ଆମ ଜିଲା ଖବର

ପାଓମେକ୍ସ କାରଖାନା ଅଧିକାରୀଙ୍କୁ ଆକ୍ରମଣ

ଟିଟିଲାଗଡ଼, ୨୫।୫ (ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଟିଟିଲାଗଡ ସହର ଉପକଣ୍ଠ ଜଗୁଆ ପଞ୍ଚାୟତ ତୁର୍ଲା ସ୍ଥିତ ଗ୍ରାଫାଇଟ ଇଣ୍ଡିଆ ପାଓମେକ୍ସ କାରଖାନାର ଫିନିସିଙ୍ଗ ବିଭାଗ ମୁଖ୍ୟ ଯୁକ୍ତେଶ୍ୱର ମହାପାତ୍ରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ସେ ତାଙ୍କ ବାସଭବନରୁ ମଧ୍ୟାହ୍ନ ଭୋଜନ...

୪୦ଫୁଟ୍‌ ତଳକୁ ଖସିଲା ଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ ୫ ଶ୍ରମିକ

ଉମରକୋଟ, ୨୫।୫(ସ୍ବ.ପ୍ର.) ଉମରକୋଟ ବ୍ଲକ ଭାସ୍କେଲ ଡ୍ୟାମ୍‌ ନିକଟରେ ଏକ ନଳକୂପ ଟ୍ରକ୍‌ ଓଲଟିବା ଫଳରେ ଟ୍ରକ୍‌ ଡ୍ରାଇଭର ଖାଣ୍ଡା ଗ୍ରାମର ଦୀନାକର ନେତାମ ଗୁରୁତର ଅଛନ୍ତି। ଟ୍ରକ୍‌ରେ କାମ କରୁଥିବା ପ୍ରାୟ ୫ ଜଣ ଶ୍ରମିକ ଟ୍ରକ୍‌ରୁ ଡେଇଁ...

ସାମାଜିକ ବାସନ୍ଦ ଅଭିଯୋଗ

ବରଗଡ଼ ଅଫିସ୍‌,୨୫।୫: ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ଭଡିଗାଁ ଗ୍ରାମର ରୋହିଦାସ ପଡ଼ା(ଚମାର ପଡ଼ା)ବାସୀଙ୍କୁ ଗ୍ରାମରେ ସାମାଜିକ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ନେଇ ପଡ଼ାବାସୀ ଶୁକ୍ରବାର ଏସ୍‌ପି ପି.ଏସ୍‌.ମୀନାଙ୍କୁ ଫେରାଦ ହୋଇଥିଲେ। ଏସ୍‌ପିଙ୍କୁ ଏକ...

ହାତୀ ଆକ୍ରମଣରେ ୱାର୍ଡ ମେମ୍ବର ମୃତ

କେନ୍ଦୁଝର,୨୫।୫: ତେଲକୋଇ ବନାଞ୍ଚଳ ବିମଳା ଫରେଷ୍ଟ ସେକ୍ସନ ବନବିହାରିପୁର ନୂଆଗାଁରେ ହାତୀ ଆକ୍ରମଣରେ ଜଣେ ମହିଳା ୱାର୍ଡ ମେମ୍ବରଙ୍କ ମୃତ୍ୟୁ ହୋଇଛି। ସେ ହେଲେ ଦୁତୀୟା ନାୟକଙ୍କ ସ୍ତ୍ରୀ ଦ୍ରୌପଦୀ ନାୟକ ବୋଲି ଜଣାପଡ଼ିଛି। ସେ ଆକୁଳ ପଞ୍ଚାୟତ ୧୦...

ଅଭିଯୁକ୍ତଙ୍କୁ ଧରିବାକୁ ଯାଇ ଆକ୍ରମଣର ଶିକାର ହେଲେ ପୋଲିସ ଏଏସ୍‌ଆଇ

ଭେଡ଼େନ,୨୫ା୫(ଡି.ଏନ୍‌.ଏ.): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଧୁବେନପାଲିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅଭିଯୁକ୍ତଙ୍କୁ ଧରିବାକୁ ଯାଇ ପୋଲିସ ଏଏସ୍‌ଆଇ ରାମଚନ୍ଦ୍ର ଦାଶ ଆକ୍ରମଣର ଶିକାର ହୋଇଛନ୍ତି। ଅଭିଯୁକ୍ତଙ୍କ କଟୁରୀ ଚୋଟରେ ତାଙ୍କର ମୁଣ୍ଡ ଓ ହାତରେ...

ଶୁଣ୍ଢରେ ଟେକି କଚାଡ଼ି ଦେଲା ଦନ୍ତା

ଆନନ୍ଦପୁର,୨୫।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁରର ଆଖପାଖ ଅଞ୍ଚଳରେ ହାତୀ ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଜଙ୍ଗଲରେ ଖାଦ୍ୟ ଅଭାବ ଜନିତ ସମସ୍ୟାକୁ ନେଇ ବନ୍ୟଜନ୍ତୁ ଏବେ ଗାଁମୁହାଁ ହେବା ଚିନ୍ତାର ବିଷୟ ହୋଇଛି। ଏହି ପରିପ୍ରେକ୍ଷୀରେ ଗୁରୁବାର...

ଦାରିଙ୍ଗବାଡ଼ି ପର୍ଯ୍ୟଟନ କ୍ଷେତ୍ରରେ ଯୋଡ଼ି ହେଲା ଆଉ ଗୋଟିଏ ଭିୟୁ ପଏଣ୍ଟ

ଦାରିଙ୍ଗବାଡ଼ି,୨୫ା୫(ଡି.ଏନ୍‌.ଏ.): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସାରା ଦେଶରେ ପର୍ଯ୍ୟଟନ କ୍ଷେତ୍ରରେ ସ୍ବତନ୍ତ୍ର ପରିଚୟ ରହିଛି। ସେପ୍ଟେମ୍ବରଠାରୁ ମାର୍ଚ୍ଚ ପର୍ଯ୍ୟନ୍ତ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ଯ୍ୟଟକ ଦାରିଙ୍ଗବାଡ଼ି ବୁଲିବାକୁ ପସନ୍ଦ କରନ୍ତି। ତେବେ ପର୍ଯ୍ୟଟନକ୍ଷେତ୍ରର ବିକାଶ...

ମାଲବାହୀ ଟ୍ରେନର ଦୁଇ ଇଞ୍ଜିନ ଲାଇନଚ୍ୟୁତ

ଛତ୍ରପୁର,୨୫।୫(ଡିଏନଏ ): ଗଞ୍ଜାମ ଜିଲାର ଛତ୍ରପୁର ଓ ଗଞ୍ଜାମ ମଧ୍ୟ ଭାଗରେ ମାଲବାହୀ ଟ୍ରେନର ଦୁଇ ଇଞ୍ଜିନ ଲାଇନଚ୍ୟୁତ ହୋଇଛି । ବର୍ତ୍ତମାନ ଗୋଟାଏ ଲାଇନକୁ ବ୍ଲକ କରାଯାଇ ଅନ୍ୟ ଲାଇନରେ ଟ୍ରେନ ଯାତାୟାତ ହେଉଛି । ଉଦ୍ଧାର କାର୍ଯ୍ୟରେ...

୬ ରାଜସ୍ବ କର୍ମଚାରୀ ନିଲମ୍ବିତ

ନୟାଗଡ଼ ଅଫିସ,୨୫ା୫: ନୟାଗଡ଼ ଜିଲା ରଣପୁର ତହସିଲ ମୟୂରଝାଲିଆ ବେଆଇନ ଖଣି ଖନନ ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ନୟାଗଡ଼ ଜିଲାପାଳ ରବୀନ୍ଦ୍ର ନାଥ ସାହୁ ଗୁରୁବାର ୬ ଜଣ ରାଜସ୍ବ ବିଭାଗର କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି। ଖଣ୍ଡପଡ଼ା ତହସିଲରେ...

ଶ୍ୱଶୁର ଘରେ ସ୍ତ୍ରୀଙ୍କ ବେକ କାଟି ହତ୍ୟା କଲେ ସ୍ବାମୀ

ଭଦ୍ରକ ଅଫିସ,୨୫ା୫ ଭାଇ ବାହାଘରକୁ ସ୍ବାମୀଙ୍କୁ ନେଇ ସାଥୀରେ ଆସିଥିଲେ ଭଉଣୀ। ଭଲରେ ଖାଇପିଇ ରାତିରେ ସ୍ତ୍ରୀ-ସ୍ବାମୀ ଶୋଇଥିଲେ। କିନ୍ତୁ ରାତିରେ ଉଭୟଙ୍କ ମଧ୍ୟରେ କ’ଣ ଘଟିଲା କେଜାଣି ସ୍ବାମୀ ଉତ୍ତ୍ୟକ୍ତ ହୋଇ ସ୍ତ୍ରୀଙ୍କ ବେକକୁ ଧାରୁଆ ଛୁରିରେ କାଟି...

୨୨ ଲକ୍ଷର ଭେଣ୍ଡିଂ ଜୋନ୍‌ ଆବର୍ଜନାରେ ପରିପୂର୍ଣ୍ଣ

ବ୍ରହ୍ମପୁର ଅଫିସ,୨୫ା୫: ସହରର ଉଠା ପରିବା ବ୍ୟବସାୟୀଙ୍କୁ ଥଇଥାନ ନିମନ୍ତେ ବ୍ରହ୍ମପୁର ମହାନଗର ନିଗମ (ବିଇଏମ୍‌ସି) ପକ୍ଷରୁ ଭେଣ୍ଡିଂ ଜୋନ୍‌ ନିର୍ମାଣ କରାଯାଇଛି। ସେଥିମଧ୍ୟରେ ମର୍ଦ୍ଦରାଜ ଭେଣ୍ଡିଂ ଜୋନ, କର୍ପୋରେଶନ ରୋଡ ଭେଣ୍ଡିଂଜୋନ୍‌, ଗେଟ ବଜାର ଭେଣ୍ଡିଂ ଜୋନ୍‌ ଓ...

ପାଣି ପାଇଁ ହାହାକାର

ଖଣ୍ଡପଡ଼ା,୨୫ା୫(ସ୍ବ.ପ୍ର.): ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ ବଢ଼ି ଚାଲିଛି। କେତେକ ସ୍ଥାନରେ ତାପମାତ୍ର ୪୨ ଡିଗ୍ରୀ ସେଲ୍‌ସିୟସ୍‌ ଉପରେ ରହୁଛି। ଏଥିଯୋଗୁ ଭୂତଳ ଜଳସ୍ତର ହ୍ରାସ ପାଇଛି। ନଦୀ, ନାଳ, ପୋଖରୀ,କୂଅ ଶୁଖିବାରେ ଲାଗିଛି। ଗ୍ରାମାଞ୍ଚଳରେ ଲୋକେ ପାଣି ପାଇଁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri