ଆମ ଜିଲା ଖବର

ଦୁବାଇ ଗଲା ଢେଙ୍କାନାଳ ‘ଆମ୍ରପଲ୍ଲି’

ଢେଙ୍କାନାଳ ଅଫିସ,୨।୬: ଚଳିତବର୍ଷ ଢେଙ୍କାନାଳରେ ପ୍ରଚୁର ଆମ୍ବ ଫଳିଛି। ୫୦ ହଜାର ମେଟ୍ରିକ୍‌ ଟନ୍‌ ସହ ଉତ୍ପାଦନରେ ରାଜ୍ୟରେ ଶୀର୍ଷ ସ୍ଥାନ ହାସଲ କରିଛି ଜିଲା। କୋଲକାତା, ଦିଲ୍ଲୀ, ମୁମ୍ବାଇ ଭଳି ଦେଶର ବଡ଼ ସହରରେ ଏହି ଋତୁକାଳୀନ ଫଳର...

ଜ୍ୟାକ୍‌ ଲଗାଇ ୨ ମହଲା କୋଠା ଉଠାଯାଉଛି

କେନ୍ଦ୍ରାପଡ଼ା ଅଫିସ/ଡେରାବିଶ,୨ା୬ (ସ୍ବ.ପ୍ର.): ଘର ନ ଭାଙ୍ଗି ହାଉସ୍‌ ଲିଫି୍ଟଙ୍ଗ୍‌ ଜ୍ଞାନ କୌଶଳ ସାହାଯ୍ୟରେ ଜ୍ୟାକ୍‌ ଲଗାଇ ୪ ଫୁଟ ଉଚ୍ଚକୁ ଘରକୁ ଉଠାଯାଉଛି। ସହରାଞ୍ଚଳରେ ଏପରି ଘଟଣା ଦେଖିବାକୁ ମିଳୁଥିବା ବେଳେ ପ୍ରଥମ ଥର ପାଇଁ କେନ୍ଦ୍ରାପଡ଼ା ଜିଲାରେ...

୩ ମାସ ମଧ୍ୟରେ ନିୟମିତ କର: ହାଇକୋର୍ଟ

କଟକ ଅଫିସ,୨ା୬: ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଜୁନିୟର ଆସିଷ୍ଟାଣ୍ଟଙ୍କ ଚାକିରି ୩ ମାସ ମଧ୍ୟରେ ନିୟମିତ କରିବାକୁ ହାଇକୋର୍ଟ ଗୁରୁବାର ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଚାରପତି ଏସ୍‌. କେ. ସାହୁ ଏ ସମ୍ପର୍କିତ ୫ଟି ମାମଲାର ଏକତ୍ର ଶୁଣାଣି କରି...

କୁସୁମୀ ସେତୁ ରକ୍ଷଣାବେକ୍ଷଣ ଅଭାବରୁ ଦୁର୍ବଳ

ଖଣ୍ଡପଡ଼ା,୨ା୬(ସ୍ବ.ପ୍ର.): ଖଣ୍ଡପଡ଼ାରୁ ଭୁବନେଶ୍ୱର ଭାୟା ଭାପୁରକୁ ସଂଯୋଗ କରୁଥିବା ମୁଖ୍ୟ ପୂର୍ତ୍ତ ବିଭାଗ ରାସ୍ତାରେ ୧୯୬୨ରୁ ନିର୍ମିତ କୁସୁମୀ ସେତୁଟି ସମୟାନୁକ୍ରମେ ରକ୍ଷଣାବେକ୍ଷଣ ଅଭାବରୁ ଦୁର୍ବଳ ହେବାରେ ଲାଗିଛି। ସେତୁର ଉପର ଅଂଶର ବିଭିନ୍ନ ସ୍ଥାନରେ ଫାଟ ସୃଷ୍ଟି ହୋଇଥିବାବେଳେ...

ଅଭିଯୋଗ ପରେ ଲାଗିଲା ଫଳକ

ବାଙ୍କୀ,୨ା୬(ସ୍ବ.ପ୍ର.): ବାଙ୍କୀ ଡମପଡ଼ା ବ୍ଲକ ଅନ୍ତର୍ଗତ ରଗଡ଼ି ପଞ୍ଚାୟତର ସିଟି ସ୍କୁଲଠାରୁ ମହିଳା କଲେଜ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯାଇଛି। ଏଥିରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହେବାପରେ ସୂଚନା ଫଳକ ଲଗାଯାଇଥିଲା। ମାତ୍ର ୨୪ ଘଣ୍ଟା ନ ପୂରୁଣୁ...

ବାସୁଦେବପୁର ସହରରୁ ଜବରଦଖଲ ଉଚ୍ଛେଦ

ବାସୁଦେବପୁର,୨।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ସହର ମଧ୍ୟରେ ମୁଖ୍ୟରାସ୍ତାର ଦୁଇପାର୍ଶ୍ୱରେ ଜବରଦଖଲ ନେଇ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ଏହା ପ୍ରଶାସନର ମୁଣ୍ଡବ୍ୟଥାର କାରଣ ହୋଇଥିଲା। ଦିନକୁ ଦିନ ସହର ମଧ୍ୟରେ ଦୁର୍ଘଟଣା ବୃଦ୍ଧି ପାଉଥିବା ବେଳେ ଗତ ୨୬...

ବୁଲୁଛି ଗୋଠଛଡ଼ା ଦନ୍ତା, ଲୋକେ ଆତଙ୍କିତ

ପାଟଣା,୨।୬ (ସ୍ବ.ପ୍ର.)-: କେନ୍ଦୁଝର ଜିଲା ଘଟଗାଁ ରେଞ୍ଜ୍‌ରୁ ଏକ ଗୋଠଛଡ଼ା ଦନ୍ତା ପାଟଣା ରେଞ୍ଜ୍‌କୁ ଆସି ଆତଙ୍କ ଖେଳାଇଛି। ଏହି ଦନ୍ତା ହାତୀ ପାଟଣା ରେଞ୍ଜ୍‌ର ବାରିଗାଁ, ଖମୁଆଁ ଓ ରାମଚନ୍ଦ୍ରପୁର ଅଞ୍ଚଳରେ ଘୂରି ବୁଲିବା ପରେ ଗୁରୁବାର ସକାଳୁ...

ରାସ୍ତା ନିର୍ମାଣ ପାଇଁ ୨ ବିଭାଗ ଟଣାଓଟରା

ଖଇରା,୨।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ଖଇରା ଓ ସିମୁଳିଆ ୨ ବ୍ଲକକୁ ସଂଯୋଗ କରୁଥିବା ଓଝାପୋଖରୀ-ଅଡା ଭାୟା ସାରଡାଙ୍ଗ ରାସ୍ତା ନିର୍ମାଣକୁ ନେଇ ସରକାରଙ୍କ ୨ବିଭାଗ ମଧ୍ୟରେ ଟଣାଓଟରା ଲାଗି ରହିଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ବଦଳରେ ପୂର୍ତ୍ତ ବିଭାଗ ଦ୍ୱାରା...

ଶିଶୁଙ୍କ ଖାଦ୍ୟ ବର୍ଦ୍ଧିତ ଛତୁଆରେ ପ୍ରସ୍ତୁତି ତାରିଖ ନାହିଁ

ମହାକାଳପଡ଼ା,୨ା୬ (ଡି.ଏନ୍‌.ଏ.): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳଗୁଡ଼ିକରେ ଶିଶୁ ମୃତ୍ୟୁହାର ହ୍ରାସ କରିବା ପାଇଁ ବିଭିନ୍ନ ଯୋଜନାରେ ଅର୍ଥ ବ୍ୟୟ କରୁଛନ୍ତି। ଯେପରି ଶିଶୁଟିଏ ଗ୍ରାମାଞ୍ଚଳରେ ଭିଟାମିନ ଅଭାବରୁ କୁପୋଷଣର ଶିକାର ନ ହୁଏ, ସେଥିପାଇଁ ସରକାର...

ମହିଳା ବେଶରେ ଏସ୍‌ସିବିରୁ କଏଦୀ ଚମ୍ପଟ

କଟକ ଅଫିସ,୨ା୬: କଟକ ଏସ୍‌ସିବି ମେଡିକାଲରୁ ଗୁରୁବାର ଜଣେ ବିଚାରାଧୀନ କଏଦୀ ଚମ୍ପଟ ମାରିଛନ୍ତି। ସେ ହେଲେ ଜଗତ୍‌ସିଂହପୁର ଜିଲା ନାଉଗାଁ ଅଞ୍ଚଳର ସାଜନ ଦାସ। ଏ ନେଇ ଚୌଦ୍ୱାର ଜେଲ୍‌ କର୍ତ୍ତୃପକ୍ଷ ମଙ୍ଗଳାବାଗ ଥାନାରେ ଏତଲା ଦେବା ପରେ...

ପୁଣି ଚାଲିଲା ବେଆଇନ ମାଙ୍କଡ଼ା ଖାଦାନ

ଚଣ୍ଡିଖୋଲ,୨ା୬(ଡି.ଏନ୍‌.ଏ.): ଯାଜପୁର ଜିଲା ଦର୍ପଣ ତହସିଲ ଅଧୀନ ପଶ୍ଚିମ ବଡ଼ଚଣା ଅଞ୍ଚଳରେ ବେଆଇନ ମାଙ୍କଡ଼ା ଓ ମୋରମ ପଥର ଖାଦାନ ଚାଲୁଛି। ପ୍ରଶାସନ ପକ୍ଷରୁ ଚଢ଼ାଉ ହେଲେ ୨/୩ ଦିନ ବନ୍ଦ କରିଦେଇ ପୁନର୍ବାର ସେହି ବେଆଇନ ଖାଦାନଗୁଡ଼ିକ ଚାଲୁଥିବା...

ନିଯୁକ୍ତି ପ୍ରତିଶ୍ରୁତି ମୂଲ୍ୟହୀନ

ଯାଜପୁର ଅଫିସ,୨ା୬: ଯାଜପୁର ଜିଲା କର୍ମ ନିୟୋଜନ ସଂସ୍ଥା ଥାଇ ବି ମୂଲ୍ୟହୀନ। ବିଗତ ବର୍ଷଗୁଡ଼ିକରେ ପଞ୍ଜିକୃତ ଶିକ୍ଷିତ ଯୁବତୀଯୁବକଙ୍କୁ ଏହି ସଂସ୍ଥା ମାଧ୍ୟମରେ ନିଯୁକ୍ତି ନ ମିଳିବା ଏହି ଅଭିଯୋଗକୁ ସ୍ପଷ୍ଟ କରିଛି। ଜିଲା କର୍ମ ନିୟୋଜନ ସଂସ୍ଥା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri