ଆମ ଜିଲା ଖବର

ଓଡ଼ିଶାର ୨୪ ଉପକୂଳ ଗ୍ରାମକୁ ମିଳିଲା ସୁନାମି ପ୍ରସ୍ତୁତ ଟ୍ୟାଗ୍

ଭୁବନେଶ୍ୱର,୧୪।୧୧: ଇଣ୍ଡୋନେସିଆରେ ଅନୁଷ୍ଠିତ ଦ୍ୱିତୀୟ ଗ୍ଲୋବାଲ ସୁନାମି ସମ୍ମିଳନୀରେ ଓଡିଶାର ୬ ଟି ଜିଲାର ୨୪ ଟି ସୁନାମି ପ୍ରବଣ ଉପକୂଳବର୍ତ୍ତୀ ଗ୍ରାମଗୁଡିକୁ ମିଳିତ ଜାତିସଂଘର ଶିକ୍ଷା, ବୈଜ୍ଞାନିକ ଏବଂ ସାଂସ୍କୃତିକ ସଂଗଠନର ଅନ୍ତଃରାଜ୍ୟ ମହାସାଗରୀୟ ଆୟୋଗ ଦ୍ୱାରା ସୁନାମି...

ନିର୍ବନ୍ଧ ଭୋଜିରେ ଦାଦା-ପୁତୁରା ଲାଗିଗଲେ କଳି: ଚୋଟ ଖାଇଲେ ମଧ୍ୟସ୍ଥି

ଧରାକୋଟ,୧୪ା୧୧(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ଥାନା ଅଧୀନ ଜଗମୋହନ ପଞ୍ଚାୟତ ନାରାୟଣପୁର ଶାସନ ଗ୍ରାମରେ ଏକ ନିର୍ବନ୍ଧ ଭୋଜିରେ ଛୁରାମାଡ଼ ହେବାରୁ ଜଣେ ଆହତ ହୋଇଛନ୍ତି। ସେ ହେଲେ ନାରାୟଣପୁର ଗ୍ରାମର ସନ୍ନ୍ୟାସୀ ବେହେରା। ଗତ ବୁଧବାର...

ହୋଟେଲ ବୟରୁ ବନିଥିଲେ ନକଲି ଡାକ୍ତର: ଧରାପଡି ଜେଲ୍ ଗଲେ

ବ୍ରହ୍ମପୁର,୧୪।୧୧ (ସୁବାସ ଚନ୍ଦ୍ର ପାଢ଼ୀ): ପୂର୍ବରୁ ଵ୍ରହ୍ମପୁର ପୋଲିସ ଗେଟ ବଜାର ମିତ୍ର ସାହିରେ କ୍ରିଷ୍ଣା ପାଇଲ୍ସ କ୍ଲିନିକ ଖୋଲିଥିବା ଜଣେ ନକଲି ଆୟୁର୍ବେଦିକ ଡାକ୍ତରଙ୍କୁ ବ୍ରହ୍ମପୁର ଟାଉନ ଥାନା ପୋଲିସ ଗିରଫ କରିଛି। ବ୍ୟକ୍ତି ଜଣଙ୍କର ପରିଚୟ ମିଳିଥିବା...

ଦିଲ୍ଲୀ ବାଣିଜ୍ୟ ମେଳାରେ ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ଦାରିଙ୍ଗବାଡି,୧୪।୧୧(ଅରୁଣ ସାହୁ ): ରାଜଧାନୀ ଦିଲ୍ଲୀରେ ଗୁରୁବାରଠାରୁ ଆରମ୍ଭ ହୋଇଛି ବାଣିଜ୍ୟ ମେଳା। ମେଳାରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗଦେଇ ଓଡ଼ିଶା ପାଇଁ ମେଳାକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ମେଳାର ବିଭିନ୍ନ ଷ୍ଟଲ ବୁଲିବା ସହ...

ସତ ହେଲା ଧରିତ୍ରୀରେ ପ୍ରକାଶିତ ଖବର: ତାରାତାରିଣୀ ମନ୍ଦିର ଚୋରି ଘଟଣାରେ ସେବାୟତ, ସୁରକ୍ଷାକର୍ମୀ ଗିରଫ

ପୁଷୋତ୍ତମପୁର,୧୪।୧୧: ଗଞ୍ଜାମ ଜିଲାର ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିରରୁ ମାଙ୍କ ରୁପା ଅଳଙ୍କାର ଚୋରି ସହ ହୁଣ୍ଡିକୁ ଭାଙ୍ଗି ସେଥିରେ ଥିବା ଭକ୍ତଙ୍କ ଦାନ ଟଙ୍କା ଚୋରି ଘଟଣାରେ ଗଞ୍ଜାମ ପୋଲିସକୁ ବଡ ସଫଳତା ମିଳିଛି। ନିଜେ ଗଞ୍ଜାମ ଏସପି...

ଶିଶୁଦିବସ ପାଳନ ବେଳେ ଅଘଟଣ: ବକ୍ତବ୍ୟ ଦେଉଥିବା ବେଳେ ପ୍ରଧାନ ଶିକ୍ଷକଙ୍କ ସହ ଘଟିଲା ଏମିତି…

କଣ୍ଟାବାଞ୍ଜି,୧୪ା୧୧(ଗୁରୁଦୟାଲ ହଂସ): ବଲାଙ୍ଗୀର ଜିଲା ଉପାନ୍ତ ତୁରେକେଲା  ଥାନା କୁଇବାହାଲ ଗ୍ରାମର ପଲ୍ଲୀ ବିକାଶ ପଞ୍ଚାୟତ ହାଇସ୍କୁଲରେ  ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ଶିଶୁଦିବସ ପାଳନ ଅବସରରେ ବକ୍ତବ୍ୟ ଦେଉଥିବା ବେଳେ ସ୍କୁଲର ପ୍ରଧାନ ଶିକ୍ଷକ  ପର୍ଶୁରାମ ଦାସ(୫୭)...

ଲୁଚାଇ ରଖିଥିବା ୧୧ ଦାଦନ ଶ୍ରମିକ ଉଦ୍ଧାର

ଗୋଲାମୁଣ୍ଡା,୧୪ା୧୧(ବଟକୃଷ୍ଣ ପଣ୍ଡା): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ପୋଲିସ ବୁଧବାର ନକଟିକାନୀ ଗାଁରେ ଚଢ଼ାଉ କରି ୬ ଶିଶୁ ସହ ୧୧ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ଏହି ଘଟଣାରେ ପୋଲିସ ଦାଦନ ସର୍ଦ୍ଦାରଙ୍କ ୩ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ...

ବଡ଼ବିଲ ମହୋତ୍ସବ ରୌପ୍ୟ ଜୟନ୍ତୀ ପାଳନ ନେଇ ପ୍ରସ୍ତୁତି ଆରମ୍ଭ

ବଡବିଲ,୧୪।୧୧(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡବିଲ ପୌରାଞ୍ଚଳରେ ବଡବିଲ ମହୋତ୍ସବ ରୌପ୍ୟ ଜୟନ୍ତୀ ପାଳନ ନେଇ ଗୁରୁବାର ଅପରାହ୍ନରେ ସ୍ଥାନୀୟ ବିକାଶ ମହଲ ସଭା ଗୃହରେ କମିଟି ସଦସ୍ୟଙ୍କ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବଡବିଲ ମହାବିଦ୍ୟାଳୟ...

ସାଇକେଲରେ ଯାଉଥିଲେ ଦମ୍ପତି: ଧକ୍କାଦେଇ ଘୋଷାଡ଼ି ନେଲା ଟ୍ରକ୍‌

ଭଦ୍ରକ,୧୪।୧୧: ଭଦ୍ରକ ଜିଲା ଧାମରା-ଜାମୁଝାଡ଼ି ରାସ୍ତାର ବେତଡ଼ା ମାକେର୍ଟ ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ସ୍ବାମୀ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା...

ଶିମିଳିପାଳରେ ମହାରାଷ୍ଟ୍ରର ଦ୍ୱିତୀୟ ମହାବଳ ବାଘୁଣୀ

ବାରିପଦା,୧୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ମହାରାଷ୍ଟ୍ରର ଅନ୍ୟ ଏକ ମହାବଳ ବାଘୁଣୀ ‘ଗଙ୍ଗା’ ଗୁରୁବାର ରାତିରେ ପହଞ୍ଚତ୍ଛି। ସ୍ବତନ୍ତ୍ର ଟିମ୍‌ ଓ ଗାଡ଼ି ଯୋଗେ ଏହି ମହାବଳ ବାଘୁଣୀକୁ ସୁରକ୍ଷିତ ଭାବେ ଶିମିଳିପାଳରେ ପହଞ୍ଚାଯାଇଛି।...

ଶିଶୁ ଦିବସରେ ଖୋଲିଲା ଶିଶୁ ଗୃହ: ଫାଇଦା ପାଇବେ ୮୦୦ ଶିଶୁ

ଦାରିଙ୍ଗବାଡି, ୧୪।୧୧ (ଅରୁଣ ସାହୁ୍‌): ୩ ବର୍ଷ ପରେ ଶିଶୁଙ୍କ ପାଇଁ ଅଙ୍ଗନୱାଡି କେନ୍ଦ୍ରରେ ନାମ ଲେଖାଯିବା ସହ ସେମାନଙ୍କ ଶାରୀରିକ, ବୌଦ୍ଧିକ ବିକାଶ ପାଇଁ ସରକାର ପଦକ୍ଷେପ ନେଇଛନ୍ତି। ତେବେ ନବଜନ୍ମିତ ଶିଶୁ ମା’ କ୍ଷୀର ଖାଇ ସୁସ୍ଥ...

୬ ଦିନ ହେଲା ନିଖୋଜ ଥିଲେ ଯୁବତୀ: ପୋଖରୀରୁ ମିଳିଲା ମୃତଦେହ

ଦଶପଲ୍ଲା,୧୪।୧୧: ନୟାଗଡ଼ ଜିଲା ଦଶପଲ୍ଲା ଥାନା ଶରୀରଗଣ୍ଡା ଗାଁ ପୋଖରୀରୁ ଗୁରୁବାର ଜଣେ ଯୁବତୀଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ମିଳିଥିବା ସୂଚନା ମୁତାବକ, ୬ଦିନ ହେଲା ଯୁବତୀ ଜଣକ ନିଖୋଜ ହୋଇଯାଇଥିଲେ। ଶରୀରଗଣ୍ଡା ଗାଁ ପୋଖରୀରେ ଯୁବତୀଙ୍କ ମୃତଦେହ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri