ଆମ ଜିଲା ଖବର

ଅମ୍ବାଦଳା ନିକଟରେ ମାଲ୍‌ବାହୀ ଟ୍ରେନ୍‌ ଲାଇନଚ୍ୟୁତ

ଅମ୍ବାଦଳା, ୧୮ା୬ (ରବୀନ୍ଦ୍ର ପଣ୍ଡା) ବାଲେଶ୍ୱର ଜିଲା ବାହାନଗାଠାରେ ୩ ଟ୍ରେନ୍‌ ଦୁର୍ଘଟଣା ସାରା ଦେଶରେ ଚହଳ ପକାଇ ଦେଇଥିବାବେଳେ ଏବେ ବାରମ୍ବାର ରେଳ ଦୁର୍ଘଟଣା ଯାତ୍ରୀଙ୍କୁ ଭୟଭୀତ କରିଛି। ଶନିବାର ରାୟଗଡ଼ା ଜିଲା ଅମ୍ବାଦଳା ରେଳ ଷ୍ଟେଶନ ନିକଟରେ...

ଶୁଣ୍ଢରେ ଟେକି କଚାଡ଼ିଲା, ଅନ୍ତବୁଜୁଳା ବାହାର କରିଦେଲା ହାତୀ

ଭବାନୀପାଟଣା,୧୭ା୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଚିଙ୍ଗୁଡିସର ନିକଟରେ ଶନିବାର ସନ୍ଧ୍ୟାରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ତାଙ୍କ ନାମ ଗଜିନ୍ଦ୍ର ଜାନୀ(୫୫) ଓ ସେ ନିକଟସ୍ଥ ଝାରବନ୍ଦ ଗ୍ରାମର ବୋଲି ଜଣାପଡ଼ିଛି। ମିଳିଥିବା...

ବାର୍ଦ୍ଧକ୍ୟ ଭତ୍ତା ପାଇବା ପାଇଁ ହନ୍ତସନ୍ତ

କାଶୀନଗର,୧୭।୬(ଟି କ୍ରିଷ୍ଣା ରାଓ): ଗଜପତି ଜିଲାରେ ଏକ ମାତ୍ର ବିଜ୍ଞାପିତ ଅଞ୍ଚଳ ପରିଷଦ କାଶୀନଗର ହୋଇଥିବା ବେଳେ ଏଥିରେ ୧୩ଟି ୱାର୍ଡ ରହିଛି। ୧୩ଟି ୱାର୍ଡରେ ବସବାସ କରୁଥିବା ପେନଶନ ହିତାଧିକାରୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥିବା ଅଭିଯୋଗ ହେଇଛି।...

ମା’ ପାଟଖଣ୍ଡାଙ୍କ ଦର୍ଶନ କଲେ ୫-ଟି ସଚିବ

ବାଲିଗୁଡ଼ା,୧୭ା୬(ସଞ୍ଜୟ ପାଣିଗ୍ରାହୀ): ୫-ଟି ମୁଖ୍ୟ ସଚିବ ଭି.କେ.ପାଣ୍ଡିଆନ ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସି ଦ୍ୱିତୀୟ ଦିନ ଶନିବାରରେ ବାଲିଗୁଡ଼ାକୁ ଆସି ପ୍ରଥମେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା’ ପାଟଖଣ୍ଡାଙ୍କୁ ଦର୍ଶନ କରିବା ପରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ...

ନାବାଳିକା ଅପହରଣ, ପ୍ରେମ ପ୍ରତାରଣା ଅଭିଯୋଗ, ଯୁବକ ଗିରଫ

କୋକସରା,୧୭।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ପୋଲିସ ଶନିବାର ଜଣେ ନାବାଳିକାଙ୍କୁ ଗତ ୨ ମାସ ତଳେ ଅପହରଣ ଓ ପ୍ରେମ ପ୍ରତାରଣା ଅଭିଯୋଗରେ କୋକସରା ପଞ୍ଚାୟତ ନୂଆପଡା ଗ୍ରାମର ନିତ୍ୟାନନ୍ଦ ପାଣିଗ୍ରାହୀ(୧୯)ଙ୍କୁ ଗିରଫ ପରେ କୋର୍ଟ ଚାଲାଣ...

ବୁଧବାରଠାରୁ ନିଖୋଜ ଥିଲେ, ଆଜି ମିଳିଲା ମୃତଦେହ

ବଡ଼ବିଲ,୧୭ା୬(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ରୁଗୁଡ଼ି ପୋଲିସ ଶନିବାର ବରପଦା ଗ୍ରାମସ୍ଥିତ ଏକ ପୋଖରୀରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ ଜଣକ ହେଲେ ଭୂୟାଁ ବରପଦା ଅଞ୍ଚଳର ଅନାମ ନାଏକ(୬୦)। ଗତ ବୁଧବାରଠାରୁ ଅନାମ ନିଖୋଜ ରହିଥିଲା...

୫-ଟି ସଚିବଙ୍କ ଦାରିଙ୍ଗବାଡ଼ି ଗସ୍ତ, କହିଲେ ୭ ଦିନ ମଧ୍ୟରେ ୪ ଅଭିଯୋଗ ପୂରଣ କରିବେ ମୁଖ୍ୟମନ୍ତ୍ରୀ

ଦାରିଙ୍ଗବାଡ଼ି,୧୭ା୬(ଅରୁଣ ସାହୁ): ଦୁଇଦିନିଆ କନ୍ଧମାଳ ଜିଲା ଗସ୍ତରେ ୫ -ଟି ସଚିବ ଭି.କେ. ପାଣ୍ଡିଆନ ଆସିଥିବା ବେଳେ ଦିତୀୟ ଦିନରେ ମଧ୍ୟାହ୍ନରେ ହେଲିକପ୍ଟର ଯୋଗେ ଦାରିଙ୍ଗବାଡ଼ି ହେଲିପ୍ୟାଡ଼ ପଡ଼ିଆଠାରେ ଓହ୍ଲାଇଥିଲେ। ସେଠାରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା। ସେହିପରି...

ଜାତୀୟ ସ୍ତରରେ ଶ୍ରେଷ୍ଠ ଜିଲା ଭାବେ ଗଞ୍ଜାମ ପୁଣି ପୁରସ୍କୃତ

ଛତ୍ରପୁର,୧୭ା୬(ସନ୍ତୋଷ ପାଢ଼ୀ): କିଛିଦିନ ତଳେ ଗଞ୍ଜାମ ଜିଲା ପୁରସ୍କାର ପାଇ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣି ଦେଇଥିବା ବେଳେ ପୁଣି ଥରେ ଜାତୀୟ ସ୍ତରରେ ସମ୍ମାନିତ ହୋଇଛି। ଭାରତ ସରକାରଙ୍କ ଜଳ ଶକ୍ତି ମନ୍ତ୍ରଣାଳୟ, ନଦୀ ବିକାଶ...

କେସିଙ୍ଗାରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ

କେସିଙ୍ଗା,୧୭।୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହର ଏବଂ ବ୍ଲକର ୨୬ଟି ପଞ୍ଚାୟତରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ମାର୍ଚ୍ଚ ୧ରୁ ୩୧ ତାରିଖଯାଏ ୩୮ରୁ ୩୯ ଡିଗ୍ରୀ ତାପମାତ୍ରା ରହିଥିଲା। ସେହିପରି ଏପ୍ରିଲରେ ୩୯ରୁ ୪୩ ଡିଗ୍ରୀ ତାପମାତ୍ରା...

ଚନ୍ଦନ ଗଛ କାଟିନେଲେ ଦୁର୍ବୃତ୍ତ

ଦେବଗଡ଼,୧୭।୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ସହରର ପୁରୁଣାଗଡ଼ସ୍ଥିତ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ ପରିସରରୁ ଦୁର୍ବୃତ୍ତମାନେ ଶୁକ୍ରବାର ରାତିରେ ତିନୋଟି ମୂଲ୍ୟବାନ୍‌ ଚନ୍ଦନ ଗଛ କାଟି ନେଇ ଫେରାର ହୋଇଯାଇଥିବା ଜଣାପଡିଛି।  ଏହି ଚନ୍ଦନ ଗଛ ପାଖାପାଖି ୧୫ ବର୍ଷ ପୁରୁଣା...

ବାଇକ୍‌କୁ ଧକ୍କା ଦେଇ ଜଳିଗଲା ଟ୍ୟାଙ୍କର

ରାୟଗଡ଼ା,୧୭।୬(ଆଶିଷ ରଞ୍ଜନ ପଣ୍ଡା): ବାଇକ୍‌କୁ ଧକ୍କାଦେଇ ଜଳିଗଲା ଟ୍ୟାଙ୍କର। ଏହିଭଳି ଘଟଣା ଘଟିଛି ରାୟଗଡ଼ା ଜିଲା କାଶୀପୁର ବ୍ଲକ ଶଙ୍କରଡା ଗ୍ରାମ ନିକଟରେ। ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ...

ଅସୁସ୍ଥ ମାଈହାତୀକୁ ଚିକିତ୍ସା ପାଇଁ ପଠାଗଲା କପିଳାସ ପ୍ରାଣୀ ଉଦ୍ୟାନ

ଢେଙ୍କାନାଳ,୧୭।୬(ରତନ ନାୟାର): ଢେଙ୍କାନାଳ ସଦର ରେଞ୍ଜ ତଥା ଢେଙ୍କାନାଳ କପିଳାସ ରାସ୍ତାର ମେଘା ସଂରକ୍ଷିତ ଜଙ୍ଗଲରେ ଗତ ୯ ତାରିଖରୁ ଗୋଠଛଡ଼ା ହୋଇ ରହିଥିବା ୩ ବର୍ଷର ମାଈହାତୀ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲା । ପାଟ୍ରୋଲିଂ କରୁଥିବା ବନ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri