ଆମ ଜିଲା ଖବର

ବ୍ରହ୍ମପୁର ମହାନଗର ନିଗମ ପାଇଁ ୩୪ କୋଟି

ବ୍ରହ୍ମପୁର ଅଫିସ,୧୦ା୬: ବ୍ରହ୍ମପୁର ମହାନଗରର ବିଭିନ୍ନ ଅଞ୍ଚଳରେ ମୁକ୍ତା ଯୋଜନାରେ ସ୍ବୟଂ ସହାୟିକା ଗୋଷ୍ଠୀ ଦ୍ୱାରା ହେବାକୁ ଥିବା ବିଭିନ୍ନ କାର୍ଯ୍ୟକୁ ଶୁକ୍ରବାର ୫-ଟି ସଚିବ ଭି.କେ. ପାଣ୍ଡିଆନ ଭିଡିଓ କନଫରେନ୍ସରେ ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକରେ ବିଇଏମସି...

ସହର ସହ ଯୋଡ଼ିହେଉଛି ଦୁର୍ଗମ ଅଞ୍ଚଳ

କେନ୍ଦୁଝର,୧୦ା୬(ସ୍ବ.ପ୍ର./ଡି.ଏନ୍‌.ଏ.): ଖଣି ପ୍ରଭାବିତ ଅଞ୍ଚଳରେ ରାସ୍ତା ସଂଯୋଗୀକରଣ କାର୍ଯ୍ୟକୁ ସରକାର ପ୍ରାଥମିକତା ଦେଉଛନ୍ତି। ଏହାଦ୍ୱାରା ଯାତାୟାତରେ ସୁବିଧା ହେବା ସହ ଗ୍ରାମାଞ୍ଚଳର ବିକାଶ ହେବ। ବଣ ପାହାଡ଼ଘେରା କେନ୍ଦୁଝର ଜିଲାର ପ୍ରତ୍ୟେକ ଗ୍ରାମକୁ ମୁଖ୍ୟସ୍ରୋତ ସହ ଯୋଡ଼ିବା ଲାଗି ପ୍ରଶାସନ...

ବିଳମ୍ବିତ ହେଉଛି ମୌସୁମୀ, ଗଜା ମରୁଡ଼ି ଆଶଙ୍କା

ରସୁଲପୁର,୧୦ା୬(ଡି.ଏନ୍‌.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ଏକ କୃଷିପ୍ରଧାନ ଅଞ୍ଚଳ ା ସ୍ଥାନୀୟ ଚାଷୀମାନେ ପାରମ୍ପରିକ ଢଙ୍ଗରେ ଚାଷ କରିଥାଆନ୍ତି ା ଚଳିତ ବର୍ଷ ଖରିଫ ଋତୁ(ଜୁନ୍‌ରୁ ସେପ୍ଟେମ୍ବର) ମଧ୍ୟରେ ଧାନଚାଷ ଆରମ୍ଭ କରିଛନ୍ତି ା ଚାଷ ପାଇଁ ପାଣିପାଗ...

୮୦ ମିଟର ରାସ୍ତାରେ ଖର୍ଚ୍ଚ ହୋଇଛି ୧୦ ଲକ୍ଷ

ପଟ୍ଟାମୁଣ୍ଡାଇ,୧୦ା୬(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ପୌର ପରିଷଦ ଅନ୍ତର୍ଗତ ୱାର୍ଡ ନଂ. ୧୯ଠାରେ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କଟକ-ଚାନ୍ଦବାଲି ମେନ୍‌ ରୋଡଠାରୁ ଅଜୟ ତରାଇ ଘର ପର୍ଯ୍ୟନ୍ତ ୮୦ ମିଟର ଫେବର ଇଟାରେ ରାସ୍ତା କାର୍ଯ୍ୟ ହୋଇଥିଲା। ମାତ୍ର କାମ...

ଭକ୍ତଙ୍କୁ ଗର୍ଭଗୃହ ମନା

ବ୍ରହ୍ମଗିର,୧୦।୬(ଡି.ଏନ୍‌.ଏ): ଅଲାରନାଥଙ୍କ ଅନବସର ଦର୍ଶନ ସମୟରେ ଭକ୍ତଙ୍କୁ ଗର୍ଭଗୃହକୁ ମନା। ଭକ୍ତମାନେ ଅର୍ଦ୍ଦଳି ନିକଟରୁ ଠାକୁରଙ୍କୁ ଦର୍ଶନ କରିବେ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଶୁକ୍ରବାର ବ୍ରହ୍ମଗିରି ତହସିଲଦାର ସ୍କୃତିରଞ୍ଜନ ଶତପଥୀ ଏକ ଖବରଦାତା ସମ୍ମିଳନୀରେ ଜଣାଇବା ସହିତ କାର୍ଯ୍ୟକାରୀ କରାଯାଇଛି।...

‘ମହିଳା ସଶକ୍ତୀକରଣର ପ୍ରଥମ ମାର୍ଗଦର୍ଶୀ ନନ୍ଦିନୀ ଦେବୀ’

ଢେଙ୍କାନାଳ ଅଫିସ, ୧୦।୬: ନନ୍ଦିନୀ ଦେବୀ ନାରୀଶକ୍ତି ଓ ନାରୀ ସ୍ବାଭିମାନର ପ୍ରତୀକ ଥିଲେ। ସେ ଓଡ଼ିଶାରେ ପ୍ରଥମେ ଯୌତୁକ ନିରୋଧୀ ଆଇନ ପ୍ରଣୟନ କରିଥିଲେ। ହାଇସ୍କୁଲସ୍ତରରେ ଗରିବ ଛାତ୍ରୀଛାତ୍ରଙ୍କ ପାଇଁ ବୁକ୍‌ ବ୍ୟାଙ୍କ ବ୍ୟବସ୍ଥା ପ୍ରଚଳନ କରିଥିଲେ। ମହିଳା...

ବିଲରେ ନିଆଁ ଲଗାଇଲେ ଅମଳ କମିବ

ସମ୍ବଲପୁର,୧୦ା୬(ବ୍ୟୁରୋ): କୃଷକଙ୍କ ସୁବିଧା ପାଇଁ ସମ୍ପ୍ରତି ଚାଷ ପ୍ରଣାଳୀରେ ଅନେକ ପରିବର୍ତ୍ତନ କରାଯାଇଛି। ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର କରାଯାଇ ଶୀଘ୍ର ବୁଣିବା, ରୋଇବା ଓ ଅମଳ ଆଦି କାମ ହୋଇପାରୁଛି। ହେଲେ ଯନ୍ତ୍ରପାତି ବ୍ୟବହାର ଦ୍ୱାରା କ୍ଷତିକାରକ ମଧ୍ୟ ହେଉଛି।...

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୧୮ ବଖରା

ଆଠମଲ୍ଲିକ,୧୦ା୬(ଡି.ଏନ.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅଏଡା ପଞ୍ଚାୟତ ଓଳଥ ଗ୍ରାମରେ ଶୁକ୍ରବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ବିଦ୍ୟୁତ୍‌ ଶର୍ଟସର୍କିଟ ଯୋଗୁ ୧୩ ପରିବାରର ୧୮ ବଖରା ପୋଡ଼ି ପାଉଁଶ ହୋଇଯାଇଛି। ଖବରପାଇ ଆଠମଲ୍ଲିକ ଅଗ୍ନିଶମ କେନ୍ଦ୍ରର ୨ଟି ଗାଡ଼ି...

ଆଦର୍ଶ ସ୍କୁଲ ଭାବେ ବିକଶିତ ହେବ ବାହାନଗା ବିଦ୍ୟାଳୟ

ବାଲେଶ୍ୱର ଅଫିସ/ଭୁବନେଶ୍ୱର, ୧୦ା୬(ବ୍ୟୁରୋ): ବାଲେଶ୍ୱର ଜିଲା ବାହାନଗା ହାଇସ୍କୁଲ ତଥା ସ୍କୁଲ ପରିସରରେ ଥିବା ପ୍ରାଥମିକ ଓ ଏଲିମେଣ୍ଟାରୀ ସ୍କୁଲ ସମ୍ପୂର୍ଣ୍ଣ ଭଙ୍ଗାଯାଇ ୫-ଟି ଉପକ୍ରମରେ ଏହାର ପୁନଃନିର୍ମାଣ କରାଯିବ। ଏହାକୁ ଏକ ଆଦର୍ଶ ସ୍କୁଲ ଭାବରେ ଗଢ଼ିବାକୁ ମୁଖ୍ୟମନ୍ତ୍ରୀ...

ମହାପ୍ରଭୁଙ୍କୁ ଲାଗିହେଲା ଫୁଲୁରି ତେଲ

ପୁରୀ ଅଫିସ, ୯ା୬: ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ। ଅଣସର ଘରେ ଦଇତାପତି ଓ ପତିମହାପାତ୍ର ସେବକମାନେ ନିଷ୍ଠାର ସହ ଶ୍ରୀବିଗ୍ରହଙ୍କ ଗୁପ୍ତସେବା ଜାରି ରଖିଛନ୍ତି। ଦାରୁଦିଅଁଙ୍କ...

ଲଳିତଙ୍କୁ ସହାୟତାର ହାତ ବଢ଼ାଇଲା ଜିଲା ପ୍ରଶାସନ

କର୍ଲାମୁଣ୍ଡା,୯।୬(ଡିଏନଏ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଳକ ରାଜପୁର ଗାଁର ମେଧାବୀ ଛାତ୍ର ଲଳିତ ମାଝୀଙ୍କ ପାଠ ପଢିବା ପାଇଁ ଅର୍ଥ ବାଧକ ସାଜିଥିଲା। ଏନେଇ ଖବର ବିଭିନ୍ନ ଖବର କାଗଜରେ ପ୍ରକାଶ ପାଇବା ପରେ ସହାୟତାର ହାତ ବଢେଇଛି ଜିଲା...

ସାପ କାମୁଡାରେ ନାବାଳକର ମୃତ୍ୟୁ

ନିରାକାରପୁର,୯।୬( ଡି.ଏନ.ଏ): ସାପ କାମୁଡାରେ ଜଣେ ନାବାଳକର ମତ୍ୟୁ ଘଟିଛି। ମୃତକ ନାବାଳକ ଜଣକହେଲେ ଖୋର୍ଦ୍ଧା ଜିଲା ଜଙ୍କିଆଥାନା ଅନ୍ତର୍ଗତ ଗୋଡିପଡା ପଞ୍ଚାୟତ ଉପର ମୋଟା ଗ୍ରାମର ଶୁଭଙ୍କର ପାଇକରାୟ ଓରଫ ଶୁଭ(୧୦) ବୋଲି ଜଣାପଡିଛି। ଶୁଭ ରାତିରେ ଶୋଇଥିବା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri