ଆମ ଜିଲା ଖବର

ଦାଣ୍ଡ ଦୁଆରେ କଚାଡ଼ ମାରିଦେଲା ଦନ୍ତା

ନିରାକାରପୁର,୬।୬(ଡି.ଏନ୍‌.ଏ.): ମଙ୍ଗଳବାର ଭୋରରେ ହାତୀ ଆକ୍ରମଣ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖୋର୍ଦ୍ଧା ରେଞ୍ଜ ଅଧୀନ ଦଲକ ଗ୍ରାମର ଦେବରାଜ ହରିଚନ୍ଦନ (୫0)। ମିଳିଥିବା ସୂଚନା ମୁତାବକ, ଦେବରାଜ ଭୋରୁ ଉଠି ଦାଣ୍ଡ ଦୁଆରକୁ ଆସିଥିଲେ। ସେତିକିବେଳେ...

କାର୍ଟୁନିଷ୍ଟ ଅଶ୍ୱିନୀ-ଅବନୀଙ୍କୁ ସ୍ବତନ୍ତ୍ର ପୁରସ୍କାର

ବଲାଙ୍ଗୀର ଅଫିସ, ୬ା୬: ଛତିଶଗଡ଼ ପରିବେଶ ସଂରକ୍ଷଣ ମଣ୍ଡଳ ଏବଂ ରାୟପୁର(ଛତିଶଗଡ଼)ରୁ ପ୍ରକାଶିତ ମାସିକ କାର୍ଟୁନ୍‌ ପତ୍ରିକା ‘କାର୍ଟୁନ୍‌ ୱାଚ୍‌’ର ମିଳିତ ଆବାହକତ୍ୱରେ ଆୟୋଜିତ ସର୍ବଭାରତୀୟସ୍ତରୀୟ କାର୍ଟୁନ୍‌ ପ୍ରତିଯୋଗିତାରେ ଓଡ଼ିଶାର କାର୍ଟୁନିଷ୍ଟ ଭ୍ରାତୃଦ୍ୱୟ ଅଶ୍ୱିନୀ-ଅବନୀଙ୍କ ଏକ କାର୍ଟୁନ୍‌ ସ୍ବତନ୍ତ୍ର ପୁରସ୍କାର...

ଫିରିଙ୍ଗିଆ ବ୍ଲକ ଉପାଧ୍ୟକ୍ଷଙ୍କ ସମେତ ୬ ଗିରଫ

ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୬ା୬: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଉପାଧ୍ୟକ୍ଷ ଅଜିତ ସାହୁ ନିଖୋଜ ଘଟଣାକୁ ନେଇ ତୁମ୍ବିତୋଫାନ ଚାଲିଥିବା ବେଳେ ପୋଲିସ ସୋମବାର ସନ୍ଧ୍ୟାରେ ଏହି ରହସ୍ୟ ଉପରୁ ପରଦା ହଟାଇଛି। ଲୋକମାନଙ୍କ ସହାନୁଭୂତି ପାଇବା ପାଇଁ ଅଜିତ୍‌...

ଭିଜିଲାନ୍ସକୁ ତଦନ୍ତ ନିର୍ଦ୍ଦେଶ ଦେଲେ ଲୋକାୟୁକ୍ତ

ଯାଜପୁର ଅଫିସ,୬ା୬: ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଲୁଣିବର ପାହାଡ଼ର କଳାପଥର ଖାଦାନରେ ଗତ ୩୧ ତାରିଖ ମଧ୍ୟରାତ୍ରିରେ ଜଣେ ଶିଶୁ ଶ୍ରମିକଙ୍କ ସହ ୨ ଜଣଙ୍କ ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ଓଡ଼ିଶା ଲୋକାୟୁକ୍ତ ନିଜ...

ପ୍ରକୃତ ମୃତ୍ୟୁ ସଂଖ୍ୟାକୁ ନେଇ ପ୍ରଶ୍ନ ଉଠାଇଲେ ଚିତ୍ତ ଷଡ଼ଙ୍ଗୀ

ନୀଳଗିରି,୫।୬(ସ୍ବ.ପ୍ର.)- ବାହାନଗା ରେଳ ଦୁର୍ଘଟଣାରେ ପ୍ରକୃତ ମୃତ୍ୟୁ ସଂଖ୍ୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତ ରଞ୍ଜନ ଷଡ଼ଙ୍ଗୀ। ମୃତ୍ୟୁସଂଖ୍ୟା ଲୁଚାଯାଉଛି ବୋଲି ସେ କହିବା ସହ ଏହି ଦୁର୍ଘଟଣାରେ ୧୦୦୦ରୁ୧୫୦୦ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ...

ବାହାନଗା ରେଳ ଦୁର୍ଘଟଣା: ରେଲୱେର ଦାୟିତ୍ୱହୀନତା ନେଇ ଏତଲା

ବାଲେଶ୍ୱର ଅଫିସ,୫।୬: ବାଲେଶ୍ୱର ଜିଲା ବାହାନଗା ରେଳ ଦୁର୍ଘଟଣା ନେଇ ସୋମବାର ଥାନାରେ ଏତଲା ହୋଇଛି। ବାଲେଶ୍ୱର ଜିଆରପି ଥାନାରେ ଏତଲା ପରେ ମାମଲା ରୁଜୁ ହୋଇଛି। ବାଲେଶ୍ୱର ଜିଆରପି ଥାନାର ଏସଆଇ ପପୁ ନାୟକଙ୍କ ପକ୍ଷରୁ ଏତଲା ଦିଆଯାଇଛି।...

ଡିଭାଇଡର ଉପରେ ଚଢିଗଲା ଟ୍ରକ୍‌

ହିଞ୍ଜିଳିକାଟୁ,୫।୬(ଡି.ଏନ.ଏ.): ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ସୋମପୁର ଛକ ନିକଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଭାରସାମ୍ୟ ହରାଇ ଏକ ଟ୍ରକ୍‌ ରାସ୍ତା ମଧ୍ୟସ୍ଥ ଡିଭାଇଡର ଉପରେ ଚଢିଯାଇଛି । ଦୁର୍ଘଟଣାରେ ଟ୍ରକ୍‌ ଚାଳକ ଆହତ ହୋଇଥିବା...

ଛତୁ ଖାଇ ଦୁଇ ଯୁବତୀ ଗୁରୁତର

ବଡ଼ବିଲ,୫ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲରେ ଛତୁ ଖାଇ ଦୁଇ ଯୁବତୀ ଗୁରୁତର ହୋଇଛନ୍ତି। ଚିକିତ୍ସା ପାଇଁ ଉଭୟଙ୍କୁ ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଯୁବତୀ ଦ୍ବୟ ହେଲେ ବଡ଼ବିଲ ସାଧୁସିଂ ହଟିଂ ଅଞ୍ଚଳର ପ୍ରିୟା ମହାନ୍ତ ଓ ତାଙ୍କ...

ନିର୍ବନ୍ଧ ସାରି ଫେରୁଥିଲେ : ଚାଲିଗଲା ୩ ଜୀବନ

ପୁରୀ ଅଫିସ,୫।୬: ପୁରୀ ମଙ୍ଗଳାଘାଟ-ବଳିଆପଣ୍ଡା ବାଇପାସ ରୋଡରେ ସୋମବାର ଦୁର୍ଘଟଣା ଘଟିଛି। ଓମକାରେଶ୍ବର ମନ୍ଦିର ନିକଟରେ ସ୍କୁଟିକୁ ଏକ ଟାଉନ ବସ ଧକ୍କା ଦେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି । ସୂଚନାଯୋଗ୍ୟ, ସ୍କୁଟିକୁ ଟାଉନ ବସ ଚାପିଦେବାରୁ ୩...

ଝଡ଼ ତୋଫାନରେ ଭାଙ୍ଗିଲା କଲ୍ୟାଣ ମଣ୍ଡପ କାନ୍ଥ

ପଡ଼ିଆବାହାଲ,୫ା୬(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଯୁଯୁମୁରା ପଞ୍ଚାୟତ ସମିତି ଅଧୀନ ଡ଼ଙ୍ଗରପଡା ପଞ୍ଚାୟତର ଲିଟିମୁଣ୍ଡା ଗ୍ରାମରେ ଝଡ଼ ତୋଫାନରେ ଏକ ନିର୍ମାଣାଧୀନ କଲ୍ୟାଣ ମଣ୍ଡପ କାନ୍ଥ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛି। ଏସ୍‌ଏଫ୍‌ସି ଯୋଜନାରେ ୨୦୨୦-୨୧ ଆର୍ଥିକ ବର୍ଷରେ ୧୦ଲକ୍ଷ ଟଙ୍କା ବ୍ୟୟରେ...

କାଳୁପଡ଼ାଘାଟରେ ରହିଲା ରାଜ୍ୟରାଣୀ ଏକ୍ସପ୍ରେସ

ନିରାକାରପୁର,୫।୬(ଡି.ଏନ୍‌.ଏ.): ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ କାଳୁପଡ଼ାଘାଟ ରେଳ ଷ୍ଟେସନରେ ସୋମବାଠାରୁ ଅନୁଷ୍ଠାନିକ ଭାବେ ରହିଛି ରାଉରକେଲା-ଗୁଣୁପୁର ଏବଂ ଗୁଣୁପୁର-ରାଉରକେଲା ରାଜ୍ୟରାଣୀ ଏକ୍ସପ୍ରେସ। ଭାଜପା ରାଷ୍ଟ୍ରୀୟ ପ୍ରବକ୍ତା ଡ.ସମ୍ବିତ ପାତ୍ର, ପୃଥୱୀରାଜ ହରିଚନ୍ଦନ, ରେଲ ୟୁଜର୍ସ ଆସୋସିଏଶନ କାଳୁପଡ଼ା ଘାଟର...

ପରିବେଶର ସୁରକ୍ଷା ପାଇ ପ୍ରାଚୀନ ପଦ୍ଧତିର ଅନୁସରଣ

ଛତ୍ରପୁର,୫ା୬(ଡି.ଏନ୍‌.ଏ.): ଛତ୍ରପୁର ନିକଟସ୍ଥ ତାମ୍ପରା ଆଦ୍ରଭୂମି ଠାରେ ବ୍ରହ୍ମପୁର ବନଖଣ୍ଡ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ବ୍ରହ୍ମପୁର ବନଖଣ୍ଡ ଅଧିକାରୀ ସନି ଖୋଖରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri