ଆମ ଜିଲା ଖବର

ପାଣିପାଗରେ ହେବ ବଡ଼ ପରିବର୍ତ୍ତନ: ୫ ଦିନ ପରେ…

ଭୁବନେଶ୍ୱର,୩ା୧: ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ଏପରିକି ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ କିମ୍ବା ଏହାଠାରୁ କମ୍‌ ରହୁଥିବା ରେକର୍ଡ କରାଯାଇଛି। ଏଭଳି ସ୍ଥିତିରେ ୫ ତାରିଖ ପରେ ରାଜ୍ୟରେ ଶୀତ କମିବା ସମ୍ଭାବନା...

ଉଠାଦୋକାନୀଙ୍କ ସମସ୍ୟା ସମାଧାନ ଲାଗି ଜିଲାପାଳଙ୍କୁ ନିବେଦନ

ଛତ୍ରପୁର,୩ା୧(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ରାଇପୁର ଓ ଗୋବିନ୍ଦପୁର ଗ୍ରାମର ପ୍ରାୟ ୯୫ ପ୍ରତିଶତ ଲୋକ ଗରିବ ତଥା ଦିନ ମଜୁରିଆ ଭାବେ ଅତି ଦୟନୀୟ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି। ମା’ ତାରାତାରିଣୀଙ୍କ ପାଦଦେଶରେ ଦୋକାନ...

ଚାଷୀଙ୍କୁ ଅଣଦେଖା ନେଇ ଅସନ୍ତୋଷ ପ୍ରକାଶ କଲେ ୩ ବିଧାୟକ

କୋରାପୁଟ,୩ା୧(ଅମିତାଭ ବେହେରା): କୋରାପୁଟସ୍ଥିତ ସ୍ଥାନୀୟ ଦକ୍ଷତା ବିକାଶ ତାଲିମ କେନ୍ଦ୍ରଠାରେ ଜଳ ସମ୍ପଦ ବିଭାଗ ଓଡ଼ିଶା ତରଫରୁ ଜିଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଇଥିଲା। ଜିଲା ଉଠାଜଳସେଚନ ବିଭାଗର ନିର୍ବାହୀଯନ୍ତ୍ରୀ ଯୁଗଳକିଶୋର ଟାକ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ...

ସମ୍ବଲପୁରରେ ବଡ଼ଧରଣର ଲୁଟ୍‌

ସମ୍ବଲପୁର,୩।୧(ପ୍ରମୋଦ ବହିଦାର): ସମ୍ବଲପୁର ଅଇଁଠାପାଲି ଥାନା ବୁଢ଼ାରଜା ଛକସ୍ଥିତ ମଣପୁରମ୍‌ ଗୋଲ୍ଡ ଲୋନ ସଂସ୍ଥାରୁ ଶୁକ୍ରବାର ଏକ ବଡ଼ ଧରଣର ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ମଣପୁରମ୍‌ ସଂସ୍ଥା କାର୍ଯ୍ୟାଳୟରେ ପଶି କର୍ମଚାରୀଙ୍କ ସହ ସୁରକ୍ଷାକର୍ମୀଙ୍କୁ ବନ୍ଧୁକ ଦେଖାଇ ବିପୁଳ ପରିମାଣର...

ଶ୍ରମିକଙ୍କୁ ଅପହରଣ ପରେ ନିସ୍ତୁକ ମାଡ଼ ଅଭିଯୋଗ ମାମଲା : ଚା’ ଖଟିରେ ସର୍ଦ୍ଦାର ସହ ଥାନାଧିକାରୀଙ୍କ ଫଟୋ ଭାଇରାଲ

ପାଟଣାଗଡ଼,୩ା୧(ସଚ୍ଚିଦାନନ୍ଦ ମହାକୁର): ଲୋକଙ୍କ ସାମ୍ନାରେ ରାଜରାସ୍ତା ଉପରୁ ଶ୍ରମିକଙ୍କୁ ଅପହରଣ କରାଗଲା। ଦାଦନ ଶ୍ରମିକଙ୍କ ପରିବାରକୁ ଫୋନ୍‌ କରି ଟଙ୍କା ମାଗିବା ସହ ଜଙ୍ଗଲ ଭିତରେ ରଖି ଅକଥନୀୟ ନିର୍ଯାତନା ଦିଆଗଲା। ପରେ ତାଙ୍କୁ ରାସ୍ତାକଡ଼ରେ ଫିଙ୍ଗିଦେଇ ଅଭିଯୁକ୍ତ ସର୍ଦ୍ଦାର...

ଘରେ ପଶି ଭଉଣୀ-ଭାଇଙ୍କୁ ଗୁଳିମାଡ଼, କଟକ ସ୍ଥାନାନ୍ତର

ବଇଣ୍ଡା,୩ା୧(ପରୀକ୍ଷିତ ସାହୁ ): ଅନୁଗୋଳ ଜିଲା କିଶୋରନଗର ଥାନା ଭାଙ୍ଗମୁଣ୍ଡା ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ଶୋଇଥିବା ବେଳେ ଭଉଣୀ-ଭାଇଙ୍କୁ ଗୁଳିମାଡ଼ ହୋଇଛି। ଫଳରେ ଏହି ଗୁଳିମାଡ଼ରେ ୧୫ ବର୍ଷୀୟ ଭଉଣୀ ଏବଂ...

ତାଣ୍ଡବ ରଚିଲା ଦନ୍ତା: ଭାଙ୍ଗିଲା ଘର, ଉଜାଡିଲା ଫସଲ

ପରଜଙ୍ଗ,୩।୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଜହ୍ନାପଡା ଗାଁରେ ତାଣ୍ଡବ ରଚିଲା ଗୋଠଛଡା ଦନ୍ତା। ଗାଁ ଭିତରେ ପଶି ଭାଙ୍ଗିଲା ଘର ଭାଙ୍ଗିବା ସହ ଧାନ-ଚାଉଳ ଖାଇଛି ଏବଂ ଫସଲ ଉଜାଡି ଦେଇଛି।...

ଆଜିଠୁ ବରଗଡ଼ ଧନୁଯାତ୍ରା, ଚାଲିବ କଂସ ରାଜୁତି

ବରଗଡ଼,୩ା୧(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଶୁକ୍ରବାରରୁ ଆରମ୍ଭ ହେବ। ପରମ୍ପରା ଦୃଷ୍ଟିରୁ ବିଗତ ବର୍ଷ ଭଳି ଏଥର ମଧ୍ୟ ବରଗଡ଼ ଲୋକ ସଭା ଏମ୍‌ପି ପ୍ରଦୀପ କୁମାର ପୁରୋହିତ ଏବଂ ବରଗଡ଼ ବିଧାୟକ ଅଶ୍ୱିନୀ...

କୋରମ ଅଭାବ: ସରପଞ୍ଚଙ୍କ ବିରୋଧରେ କାଟ୍‌ ଖାଇଲା ଅନାସ୍ଥା ପ୍ରସ୍ତାବ

ଦିଗପହଣ୍ଡି/ପାଟପୁର,୩ା୧(ଅଶେଷ ନାଥ ମିଶ୍ର/ସୀମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତ ସରପଞ୍ଚ ବର୍ଷା ସେଠୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ କେନ୍ଦ୍ରକରି ଦୀର୍ଘଦିନ ଧରି ଲାଗି ରହିଥିବା ରାଜନୈତିକ ଛକାପଞ୍ଝାର ଅବସାନ ଘଟିଛି । ଗୁରୁବାର ଆବଶ୍ୟକ ଓ୍ବାର୍ଡ...

ସୁନା-ରୁପା ଛାଉଣି ହେବ ରତ୍ନଭଣ୍ଡାର କବାଟ: ଆଜିଠୁ ପୁଣି ରତ୍ନଭଣ୍ଡାର ମରାମତି

ପୁରୀ,୩ା୧(ଅଜିତ୍‌ କୁମାର ମହାନ୍ତି):ଗତ ଡିସେମ୍ବର ୧୭ରୁ ଶ୍ରୀମନ୍ଦିର ପ୍ରଶାସନ ଏବଂ ଛତିଶା ନିଯୋଗର ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦ୍ୱିତୀୟ ଭୋଗ ମଣ୍ଡପ ସମ୍ପନ୍ନ ହେବା ପରେ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ଏଏସ୍‌ଆଇ ପକ୍ଷରୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ...

ଜଳ ପରିଚାଳନା, ନିଷ୍କାସନରେ ବାଧା

ପଟ୍ଟାମୁଣ୍ଡାଇ,୩ା୧(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଚାଷୀଙ୍କ ଭାତହାଣ୍ଡିକୁ ଅଦିନିଆ ବର୍ଷା ଉଜାଡ଼ି ଦେଇଛି। ବର୍ଷା ଛାଡ଼ି ଯାଇଥିଲେ ମଧ୍ୟ କ୍ଷେତରୁ ଆଜି ପର୍ଯ୍ୟନ୍ତ ପାଣି ଶୁଖିନି। ବର୍ଷା ଜଳ ନିଷ୍କାସନ ପଥଗୁଡ଼ିକୁ ବିଭିନ୍ନ ସ୍ଥାନରେ ଜବରଦଖଲ ହୋଇଥିବାରୁ ଚାଷ...

ଚିନାବାଦାମ ଚାଷରୁ ମୁହଁ ଫେରାଉଛନ୍ତି ଚାଷୀ

ରାଜକନିକା,୩ା୧(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକର ସିକୋ ପଞ୍ଚାୟତର ଡାଳିକାଏନ୍ଦା, ଭାରିଗଦା ପଞ୍ଚାୟତ ଓ ବରୁଣାଡ଼ିହା ପଞ୍ଚାୟତର ଚାଷୀ ମୁଖ୍ୟତଃ ଚିନାବାଦାମ ଚାଷ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରିଥାନ୍ତି। ହେଲେ ଚାଷୀ ଧାର, କରଜ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri