ଆମ ଜିଲା ଖବର

କେନାଲ କାମ ବନ୍ଦ କଲା ଏମ୍‌ଆଇ ବିଭାଗ

ସମ୍ବଲପୁର, ୧୫।୬(ଶୁଭାଶିଷ ପାଢୀ) ଯୁଯୁମୁରା ବ୍ଲକରେ କ୍ଷୁଦ୍ରଜଳସେଚନ ବିଭାଗ ପକ୍ଷରୁ ପ୍ରାୟ ୮୦ ଲକ୍ଷ ଟଙ୍କାରେ କେନାଲ ନିର୍ମାଣ ଚାଲିଥିଲା। ଚାଷୀଙ୍କ ଅଭିଯୋଗ ଆଧାରରେ ଧରିତ୍ରୀରେ ଜୁନ ୭ ତାରିଖରେ ଖବର ପ୍ରକାଶ ପାଇଥିଲା। ଏହା ପରେ ବିଭାଗୀୟ ତପ୍ତରତା...

ଗଛ ତଳେ ପଲିଥିନ ବାନ୍ଧି କଟୁଛି ଜୀବନ

ରାଉରକେଲା, ୧୫।୬ (ଦିନେଶ ମିଶ୍ର) ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗରିବ ବାସହୀନ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏଥିପାଇଁ ସରକାରୀ ପାଣ୍ଠିରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ରାଉରକେଲା ସ୍ମାର୍ଟସିଟିରେ ଏଭଳି...

୮୨ ଗୋଷ୍ଠୀରୁ କାହାକୁ ମିଳୁନି ଚାଷଋଣ

ଚନ୍ଦାହାଣ୍ଡି, ୧୫।୬ (ଦିଲୀପ ଦାସ ) ଭୂମିହୀନ ଚାଷୀଙ୍କୁ ଚାଷ କାର୍ଯ୍ୟ ପ୍ରତି ଆର୍ଥିକ ସହାୟତା ପ୍ରଦାନ କରିବା ନିମନ୍ତେ ରାଜ୍ୟ ସରକାର ବଳରାମ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ଯେଉଁ ଚାଷୀମାନଙ୍କ ଜମିପଟ୍ଟା ଓ ଆନୁସାଙ୍ଗିକ କାଗଜପତ୍ର...

ଉମରକୋଟରେ ଦେଶରେ ପ୍ରଥମ ପାଇରଲସିସ୍‌ ପ୍ଲାଣ୍ଟ

ଉମରକୋଟ, ୧୫।୬(ସନ୍ତୋଷ ଶତପଥୀ) ନବରଙ୍ଗପୁର ଜିଲା ପ୍ରଶାସନ ଉଦ୍ୟମରେ ଉମରକୋଟଠାରେ ଥିବା କୃଷି ବିଭାଗ ଫାର୍ମରେ ବୁଧବାର ଭାରତରେ ସର୍ବ ପ୍ରଥମ ପାଇରଲସିସ୍‌ ପ୍ଲାଣ୍ଟ ସ୍ଥାପନ ହୋଇଛି । ମିଶନ ନବରଙ୍ଗପୁର ନାମରେ ଆରମ୍ଭ ହେଇଥିବା ପାଇଲଟ ପ୍ରକଳ୍ପ ରାଷ୍ଟ୍ରୀୟ...

ଦିନେ ଗୌରବ ଆଣୁଥିଲେ, ଏବେ ବାଲି ବୋହୁଛନ୍ତି

ନନ୍ଦପୁର, ୧୫।୬ (ଶଙ୍କର ପୂଜାରୀ) ଉଚ୍ଚଶିକ୍ଷିତ ତଥା ଅନ୍ତଃରାଷ୍ଟ୍ରୀୟ ଦୃଷ୍ଟିହୀନ କ୍ରିକେଟ ଖେଳରେ କୋରାପୁଟ ଜିଲା ତଥା ଓଡ଼ିଶାର ପ୍ରତିନିଧିତ୍ୱ କରି ଗୋଲୁର ପଞ୍ଚାୟତ ପୋଡ଼େଇସିଂ ଗ୍ରାମର ଯୁବକ ରଘୁରାମ ନାୟକ ଦିନେ ନନ୍ଦପୁର ବ୍ଲକ ପାଇଁ ଆଣିଥିଲେ ଗୌରବ।...

ବୁଣାକାରଙ୍କ ସମସ୍ୟା ଦୂର ହେବ

ରସୁଲପୁର, ୧୫।୬(ରଞ୍ଜିତ ରାଉତ): ଯାଜପୁର ଜିଲା ରସୁଲପୁର ବ୍ଲକରେ ଟସରବସ୍ତ୍ରର ଏନ୍ତୁଡ଼ି ଶାଳ ଭାବେ ପ୍ରସିଦ୍ଧି ଲାଭ କରିଥିବା ପ୍ରଥମାଖଣ୍ଡି ପଞ୍ଚାୟତର ଗୋପାଳପୁର ଗାଁରେ ବୁଧବାର ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ପହଞ୍ଚତ୍ ବୁଣାବୁଣିର ବିଭିନ୍ନ ସ୍ଥିତି ଅନୁଧ୍ୟାନ...

ଅସୁରକ୍ଷିତ ଶିଳ୍ପ କାରଖାନା

ଯାଜପୁର, ୧୫।୬(ହର୍ଷବର୍ଦ୍ଧନ ବେହେରା) ଶିଳ୍ପ କଳକାରଖାନାଗୁଡ଼ିକରେ ବିପଦପୂର୍ଣ୍ଣ କାମ କରି ଶ୍ରମିକମାନଙ୍କ ଜୀବନ ବିପନ୍ନ ହେଉଛି ା ବିଭାଗୀୟ ପ୍ରଶାସନିକ ଅଧିକାରୀ ୟୁନିଟଗୁଡ଼ିକର ରକ୍ଷଣାବେକ୍ଷଣ ଦିଗରେ ଧ୍ୟାନ ଦେବା ବଦଳରେ କମ୍ପାନୀ କର୍ତ୍ତୃପକ୍ଷଙ୍କ ବେଆଇନ କାର୍ଯ୍ୟ ପ୍ରତି ଖାଲି ଆଖି...

ପୁଣି ଫାଷ୍ଟ କମ୍‌, ଫାଷ୍ଟ ଲୋଡ୍‌ ଆଇନ ଉଲ୍ଲଂଘନ

ଯାଜପୁର, ୧୫।୬(ହର୍ଷବର୍ଦ୍ଧନ ବେହେରା) : ଯାଜପୁର ଜିଲା ସୁକିନ୍ଦା ବ୍ଲକ କାଳିଆପାଣି ଖଣି ଅଞ୍ଚଳରେ ଫାଷ୍ଟ କମ୍‌ ଫାଷ୍ଟ ଲୋଡ଼ ଆଇନ ଭୁଶୁଡି ପଡିଛି। ଖଣି ଖାଦାନ ନିକଟରେ ଥିବା ୩ ରୁ ୪ଟି ପଞ୍ଚାୟତର ଟ୍ରକ ମାଲିକମାନଙ୍କୁ ଖଣି...

ଗଜା ମରୁଡ଼ି ଆଶଙ୍କା, ବିହନ ଚିନ୍ତାରେ ଚାଷୀ

କେନ୍ଦ୍ରାପଡ଼ା, ୧୫।୬(ଜଗନ୍ନାଥ ଧଳ) ବୁଧବାର ରଜପର୍ବ ଆରମ୍ଭ ହୋଇଛି। ଓଡ଼ିଶାକୁ ମୌସୁମୀ ପ୍ରବାହ ବିଳମ୍ବ ଯୋଗୁ କେନ୍ଦ୍ରାପଡ଼ା ଜିଲାର ଖରିଫ ଚାଷ ପାଇଁ ଆଶାନୁରୂପକ ବର୍ଷା ହୋଇନାହିଁ ା ଆଗାମୀ ଦିନରେ ଲଗାତର ଭାବେ ବର୍ଷା ନ ହେଲେ ଖରିଫ...

ଚାଷୀଙ୍କୁ ଋଣ ପ୍ରଦାନରେ ଆନ୍ତରିକତା ଅଭାବ

ରଘୁନାଥପୁର, ୧୫।୬(ରାଜେନ୍ଦ୍ର ନାରାୟଣ ସିଂ): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକରେ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ବଳରାମ ଯୋଜନା ଦିଗହରା ହୋଇପଡ଼ିଛି। ଏହି ଯୋଜନାରେ ଚାଷୀଙ୍କୁ ଋଣ ଦେବାପାଇଁ ଆନ୍ତରିକତା ପ୍ରକାଶ କରୁନାହାନ୍ତି ବ୍ୟାଙ୍କ ସମୂହ। ଫଳରେ ଖରିଫ ଓ ରବି...

ବିଜେଡି କର୍ମୀଙ୍କୁ ଗୁଳିମାଡ଼

କାମାକ୍ଷାନଗର, ୧୫।୬(ସୁଧୀର କୁମାର ପରିଡ଼ା) ଢେଙ୍କାନାଳ ଜିଲା କାମାକ୍ଷାନଗର ବିଜେଡି କର୍ମୀ ତଥା ଠିକାଦାର କାହ୍ନୁଚରଣ ସାହୁଙ୍କ ଉପରେ ବୁଧବାର ରାତି ପ୍ରାୟ ୧୧ଟା ବେଳେ ଗୁଳିମାଡ଼ ହୋଇଛି। ସେ କାର୍‌ରେ ଫେରୁଥିବାବେଳେ ଘର ସମ୍ମୁଖରେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ...

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଦନ୍ତାହାତୀର ମୃତ୍ୟୁ

କଣ୍ଟାମାଳ,୧୪ା୬(ଆଦିତ୍ୟେଶ୍ୱର ମିଶ୍ର): ବୌଦ୍ଧ ଜିଲା କଣ୍ଟାମାଳ ବନଖଣ୍ଡ ଘୁଚାଙ୍ଗୀ ଗାଁ ନିକଟ ବିଲରେ ବୁଧବାର ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ ବୁଧବାର ପାହାନ୍ତିଆରେ ଏକ ହାତୀର ଚିତ୍କାର ଶୁଣିଥିଲେ। ସକାଳ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri