ଆମ ଜିଲା ଖବର

କରମଣ୍ଡଳରେ ଯାତ୍ରା କରୁଥିଲେ, ୪୮ ଘଣ୍ଟା ପରେ ବି ଜୀବିତ

ବାହାନଗା,୫ା୬(ଡି.ଏନ.ଏ.): କଥାରେ ଅଛି ରଖେ ହରି ମାରେ କିଏ। ବାହାନଗା ଭୟଙ୍କର ଟ୍ରେନ ଦୁର୍ଘଟଣାର ୪୮ ଘଣ୍ଟା ପରେ ଜଣେ ଯାତ୍ରୀଙ୍କୁ ଜୀବିତ ଅବସ୍ଥାରେ ବୁଦାମୂଳରୁ ଉଦ୍ଧାର କରାଯିବା ଘଟଣା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି। ଭାଗ୍ୟବାନ ଯୁବକ ଜଣକ...

ବୃଦ୍ଧାଙ୍କୁ ଦଳିଦେଲା ଦନ୍ତା

ସମ୍ବଲପୁର, ୪ା୬(ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ଧମା ରେଞ୍ଜ ଡକରା ଗ୍ରାମରେ ଏକ ଦନ୍ତା ହାତୀ ଦଳିଦେବାରୁ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଯଜ୍ଞସିନି ବାରିକ (୭୩)। ସେ ଘର ବାହାରେ ଶୋଇଥିଲେ। କିଛି ଦୂରରେ ପରିବାରର ଅନ୍ୟମାନେ...

ହାଇୱାକୁ ପଛପଟୁ ଧକ୍କା ଦେଲା ଅଟୋ: ଚାଲିଗଲା ୩ ଭଉଣୀଭାଇଙ୍କ ଜୀବନ

ସମ୍ବଲପୁର,୪।୬(ବ୍ୟୁରୋ): ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟ ରାଜପଥ ବିଜୁ ଏକ୍ସପ୍ରେସ ୱେର ପ୍ରଧାନପାଲି ଏଲ୍‌ଆଣ୍ଡଟି ଟୋଲ୍‌ ପ୍ଲାଜା ନିକଟରେ ରବିବାର ଏକ ଦୁର୍ଘଟଣା ଘଟିଛି। ଏଥିରେ ପରିବାରର ୩ ଭଉଣୀଭାଇଙ୍କ ମୃତ୍ୟୁ ଘଟିଥିବା ବେଳେ ୬ଜଣ ଗୁରୁତର ହୋଇଛନ୍ତି। ମୃତକ...

ଶୋଇଥିବା ବେଳେ କ୍ଷୀର ବ୍ୟବସାୟୀଙ୍କୁ ହତ୍ୟା

କୁଆଁରମୁଣ୍ଡା,୪।୬(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଗୋବିରାଠାର ରବିବାର ଏକ ଅଘଟଣ ଘଟିଛି। ଅପରାହ୍ନରେ ଶୋଇଥିବା ବେଳେ ଜଣେ କ୍ଷୀର ବ୍ୟବସାୟୀଙ୍କୁ ବିବତ୍ସ ଭାବେ ହତ୍ୟା କରାଯାଇଛି। ମୃତକ ହେଲେ ଯମୁନାନାକି ଗ୍ରାମର ଅମର ଯାଦବ(୫୪)। ମିଳିଥିବା ସୂଚନା...

କାଳବୈଶାଖୀ: ଭାଙ୍ଗିଲା ଗଛ, ଉଡ଼ିଲା ଆଜବେଷ୍ଟସ୍‌

ବାଲିଗୁଡା,୪ା୬(ଡି.ଏନ.ଏ.): କାଳବୈଶାଖୀ ପ୍ରଭାବରେ କନ୍ଧମାଳ ଜିଲା ବାଲିଗୁଡା ତଥା ଆଖପାଖ ଅଞ୍ଚଳରେ ରବିବାର ଅପରାହ୍ନରେ ଘଡଘଡି ସହ ବର୍ଷା ହୋଇ ଝଡତୋଫାନ ଘଟିଛି। ଫଳରେ କେତେକ ସ୍ଥାନରେ ଘରର ଆଜବେଷ୍ଟସ୍‌ ଉଡାଇ ନେଇସହ ଗଛ ଭାଙ୍ଗି ବ୍ୟାପକ କ୍ଷୟକ୍ଷତି ହୋଇଥିବା...

ବଜ୍ରପାତରେ ଚାଲିଗଲା ଜୀବନ

କର୍ଲାମୁଣ୍ଡା,୪।୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଳକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ଗ୍ରାମରେ ରବିବାର ବଜ୍ରପାତ ଘଟି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଗ୍ରାମର ମଚିନ୍ଦ୍ର ନାଗ (୫୯)। ମିଳିଥିବା ସୂଚନା ମୁତାବକ, ଅପରାହ୍ନରେ ମଚିନ୍ଦ୍ର ଜାଳେଣି କାଠ...

ବାହାନଗା ଟ୍ରେନ ଟ୍ରାଜେଡିର ସିବିଆଇ ତଦନ୍ତ ସୁପାରିସ

ଭୁବନେଶ୍ୱର,୪ା୬: ବାଲେଶ୍ୱର ଜିଲା ବାହାନଗା ରେଳ ଷ୍ଟେଶନରେ ହୋଇଥିବା ଟ୍ରେନ ଟ୍ରାଜେଡିର ସିବିଆଇ ତଦନ୍ତ ପାଇଁ ରେଲଓ୍ବେ ବୋର୍ଡ ପକ୍ଷରୁ ସୁପାରିଶ କରାଯାଇଛି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରବିବାର ସନ୍ଧ୍ୟାରେ ସୂଚନା ଦେଇଛନ୍ତି। ଯେଉଁ ପରିସ୍ଥିତିରେ ଘଟଣା ଘଟିଲା...

ଶାବର ଶ୍ରୀକ୍ଷେତ୍ରରେ ଦେବସ୍ନାନ ପୂର୍ଣ୍ଣିମା

କୋରାପୁଟ,୪।୬(ସ୍ବ.ପ୍ର.): ଶାବର ଶ୍ରୀକ୍ଷେତ୍ରରେ ରବିବାର ଦେବସ୍ନାନ ପୂର୍ଣ୍ଣିମା ମହାସମାରୋହରେ ପାଳିତ ହୋଇଯାଇଛି। ଶାବର ଶ୍ରୀକ୍ଷେତ୍ର ମନ୍ଦିର ପରିଚାଳନା କମିଟି ସମ୍ପାଦକ ଜଗବନ୍ଧୁ ସାମଲଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉତ୍ସବରେ ପରିଚାଳନା କମିଟିର ସମସ୍ତ କର୍ମକର୍ତ୍ତା ସାମିଲ ହୋଇ କାର୍ଯ୍ୟକ୍ରମକୁ ସମ୍ପାଦନ କରିଥିଲେ।...

ଉନ୍ନୟନ କାର୍ଯ୍ୟ ଅନୁଧ୍ୟାନ କଲେ ଇଓ

ଗଞ୍ଜାମ,୪ା୬(ଡି.ଏନ୍‌.ଏ.): ଗତକିଛି ମାସ ହେବ ଦ୍ରୁତଗତିରେ ଚାଲିଛି ସହରର ଉନ୍ନୟନ କାର୍ଯ୍ୟ। ଏନ୍‌ଏସି ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ଓ୍ବାର୍ଡରେ ପ୍ରକଳ୍ପ ନିର୍ମାଣ ତଥା ଉନ୍ନତିକରଣ କାର୍ଯ୍ୟକୁ ତ୍ୱରାନ୍ବିତ କରାଯାଉଥିବା ଜଣାପଡ଼ିଛ। ୪ ନଂ ଓ୍ବାର୍ଡରେ ଚାଲିଥିବା ରାସ୍ତା ମରାମତି...

ଖେଳାଳି ଚୟନ ଶିବିର ଉଦ୍‌ଯାପିତ: ରାଜ୍ୟସ୍ତରକୁ ୩୦ ଖେଳାଳି ମନୋନୀତ

କୋରାପୁଟ,୪।୬(ସ୍ବ.ପ୍ର.): ୬୯ତମ ରାଜ୍ୟ ଦୌଡ଼କୁଦ ପ୍ରତିଯୋଗୀତା ନିମନ୍ତେ କୋରାପୁଟ ଷ୍ଟାଡିୟମଠାରେ ଚାଲିଥିବା ୨ ଦିନିଆ ଖେଳାଳି ଚୟନ ଶିବିର ରବିବାର ଉଦ୍‌ଯାପିତ ହୋଇଯାଇଛି। ରାଜ୍ୟରେ ହେବାକୁ ଥିବା ଦୌଡ଼କୁଦ ପ୍ରତିଯୋଗିତା ନିମନ୍ତେ ଶିବିରରୁ ୩୦ଜଣ କ୍ରୀଡ଼ାବିତ ମନୋନୀତ ହୋଇଥିବା ଜିଲା...

ଗଜବେଶରେ ଦର୍ଶନ ଦେଲେ ଶ୍ରୀଜିଉ

କେନ୍ଦୁଝର,୪ା୬(ସ୍ବ.ପ୍ର.): କେନ୍ଦୁଝର ଜିଲାର ଆରାଧ୍ୟ ଶ୍ରୀଶ୍ରୀ ବଳଦେବଜୀଉଙ୍କ ସ୍ନାନଯାତ୍ରା ଧୂମ୍‌ଧାମରେ ପାଳିତ ହୋଇଛି। ଶ୍ରୀଜିଉଙ୍କୁ ସକାଳ ପୂଜାର୍ଚ୍ଚନା ପରେ ପହଣ୍ଡି କରି ସ୍ନାନମଣ୍ଡପକୁ ଅଣାଯାଇଥିଲା। ସେଠାରେ ଶ୍ରୀଜିଉଙ୍କୁ ବିଭିନ୍ନ ସୁବାସିତ ଜଳରେ ସ୍ନାନ କରାଯାଇଛି। ଶ୍ରୀଜିଉଙ୍କ ଦର୍ଶନ ପାଇଁ ଭକ୍ତଙ୍କ...

ହାତୀ କ୍ଷତିଗ୍ରସ୍ତ ପରିବାରକୁ ମିଳୁନି ସରକାରୀ ସହାୟତା

ମୋରଡ଼ା,୪ା୬(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକର ରାସଗୋବିନ୍ଦପୁର ଏବଂ ବେତନଟୀ ରେଞ୍ଜରେ ବର୍ଷ ତମାମ ହାତୀ ଉପଦ୍ରବ ଲାଗି ରହିଥିବା ବେଳେ ବହୁ ଧନଜୀବନ ନଷ୍ଟ ହେଉଛି। କିନ୍ତୁ ହାତୀ ଆକ୍ରମଣରେ କ୍ଷତିଗ୍ରସ୍ତ ପରିବାରକୁ ସରକାରୀ ସହାୟତା ମିଳୁନାହିଁ, ଯାହା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri