ଆମ ଜିଲା ଖବର

କାଶିନିପଦର: ହିତାଧିକାରୀଙ୍କ ଚାଉଳ ଲୁଟ୍‌ ଅଭିଯୋଗ

ଫୁଲବାଣୀ ଅଫିସ, ୧୭।୫: କନ୍ଧମାଳ ଜିଲାରେ ହିତାଧିକାରୀଙ୍କ ଚାଉଳ ହେରଫେର ହେଉଥିବା ଅଭିଯୋଗ ହୋଇଛି। ବିଗତ ଦିନରେ କୁଟିଆ କନ୍ଧଙ୍କ ଚାଉଳ ହରିଲୁଟକୁ ନେଇ ଜିଲାରେ ଚର୍ଚ୍ଚା ଜୋର ଧରିଥିଲା। ଘଟଣାକୁ ଚପାଇ ଦେବାକୁ ସେତେବେଳେ ବେଶ ଉଦ୍ୟମ କରାଯାଇଥିଲା। ଆଜି...

ଟେଣ୍ଟ ଉଡ଼ିଗଲା, ତୋରଣ ଭାଙ୍ଗିଲା

ଭଞ୍ଜନଗର/ଚିକିଟି/ଆସିକା,୧୬।୫(ଡି.ଏନ.ଏ): ମଙ୍ଗଳବାର ଅପରାହ୍ନ ପ୍ରାୟ ୩ଟା ସମୟରେ ଭଞ୍ଜନଗର ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ଝଡ଼ ତୋଫାନ ସହ ବର୍ଷା ହୋଇଛି। ଭଞ୍ଜନଗର ଠାକୁରାଣୀ ଯାତ୍ରା ପାଇଁ ହୋଇଥିବା ଏକାଧିକ ବଡ଼ ବଡ଼ ତୋରଣ ଭାଙ୍ଗି ଚୁରମାର ହୋଇଯାଇଛି। କବିସମ୍ରାଟ ରଙ୍ଗମଞ୍ଚର...

କ୍ଷୁଦ୍ର ଜଳସେଚନ ବିଭାଗରେ ସରକାରୀ ଅର୍ଥ ବ୍ୟୟ

ପାରଳାଖେମୁଣ୍ଡି,୧୭।୫(ଡି.ଏନ୍‌.ଏ.): ଗଜପତି ଜିଲା କ୍ଷୁଦ୍ର ଜଳସେଚନ ବିଭାଗୀୟ କର୍ମକର୍ତ୍ତାଙ୍କ ଆନ୍ତରିକତାର ଅଭାବ ଯୋଗୁ ପାରଳା ମହାରାଜାଙ୍କ ଅମଳର ସମସ୍ତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଶିଥିଳ ଭାବେ ପଡ଼ି ରହିଛି। ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ଟଙ୍କାର ସରକାରୀ ଅନୁଦାନ ବ୍ୟୟ...

ମୁରବିବିହୀନ ଜିଆର୍‌ପି ଥାନାରେ କର୍ମଚାରୀ ମରୁଡ଼ି

ବ୍ରହ୍ମପୁର ଅଫିସ,୧୭।୫: ବ୍ରହ୍ମପୁରରେ ଥିବା ସରକାରୀ ରେଳବାଇ ପୋଲିସ (ଜିଆର୍‌ପି) ଥାନାରେ ଏବେ ଇନ୍ସପେକ୍ଟର ପଦବୀ ଖାଲି ପଡ଼ିଛି। ଗତ ୨୭ ତାରିଖରୁ ଇନ୍ସପେକ୍ଟର ଜ୍ୟୋତି ପ୍ରକାଶ ନାୟକଙ୍କ କଟକ ଜିଆର୍‌ପି ଥାନାକୁ ବଦଳି ହୋଇଛି। ବ୍ରହ୍ମପୁର ଜିଆର୍‌ପିରେ ଗତ...

ଆରମ୍ଭ ହେଲା ରବିଧାନ ସଂଗ୍ରହ

ବାରିପଦା ଅଫିସ,୧୭।୫: ମୟୂରଭଞ୍ଜ ଜିଲାରେ ଚଳିତ ବର୍ଷ ଚାଷୀମାନଙ୍କଠାରୁ ରବି ଧାନ କିଣା ଆରମ୍ଭ ହୋଇଛି। ଜିଲାସ୍ତରୀୟ ରବି ଧାନ ସଂଗ୍ରହ ନୀତି ନିର୍ଦ୍ଧାରଣ କମିଟି ବୈଠକ ନିଷ୍ପତ୍ତି ଅନୁଯାୟୀ ମଙ୍ଗଳବାର ଜିଲାପାଳ ବିନୀତ ଭରଦ୍ୱାଜ ସାରସକଣା ବ୍ଲକର ଶୀର୍ଷା...

ଗରା, ବାଲ୍‌ଟି ଧରି ରାସ୍ତାରେ ମହିଳା

ନୀଳଗିରି, ୧୬।୫(ସ୍ବ.ପ୍ର.): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧୀନ ଛତ୍ରପୁର ପଞ୍ଚାୟତର ୪ଟି ଗାଁରେ ପାନୀୟ ଜଳ ଯୋଗାଣରେ ଅବ୍ୟବସ୍ଥା ଦେଖାଦେଇଛି। ଏହାର ପ୍ରତିବାଦ କରି ମଙ୍ଗଳବାର ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଶତାଧିକ ଗ୍ରାମବାସୀ ସେରଗଡ଼ରୁ ଉଦଳା...

ଅସରାଏ ବର୍ଷାରେ ରାସ୍ତା ମରଣଯନ୍ତା

ରାଇବଣିଆ, ୧୭।୫: ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଚମାର ଗାଁ ପଞ୍ଚାୟତର ଚାଫ୍ଲାଆ ଛକଠାରୁ ଜଳେଶ୍ୱରକୁ ଯିବା ପାଇଁ ଥିବା ପ୍ରଧାନମନ୍ତ୍ରୀ ସଡ଼କ ଅବସ୍ଥା ଶୋଚନୀୟ ହୋଇପଡିଛନ୍ତି। ଅସରାଏ ବର୍ଷାରେ ରାସ୍ତା ମରଣଯନ୍ତା ପାଲଟିଛି। ହଜାର ହଜାର ଲୋକେ ଏହି...

ଅଟେଇ ସଂରକ୍ଷିତ ଜଙ୍ଗଲରୁ ୨ ଟ୍ରାପ୍‌ କ୍ୟାମେରା ଚୋରି

କେନ୍ଦୁଝର,୧୭।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗଁା ରେଞ୍ଜ ଅନ୍ତର୍ଗତ ଅଟେଇ ସଂରକ୍ଷିତ ଜଙ୍ଗଲରୁ ପୁଣି ୨ଟି ଟ୍ରାପ୍‌ କ୍ୟାମେରା ଚୋରି ହୋଇଥିବା ନେଇ ଘଟଗଁା ଫରେଷ୍ଟର ଜତିନ୍ଦ୍ର ସାହୁ ଥାନାରେ ଏତଲା ଦେଇଛନ୍ତି। ଜଙ୍ଗଲର କାଦବାହାଳି ଉତ୍ତର ବିଟ୍‌ ଅଞ୍ଚଳରୁ ଏହି ଚୋରି...

୨୦ବର୍ଷ ତଳେ ନିଜସ୍ବ ଅର୍ଥରେ ଗଢ଼ିଥିଲେ ମନ୍ଦିର

ଖୁଣ୍ଟୁଣୀ,୧୭।୫( ଡି.ଏନ୍‌.ଏ.): ନିଜ ଜନ୍ମ ଭୂମିରେ ଏକ ମନ୍ଦିର କରିବା ପାଇଁ ସ୍ବପ୍ନ ଦେଖି ତାହାକୁ ସତରେ ପରିଣତ କରିବା ବହୁତ କମ୍‌ ଲୋକ ଥାଆନ୍ତି। ଏଭଳି କାଠିକର ସ୍ବପ୍ନକୁ ପୂରଣ କରି ଦେଖାଇଛନ୍ତି ଜଣେ ତ୍ୟାଗୀ, ଦରଦୀ ମଣିଷ।...

୧୯ରୁ ପ୍ରଦର୍ଶନ ହେବ ଚଳଚ୍ଚିତ୍ର ‘ଫାଲଗୁନ – ଚୈତ୍ର’

ପୁରୀ ଅଫିସ, ୧୭।୫: ପୁରୀ ପୌରସଦନ ପରିସରରେ ଆସନ୍ତା ୧୯ ତାରିଖଠାରୁ ୩ଦିନ ଧରି ଓଡ଼ିଆ ଚଳଚ୍ଚିତ୍ର ‘ଫାଲଗୁନ-ଚୈତ୍ର’ ପ୍ରଦର୍ଶନ ହେବାକୁ ଯାଉଛି। ଏନେଇ ମଙ୍ଗଳବାର ଆୟୋଜକମାନଙ୍କ ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ସ୍ଥାନୀୟ ଭକ୍ତ ସାଲବେଗ ପୀଠ ପରିସରରେ...

କାମରେ ଆସୁନି ପାନୀୟଜଳ ପ୍ରକଳ୍ପ: ଲୋକେ ହନ୍ତସନ୍ତ

କାକଟପୁର,୧୭।୫(ଡି.ଏନ୍‌.ଏ.): ଲୋକଙ୍କୁ ଶୁଦ୍ଧ ପାନୀୟଜଳ ଯୋଗାଇଦେବା ପାଇଁ ଗ୍ରାମାଞ୍ଚଳରେ ନିର୍ମାଣ ହେଉଛି ପାନୀୟ ଜଳ ପ୍ରକଳ୍ପ। ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନାମାନ କରି କୋଟି କୋଟି ଟଙ୍କାର ଅନୁଦାନରାଶି ଯୋଗାଇ ଦେଉଛନ୍ତି। (ବୋରୱେଲ) ନିର୍ମାଣଠାରୁ ଆରମ୍ଭ...

ପୋଲିସ, ସାଇଣ୍ଟିଫିକ୍‌ ଟିମ୍‌ର ଛାନ୍‌ଭିନ୍‌

ଖୋର୍ଦ୍ଧା ଅଫିସ,୧୭।୫: ଖୋର୍ଦ୍ଧାରେ ଆଇନଶୃଙ୍ଖଳା ସ୍ଥିତି ବିଗିଡ଼ିବାରେ ଲାଗିଛି। ସହରରେ ନିଶା କାରବାର ସହିତ ଅସାମାଜିକ କାର୍ଯ୍ୟକଳାପ ବଢ଼ିଚାଲିଛି। କଥା କଥାକେ ଫୁଟୁଛି ଗୁଳି। ଏପରିକି ଜୀବନ ନେବାକୁ ପଛାଉ ନାହାନ୍ତି। ଟାଉନ ଥାନା ଅନ୍ତର୍ଗତ ପାନବରଜ ଅଙ୍ଗନଓ୍ବାଡି କେନ୍ଦ୍ର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri