ଆମ ଜିଲା ଖବର

ପ୍ରଶାସନର ଦ୍ୱାରସ୍ଥ ପରେ ଗାଁରୁ ଦୂର ହେଲା ପାନୀୟ ଜଳ ସମସ୍ୟା

କୋକସରା,୧୦ା୬(ଡି.ଏନ୍‌.ଏ.): ପାନୀୟ ଜଳ ପାଇଁ ବ୍ଲକ ପ୍ରଶାସନର ଦ୍ୱାରସ୍ଥ ପରେ ଟେମରା ପଞ୍ଚାୟତ ହଂସପଡ଼ା ଗ୍ରାମକୁ ୨ଟି ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ କରିଛନ୍ତି ବ୍ଲକ ପ୍ରଶାସନ ଓ ପଞ୍ଚାୟତ କର୍ତ୍ତୃପକ୍ଷ। କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା...

କର୍ଲାମୁଣ୍ଡାରେ ବୁଲୁଛି ଦନ୍ତା, ଲୋକେ ଆତଙ୍କିତ

କର୍ଲାମୁଣ୍ଡା,୧୦ା୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ହଜାରିପଡ଼ା ନିକଟସ୍ଥ ଶାନ୍ତିବନଠାରେ ଶନିବାର ଏକ ଜଙ୍ଗଲୀ ଦନ୍ତାହାତୀ ବୁଲୁଥିବା ଦେଖିବାକୁ ମିଳିଛି। ଖବର ପାଇ କେସିଙ୍ଗା, ନର୍ଲା ଓ ମ. ରାମପୁର ରେଞ୍ଜର କର୍ମଚାରୀମାନେ ପହଞ୍ଚି ହାତୀଟିକୁ ଘଉଡ଼ାଇବାର ସକ୍ଷମ...

ତାତିରେ ଆଉଟପାଉଟ ସୋରଡ଼ାବାସୀ, ରାସ୍ତାଘାଟ ଶୂନଶାନ

ସୋରଡ଼ା,୧୦ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ସୋରଡ଼ା ଅଞ୍ଚଳରେ ଶନିବାର ଅଘୋଷିତ ବନ୍ଦ ପାଳନ ପରି ଦେଖାଯାଇଛି। ସକାଳୁ ୮ଟାରୁ କଣ୍ଟେଇପଲ୍ଲୀଠାରୁ ସୋରଡ଼ା ରାସ୍ତା ସଂପ୍ରସାରଣ କାମ ପାଇଁ ଗଛକଟା ଚାଲିବାରୁ ବିଦ୍ୟୁତ ବିଭାଗ ପକ୍ଷରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ବିଦ୍ୟୁତ୍‌ କାଟ...

କାଳବୈଶାଖୀ ବିତ୍ପାତ: ଗଛ ପଡି ଜାତୀୟ ରାଜପଥ ଅବରୋଧ

ହିଞ୍ଜିଳିକାଟୁ,୧୦।୬(ଡିଏନଏ): ହିଞ୍ଜିଳିକାଟୁ ଓ ଆଖପାଖ ଅଞ୍ଚଳରେ ଶନିବାର ମଧ୍ୟାହ୍ନରେ କାଳବୈଶାଖୀ ପ୍ରଭାବରେ ବର୍ଷାପବନ, କୁଆପଥର ମାଡ ସହ ବଜ୍ରପାତ ହୋଇଛି। ଏହା ପ୍ରଭାବରେ ହିଞ୍ଜିଳିକାଟୁ ସହରର ଜାତୀୟ ରାଜପଥ କଡ଼ରେ ବହୁ ସ୍ଥାନରେ ଗଛ ରାସ୍ତା ଉପରେ ପଡ଼ି ବହୁ...

ବଜ୍ରପାତରେ ଚାଲିଗଲା ୨ ଜୀବନ, ୩ ଗୁରୁତର

ବ୍ରହ୍ମପୁର ଅଫିସ,୧୦ା୬: ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ମନ୍ଦରଡ଼ା ଏବଂ ମାଦୁକାବାଡ଼ ଗାଁ’ରେ ଏକ ଦୁଃଖଦ ଘଟଣା ଘଟିଛି। ବଜ୍ରପାତରେ ଏହି ଦୁଇ ଗାଁର ୨ ଜଣଙ୍କ ଜୀବନ ଯାଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମନ୍ଦରଡ଼ା ଗାଁ’ର...

ମାଟିତଳୁ ଅଷ୍ଟଧାତୁ ଲକ୍ଷ୍ମୀନୃସିଂହ ପ୍ରତିମୂର୍ତ୍ତି ଉଦ୍ଧାର

ଗଞ୍ଜାମ,୧୦ା୬(ଡି.ଏନ୍‌.ଏ.): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ରବୀନ୍ଦ୍ର ପଟ୍ଟନାୟକଙ୍କ ଘରର ମାଟି ତଳୁ ଶନିବାର ଅଷ୍ଟଧାତୁରେ ନିର୍ମିତ ଲକ୍ଷ୍ମୀ ନୃସିଂହଙ୍କ ପ୍ରତିମୂର୍ତ୍ତି ଉଦ୍ଧାର ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ରବୀନ୍ଦ୍ରଙ୍କ ଭାଇ ସୁରେନ୍ଦ୍ର ପଟ୍ଟନାୟକଙ୍କୁ ସ୍ବପ୍ନାଦେଶ...

ଚୋର ସନ୍ଦେହରେ ଯୁବକଙ୍କୁ ପିଟି ମାରିଦେବା ଘଟଣା: ମୁଖ୍ୟ ଅଭିଯୁକ୍ତ ସୁରଟରୁ ଗିରଫ

ପୁରୁଷୋତ୍ତମପୁର,୧୦ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଚିଙ୍ଗୁଡ଼ିଘାଇ ଗ୍ରାମରେ ଚୋର ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ଘଟଣାରେ ମୁଖ୍ୟ ଅଭିଯୁକ୍ତଙ୍କୁ ସୁରଟରୁ ଗିରଫକରି ଶନିବାର କୋର୍ଟ ଚାଲାଣ କରିଛି ପୁରୁଷୋତ୍ତମପୁର ପୋଲିସ। ସେ ହେଲେ ବିଷ୍ଣୁ...

ସାଇବର ମାଫିଆଙ୍କୁ ଯୋଗାଉଥିଲେ ସିମ୍‌: ବାନ୍ଧିଲା ପୋଲିସ

କଟକ ଅଫିସ, ସାଇବର ଠକଙ୍କୁ ସିମ୍‌ ଯୋଗାଇ ଦେଇ ମାଲେମାଲେ ୮ ଜଣ ଯୁବକଙ୍କୁ କଟକ ସାଇବର ଥାନା ପୋଲିସ ଗିରଫ କରିଛି। ଏହି ଯୁବକମାନେ ଓଡ଼ିଶା ସିମ ଆସାମ, ହରିଆଣା, ଦିଲ୍ଲୀ, ରାଜସ୍ଥାନ, ଉତ୍ତରପ୍ରଦେଶର ଆଦି ସାଇବର ଠକଙ୍କୁ...

ଏବେ ବାହାନଗାରେ ଅଟକିବନି କୌଣସି ଟ୍ରେନ୍‌ 

ବାଲେଶ୍ୱର ଅଫିସ, ୧୦।୬: ବାଲେଶ୍ୱର ଜିଲା ବାହାନଗା ବଜାର ଷ୍ଟେସନରେ ଏବେ କୌଣସି ଟ୍ରେନ ରହିବ ନାହିଁ। ପରବର୍ତ୍ତୀ ନୋଟିସ ପର୍ଯ୍ୟନ୍ତ ଏଠାରେ କୌଣସି ଟ୍ରେନ ରହିବ ନାହିଁ ବୋଲି ଦକ୍ଷିଣ ପୂର୍ବ ରେଳପଥର ମୁଖ୍ୟ ଜନସଂପର୍କ ଅଧିକାରୀ (ସିପିଆରଓ)...

ସମ୍ପତ୍ତି ହଡ଼ପ ନେଇ ବାରମ୍ବାର ଥାନାକୁ ଦୌଡ଼ି ନୟାନ୍ତ ରାଜଶ୍ରୀ କିନ୍ନର, ସମାଧାନ ନ ହେଲେ ଆତ୍ମାହୁତି ଧମକ

ବେଗୁନିଆପଡ଼ା,୧୦ା୬(ଡି.ଏନ୍‌.ଏ.): ଦୀର୍ଘ ୫ ବର୍ଷ ଧରି ଗଞ୍ଜାମ ଜିଲା ବେଗୁନିଆପଡ଼ା ଥାନାକୁ ବାରମ୍ବାର ଧାଇଁ ନୟାନ୍ତ ହୋଇପଡ଼ିଛନ୍ତି ଜଣେ କିନ୍ନର। କିନ୍ତୁ ବାହାରି ପାରୁନି ସମାଧାନର ବାଟ। ଗଞ୍ଜାମ ଜିଲା ବେଗୁନିଆପଡ଼ା ଥାନା ଅନ୍ତର୍ଗତ ବୁରୁଝୁରୀ ପଞ୍ଚାୟତ ପି ନୂଆଗାଁର...

ବଡ଼ବିଲରେ ୫-ଟି ସଚିବ

ବଡ଼ବିଲ,୧୦ା୬(ସ୍ବ.ପ୍ର.): କେନ୍ଦୁଝର ଜିଲାକୁ ଦୁଇ ଦିନିଆ ଗସ୍ତରେ ଆସିଥିବା ୫ଟି ସଚିବ ଭି.କେ ପାଣ୍ଡିଆନ ଚମ୍ପୁଆ କାର୍ଯ୍ୟକ୍ରମ ସାରି ହେଲିକପ୍ଟର ଯୋଗେ ନିର୍ଦ୍ଧାରିତ ସମୟ ପୂର୍ବରୁ ବଡ଼ବିଲସ୍ଥିତ ବିକାଶ ମହଲ ପଡ଼ିଆର ଅସ୍ଥାୟୀ ହେଲିପ୍ୟାଡ୍‌ରେ ଶନିବାର ଅବତରଣ କରିଥିଲେ। ହେଲିପ୍ୟାଡ୍‌...

ଆସୁଛି ରଥଯାତ୍ରା: ମୁତୟନ ହେବେ ୧୮୦ ପ୍ଲାଟୁନ ପୋଲିସ ଫୋର୍ସ

ପୁରୀ ଅଫିସ,୧୦।୬: ରଥଯାତ୍ରାକୁ ଆଉ ଅଳ୍ପ ଦିନ । ଏ ନେଇ ଜୋରଦାର ପ୍ରସ୍ତୁତି ଚାଲିଛି । ଏହିକ୍ରମରେ ଶନିବାର ଶ୍ରୀମନ୍ଦିର ସମ୍ମୁଖରେ ମକଡ୍ରିଲ ହୋଇଛି। ପୁରୀ ଏସ୍‌ପିଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଏଥିରେ ସାମିଲ ହୋଇଛନ୍ତି। ସୂଚନା ଅନୁଯାୟୀ,...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri