ଆମ ଜିଲା ଖବର

ବଜ୍ରପାତରେ ଜଳିଗଲା ଘର, ଜଣଙ୍କର ମୃତ୍ୟୁ

ଚାନ୍ଦବାଲି,୨୪ା୫(ଡି.ଏନ୍‌.ଏ.): ବୁଧବାର ଅପରାହ୍ନରେ ହୋଇଥିବା ଅଦିନିଆ କାଳବୈଶାଖୀରେ ଭଦ୍ରକ ଜିଲା ଚାନ୍ଦବାଲି ଅଞ୍ଚଳର ଜଳେଶ୍ବରପୁର ପଞ୍ଚାୟତ ଅନ୍ତର୍ଗତ ନୂଆଗାଁ ଇଛାପୁର ଗ୍ରାମର କାଳନ୍ଦୀ ମହାନ୍ତିଙ୍କ ପୁଅ ଅଜୟ(୩୯) ପାଖ ବିଲରୁ ଚାଷକାର୍ଯ୍ୟ ସାରି ଫେରୁଥିବା ସମୟରେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ...

୩୬୦ କେଜି ଗଞ୍ଜେଇ ଜବତ, ବନ୍ଧା ହେଲେ ୫ ଅଭିଯୁକ୍ତ

ମାଲକାନଗିରି,୨୪ା୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା ପୋଲିସ ବୁଧବାର ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୫ଜଣଙ୍କୁ ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ଉତ୍ତରପ୍ରଦେଶ ଆଗ୍ରା ଜିଲା ଜରୁସପତ୍ରା ଗ୍ରାମର ଭିକ୍କି ସିଂଗ, କଗରାଲ ଗ୍ରାମର ମୁକେଶ...

କୋରାପୁଟରେ ନୂଆ ଡିଆଇଜି ଭାବେ ଦାୟିତ୍ୱ ନେଲେ ଚରଣ ସିଂ ମିନା

କୋରାପୁଟ,୨୪ା୫(ସ୍ବ.ପ୍ର.): କୋରାପୁଟ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଭାବେ ବୁଧବାର ବରିଷ୍ଠ ଆଇପିଏସ ଚରଣ ସିଂ ମିନା ଦାୟିତ୍ୱ ଗ୍ରହଣ କରିଛନ୍ତି। କୋରାପୁଟସ୍ଥିତ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି କାର୍ଯ୍ୟାଳୟରେ ଆୟୋଜିତ ଏକ ଉତ୍ସବରେ ପୂର୍ବରୁ ଥିବା ଡିଆଇଜି ରାଜେଶ ପଣ୍ଡିତଙ୍କଠାରୁ ଶ୍ରୀ...

ଅଧିକ ଦାମରେ ମଦ ବିକ୍ରିକୁ ନେଇ ଗ୍ରାହକ-କର୍ମଚାରୀ ମାରପିଟ

କୁଚିଣ୍ଡା,୨୪ା୫(ଡି.ଏନ.ଏ.): ବାମରା ବ୍ଲକ ମହୁଲପାଲି ଥାନା ଅଧୀନ କେଶାଇବାହାଲ ବିଦେଶୀ ମଦ ଦୋକାନରେ ଧାର୍ଯ୍ୟ ମୂଲ୍ୟରୁ ଅଧିକ ଦରରେ ମଦ ବିକ୍ରିକୁ ନେଇ ଗ୍ରାହକ ଓ କର୍ମଚାରୀଙ୍କ ମଧ୍ୟରେ ମାରପିଟ ହୋଇଛି। ଏଥିରେ ଗ୍ରାହକଙ୍କ ସହ ଜଣେ ଦୋକାନ କର୍ମଚାରୀ...

ଜୁଲାଇ ୩ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା

କଟକ ଅଫିସ,୨୪ା୫: ଆସନ୍ତା ଜୁଲାଇ ୩ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ ବୋଲି ବୋର୍ଡ ପକ୍ଷରୁ ସୋମବାର ଘୋଷଣା କରାଯାଇଛି। ଏଥିନିମନ୍ତେ ମେ’ ୨୬ରୁ ଜୁନ୍‌ ୧ ପର୍ଯ୍ୟନ୍ତ ଫର୍ମଫିଲପ୍‌ କରାଯିବ। ଇଚ୍ଛୁକ ଥିବା ଛାତ୍ରୀଛାତ୍ର ଫର୍ମଫିଲପ୍‌ କରି ପରୀକ୍ଷା...

ବଦଳିଲା ମାଟ୍ରିକ ପରୀକ୍ଷା ଢାଞ୍ଚା

କଟକ ଅଫିସ,୨୪ା୫: ମାଟ୍ରିକ ପରୀକ୍ଷା ଢାଞ୍ଚା ବଦଳିଥିବା ବୋର୍ଡ ପକ୍ଷରୁ ବୁଧବାର ଘୋଷଣା କରାଯାଇଛି। ବୋର୍ଡ ସଭାପତି ରାମାଶିଷ ହାଜରା ଏକ ପ୍ରେସ୍‌ମିଟ୍‌ରେ ଏହା ପ୍ରକାଶ କରିଛନ୍ତି। କରୋନା ପାଇଁ ସମ୍ମେଟିଭ୍‌ ପରୀକ୍ଷା ବ୍ୟବସ୍ଥା ହୋଇଥିଲା। ଏଣିକି ପୁରୁଣା ପଦ୍ଧତିରେ...

ରାଜ୍ୟ ଜାଗାମିଶନ ଉପଦେଷ୍ଟାଙ୍କ ପୁରୁଷୋତ୍ତମପୁର ଏନ୍ଏସିରେ ସମୀକ୍ଷା 

ପୁରୁଷୋତ୍ତମପୁର, ୨୪/୫(ଡିଏନ୍ଏ) ଗଞ୍ଜାମଜିଲ୍ଲା ପୁରୁଷୋତ୍ତମପୁର ଏନ୍ଏସିକୁ ବୁଧବାର ରାଜ୍ୟ ଜାଗା ମିଶନର ଉପଦେଷ୍ଟା ଶାଶ୍ୱତୀ ମିଶ୍ର ଗ୍ରସ୍ତରେ ଆସି କନକା ଓ କପିଳେଶ୍ବର ବସ୍ତିକୁ ପରିଦର୍ଶନ କରି ଲୋକମାନେ କିପରି ରହୁଛନ୍ତି ତାହାର ସମୀକ୍ଷା କରିବା ସହ ସୁବିଧା ଅସୁବିଧା...

ପରମ୍ପରା ପରିବର୍ତ୍ତନ ଗ୍ରହଣୀୟ ନୁହେଁ

ଅନୁଗୋଳ/ ଢେଙ୍କାନାଳ ଅଫିସ, ୨୪।୫ ରାଜ୍ୟର ଶୈବପୀଠଗୁଡ଼ିକରେ ଆଉ ବ୍ୟବହାର ହେବନି ଗଞ୍ଜେଇ। ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏ ନେଇ ରାଜ୍ୟର ସମସ୍ତ ଜିଲାପାଳ ଓ ଏସ୍‌ପିଙ୍କୁ ଚିଠି କରାଯାଇଛି। ଶୈବପୀଠଗୁଡ଼ିକରେ...

ମିଳୁନି ପୋଲିଓ ଟିକା, କାମ କରୁନି ଲିଫ୍ଟ

ଚମ୍ପୁଆ,୨୪।୫(ଡି.ଏନ୍‌.ଏ.):କେନ୍ଦୁଝର ଜିଲା ଉପାନ୍ତ ଅଞ୍ଚଳ ଚମ୍ପୁଆ ସଦର ମହକୁମାରେ ଥିବା ଉପଖଣ୍ଡ ଚିକିତ୍ସାଳୟରେ ଅବ୍ୟବସ୍ଥା ଦେଖାଦେଇଛି। ୧୯୧୦ରେ ପ୍ରତିଷ୍ଠା ହୋଇଥିବା ଏହି ଚିକିତ୍ସାଳୟର ଗରିମା ଦିନକୁ ଦିନ କମିବାରେ ଲାଗିଛି। ସ୍ଥାନୀୟ ଅଞ୍ଚଳ ସମେତ ଝାଡ଼ଖଣ୍ଡ ଓ ମୟୂରଭଞ୍ଜର ରୋଗୀମାନଙ୍କୁ...

ଜିଲାର ୨ ଲକ୍ଷରୁ ଅଧିକ ଲୋକ ଅସୁରକ୍ଷିତ

କେନ୍ଦ୍ରାପଡ଼ା ଅଫିସ, ୨୫।୫: ୨୦୦୪ ମସିହା ଡିସେମ୍ବରରେ ଇଣ୍ଡୋନେସିଆ ସମେତ ଭାରତର ତାମିଲନାଡୁ, ଆଣ୍ଡାମାନ ନିକୋବର, କେରଳ, ପୁଡୁଚେରୀ ଓ ଆନ୍ଧ୍ର ଉପକୂଳରେ ହୋଇଥିବା ଭୟାବହ ସୁନାମି ପ୍ରାକୃତିକ ବିପର୍ଯ୍ୟୟ ଦେଶର ଏକ ବିରଳ ଘଟଣା ହୋଇ ରହିଛି। ସୁନାମିର...

ଲୁଗା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ : ଜଳିଗଲା କୋଟିଏ ଟଙ୍କାର କପଡା

କେନ୍ଦ୍ରାପଡା ଅଫିସ,୨୪।୫: ଆଳି ବଡ଼ବଜାରଠାରେ ବୁଧବାର ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ରିଲାଇନ୍ସ ସ୍ମାର୍ଟ ପଏଣ୍ଟ ଉପରେ ଥିବା ରଞ୍ଜିତ ବେହେରାଙ୍କ ନିୟୁ ଟ୍ରେଣ୍ଡ ଲୁଗା ସୋରୁମରେ ଅଗ୍ନିକାଣ୍ଡ ଘଟି ପାଖାପାଖି କୋଟିଏ ଟଙ୍କାର କପଡା ପୋଡିଜଳି ପାଉଁଶ ହୋଇଯାଇଛି।...

ଗୋରୁଙ୍କୁ ଅଜଣା ରୋଗ: ଗାଁକୁ ଗାଁଡେଉଁଛି

ମହାକାଳପଡ଼ା,୨୪।୫(ଡି.ଏନ.ଏ.): ଗ୍ରାମାଞ୍ଚଳଗୁଡ଼ିକରେ ଗୋ-ପାଳକମାନଙ୍କ ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ପ୍ରୋତ୍ସାହନ ରାଶି ଯୋଗାଇ ଦେଉଛନ୍ତି। ଗୋରୁଙ୍କ ଚିକିତ୍ସା ପାଇଁ ମାଗଣାରେ ଟିକାକରଣଠାରୁ ଆରମ୍ଭ କରି ବିନା ମୂଲ୍ୟରେ ଔଷଧ ଆଦି ପ୍ରଦାନ କରାଯାଉଛି। ଗୋ ସମ୍ପଦର ବିକାଶ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri