚନୀୟ ହୋଇପଡିଛି। ସହରର ମୁଖ୍ୟ ରାସ୍ତାଗୁଡିକ ଚକାଚକ୍‌ ହୋଇଥିବା ବେଳେ ଗଳିକନ୍ଦି ରାସ୍ତାକୁ ମରାମତି କରାଯାଉନାହିଁ। ଫଳରେ ବିଭିନ୍ନ ସମୟରେ ଛୋଟବଡ ଦୁର୍ଘଟଣା ଘଟୁଥିବା...

ଏକ୍ସପ୍ରେସ ଟ୍ରେନ୍‌ ବିଳମ୍ବ, ଯାତ୍ରୀ ହଇରାଣ

ରାଉରକେଲା,୨୩।୬(ସଙ୍ଗୀତା ଜେନା): ରାଉରକେଲା ଦେଇ ଚଳାଚଳ କରୁଥିବା ଅଧିକାଂଶ ଏକ୍ସପ୍ରେସ ଟ୍ରେନ୍‌ ଘଣ୍ଟା ଘଣ୍ଟା ଧରି ବିଳମ୍ବରେ ଚାଲୁଥିବାରୁ ଯାତ୍ରୀ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରାୟ ୬ ମାସରୁ ଅଧିକ ହେଲାଣି ଯାତ୍ରୀବାହୀ ଟ୍ରେନଗୁଡ଼ିକରେ ଏଭଳି ବ୍ୟତିକ୍ରମ ପରିଲକ୍ଷିତ ହୋଇଛି।...

ପୋଖରୀ ଖୋଳାରେ ଦୁର୍ନୀତି ଅଭିଯୋଗ

ବଇଣ୍ଡା,୨୩।୬ (ପରିକ୍ଷିତ ସାହୁ): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଟାପଢୋଲ ପଞ୍ଚାୟତରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ବ୍ୟାପକ ଦୁର୍ନୀତି କରାଯାଉଥିବା ବୁଧବାର ସାନଦାଦର ଗ୍ରାମର କେତେଜଣ ଶ୍ରମିକ ଅନୁଗୋଳ ଜିଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି।...

ପାଣି ପାଇଁ ଡହଳବିକଳ ଆତରସିଂବାସୀ

ଆର.ଉଦୟଗିରି,୨୩ା୬(ମନୋଜ କୁମାର ପାଢ଼ୀ): ଗଜପତି ଜିଲାର ଅନେକ ଅଞ୍ଚଳରେ ପିଇବା ପାଣିର ଘୋର ଅଭାବ ପରିଲକ୍ଷିତ ହେଉଛି। ଆର.ଉଦୟଗିରି ଥାନା ଆତରସିଂ ଗ୍ରାମରେ ଉତ୍କଟ ଜଳାଭାବ ଦେଖାଦେଇଛି। ମହିଳାମାନେ ଗ୍ରାମଠାରୁ କିଛି ଦୂରରେ ଥିବା ଝରଣା ଓ ସନ୍ତସନ୍ତିଆ ଜାଗାରୁ...

୫ ବର୍ଷ ହେବ ଅଧାପନ୍ତରିଆ ତର୍ଲାକୋଟା ପୋଲ

ବାଲିମେଳା,୨୩ା୬(ଶିବଦତ୍ତ ସାହୁ): ମାଲକାନଗିରି  ଜିଲାର ବିଭିନ୍ନ ସ୍ଥାନରେ ନିର୍ମାଣାଧୀନ ଥିବା ପୋଲ କାର୍ଯ୍ୟ ଶେଷ ହେଉନାହିଁ। ଫଳରେ ଉକ୍ତ ଅଞ୍ଚଳରେ ବସବାସ କରୁଥିବା ଲୋକେ ବର୍ଷାଦିନେ ଯାତାୟାତରେ ବହୁ ଦୁର୍ଦ୍ଦଶା ଭୋଗୁଛନ୍ତି। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବାଲିମେଳା...

ଆତଙ୍କର ନାଁ ‘କିଙ୍ଗ୍‌ ଅଫ୍‌ ଫରେଷ୍ଟ’

କାମାକ୍ଷାନଗର,୨୩।୬(ସୁଧୀର ପରିଡ଼ା): ଢେଙ୍କାନାଳ ଏବଂ ଅନୁଗୋଳ ଜିଲାରେ ଆତଙ୍କର ବାତାବରଣ ସୃଷ୍ଟି କରି ଦାଦାବଟି ଆଦାୟ କରୁଥିବା ‘କିଙ୍ଗ୍‌ ଅଫ୍‌ ଫରେଷ୍ଟ’ ଗ୍ୟାଙ୍ଗର ମୁଖା ଖୋଲିଛି। ଯୁବ ବିଜେଡି ନେତା ତଥା ଠିକାଦାର କାହ୍ନୁ ଚରଣ ସାହୁଙ୍କୁ ହତ୍ୟା ଉଦ୍ୟମ...

ଆକ୍ରମଣରେ ଗଲାଣି ୩୧ ଲୋକଙ୍କ ଜୀବନ

କେନ୍ଦୁଝର,୨୩ା୬(ଦୀପକ ମିଶ୍ର): କେନ୍ଦୁଝର ଜିଲାରେ ବିଭିନ୍ନ କାରଣରୁ ଜଙ୍ଗଲ ନଷ୍ଟ ଯୋଗୁ ବନ୍ୟପ୍ରାଣୀ ଜନବସତି ମୁହାଁ ହେଉଛନ୍ତି। ଅଧିକାଂଶ ସମୟରେ ଲୋକଙ୍କ ମୁହାଁମୁହିଁ ପରିସ୍ଥିତି ଉପୁଜୁଛି। ବନ୍ୟପ୍ରାଣୀଙ୍କ ଆକ୍ରମଣରେ ଅନେକ ଜୀବନ ଯାଉଥିବା ବେଳେ ଧନ ସମ୍ପତ୍ତି କ୍ଷତି ହେଉଛି। ବନ୍ୟପ୍ରାଣୀଙ୍କ...

ମା’ ମାଣିକେଶରୀଙ୍କୁ ଦର୍ଶନ କଲେ ନଡ୍ଡା

ଭବାନୀପାଟଣା,୨୩।୬(ଉତ୍ତମ କୁମାର ଦାଶ): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଶୁକ୍ରବାର ପୂର୍ବାହ୍ନ ସାଢେ ୧୧ରେ ଭବାନୀପାଟଣାରେ ପହଞ୍ଚି ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶରୀଙ୍କ ଦର୍ଶନ କରିଛନ୍ତି। ଏହାପରେ ସେ ଲାଲାବାହଦୂର ଷ୍ଟାଡ଼ିୟମରେ ଆୟୋଜିତ ମହାଜନସମ୍ପର୍କ ସମାବେଶରେ ଦଳୀୟ କର୍ମକର୍ତ୍ତାଙ୍କୁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri