ଆମ ଜିଲା ଖବର

ପୁଣି ବାହାନଗା ଷ୍ଟେଶନରେ ସିବିଆଇ ଟିମ୍‌

ବାଲେଶ୍ୱର ଅଫିସ,୭ା୬: ବାହାନଗା ରେଳ ଷ୍ଟେଶନରେ ବୁଧବାର ପୁଣି ସିବିଆଇ ଟିମ୍‌ ପହଞ୍ଚିଛି। ମଙ୍ଗଳବାର ଦିନ ଓ ରାତି ଦୁର୍ଘଟଣାସ୍ଥଳ ସମେତ ବାହାନଗା ଷ୍ଟେଶନରେ ଟିମ୍‌ ଯାଞ୍ଚ କରିଥିବା ବେଳେ ଆଜି ପୁଣି ବାହାନଗାରେ ଜୋରଦାର ତନାଘନା କରିଛି ସିବିଆଇ।...

ନନ୍ଦିରାରେ ମିଶିଲା ପାଉଁଶ ପାଣି

ବଅଁରପାଳ,୬ା୬(ଡି.ଏନ.ଏ.): ବଅଁରପାଳ ବ୍ଲକ ଅନ୍ତର୍ଗତ ବଳରାମପ୍ରସାଦ ଠାରେ ଥିବା ନାଲ୍‌କୋର ପାଉଁଶ ପୋଖରୀରୁ ବହୁ ପରିମାଣର ପାଉଁଶ ପାଣି ସୋମବାର ନନ୍ଦିରା ନାଳରେ ମିଶିଛି। ଫଳରେ ଏହି ନାଳ ଉପରେ ନିର୍ଭର କରୁଥିବା ବଳରାମପ୍ରସାଦ, କୁକୁଡାଙ୍ଗ, କୁରୁଡୁଲୁ, ଟେଣ୍ଟଲୋଇ, ଖାମାନା,...

ପେନ୍‌ସିଲ ଆର୍ଟ ଓ ସ୍କ୍ରିବଲିଂ ଆର୍ଟରେ ନିପୁଣ ୨ ଭାଇ

ବେଗୁନିଆପଡ଼ା,୭।୬: ଅମ୍ଳାନ ଗୌରବ କୁମାର ଓ ଆୟୁଷ ଅଂଶୁମାନ ଦୁଇ ଭାଇ। ଅମ୍ଳାନ +୩ ବିଜ୍ଞାନ ପଢା ସରିଥିବା ବେଳେ ଆୟୁଷ ଦ୍ୱାଦଶ ବିଜ୍ଞାନ ପଢ଼ା ସରିଛି। ଉଭୟଙ୍କ ପଢା ସହିତ ଲୁକ୍କାୟିତ ଭାବରେ ଚିତ୍ର ପ୍ରତି ଥିଲା ଅହେତୁକ...

ଚିକିତ୍ସାଧୀନ ଶିଶୁର ମୃତ୍ୟୁ, ଉତ୍ତେଜନା

ପାରଳାଖେମୁଣ୍ଡି, ୭।୬ (ଡି.ଏନ୍‌.ଏ): ଗଜପତି ଜିଲା ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ଯାଜପୁର ଗ୍ରାମର ୧୧ ମାସର ଶିଶୁ ସଚିତ ସଇଁସାଙ୍କୁ ଗତ ଏପ୍ରିଲ ୭ରେ ଡାକ୍ତରଖାନାରେ ଏକ୍ସପାଏରି ଔଷଧ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏଥିରେ ସେ ଗୁରୁତର ହୋଇପଡ଼ିଥିଲେ। ଗତ ମେ’...

ଶ୍ରମିକଙ୍କୁ ଉତ୍ସାହିତ କରିବାକୁ କୋଦାଳ ଧରିଲେ ସରପଞ୍ଚ

କେନ୍ଦୁଝର,୭।୬(ସ୍ବ.ପ୍ର): କେନ୍ଦୁଝର ସଦର ବ୍ଲକ୍‌ ଅନ୍ତର୍ଗତ ବରଦାପାଳ ପଞ୍ଚାୟତ ସାମାଜିକ କର୍ମୀ ତଥା ଯୁବ ସରପଞ୍ଚ ଶ୍ରମିକଙ୍କ ସହ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌(ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା)ରେ କାମ କରି ଚର୍ଚ୍ଚାକୁ ଆସିଥିଲେ। ଏବେ ହାଣ୍ତିଭଙ୍ଗା ସରପଞ୍ଚ ପୂର୍ଣ୍ଣମୀ...

୮୮ ଜୀବନ ବଞ୍ଚାଇଲେ ଦୀପକ, ଶୁଭଙ୍କର

ବାଲେଶ୍ୱର ଅଫିସ, ୭।୬: ବାଲେଶ୍ୱର ଜିଲା ବାହାନଗା ନିକଟରେ ଗତ ୨ ତାରିଖ ସନ୍ଧ୍ୟାରେ ଘଟିଥିବା ଭୟଙ୍କର ରେଳ ଦୁର୍ଘଟଣାରେ ଆହତଙ୍କ ପାଇଁ ଦେବଦୂତ ସାଜିଥିଲେ ସ୍ଥାନୀୟ ଅଞ୍ଚଳର ଦୁଇ ଯୁବକ ଦୀପକ ରଞ୍ଜନ ବେହେରା ଏବଂ ଶୁଭଙ୍କର ଜେନା।...

‘ମୋ ଜମି ନଷ୍ଟ କଲ, କ୍ଷତିପୂରଣ ଦିଅ’

ବାଲେଶ୍ୱର ଅଫିସ,୭।୬ବାହାନଗା ରେଳ ଦୁର୍ଘଟଣା ପରେ ନିକଟସ୍ଥ ଚାଷ ଜମିରେ ଖଣ୍ଡବିଖଣ୍ଡିତ ବଗି ଗୁଡ଼ିକ ରଖାଯାଇଛି। ଏହା ଦ୍ୱାରା ଚଳିତ ବର୍ଷ ଏହି ଜମିରେ ଚାଷ ହୋଇ ନ ପାରିବା ଆଶଙ୍କା କରି ଜଣେ ଜମି ମାଲିକ ପ୍ରଶାସନକୁ କ୍ଷତିପୂରଣ...

ବାଇକ ଧକ୍କାରେ ସାଇକେଲ ଆରୋହୀ ମୃତ

ତିହିଡି,୭।୬(ଡି.ଏନ.ଏ): ଭଦ୍ରକ-ଚାନ୍ଦବାଲି ରାସ୍ତାର ସିନ୍ଦୋଳ ପଣ୍ତା ପୋଖରୀ ଛକରେ ବୁଧବାର ସକାଳେ ବାଇକ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ନାଁ ଜଳଧର ମଳିକ (୫୮) ଏବଂ ତାଙ୍କ ଘର ତିହିଡି ଥାନା ବାରୋ ପଞ୍ଚାୟତ...

ପୋଖରୀରୁ ମିଳିଲା ସ୍ତ୍ରୀଙ୍କ ମୃତଦେହ: ସ୍ବାମୀ ଅଟକ

ପାଟଣା,୭।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଖିରେଇଟାଙ୍ଗିରୀ ଗାଁ ପୋଖରୀ୍‌ରେ ସୋମବାର ସାରେ ଜଣେ ବିବାହିତା ମହିଳାଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଥିଲା। ସୋମବାରରାତିଲେ ତୁରୁମୁଙ୍ଗା ପୋଲିସ ଅଗ୍ନିଶମ ବାହିନୀ ମିଳିତ ଉଦ୍ୟରେ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତ ଦେହଟି...

ବଡ଼ସାହିରେ ମୋରମ ଚାଲାଣ

ବାରିପଦା ଅଫିସ/ବଡ଼ସାହି, ୭।୬(ଡି.ଏନ.ଏ.):  ମୟୂରଭଞ୍ଜ ଜିଲା ବଡସାହି ବ୍ଲକ ଅଧୀନ ଦେଉଳିଆ ଗ୍ରାମ ଶ୍ମଶାନରୁ ବେଆଇନ ମୋରମ ଉତ୍ତୋଳନ ପରେ ଚୋରାଚାଲାଣ ଚାଲିଥିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଚଞ୍ଚକତା ପୂର୍ବକ ଜଙ୍ଗଲ କିସମର ଜମିକୁ କାମ ବାହାନାରେ...

ବାହାଘର ପୂର୍ବରୁ ଜଳିବ ଜୁଇ

ଭୁବନେଶ୍ୱର,୭।୬(ବ୍ୟୁରୋ): ଆଉ ୩ଦିନ ପରେ ଘରେ ଆରମ୍ଭ ହୋଇଥାନ୍ତା ଭାଇର ବାହାଘର। ସବୁକିଛି କାମ ସାରି ଭାଇ ଦିନେଶ ଯାଦବ ଯଶୋବନ୍ତ-ହାଓଡା ଏକ୍ସପ୍ରେସରେ ଶାଲିମାର ଆସୁଥିଲା। ସେଠୁ ଲୋକାଲ ଟ୍ରେନ୍‌ ମାଧ୍ୟମରେ ଝାଡଖଣ୍ଡର ଦେବଘର ଜିଲାକୁ ଆସିଥାନ୍ତେ। କିନ୍ତୁ କାଳର...

ନଦୀ ପାର ହେଉଥିବା ବେଳେ ବୁଡିଲା ଡଙ୍ଗା, ୨ ନିଖୋଜ

ମାଲକାନଗିରି,୭।୬(ଡି.ଏନ.ଏ.): ମାଲକାନାଗିରି ଜିଲା ଖଇରପୁଟ ବ୍ଲକ ବଣ୍ଡା ଘାଟିର ଅଣ୍ଡରହଲ ପଞ୍ଚାୟତ ସିନ୍ଦିଗୁଡା ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ନଦୀ ପାର ହେଉଥିବା ସମୟରେ ଡଙ୍ଗା ବୁଡି ୨ ଜଣ ନିଖୋଜ ହୋଇଛନ୍ତି। ପୋଲିସ ସୂଚନା ଅନୁସାରେ, ରାସବେଡା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri