ଆମ ଜିଲା ଖବର

ଗାଇସିଲେଟ ଥାନା ଆଇଆଇସିଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ାଉ

ବରଗଡ଼ ଅଫିସ,୨୨ା୫: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋମବାର ସକାଳୁ ଭିଜିଲାନ୍ସ ପକ୍ଷରୁ ବରଗଡ଼ ଜିଲା ଗାଇସିଲେଟ ଥାନା ଆଇଆଇସି ବୀରବର ଭଗତଙ୍କ ବାସଭବନରେ ଚଢ଼ାଉ ଚାଲିଛି। ଭଗତଙ୍କ ସମ୍ବଲପୁର ଜିଲା ଅଇଁଠାପାଲି ଥାନା ଅନୁଗୁଳିଆପଡ଼ା ବାସଭବନ ଗାଇସିଲେଟ...

ବ୍ରହ୍ମପୁର ରିଙ୍ଗ୍‌ ରୋଡ୍‌ ନିର୍ମାଣରେ ବିଳମ୍ବ

ଛତ୍ରପୁର,୨୨ା୫(ଡି.ଏନ.ଏ): ଗଞ୍ଜାମ ଜିଲାରେ ପ୍ରସ୍ତାବିତ ବ୍ରହ୍ମପୁର ବାଇପାସ ରିଙ୍ଗ୍‌ ରୋଡ୍‌ ନିର୍ମାଣରେ ଅହେତୁକ ବିଳମ୍ବ ହୋଇଛି। ୧୦ ବର୍ଷ ପରେ ବି ଏହି ରିଙ୍ଗ୍‌ ରୋଡ୍‌ ନିର୍ମାଣ କାର୍ଯ୍ୟ ଶେଷ ହୋଇପାରିନାହିଁ। ମୁଖ୍ୟତଃ ଘରୋଇ ଜମି ଅଧିଗ୍ରହଣ ସମସ୍ୟା ଦେଖାଦେଇଆସୁଛି।...

ଭଦ୍ରକ ସହରରୁ ଜବରଦଖଲ ଉଚ୍ଛେଦ

ଭଦ୍ରକ ଅଫିସ, ୨୨।୫: ବହୁ ବାଦବିବାଦ ପରେ ଭଦ୍ରକ ସହରର ମୋଚି ଛକଠାରୁ ଭଦ୍ରକାଳୀ ଭାୟା ପୁରୁଣାବଜ଼ାର ରାସ୍ତା ନିର୍ମାଣ ପାଇଁ ରବିବାର ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ମୋଚି ଛକଠାରୁ ଉଚ୍ଛେଦ ଆରମ୍ଭ ହୋଇଥିବା...

ଉଡ଼ିଲା ଘର ଛପର

ଢେଙ୍କିକୋଟ,୨୨ା୫(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଢେଙ୍କିକୋଟ ପଞ୍ଚାୟତରେ ରବିବାର ଅପରାହ୍ନରେ କାଳବୈଶାଖୀ ପ୍ରଭାବରେ ବର୍ଷା, ଝଡ଼ ତୋଫାନ ହୋଇଥିଲା। ଅନେକ ଗଛ ଭାଙ୍ଗିବା ସହ ଘରର ଛପର ଉଡ଼ିଯାଇଥିଲା। ଢେଙ୍କିକୋଟ୍‌ ପଞ୍ଚାୟତ, ଲଙ୍ଗଳକଣ୍ଟି ଗ୍ରାମ, ଢେଙ୍କିକୋଟ ଗ୍ରାମ, ବଡ଼ମସିଣାବିଲା ପଞ୍ଚାୟତ ପେଚା...

ପ୍ରଶାସନ ଶୁଣିଲାନି, ରାସ୍ତା ତିଆରି କଲେ ଗ୍ରାମବାସୀ

ଲଙ୍ଗଳେଶ୍ୱର,୨୨।୫(ଡି.ଏନ.ଏ.): ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଅଧୀନ ସାଉଡ଼ି ପଞ୍ଚାୟତର ମନସା ଛକ ରାସ୍ତାକୁ ଗ୍ରାମବାସୀ ନିଜ ଉଦ୍ୟମରେ ତିଆରି କରିଛନ୍ତି। ଜଣେ ପୂର୍ବତନ ସରପଞ୍ଚ କଂକ୍ରିଟ୍‌ ରାସ୍ତାକୁ ବିଳମ୍ବିତ ରାତିରେ ଜେସିବି ଲଗାଇ ଉଚ୍ଛେଦ କରିଦେବା ପରେ ଦୀର୍ଘ...

ମନ୍ଦିରକୁ ଲାଗି ଶୌଚାଳୟ ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ

ମାହାଙ୍ଗା,୨୨ା୫(ସ୍ବ.ପ୍ର.): ମନ୍ଦିରକୁ ଲାଗି ଶୌଚାଳୟ ନିର୍ମାଣ କରାଯାଉଛି। ଏହାକୁ ଗ୍ରାମବାସୀ ବିରୋଧ କରିଛନ୍ତି। ମାହାଙ୍ଗା ବ୍ଲକ ଅନ୍ତର୍ଗତ ଉମର ପଞ୍ଚାୟତସ୍ଥିତ ଓସ୍ତପୁର ଗ୍ରାମର ଇଷ୍ଟଦେବ ନୀଳକଣ୍ଠେଶ୍ୱର ମହାଦେବ ପରିସରରେ ଏଭଳି ଘଟଣା ଘଟିଛି। ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ବିଡିଓଙ୍କ ନିକଟରେ...

ଆନନ୍ଦ ବଜାରରୁ ହଟିବେ ଅଣଲାଇସେନ୍ସପ୍ରାପ୍ତ ବ୍ୟବସାୟୀ

ପୁରୀ ଅଫିସ,୨୨ା୫: ଆନନ୍ଦ ବଜାରରେ ଶୃଙ୍ଖଳା ଆଣିବା ପାଇଁ ଏବେ ଅଣ୍ଟା ଭିଡ଼ିଛି ଶ୍ରୀମନ୍ଦିର ପ୍ରଶାସନ। ଆନନ୍ଦ ବଜାରରେ ବ୍ୟବସାୟ କରୁଥିବା ଅଣଲାଇସେନ୍ସପ୍ରାପ୍ତ ବ୍ୟବସାୟୀଙ୍କୁ ଉଠିଯିବାକୁ ପ୍ରଶାସନ ପକ୍ଷରୁ ନୋଟିସ ଜାରି କରାଯାଇଛି। ଆନନ୍ଦବଜାରର ଏକାଧିକ ସ୍ଥାନରେ ଅଣଲାଇସେନ୍ସପ୍ରାପ୍ତ ବ୍ୟବସାୟୀମାନେ...

୨୪ ବର୍ଷ ଧରି ଭଙ୍ଗାଘରେ ପୂଜା ପାଉଛନ୍ତି ଶ୍ରୀଜଗନ୍ନାଥ

ଗୋପ,୨୨।୫(ଡି.ଏନ୍‌.ଏ.): ପୁରାତନ ଫୁଲୁବାଙ୍କ ମଠ ଏବେ ଜରାଜୀର୍ଣ୍ଣ ଓ ଅବହେଳିତ ଅବସ୍ଥାରେ ପଡ଼ି ରହିଛି। ଦୀର୍ଘ ୨୪ ବର୍ଷ ଧରି ମହାପ୍ରଭୁ ଶ୍ରୀଜଗନ୍ନାଥ ଗୋଟିଏ ଭଙ୍ଗାଘରେ ପୂଜା ପାଉଥିବାବେଳେ କେହି ଏଥିପ୍ରତି ଗୁରୁତ୍ୱ ନ ଦେବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ...

ପାଣି ପାଇଁ ଲମ୍ବା ଧାଡ଼ି

ବାରଙ୍ଗ,୨୨।୫(ଡି.ଏନ୍‌.ଏ.): ରାଜଧାନୀ ଉପକଣ୍ଠରେ ପିଇବା ପାଣି ସମସ୍ୟା ବଢ଼ିବାରେ ଲାଗିଛି। ବାରଙ୍ଗ ବ୍ଲକ ଦାଢ଼ାପାଟଣା ଗ୍ରାମ ପଞ୍ଚାୟତ ଅଧୀନ ବଙ୍ଗାଳୀ ସାହିରେ ପାଣି ନେବାକୁ ଟ୍ୟାଙ୍କର ପାଖରେ ଲମ୍ବା ଧାଡ଼ି ଲାଗିଥିବା ରବିବାର ଦେଖିବାକୁ ମିଳିଛି। ବିଶୁଦ୍ଧ ପାନୀୟ ଜଳ...

କଣ୍ଟ୍ରୋଲ ଚାଉଳରେ ମିଶାଯାଉଛି ଫର୍ଟିଫାଏଡ ଚାଉଳ

ବୋଲଗଡ଼,୨୨ା୫(ଡି.ଏନ୍‌.ଏ.): ଖାଦ୍ୟ ସୁରକ୍ଷା ଯୋଜନା ମାଧ୍ୟମରେ ଦିଆଯାଉଥିବା ଚାଉଳରେ ମିଶାଯାଉଛି ଫର୍ଟିଫାଏଡ ଚାଉଳ। ତେବେ ପ୍ରଶାସନର ସଚେତନତା ଅଭାବରୁ ହିତାଧିକାରୀମାନେ ଉକ୍ତ ଫର୍ଟିଫାଏଡ ଚାଉଳକୁ ପ୍ଲାଷ୍ଟିକ ଚାଉଳ ବୋଲି ସନ୍ଦେହ କରୁଛନ୍ତି। ବୋଲଗଡ଼ ବ୍ଲକ ଅନ୍ତର୍ଗତ ଡାବରଧୁଆପାଟଣା ଓ ଆଖପାଖ...

ମୁଖ୍ୟ ଶାସନ ସଚିବଙ୍କ ତଦନ୍ତ ନିର୍ଦ୍ଦେଶ

କୋଣାର୍କ,୨୨ା୫(ଡି.ଏନ୍‌.ଏ): କୋଣାର୍କସ୍ଥିତ ଭଗବତୀ ମହାବିଦ୍ୟାଳୟରେ ଗତ ୨୦୧୭ରୁ ୨୦୨୨ ମସିହା ପର୍ଯ୍ୟନ୍ତ କାର୍ଯ୍ୟରତ ଜଣେ କିରାଣିଙ୍କ ଦ୍ବାରା ଜାଲ୍‌ରସିଦ ମାଧ୍ୟମରେ ୬ଲକ୍ଷ ଟଙ୍କା ଆତ୍ମସାତ୍‌ ଅଭିଯୋଗ ହୋଇଥିଲା। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ କାର୍ଯ୍ୟାନୁଷ୍ଠାନ ପାଇଁ କୋଣାର୍କ ଅଞ୍ଚଳର...

ଅବ୍ୟବସ୍ଥା ଘେରରେ କାଶୀନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

କାଶୀନଗର/ପାରଳାଖେମୁଣ୍ଡି,୨୨ା୫ (ଡି.ଏନ୍‌.ଏ): ଗଜପତି ଜିଲା କାଶୀନଗର ବ୍ଲକରେ ଥିବା ୧୧ନଂ ୱାର୍ଡ ତଥା ବ୍ଲକ କଲୋନୀର ରାସ୍ତା କଡ଼ରେ କାଶୀନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ବ୍ୟବହୃତ ଆବର୍ଜନା ପଡ଼ିରହିଥିବା ଦେଖିବାକୁ ମିଳିଛି। ପ୍ରସବ ମହିଳାମାନଙ୍କ ପାଇଁ ବ୍ୟବହାର କରାଯାଇଥିବା ବସ୍ତୁ, ଔଷଧୀୟ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri