ଆମ ଜିଲା ଖବର

ଏଫ୍‌ଏମ୍‌ ରେଡିଓ ପରିଚାଳନା କରିବେ ଅନ୍ତେବାସୀ

ବ୍ରହ୍ମପୁର ଅଫିସ,୧।୬: ଜେଲ ଡିଜି ଡ. ମନୋଜ କୁମାର ଛାବ୍ରା ବୁଧବାର ବ୍ରହ୍ମପୁର ମଣ୍ଡଳକାରାଗାର ପରିଦର୍ଶନରେ ଆସିଥିଲେ। ବ୍ରହ୍ମପୁର ଜେଲ ଅନ୍ତେବାସୀମାନେ ଏଫଏମ୍‌ ରେଡିଓ ପରିଚାଳନା କରିବେ। ସେମାନଙ୍କ ମଧ୍ୟରେ ଥିବା ପ୍ରତିଭା ରେଡିଓ ମାଧ୍ୟମରେ ପରିବେଷିତ ହେବ। ଯାହାକୁ...

ବର୍ଗୀକରଣ ଓ ପଦୋନ୍ନତି ପାଇଁ ସ୍ପଷ୍ଟୀକରଣ ମିଳୁନି

ନବରଙ୍ଗପୁର,୧।୬(ବି.ପ୍ର.): ପଦୋନ୍ନତି ଓ ସ୍ବଳ୍ପ ଦରମା ଶିକ୍ଷକଙ୍କ ଅସନ୍ତୋଷର କାରଣ ଥିଲା। ଭିନ୍ନ ଭିନ୍ନ ଶିକ୍ଷକ ସଙ୍ଗଠନର ବିଭିନ୍ନ ପ୍ରକାର ସ୍ବାର୍ଥ ସମ୍ବଳିତ ଦାବି ଏଥିରେ ପ୍ରତିବନ୍ଧକ ରୂପେ ଠିଆ ହେଉଥିଲା। ସି.ଟି., ବିଏଡ୍‌ ହିସାବ ନ ଛିଡ଼ି ଏକ...

ପାସ୍‌ ହାରରେ ନୟାଗଡ଼ ଜିଲା ରାଜ୍ୟରେ ପ୍ରଥମ

ନୟାଗଡ଼ ଅଫିସ,୧।୬: ବୁଧବାର ପ୍ରକାଶ ପାଇଛି ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ । ରାଜ୍ୟରେ ବିଜ୍ଞାନରେ ପାସ ହାର ୮୪.୯୩ ଥିବାବେଳେ ବାଣିଜ୍ୟରେ ପାସ ହାର ୮୧.୧୨ ପ୍ରତିଶତ ରହିଛି । ତେବେ ବାଣିଜ୍ୟ ଓ ବିଜ୍ଞାନରେ...

ଚକ ସଂଖ୍ୟା ଅନୁଯାୟୀ ରଥରେ ରହିବେ ଘଣ୍ଟୁଆ

ପୁରୀ ଅଫିସ,୧।୬: ଜୁନ ୪ରେ ସ୍ନାନଯାତ୍ରା। ଏହିଦିନ ଶ୍ରୀବିଗ୍ରହମାନେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ସହ ଦୁର୍ଲ୍ଲଭ ହାତୀବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ସେହିପରି ଜୁନ ୨୦ରେ ରଥଯାତ୍ରା, ୨୮ରେ ବାହୁଡ଼ା ଯାତ୍ରା ଏବଂ ଜୁଲାଇ ୧ରେ...

ରୁକ୍ମିଣୀଙ୍କୁ ବିବାହ କଲେ ମହାପ୍ରଭୁ

ପୁରୀ ଅଫିସ,୧।୬: ଶ୍ରୀମନ୍ଦିରରେ ବୁଧବାର ରୁକ୍ମିଣୀ ହରଣ ଓ ବିବାହ ନୀତି ସମ୍ପନ୍ନ ହୋଇଛି। ମହାପ୍ରଭୁଙ୍କ ସକାଳ ଧୂପ ପୂଜା ସମୟରେ ଦକ୍ଷିଣୀ ଘରେ ଶ୍ରୀମଦନ ମୋହନଙ୍କୁ ବେଶ କରାଯାଇଥିଲା। ପରେ ଶ୍ରୀମଦନମୋହନ ରତ୍ନସିଂହାସନକୁ ବିଜେ ହୋଇଥିଲେ। ଭୋଗମଣ୍ଡପ ପରେ...

ଆଜିଠୁ ଖୋଲିବ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ

ପୁରୀ ଅଫିସ,୧।୬: ପୁରୀ ଜିଲା ପ୍ରଶାସନ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଓ ପ୍ରଶମନ ପାଇଁ ଏକ ପ୍ରସ୍ତୁତି ବୈଠକ ବୁଧବାର ଓସ୍ବାନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର...

ଟଙ୍କା ପାଇଁ ପୁଅକୁ ଅପହରଣ ଉଦ୍ୟମ

ବାଲୁଗାଁ,୧।୬(ଡି.ଏନ୍‌.ଏ.): ଟଙ୍କା ପାଇଁ ବେଳେବେଳେ ରକ୍ତ ସମ୍ପର୍କ ମଣିଷ ମଧ୍ୟ ନ ବୁଝି ପର କରିଦିଏ। ଏହି ଟଙ୍କା ଯୋଗୁ ଭଉଣୀ ଭାଇ ମଧ୍ୟରେ, ୨ ଭାଇ ମଧ୍ୟରେ, ବାପପୁଅ ମଧ୍ୟରେ ବାଦବିବାଦ, ଅପହରଣ, ହତ୍ୟା ସମାଜରେ ପ୍ରତିଦିନ ଘଟିଆସୁଛି।...

ପ୍ରଶାସନ ପକ୍ଷରୁ ୩୨ ଜବରଦଖଲକାରୀଙ୍କୁ ଉଚ୍ଛେଦ

ବଡ଼ମ୍ବା,୧।୬(ଡି.ଏନ.ଏ.): ଦୀର୍ଘଦିନ ଧରି ସରକାରୀ ଜାଗାକୁ ଜବରଦଖଲ କରି ଆସୁଥିବା ୩୨ ବ୍ୟକ୍ତିଙ୍କୁ ବଡମ୍ବା ବ୍ଲକ ପ୍ରଶାସନ ପକ୍ଷରୁ ବୁଧବାର ଉଚ୍ଛେଦ କରାଯାଇଛି। ଜବରଦଖଲ ଉଚ୍ଛେଦ ପାଇଁ ବହୁଦିନ ଧରି ଗମେଇ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଆସୁଥିଲା। ହେଲେ କୌଣସି...

ଯୋଗାଣ ହେଉଛି ବାଲି, ଗୋଡ଼ିମିଶା ଚାଉଳ

ଭବାନୀପାଟଣା,୧।୬(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼ ସମନ୍ବିତ ଶିଶୁ ବିକାଶ ସେବା ପ୍ରକଳ୍ପ କାର୍ଯ୍ୟାଳୟ (ଆଇସିଡିଏସ)ରେ ଦୁର୍ନୀତିର ଗନ୍ଧ ଏବେ ବାରି ହେଉଛି। ବର୍ତ୍ତମାନ ଚାଉଳ ଯୋଗାଣକାରୀ ସଂସ୍ଥା ନିଷ୍ପାପ ଶିଶୁଙ୍କ ଜୀବନ ପ୍ରତି ଖେଳ ଖେଳୁଛନ୍ତି। ଅଙ୍ଗନୱାଡି କେନ୍ଦ୍ରକୁ ଯୋଗାଣ...

ଘନ ଘନ ବଦଳୁଛି ନିଷ୍ପତ୍ତି

ରସୁଲପୁର,୧।୬: (ଡି.ଏନ.ଏ.): ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ନିଷ୍ପତ୍ତି ଘନ ଘନ ପରିବର୍ତ୍ତନ ହେଉଛି। ଫଳରେ ତୃଣମୂଳସ୍ତରରେ କାର୍ଯ୍ୟକରୁଥିବା ଅଧିକାରୀଙ୍କ ଉପରେ ଚାପ ବଢୁଛି। ଏଭଳିସ୍ଥିତିରେ ଭତ୍ତା ହିତାଧିକାରୀଙ୍କୁ ଠିକଣା ସମୟରେ ପାଉଣା ମିଳିବାରେ ବିଳମ୍ବ ହେଉଛି।...

ବାପାଙ୍କୁ ଘାରିଛି ପୁଅକୁ ଡାକ୍ତର କରିବା ଚିନ୍ତା

ରାଜକନିକା,୧।୬(ଡି.ଏନ.ଏ.): ସବୁ ଛାତ୍ରୀଛାତ୍ର ନିଜ ଲକ୍ଷ୍ୟ ପୂରଣ କରିବା ପାଇଁ ଦିନରାତି ଏକାଠି କରି ଦିଅନ୍ତି। ସେମାନେ କଠିନ ପରିଶ୍ରମ କରି ଭବିଷ୍ୟତ ପାଇଁ ବହୁ ସ୍ବପ୍ନ ଦେଖନ୍ତି। ହେଲେ ଅଧିକାଂଶ ସମୟରେ ସେମାନଙ୍କ ଚଲାପଥରେ ବାଧକ ସାଜେ ଦାରିଦ୍ର୍ୟତା।...

ତଟକ୍ଷୟ ଛଡ଼ାଇନେଲା ସାତଭାୟାର ଚାଷ,ବାସ

କେନ୍ଦ୍ରାପଡ଼ା ଅଫିସ,୧।୬: କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ସାତଭାୟା ଅଞ୍ଚଳ ବିଶ୍ୱତାପନ ଓ ଏହାର କୁପ୍ରଭାବ ସମ୍ପର୍କରେ ଉଦାହରଣ ସାଜିଛି। ସମୁଦ୍ର ତଟକ୍ଷୟ ସାତଭାୟା ଚାଷ ଓ ବାସକୁ ନଷ୍ଟ କରିଛି। ଜୀବନ ଜୀବିକା ପାଇଁ କର୍ମ ଅନ୍ବେଷଣରେ ଅଧିକାଂଶ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri