ଆମ ଜିଲା ଖବର

ଦୁର୍ବଳ ଅବସ୍ଥାରେ ପଟ୍ଟାମୁଣ୍ଡାଇ କେନାଲ ପୋଲ

ବାଲିଚନ୍ଦ୍ରପୁର,୨ା୬(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜଳସମ୍ପଦ ଡିଭିଜନ, ଛତା ସବଡିଭିଜନ ଓ ଚନ୍ଦନନଗର ସେକ୍ସନ ଅଧୀନରେ ରହିଛି ବାଲିଚନ୍ଦ୍ରପୁରଠାରୁ ବେଣିପୁର ପର୍ଯ୍ୟନ୍ତ ପଟ୍ଟାମୁଣ୍ଡାଇ କେନାଲବନ୍ଧ ରାସ୍ତା। ଅଞ୍ଚଳର ପ୍ରମୁଖ ରାସ୍ତାଭାବେ ପରିଗଣିତ ଏହି କେନାଲବନ୍ଧ ରାସ୍ତାରେ ବିଭିନ୍ନ ଗ୍ରାମର ଛକରେ କେନାଲ ଉପରେ...

ହୋଇପାରୁନି ଜମି ଅଧିଗ୍ରହଣ

କଳିଙ୍ଗନଗର,୨ା୬(ଡି.ଏନ.ଏ.): କଳିଙ୍ଗନଗର ଶିଳ୍ପାଞ୍ଚଳକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଚୋରଦା-ଡୁବୁରିରେ ଟ୍ରାଫିକ ସମସ୍ୟା ବଢ଼ିଚାଲିଛି। ଏହି ରାସ୍ତା ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ଅଧୀନରେ ଥିବାବେଳେ ରାସ୍ତାର ମାନପୁରଠାରେ ପୂର୍ବତଟ ରେଳପଥ ଅତିକ୍ରମ କରୁଛି। ପୂର୍ବରୁ ଏହି ରେଳପଥ...

ସଂରକ୍ଷିତ ଜଙ୍ଗଲ ଧ୍ୱଂସ ପାଇବ

ପାରାଦୀପ,୨ା୬(ସ୍ବ.ପ୍ର.): ଆଉ ମାତ୍ର ୩ ଦିନ ପରେ ବିଶ୍ୱ ପରିବେଶ ଦିବସ ପାଳନ ହେବାକୁ ଯାଉଛି। ଏହି ଦିନ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବିଭିନ୍ନ ପରିବେଶୀୟ ସୁରକ୍ଷା କାର୍ଯ୍ୟକ୍ରମ ହେବ। ଏହାପରେ ପୁଣି ଜୁଲାଇରେ ବନ ସଂରକ୍ଷଣ...

ଅନ୍‌ଲାଇନ୍‌ ଜୋତାକିଣାରେ ଠକେଇ ମାମଲା: କମ୍ପାନୀକୁ ୬୦ ହଜାର ଜରିମାନା ନିର୍ଦ୍ଦେଶ

କଟକ ଅଫିସ,୨ା୬: ଅନ୍‌ଲାଇନ୍‌ ମାଧ୍ୟମରେ କିଣା ଯାଇଥିବା ୧୩୧୯ ଟଙ୍କାର ଏକ ଜୋତା ପାଇଁ କମ୍ପାନୀକୁ ୬୦ ହଜାର ଟଙ୍କା ଜରିମାନା ଦେବାକୁ କଟକ ଖାଉଟି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଜୋତାର କିଣାମୂଲ୍ୟ ୧୩୧୯ ଟଙ୍କା ମିଶି ମୋଟ...

ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ନିବେଦନ

ଯାଜପୁର ଟାଉନ,୨ା୬(ଡି.ଏନ.ଏ.): ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ ନିବେଦନ କରିଛନ୍ତି ଉତ୍କଳ ଗୃହରକ୍ଷୀ ମହାସଂଘର ରାଜ୍ୟ ସଭାପତି ରଞ୍ଜନ କୁମାର ମଲ୍ଲିକ। ମାର୍ଚ୍ଚରେ ୯୦ ଦିନ ମଧ୍ୟରେ ବର୍ଦ୍ଧିତ ଦରମା ଦେବାକୁ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ସମୟସୀମା...

୨ ଡଙ୍ଗା ବୁଡ଼ି, ୨ ନିଖୋଜ

ମାଲକାନଗିରି,୨ା୬(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଗୁରୁବାର ଅପରାହ୍ନରେ ହଠାତ୍‌ କାଳବୈଶାଖୀରେ ପ୍ରବଳ ବେଗରେ ପବନ ବହିବାରୁ ସତୀଗୁଡ଼ା ଜଳଭଣ୍ଡାରରେ ୨ଟି ଡଙ୍ଗା ବୁଡ଼ିଯାଇଛି। ଏଥିରେ ମଞ୍ଜୁସା ଗ୍ରାମର ତୁଳୁସା ମାଢ଼ୀ ଓ ଏମ୍‌ଭି ୧୧୧ ଗ୍ରାମର ଗୋବିନ୍ଦ ସର୍ଦ୍ଦାର ନିଖୋଜ ଅଛନ୍ତି।...

ଭୁଶୁଡ଼ିଲା ଏୟାରଷ୍ଟ୍ରିପ୍‌ ପାଚେରି, ୨ ଶ୍ରମିକ ମୃତ

ମାଲକାନଗିରି,୨ା୬(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦର ମହକୁମାରେ ଗୁରୁବାର ଅପରାହ୍ନ ପ୍ରାୟ ୪ଟାରେ କାଳବୈଶାଖୀ ଯୋଗୁ ୨୦ମିନିଟ୍‌ ଧରି ପ୍ରବଳ ବେଗରେ ପବନ ବହିବା ସହ ବଜ୍ରପାତ ହୋଇଥିଲା। ଫଳରେ ରାସ୍ତା ଉପରେ ବଡ଼ ବଡ ଗଛ ଉପୁଡି ପଡିବା ସହ...

ବିଦ୍ୟୁତ ଆଘାତରେ ମାଈହାତୀ ମୃତ

ଢେଙ୍କାନାଳ ଅଫିସ,୧।୬: ଢେଙ୍କାନାଳ ଜିଲା ସଦର ଥାନା ଗୋବିନ୍ଦପୁର ଫାଣ୍ଡି ସଦର ରେଞ୍ଜ ବୋରାପଦା ଖମାର ନିକଟସ୍ଥ ଏକ ଇଟାଭାଟି ନିକଟରେ ଥିବା କାଜୁ ବଗିଚା ପରିସରରେ ଗୁରୁବାର ଏକ ମାଈହାତୀର ମୃତଦେହ ପଡିଥିବା ଦେଖାଯାଇଛି। ବିଦ୍ୟୁତ ଆଘାତରେ ହାତୀଟିର...

ପାର୍ଟ ଟାଇମ ଜବ ଅଫର ଲୋଭ ଦେଖାଇ ଲୁଟିନେଲେ ଲକ୍ଷାଧିକ ଟଙ୍କା

ହିଞ୍ଜିଳିକାଟୁ,୧।୬(ଡି.ଏନ.ଏ): ପାର୍ଟ ଟାଇମ କାମ କରିବା ପଡିଲା ମହଙ୍ଗା। ହିଞ୍ଜିଳି ଥାନା ଦୁର୍ବନ୍ଧ ଗ୍ରାମର ଦାମୋଦର ମହାନ୍ତି ଅନ୍‌ଲାଇନରେ ପାର୍ଟ ଟାଇମ କାମ କରିବା ଲୋଭରେ ୨ ଲକ୍ଷ ଟଙ୍କ ହରାଇଛନ୍ତି। ଏଥି ନେଇ ଦାମୋଦର ବୁଧବାର ଥାନାରେ ଅଭିଯୋଗ...

କାଳବୈଶାଖୀ ପ୍ରଭାବ: ଉଡିଲା ଛପର, ଭାଙ୍ଗିଲା ଗଛ

କୋରୁକୋଣ୍ଡା,୧।୬(ଡି.ଏନ.ଏ.): ମାଲକାନଗିରି ଜିଲା ସଦର କୋରୁକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ବୁଦୁଗୁଡ଼ା, ବୁଦୁଗୁଡ଼ା କଲୋନୀ, ଜାମୁଗୁଡ଼ା, ଦୁରୁମାଗୁଡ଼ା ଏବଂ ଡୁଡ଼ାମେଟା ପଞ୍ଚାୟତ ଅନ୍ତର୍ଗତ ବାଲାକାଟି, ବେଣ୍ଡାଗୁଡ଼ା, ଏମ୍‌ଭି ୨୩ ଆଦି ଗ୍ରାମରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି। ପ୍ରାୟ ପାଖା ପାଖି...

୧୦ କେଜି ଗଞ୍ଜେଇ ସହ ଧରାପଡ଼ିଲେ ୩ ଅଭିଯୁକ୍ତ

ପାଇକମାଳ,୧।୬(ଡି.ଏନ.ଏ.): ବରବଡ଼ ଜିଲା ପଦ୍ମପୁର ଉପଖଣ୍ଡର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ଚଢ଼ାଉ କରି ୧୦ କେଜି ଗଞ୍ଜେଇ ଜବତ କରିଛି। ଘଟଣାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଅବକାରୀ ଗିରଫ କରିଛି। ବରଗଡ଼ ଅବକାରୀ ଅଧିକ୍ଷକ ଶୋଭନ ନାୟକଙ୍କ ନିର୍ଦ୍ଦେଶ...

ହାଣ୍ଡି, ମାଠିଆ ଧରି ରାସ୍ତାରୋକ

ପାରଳାଖେମୁଣ୍ଡି,୧ା୬(ଡି.ଏନ୍‌.ଏ): ଗଜପତି ଜିଲା ପାରଳାଖେମୁଣ୍ଡି ନିକଟସ୍ଥ ସିଦ୍ଧମାଡଙ୍ଗ ଗ୍ରାମରେ ପିଇବା ପାଣିର ଅଭାବକୁ ନେଇ ଶତାଧିକ ମହିଳା ଓ ପୁରୁଷ ହାଣ୍ଡି, ମାଠିଆ ଧରି ରାୟଗଡ଼ା ମୁଖ୍ୟ ରାସ୍ତା ଅବରୋଧ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଗାଡି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri