ଆମ ଜିଲା ଖବର

ରାଇସୁଆଁ-ସାହାଡ଼ାପୁର ରାସ୍ତା ଶୋଚନୀୟ

କେନ୍ଦୁଝର,୧୫ା୫(ଡି.ଏନ୍‌.ଏ.): କେନ୍ଦୁଝର ସଦର ବ୍ଲକ୍‌ ରାଇସୁଆଁ-ସାହାଡାପୁର ଗୁରୁତ୍ୱପୂର୍ଣ୍ଣ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିିଛି। ମରାମତି ଅଭାବରୁ ପିଚୁ ଉଠି ମେଟାଲ ଦେଖାଯାଉଛି। ଫଳରେ ଦୈନିକ ଛୋଟବଡ଼ ଦୁର୍ଘଟଣା ଘଟୁଛି। ରାସ୍ତା ଉପରେ ନିର୍ଭରଶୀଳ ଶହଶହ ଲୋକ ଗମନାଗମନରେ ଅସୁବିଧା ଭୋଗୁଛନ୍ତି।...

ପୋତାଯାଇଥିବା ପୋଖରିକୁ ଖୋଳିଲା ପ୍ରଶାସନ

ବାରଙ୍ଗ,୧୫ା୫(ଡି.ଏନ୍‌.ଏ.): ଦେଢ଼ବର୍ଷ ପୂର୍ବେ ପୋତାଯାଇଥିବା ଏକ ପୋଖରିକୁ ରବିବାର ତହସିଲ ପକ୍ଷରୁ ପୁଣିଥରେ ଖୋଳାଯାଇଛି। ବାରଙ୍ଗ ତହସିଲ ଅନ୍ତର୍ଗତ ପାଟପୁରଛକ ନିକଟରେ ରହିଥିବା ଗଁା ପୋଖରୀକୁ ଗ୍ରାମବାସୀ ଦୈନନ୍ଦିନ କାର୍ଯ୍ୟ ନିମନ୍ତେ ବ୍ୟବହାର କରିଥାନ୍ତି। ଦୁଇଟି ପ୍ଲଟ୍‌କୁ ନେଇ ନିର୍ମିିତ...

ଚାଷୀଙ୍କ କାମରେ ଲାଗୁନି ମନ୍ଦାକିନୀ ବ୍ୟାରେଜ

ନିରାକାରପୁର,୧୫ା୫(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକରେ ୮ହଜାର ୯୬୩ ହେକ୍ଟର ଚାଷଜମି ରହିଥିବା ବେଳେ ୭ ହଜାର ୫୦୦ ହେକ୍ଟର ଚାଷ ଜମି ଚାଷ ଉପେଯାଗୀ ରହିଛି। ଉକ୍ତ ବ୍ଲକରେ ପ୍ରାୟ ୬୦ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର...

ସ୍ତ୍ରୀଙ୍କ ମୃତ୍ୟୁ ପରେ ଜୀବନ ହାରିଦେଲେ ସ୍ବାମୀ

ବଲାଙ୍ଗୀର ଅଫିସ,୧୫ା୫: ସ୍ତ୍ରୀଙ୍କର ମୃତ୍ୟୁ ପରେ ସ୍ବାମୀ ଜୀବନ ହାରିଦେବା ପରି ଘଟଣା ବଲାଙ୍ଗୀର ଜିଲାର କଣ୍ଟାବାଞ୍ଜି ଥାନା ଦାବରୀ ଗାଁରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ସ୍ତ୍ରୀ ଚନ୍ଦ୍ରକଳାଙ୍କ ମୃତ୍ୟୁ ପରେ ନିଜ ଚାଷଜମିରେ ଥିବା ଏକ ଗଛରେ ଗାମୁଛା...

ବେଆଇନ ପୋଖରୀ ଖୋଳା: ପୋତି ହେଉଛି କାଦୁଆ ନଦୀ

ଗୋପ,୧୫।୫(ଡି.ଏନ୍‌.ଏ.): ବେଆଇନ୍‌ ପୋଖରୀ ଖୋଳି କିଛି ଦିନ ଧରି ସରକାରୀ ଜମି ଜବରଦଖଲ କରିବା ସହ ଏହି ପଞ୍ଚାୟତ ନିକଟରେ ଥିବା କାଦୁଅ ନଦୀକୁ ପୋତି ଦେବା ଭଳି ଅଭିଯୋଗ ହୋଇଛି। ମହଲପଡ଼ା ସରପଞ୍ଚ ଶୀର୍ଷ ରଞ୍ଜନ ନାୟକ ମୁଖ୍ୟମନ୍ତ୍ରୀ...

ପରିତ୍ୟକ୍ତ ଅବସ୍ଥାରେ ଗୋଷ୍ଠୀ ଶୌଚାଳୟ

ଗୋପ,୧୫।୫(ଡି.ଏନ୍‌.ଏ.): ନିର୍ମଳ ଗ୍ରାମ ପଞ୍ଚାୟତ ଭାବରେ ଗୋପ ବ୍ଲକ ଅନ୍ତର୍ଗତ ମହଲପଡ଼ା ପଞ୍ଚାୟତର ଓରେଇ ଗ୍ରାମରେ ୨୦୦୭ରେ ନିର୍ମାଣାଧୀନ ଗୋଷ୍ଠୀ ଶୌଚାଳୟ ଦୀର୍ଘ ୧୦ ବର୍ଷରୁ ଊଦ୍ଧର୍‌ବ ହେବ ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି । ଏଥିପ୍ରତି ଗୋପ ବ୍ଲକ ପକ୍ଷରୁ...

ଏଣିକି ମାଗଣାରେ ଅନ୍‌ଲାଇନ୍‌ ସାର୍ଟିଫାଏଡ୍‌ କପି

କଟକ ଅଫିସ,୧୫ା୫: ଓଡ଼ିଶା ହାଇକୋର୍ଟ ପକ୍ଷରୁ ଡିଜିଟାଲ ବ୍ୟବସ୍ଥାକୁ ଲୋକାଭିମୁଖୀ କରିବା ପାଇଁ ଆଉ ପାଦେ ଆଗକୁ ଯାଇଛି ପେପରଲେସ୍‌ କୋର୍ଟ। ହାଇକୋର୍ଟରେ ଫଇସଲା ହେଉଥିବା ମାମଲାଗୁଡ଼ିକର ରାୟ ଓ ନିର୍ଦ୍ଦେଶନାମା ଡିଜିଟାଲ୍‌ ସାଇନ୍‌ ହୋଇ ହାଇକୋର୍ଟ ଓ୍ବେବ୍‌ସାଇଟ୍‌ରେ ଉପଲବ୍ଧ...

ଯାଜପୁର ପୌରପାଳିକା ଗୋଦାମ ଗୃହ ଜଳିଗଲା, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

ଯାଜପୁର ଅଫିସ,୧୫ା୫: ଯାଜପୁର ପୌରପାଳିକା ଗୋଦାମଗୃହ ସୋମବାର ସକାଳେ ଜଳିଯାଇଛି। ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ଗାନ୍ଧିଛକ ନିକଟରେ ଊର୍ଦ୍ଦୁ ସ୍କୁଲରେ ସ୍ଥାୟୀ ଭାବେ ପୌରପାଳିକା ଗୋଦାମ ଗୃହ ଚାଲିଥିଲା। ଏଠାରେ ଫିନାଇଲ, ମଶାତେଲ, ପରିମଳ ଲାଗି...

୧୯,୩୫୩ ଚାଷୀ ନିରାଶ

ଭଦ୍ରକ ଅଫିସ, ୧୫।୫: ଧାର କରଜ କରି ଖରିଫ୍‌ ଧାନ ଚାଷ କଲେ। ଅମଳ ପରେ ସରକାରଙ୍କ ପକ୍ଷରୁ ଖୋଲାଯାଇଥିବା ମଣ୍ଡିରେ ଭଲ ଦରରେ ବିକି ଉପଯୁକ୍ତ ପ୍ରାପ୍ୟ ପାଇବେ ବୋଲି ଆଶା ରଖିଥିଲେ। ହେଲେ ମଣ୍ଡିରେ ଅବ୍ୟବସ୍ଥା ଯୋଗୁ...

ଶ୍ରମିକଙ୍କ ନାଁରେ ରୋଜଗାରକୁ ବନ୍ଦ କରାଯାଉ

ନୟାଗଡ଼ ଅଫିସ,୧୫।୫: ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌) ରେ ଶ୍ରମିକଙ୍କ ନାଁରେ ମେଶିନ ଦ୍ୱାରା କାର୍ଯ୍ୟ କରି ମିଥ୍ୟ ଶ୍ରମ ଦିବସ ସୃଷ୍ଟି କରାଯାଉଛି ବୋଲି ଅଭିଯୋଗ ହୋଇଆସୁଛି। ପୋଖରୀ ଖନନଠାରୁ ଆରମ୍ଭ...

ପୋଖରୀ ନାଁ ବଦଳାଇ ଅର୍ଥ ଲୁଟ୍‌ ଅଭିଯୋଗ

ପୋଲସରା,୧୫ା୫: ଗ୍ରାମାଞ୍ଚଳରେ ଲୋକଙ୍କୁ କର୍ମନିଯୁକ୍ତିରେ କାମ ଯୋଗାଇଦେବା ଲକ୍ଷ୍ୟ ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମହତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା କରିଛନ୍ତି। ଏହି ଯୋଜନା ମାଧ୍ୟମରେ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ପାଣି ଭଳି...

ସିଗ୍‌ନାଲ ଫେଲ୍‌: ଅଢ଼େଇ ଘଣ୍ଟା ଅଟକିଲା ଟ୍ରେନ୍‌

ନୟାଗଡ଼ ଅଫିସ,୧୫।୫: ସିଗ୍‌ନାଲ ଫେଲ୍‌ ଯୋଗୁ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥରେ ଶନିବାର ରାତିରେ ଭୁବନେଶ୍ୱରରୁ ନୟାଗଡ଼ ଅଭିମୁଖେ ଆସୁଥିବା ମେମୁ ଟ୍ରେନ୍‌ ପ୍ରାୟ ଅଢ଼େଇ ଘଣ୍ଟା ଧରି ରାଜସୁନାଖଳା ଷ୍ଟେଶନ ଓ ବୋଲଗଡ଼ ରୋଡ ରେଳ ଷ୍ଟେଶନଠାରେ ଅଟକି ରହିଥିଲା। ସେହିପରି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri