ଆମ ଜିଲା ଖବର

ମାଓବାଦୀଙ୍କ ବନ୍ଦ ଡାକରା: ଡେଟୋନେଟର ଲଗାଇ ରାସ୍ତାରେ ଗଛ ପକାଇ ଅବରୋଧ

ଭବାନୀପାଟଣା,୧୫।୫(ସ୍ବ.ପ୍ର.): ୧୨ ଦଫା ଦାବି ନେଇ କଳାହାଣ୍ଡି ଜିଲା ସମେତ ୬ ଜିଲାକୁ ସୋମବାର ଲାଲବାହିନୀ ବନ୍ଦ ଡ଼ାକରା ଦେଇଛନ୍ତି । ଏ ନେଇ ଗତ କିଛି ଦିନ ତଳେ ସିପିଆଇ ମାଓବାଦୀ ପ୍ରବକ୍ତା ଚକରା ବିଶୋଇଙ୍କ ଏକ ଅଡିଓ...

ଲାଞ୍ଜିଗଡ଼ରେ ପୁଣି ବିଏସ୍‌ଏନ୍‌ଏଲ୍‌ ନେଟୱର୍କ ଫେଲ୍‌

ଲାଞ୍ଜିଗଡ,୧୫।୫(ଡି.ଏନ.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡଠାରେ ପୁଣି ଥରେ ୫ ଦିନ ହେଲା ବିଏସ୍‌ଏନ୍‌ଏଲ୍‌ ନେଟୱର୍କ ଫେଲ। ଗତ ଏପ୍ରିଲରେ ୯ ଦିନ ନେଟୱର୍କ ନ ଥିଲା। ଏହି ମାସରେ ପୁଣି ଆଜକୁ ୫ ଦିନ ହେଲାଣି ଲାଞ୍ଜିଗଡ ଏବଂ ଏହାର...

ପଟ୍ଟା ପାଇଁ କଣ୍ଟା ସାଜିଛି ‘ଏହି ଜମି ହସ୍ତାନ୍ତର ଯୋଗ୍ୟ ନୁହେଁ’

ରାୟଗଡ଼ା,୧୫ା୫: ଆଦିବାସୀ ବହୁଳ ରାୟଗଡ଼ା ଜିଲାବାସୀଙ୍କୁ କାଳ ସାଜିଛି ‘ଏହି ଜମି ହସ୍ତାନ୍ତର ଯୋଗ୍ୟ ନୁହେଁ’। ଏହି କାରଣରୁ ବହୁ ଲୋକ ଘରଡିହ ପଟ୍ଟା ପାଉନାହନ୍ତି। ପଟ୍ଟା ନ ଥିବା କାରଣରୁ ଜାଗା ବିକ୍ରି ହୋଇପାରୁନି କି ବ୍ୟାଙ୍କ ଋଣ...

ନିଶାଦ୍ରବ୍ୟର ପେଣ୍ଠସ୍ଥଳୀ ବଇଣ୍ଡା

ବଇଣ୍ଡା,୧୫।୫(ଡି.ଏନ.ଏ): ଅନୁଗୋଳ ଜିଲାର ଅନ୍ୟତମ ବ୍ୟବସାୟିକ ପେଣ୍ଠସ୍ଥଳୀ ବଇଣ୍ଡା ଏବେ ନିଶା ବ୍ୟବସାୟର କେନ୍ଦ୍ର ପାଲଟିଛି। ଅଞ୍ଚଳ ଦେଇ ଦୈନିକ ବିପୁଳ ପରିମାଣର ଗଞ୍ଜେଇ, ଅଫିମ, ଚୋରା ମଦ ଚାଲାଣ କରାଯାଉଛି। ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ନିଶା...

ଜଳସଙ୍କଟ ଉତ୍କଟ

ବଇଣ୍ଡା, ୧୫।୫(ଡି.ଏନ.ଏ): ଶିଳ୍ପସମୃଦ୍ଧ ଅନୁଗୋଳ ଜିଲାରେ ଅସହ୍ୟ ଗ୍ରୀଷ୍ମପ୍ରବାହ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଥିବାବେଳେ ଗ୍ରାମାଞ୍ଚଳରେ ଜଳସଙ୍କଟ ଉତ୍କଟ ରୂପ ଧାରଣ କରିଛି। ବିଶେଷ କରି ଆଠମଲ୍ଲିକ ଓ କିଶୋରନଗର ବ୍ଲକରେ ସମସ୍ୟା ଜଟିଳ ଆଡ଼କୁ ଗତି କରୁଛି। ଗ୍ରୀଷ୍ମପ୍ରବାହର...

ତୁଟିଲା ବାସନ୍ତୀ ଦୁର୍ଗାଙ୍କ ଯଜ୍ଞକୁଣ୍ଡ ଜମି ବିବାଦ

ତିହିଡ଼ି,୧୫।୫ (ଡି.ଏନ.ଏ.): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ଦୌଲତପୁର ପଞ୍ଚାୟତର ପୀରହାଟ ବଜାରରେ ଥିବା ମା’ ବାସନ୍ତୀ ଦୁର୍ଗାଙ୍କ ଯଜ୍ଞକୁଣ୍ଡ ଜମିକୁ ନେଇ ଲାଗି ରହିଥିବା ବିବାଦ ତୁଟିଛି। ଏହି ଜମି ସର୍ବସାଧାରଣଙ୍କ ବ୍ୟବହାର ପାଇଁ ଉଦ୍ଦିଷ୍ଟ ରହିବ...

୧୨ ଦଫା ଦାବିରେ ମାଓବାଦୀଙ୍କ ୨୪ ଘଣ୍ଟିଆ ବନ୍ଦ ଡାକରା

ଦାରିଙ୍ଗବାଡ଼ି,୧୫ା୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ସମେତ ୭ଟି ଜିଲାକୁ ମାଓବାଦୀଙ୍କ ପକ୍ଷରୁ ୧୨ଦଫା ଦାବି ନେଇ ୨୪ ଘଣ୍ଟିଆ ବନ୍ଦ ଡାକରା ପାଳନ କରାଯାଉଛି। ଫଳରେ ଏହାର ପ୍ରଭାବରେ ସିମନବାଡ଼ିରେ ଦୋକାନ ବଜାର ବନ୍ଦ ରହିଥିବା ଦେଖିବାକୁ ମିଳିଛି। ଦାରିଙ୍ଗବାଡ଼ିଠାରୁ ବାଲିଗୁଡା,ବ୍ରହ୍ମପୁର,...

ଧସିଲା ମନ୍ତେଇ ସୁରକ୍ଷାବନ୍ଧ

ଚାନ୍ଦବାଲି,୧୫।୫ (ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଚରଦିଆ ପଞ୍ଚାୟତ କନକପଲ୍ଲୀ ଗଁା ନିକଟରେ ଶନିବାର ମନ୍ତେଇ ନଦୀର ଶହେ ଫୁଟର ସୁରକ୍ଷା ବନ୍ଧ ଧସିଯାଇଛି। ଫଳରେ ନଦୀକୂଳିଆ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ଜଳ ସମ୍ପଦ ବିଭାଗ ପକ୍ଷରୁ...

ସୁବର୍ଣ୍ଣରେଖା ନଦୀବନ୍ଧକୁ ନେଇ ତେଜୁଛି ଅସନ୍ତୋଷ

ଜଳେଶ୍ୱର,୧୫ା୫(ଡି.ଏନ.ଏ.): ପୂର୍ବର ସୁବର୍ଣ୍ଣରେଖା ନଦୀରେ ବନ୍ୟା ଆସି ବାଲେଶ୍ୱର ଜିଲାର ଜଳେଶ୍ୱର ସହର ଧ୍ୱସ୍ତବିଧ୍ୱସ୍ତ ହେଉଥିବାରୁ ଏହାର ପ୍ରତିକାର ଲାଗି ସରକାରଙ୍କ ପକ୍ଷରୁ ୬କୋଟି ୬୦ଲକ୍ଷ ଟଙ୍କାର ଏକ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି। କିନ୍ତୁ ମୂଳବନ୍ଧକୁ ଅଧିକ ସୁଦୃଢ...

ରାଇସୁଆଁ-ସାହାଡ଼ାପୁର ରାସ୍ତା ଶୋଚନୀୟ

କେନ୍ଦୁଝର,୧୫ା୫(ଡି.ଏନ୍‌.ଏ.): କେନ୍ଦୁଝର ସଦର ବ୍ଲକ୍‌ ରାଇସୁଆଁ-ସାହାଡାପୁର ଗୁରୁତ୍ୱପୂର୍ଣ୍ଣ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିିଛି। ମରାମତି ଅଭାବରୁ ପିଚୁ ଉଠି ମେଟାଲ ଦେଖାଯାଉଛି। ଫଳରେ ଦୈନିକ ଛୋଟବଡ଼ ଦୁର୍ଘଟଣା ଘଟୁଛି। ରାସ୍ତା ଉପରେ ନିର୍ଭରଶୀଳ ଶହଶହ ଲୋକ ଗମନାଗମନରେ ଅସୁବିଧା ଭୋଗୁଛନ୍ତି।...

ପୋତାଯାଇଥିବା ପୋଖରିକୁ ଖୋଳିଲା ପ୍ରଶାସନ

ବାରଙ୍ଗ,୧୫ା୫(ଡି.ଏନ୍‌.ଏ.): ଦେଢ଼ବର୍ଷ ପୂର୍ବେ ପୋତାଯାଇଥିବା ଏକ ପୋଖରିକୁ ରବିବାର ତହସିଲ ପକ୍ଷରୁ ପୁଣିଥରେ ଖୋଳାଯାଇଛି। ବାରଙ୍ଗ ତହସିଲ ଅନ୍ତର୍ଗତ ପାଟପୁରଛକ ନିକଟରେ ରହିଥିବା ଗଁା ପୋଖରୀକୁ ଗ୍ରାମବାସୀ ଦୈନନ୍ଦିନ କାର୍ଯ୍ୟ ନିମନ୍ତେ ବ୍ୟବହାର କରିଥାନ୍ତି। ଦୁଇଟି ପ୍ଲଟ୍‌କୁ ନେଇ ନିର୍ମିିତ...

ଚାଷୀଙ୍କ କାମରେ ଲାଗୁନି ମନ୍ଦାକିନୀ ବ୍ୟାରେଜ

ନିରାକାରପୁର,୧୫ା୫(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକରେ ୮ହଜାର ୯୬୩ ହେକ୍ଟର ଚାଷଜମି ରହିଥିବା ବେଳେ ୭ ହଜାର ୫୦୦ ହେକ୍ଟର ଚାଷ ଜମି ଚାଷ ଉପେଯାଗୀ ରହିଛି। ଉକ୍ତ ବ୍ଲକରେ ପ୍ରାୟ ୬୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri