ଆମ ଜିଲା ଖବର

ଭିଜିଲାନ୍ସ ଜାଲରେ ସିଡିପିଓ, କିରାଣି

କୋରାପୁଟ, ୧୭।୫(ସ୍ବ.ପ୍ର.): କୋରାପୁଟ ଜିଲା ବନ୍ଧୁଗାଁ  ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପରେ ଅଙ୍ଗନୱାଡ଼ି କର୍ମୀ ନିଯୁକ୍ତି ପାଇଁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡିଛନ୍ତି ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ କାର୍ଯ୍ୟାଳୟର ବରିଷ୍ଠ କିରାଣି...

ଯୁବକଙ୍କୁ ଖଣ୍ଡଖଣ୍ଡ କାଟି ପଲିଥିନରେ କରିଥିଲେ ପ୍ୟାକିଂ

ବଲାଙ୍ଗୀର ଅଫିସ, ୧୭ା୫: ବଲାଙ୍ଗୀର ସହର ସାଲେପାଲିସ୍ଥିତ ଏକ ତାଲାବନ୍ଦ ଭଡାଘରୁ ପଲିଥିନ ପ୍ୟାକିଂ ହୋଇଥିବା ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ଗଳିତ ମୃତଦେହକୁ ବୁଧବାର ଟାଉନ୍‌ ପୋଲିସ ଜବତ କରିଛି। ମୃତକ ରିଙ୍କୁ ମେହେର(୨୭) ବୋଲି ଚିହ୍ନଟ କରାଯାଇଛି।...

ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷଙ୍କ କେନ୍ଦୁଝର ଗସ୍ତ

କେନ୍ଦୁଝର,୧୭ା୫(ସ୍ବ.ପ୍ର.): ବୁଧବାର ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ଅବନୀକାନ୍ତ ସାହୁ କେନ୍ଦୁଝର ଜିଲା ଗସ୍ତ କରିଛନ୍ତି। ଅଧ୍ୟକ୍ଷଙ୍କ ସହିତ ୟୁନିସେଫର ପରାମର୍ଶଦାତା ତମଲ ରେଜା ପରିଦର୍ଶନରେ ଆସିଛନ୍ତି। ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲା ପରିଷଦ, କେନ୍ଦୁଝର...

ବଜ୍ରକାପ୍ତା ବିକ୍ରି ପାଇଁ କରିଥିଲେ ଅପେକ୍ଷା: ମାଡ଼ିବସିଲା ଏସ୍‌ଟିଏଫ୍‌

ସୋନପୁର,୧୭ା୫(ନି.ପ୍ର.): କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ଟିମ୍‌ ସୁବର୍ଣ୍ଣପୁର ଜିଲା ଲଛିପୁର ଥାନା ତିଲେଇମାଲ-ଖେମୁଡିଆମୁଣ୍ଡା ରାସ୍ତାରେ ଚଢାଉ କରି ୨ଟି ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଛି। ଅଢେଇ ଫୁଟ୍‌ ଲମ୍ବ ମା’ ବଜ୍ରକାପ୍ତାର ଓଜନ ୭କିଲୋ ଓ ଛୁଆ ବଜ୍ରକାପ୍ତାର ଓଜନ ୩...

ଯାତ୍ରୀବାହୀ ବସ୍‌-ସ୍କୁଟି ମୁହାଁମୁହିଁ: ଜଣେ ମୃତ, ଜଣେ ଗୁରୁତର

ହିଞ୍ଜିଳିକାଟୁ,୧୭ା୫(ଡି.ଏନ୍‌.ଏ.): ବୁଧବାର ଅପରାହ୍ନରେ ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ସାରୁ-ସମରଝୋଳ ମଧ୍ୟବର୍ତ୍ତୀ ରାସ୍ତାରେ ଯାତ୍ରୀବାହୀ ବସ୍‌ ସହ ସ୍କୁଟି ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ମୃତକ ଜଣଙ୍କ...

ହତ୍ୟାକାରୀଙ୍କୁ ଆଜୀବନ ଜେଲ

କେନ୍ଦୁଝର,୧୭।୫(ସ୍ବ.ପ୍ର.): ଜଣେ ବୃଦ୍ଧା ହତ୍ୟା ମାମଲାର ବୁଧବାର ରାୟ ପ୍ରକାଶ ପାଇଛି। କେନ୍ଦୁଝର ଦୌରାଜଜ୍‌ ଚିତ୍ତରଞ୍ଜନ ମହାପାତ୍ର ଅଭିଯୁକ୍ତ ଦେବାନନ୍ଦ ନାଏକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏପରିକି ଅଭିଯୁକ୍ତଙ୍କୁ ୫୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା...

୫୦୦ ଟଙ୍କା ଭତ୍ତା ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେଉଥିଲେ ବିଏସ୍‌ଏସ୍‌ଓ, ଧରିଲା ଭିଜିଲାନ୍ସ

ବେଗୁନିଆପଡ଼ା,୧୭ା୫(ଡି.ଏନ୍‌.ଏ.): ୫୦୦ ଟଙ୍କା ଭତ୍ତା ପାଇଁ ୬ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ବିଏସ୍‌ଏସ୍‌ଓ। ବାର୍ଦ୍ଧକ୍ୟ ଭତ୍ତା କରାଇ ଦେବାକୁ ଲାଞ୍ଚ ନେଉଥିବା ବେଳେ ବିଏସ୍‌ଏସ୍‌ଓଙ୍କୁ ଭିଜିଲାନ୍ସ ଧରିଛି। ବ୍ରହ୍ମପୁର ଖଲ୍ଲିକୋଟ ଅଞ୍ଚଳରେ ଏପରି ଘଟଣା ଦେଖିବାକୁ ମିଳିଛି।...

ବିଏଲ୍‌ଏଫ୍‌ ଆକାଉଣ୍ଟରୁ ଟଙ୍କା ଆତ୍ମସାତ୍‌ ଘଟଣାକୁ ନେଇ ତୀବ୍ର ହେଉଛି ଅସନ୍ତୋଷ

ଆନନ୍ଦପୁର,୧୭ା୫(ସ୍ବ.ପ୍ର.): ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ବିଏଲ୍‌ଏଫ୍‌ ଆକାଉଣ୍ଟରୁ ଟଙ୍କା ଆତ୍ମସାତ୍‌ ଘଟଣାକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ରାଜନୈତିକ ବ୍ୟକ୍ତିବିଶେଷଙ୍କ ବାହୁ ଛାୟା ତଳେ ରହିଥିବା ସମ୍ପାଦିକା ପୂର୍ବତନ ସଭାପତିଙ୍କ ପ୍ରରୋଚନାରେ ବିଭିନ୍ନ ଅନିୟମିତତା କାର୍ଯ୍ୟ କରିବା,...

ଆନନ୍ଦପୁର ପୌର ଅଧିକାରୀଙ୍କ ବଦଳି, ବର୍ଷକ ମଧ୍ୟରେ ବଦଳିଲେଣି ୩ ଅଧିକାରୀ

ଆନନ୍ଦପୁର,୧୭ା୫(ସ୍ବ.ପ୍ର.): ଆନନ୍ଦପୁର ପୌରପରିଷଦର ନୂତନ ପାରିଷଦ ଗଠନ ହେବାର ବର୍ଷକ ମଧ୍ୟରେ ୩ ପୌର ଅଧିକାରୀଙ୍କ ଦାୟିତ୍ୱକୁ ନେଇ ଚର୍ଚ୍ଚା ଜୋର ଧରିଛି। ବର୍ତ୍ତମାନ ଆନନ୍ଦପୁର ପୌରଅଧିକାରୀ ଭାବେ ନିଯୁକ୍ତି ପାଇଥିବା ଅଶୋକ କୁମାର ରାଉତଙ୍କ ବଦଳି ଆଦେଶକୁ ନେଇ...

ଗ୍ରେଡ୍‌ ପେ’ ବୃଦ୍ଧି ଦାବିରେ ମୁଖ୍ୟ ଶାସନ ସଚିବଙ୍କୁ ସ୍ମାରକପତ୍ର

ପୁରୁଷୋତ୍ତମପୁର,୧୭ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଅମଲା ସଂଘର ମିଳିତ ମଞ୍ଚ ପକ୍ଷରୁ ଗ୍ରେଡ୍‌ ପେ’ ବୃଦ୍ଧି ଦାବିରେରେ ବୁଧବାର ରାଜ୍ୟ ମୁଖ୍ର ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ବିଡିଓ ବିଜୟ...

ଆଇରନ ବୋଝେଇ ଟ୍ରକ ଧକ୍କାରେ ବାପା ମୃତ ପୁଅ ଗୁରୁତର

ପାଟଣା,୧୭।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଦେଇ ଯାଇଥିବା ମୁମ୍ବାଇ କଲିକତା ୪୯ ନମ୍ବର ଜାତୀୟ ରାଜପଥର ଡାବରଚୁଆ ନିକଟରେ ମଙ୍ଗଳବାର ରାତ୍ରି ଏକ ଆଇରନ ବୋଝେଇ ଟ୍ରକ ବାପା-ପୁଅଙ୍କୁ ଧକ୍କା ଦେଇଛି। ଦୂର୍ଘଟଣାରେ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ...

ଦୁର୍ବଳ ନଦୀବନ୍ଧ ଚିହ୍ନଟକରି ମରାମତି ନିର୍ଦ୍ଦେଶ

ନବରଙ୍ଗପୁର, ୧୭।୫(ବି.ପ୍ର.): ନବରଙ୍ଗପୁରସ୍ଥିତ ମିଶନ ଶକ୍ତି ସଭାଗୃହରେ ଜିଲାପାଳ ଡ. କମଳଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପ୍ରଶମନ ଓ ପରିଚାଳନା(ବନ୍ୟା) କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବନ୍ୟାର ସଫଳ ମୁକାବିଲା କିପରି କରାଯାଇପାରିବ ସେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri