ଆମ ଜିଲା ଖବର

ଜଗତ୍‌ସିଂହପୁର-କାଳଖ ରାସ୍ତା ପ୍ରଶସ୍ତୀକରଣ ଦାବି

ଜଗତ୍‌ସିଂହପୁର,୧୭ା୬(ପ୍ରମୋଦ କୁମାର ନାୟକ) ଜଗତ୍‌ସିଂହପୁର ଜିଲାରେ ଅନେକ ଗୁରୁତ୍ୱପୂର୍ଣ୍ଣ ରାସ୍ତା ପ୍ରଶସ୍ତୀକରଣ ସାଙ୍ଗକୁ ନବୀକରଣ ଚାଲିଛି । ଜଗତ୍‌ସିଂହପୁରରୁ ପୁରୀ ଓ ଭୁବନେଶ୍ୱର ଦୂରତା କମାଇବା ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲେ ସୁଦ୍ଧା ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ ପାରିନାହିଁ। ଜଗତ୍‌ସିଂହପୁର-ଆଳିପିଙ୍ଗଳ...

ଅନିଶ୍ଚିତତା ଘେରରେ ଛପାଲି ପ୍ରାଇମେରୀ ବିଦ୍ୟୁତ୍‌ ସବ୍‌ଷ୍ଟେଶନ

ମହାକାଳପଡ଼ା,୧୭ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ) କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନିକଟ ଜମ୍ବୁ-ମାର୍ଶାଘାଇ ମୁଖ୍ୟ କେନାଲ ବନ୍ଧ ନିକଟ ଛପାଲି-ପ୍ରଭାକରପୁର ପାଖରେ ୧୦ବର୍ଷରୁ ଅଧିକ ହେବ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ଛପାଲି ପ୍ରାଇମେରୀ ବିଦ୍ୟୁତ୍‌ ସବ୍‌...

ବସୁନ୍ଧରା ଯୋଜନାରେ ଦୁର୍ନୀତିର ଛିଟା

କେନ୍ଦ୍ରାପଡ଼ା,୧୭ା୬(ଜଗନ୍ନାଥ ଧଳ) କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ମାର୍ଚ୍ଚ ଶେଷ ସୁଦ୍ଧା ବସୁନ୍ଧରା ଯୋଜନାରେ ମୋଟ ୪୪୮.୯୬୨ ଏକର ପତିତ ଜମିର ପଟ୍ଟା ୫,୪୨୧ ଜଣଙ୍କୁ ପ୍ରଦାନ କରାଯାଇଛି। ଏହି ଯୋଜନାରେ ରାଜକନିକା ଓ ମହାକାଳପଡ଼ା ତହସିଲ ଅଞ୍ଚଳର ସର୍ବାଧିକ...

ପଞ୍ଚସଖାଙ୍କ ସମାଧିପୀଠ ଅବହେଳିତ

ସାକ୍ଷୀଗୋପାଳ,୧୭ା୬(କିଶୋର ମହାପାତ୍ର /ପ୍ରଶାନ୍ତ ବାରିକ) ପୁରୀ ଜିଲା ସତ୍ୟବାଦୀ ବକୁଳବନରେ ପୁଣ୍ୟାତ୍ମା ପଞ୍ଚସଖାଙ୍କ ସ୍ମୃତି ରକ୍ଷା ନିମନ୍ତେ ପ୍ରତିଷ୍ଠା ହୋଇଥିବା ପଞ୍ଚସଖା ସ୍ମୃତି ସମାଧିପୀଠ ଏବେ ଅବହେଳିତ ହୋଇପଡ଼ିଛି। ଅନାବନା ଲଟା ବୁଦାରେ ଏହି ପୀଠ ପରିପୂର୍ଣ୍ଣ ହୋଇଥିବାବେଳେ ସନ୍ଧ୍ୟା...

ଏସ୍‌ସିବିରୁ ଆହତଙ୍କ ସଂଖ୍ୟା କମୁଛି

କଟକ,୧୭ା୬ (କାର୍ତ୍ତିକ ସାହୁ) ବାଲେଶ୍ୱର ଜିଲା ବାହାନଗାଠାରେ ଗତ ୨ ତାରିଖରେ ଘଟିଥିବା ଟ୍ରେନ୍‌ ଦୁର୍ଘଟଣାକୁ ୨ ସପ୍ତାହ ବିତିଲାଣି। ତଥାପି ମନରୁ ଭୟ ଯାଇନି। ରାଜ୍ୟ ତଥା ରାଜ୍ୟ ବାହାରେ ଚିକିତ୍ସାଧୀନ ଆହତମାନେ ଏବେ ବି ଆଶଙ୍କିତ ଅବସ୍ଥାରେ...

ପୁଅ ଧର୍ମ ପରିବର୍ତ୍ତନ କରିଥିବାରୁ ବାପା ମୃତଦେହକୁ ଶ୍ମଶାନ ମନା

ଉମରକୋଟ,୧୭ା୬(ସନ୍ତୋଷ ଶତପଥୀ)ପୁଅ କରିଥିଲା ଧର୍ମ ପରିବର୍ତ୍ତନ। ତେଣୁ ତାଙ୍କ ବାପାଙ୍କ ମୃତ୍ୟୁ ପରେ ହିନ୍ଦୁ ଶ୍ମଶାନରେ ସତ୍କାର କରିବାକୁ ମିଳିଲାନି ଅନୁମତି। ଏପରି ଏକ ସମ୍ବେଦନଶୀଳ ଘଟଣା ନବରଙ୍ଗପୁର ଜିଲା ଉମରକୋଟ ଥାନା ଅଧୀନ ବେହେଡ଼ା ପଞ୍ଚାୟତ ସିଉନାଗୁଡ଼ା ଗ୍ରାମରେ...

ଭିଜିଲାନ୍ସ ଜାଲରେ ପ୍ରାଣୀଧନ ଚିକିତ୍ସାଧିକାରୀ

ଆସିକା,୧୭ା୬(ସୁରେନ୍ଦ୍ର ନାଥ ସାହୁ) ଗଞ୍ଜାମ ଜିଲା ଆସିକା ବ୍ଲକ ପ୍ରାଣୀଧନ ଚିକିତ୍ସାଧିକାରୀ ରବି ନାରାୟଣ ସାହୁ ଶୁକ୍ରବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ମୋବାଇଲ ଭେଟେରିନାରୀ ୟୁନିଟ ବ୍ୟବହାର ଲାଗି ନିୟୋଜିତ ଏକ ବୋଲେରୋର ଭଡା ନବୀକରଣ ଲାଗି କାଗଜପତ୍ର ପ୍ରସ୍ତୁତ...

ଶୋଇଥିବା ଯୁବକଙ୍କୁ କଚାଡ଼ି ମାରିଲା ଦନ୍ତା

ଖମାର,୧୭ା୬ (ରଜନୀକାନ୍ତ ମହାରଣା) ଅସହ୍ୟ ଗରମରୁ ରକ୍ଷା ପାଇବା ପାଇଁ ବାରଣ୍ଡାରେ ଖଟ ପକାଇ ଶୋଇଥିବା ଜଣେ ଯୁବକଙ୍କୁ ଦଳିଦେଇଛି ହିଂସ୍ର ଦନ୍ତା। ଅନୁଗୋଳ ଜିଲା ପାଲଲହଡ଼ା ବନାଞ୍ଚଳ ଅଧୀନ ପେଚାମୁଣ୍ଡି ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଘଟିଛି ଏଭଳି...

ଭିଜିଲାନ୍ସ ଜାଲରେ କୋଟିପତି ନିଲମ୍ବିତ ଯୋଗାଣ ଅଧିକାରୀ

ଭୁବନେଶ୍ୱର(ସତ୍ୟଜିତ୍‌ ରାଉତ)/ନିମାପଡ଼ା(ବିଚିତ୍ରାନନ୍ଦ ସାହୁ), ୧୭ା୬: ସରକାରୀ କ୍ଷମତାର ଅପବ୍ୟବହାର କରି ନିଲମ୍ବିତ ହୋଇଥିବା ନୟାଗଡ଼ ଜିଲା ଯୋଗାଣ ଅଧିକାରୀ (ସିଏସ୍‌ଓ) ବ୍ରଜେନ୍ଦ୍ର କୁମାର ନାୟକ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ଭିଜିଲାନ୍ସର ୮ଟି...

ଅଦିନିଆ ରଥଯାତ୍ରାକୁ ବିରୋଧ

ପୁରୀ,୧୭ା୬(ଅଜିତ୍‌ ମହାନ୍ତି) ଅଦିନିଆ ରଥଯାତ୍ରାକୁ ନେଇ ପୁଣି ବିବାଦ ସୃଷ୍ଟି ହୋଇଛି। ମଧ୍ୟପ୍ରଦେଶର ଗ୍ବାଲିୟରଠାରେ ଚଳିତ ମାସ ୨୪ତାରିଖରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ହେବ ବୋଲି ସୋସିଆଲ ମିଡିଆରେ ଖବର ଘୂରିବୁଲୁଛି। ଏହି ଅଦିନିଆ ରଥଯାତ୍ରାକୁ ଓଡ଼ିଶାର ଜଗନ୍ନାଥପ୍ରେମୀ ଓ ଶ୍ରୀମନ୍ଦିର...

ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ହତ୍ୟା, ସାନଭାଇ ଗୁରୁତର

ଗୁଣପୁର,୧୭ା୬(ପ୍ରଦୀପ କୁମାର ପାଢ଼ୀ) ରାୟଗଡ଼ା ଜିଲା ପଦ୍ମପୁର ବ୍ଲକ ନନ୍ଦରାମପୁର ଅଞ୍ଚଳର ୨ ଭାଇ ଦାଦନ ଖଟିବାକୁ ବେଙ୍ଗାଲୁରୁ ଯାଇଥିବାବେଳେ ସେଠାରେ କେତେଜଣ  ଅଟୋ ଚାଳକ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗତ ୧୧ ତାରିଖରେ ଅଟୋ ଚାଳକଙ୍କ...

ପୂର୍ବତନ ଏମ୍‌ପି ଅନାଦି ଦାସଙ୍କ ପରଲୋକ

ଯାଜପୁର,୧୭ା୬(ହର୍ଷବର୍ଦ୍ଧନ ବେହେରା) ଯାଜପୁର ଲୋକ ସଭା କ୍ଷେତ୍ରର ପୂର୍ବତନ ସଦସ୍ୟ ତଥା ପ୍ରବୀଣ ରାଜନୀତିଜ୍ଞ ଅନାଦି ଚରଣ ଦାସଙ୍କ ଶୁକ୍ରବାର ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଅପରାହ୍ନ ପ୍ରାୟ ୫ଟା୨୦ରେ ପରଲୋକ ହୋଇଯାଇଛି। ତାଙ୍କୁ ୯୭ ବର୍ଷ ବୟସ ହେଉଥିଲା।...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri