ଆମ ଜିଲା ଖବର

ଆଜି ଭଉଁରି, ଚକ-ଅଖ ଡେରା ନୀତି

ପୁରୀ ଅଫିସ,୧୨ା୫: ମହାପ୍ରଭୁଙ୍କ ବାହାର ଚନ୍ଦନଯାତ୍ରାର ବିଂଶତମ ଦିବସରେ ଶ୍ରୀକ୍ଷେତ୍ର ଭଉଁରି ଅନୁଷ୍ଠିତ ହୋଇଥାଏ। ଶୁକ୍ରବାର ଶ୍ରୀକ୍ଷେତ୍ର ଭଉଁରୀ ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଶେଷ ହୋଇଛି। ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ରଥଖଳାରେ ପରମ୍ପରା...

ଆଗକୁ ବର୍ଷା, ନାଳ ସଫା କରୁନି ପୌର ପରିଷଦ

ନବରଙ୍ଗପୁର,୧୨।୫(ବି.ପ୍ର.): କିଛିଦିନ ମଧ୍ୟରେ ବର୍ଷା ଆରମ୍ଭ ହୋଇଯିବ। ନବରଙ୍ଗପୁର ସହରର ବିଭିନ୍ନ ଓ୍ବାର୍ଡରେ ନାଳ ସଫା କରାଯାଇନାହିଁ। ଫଳରେ ଅଳ୍ପ ବର୍ଷାରେ ମଧ୍ୟ ପାଣି ଜମି ରାସ୍ତାରେ ଭାସିବା ଆଶଙ୍କା ରହିଛି। ସଫେଇ ଦାୟିତ୍ୱ ପୌର ପ୍ରଶାସନ ଏକ ଘରୋଇ...

ରାସ୍ତା କାର୍ଯ୍ୟର ସୂଚନାଫଳକ ନ ଥିବାରୁ ଘଟୁଛି ଦୁର୍ଘଟଣା

କୋରୁକୋଣ୍ଡା, ୧୨ା୫(ଡି.ଏନ. ଏ.): ମାଲକାନଗିରି ଜିଲା ସଦରରୁ ବାଲିମେଳା ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ବହୁ ସଂଖ୍ୟାରେ ଗାଡିମୋଟର ଚଳାଚଳ କରେ। ବୁଧବାରଠାରୁ ପୋଟ୍ରେଲ ଛକଠାରୁ ଶିରାଗୁଡ଼ା ଛକ ମଧ୍ୟରେ ଥିବା ଏକ ଛୋଟ ଘାଟିକୁ କାଟି ସମତୁଲ କରିବା...

ଚମ୍ପେଇତର ମିଳୁନି ଉଚିତ ମୂଲ୍ୟ

ମାଥିଲି,୧୨ା୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକରେ ଚମ୍ପେଇତର ଉଚିତ ମୂଲ୍ୟ ଲୋକଙ୍କୁ ମିଳୁନାହିଁ। ଏନେଇ ବଜାର ସୁବିଧା ନ ଥିବାରୁ ଲୋକେ ଦଲାଲଙ୍କ ଶିକାର ହେଉଛନ୍ତି। ଦିନ ସାରା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକେ ଆମ୍ବ ସଂଗ୍ରହ କରି ସେଥିରୁ...

ମୋବାଇଲ ବ୍ୟବହାର ନେଇ ପାହାଡ଼ ଚଢ଼ା

ମାଲକାନଗିରି,୧୨ା୫(ଡି.ଏନ୍‌.ଏ.): ଦେଶକୁ ଡିଜିଟାଲ କରି ସମସ୍ତେ ଡିଜିଟାଲ ହେବାର ସ୍ବପ୍ନ ଦେଖୁଥିବା ବେଳେ କେନ୍ଦ୍ର ସରକାରଙ୍କ ଏହି ଯୋଜନା ମାଲକାନଗିରି ଜିଲାରେ ଅପହଞ୍ଚ ହୋଇ ରହିଛି। ଜିଲାର ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳରେ ମୋବାଇଲ ବ୍ୟବହାର କରିବାକୁ ହେଲେ ଲୋକଙ୍କୁ...

ଗ୍ରାମବାସୀଙ୍କ ଦାବି ମୁତାବକ କାର୍ଯ୍ୟ ଆରମ୍ଭ କଲା ପ୍ରଶାସନ

ଦଶମନ୍ତପୁର,୧୨ା୫( ଡି.ଏନ.ଏ.): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ମୁର୍କାର ପଞ୍ଚାୟତ ଅଧୀନ ଖଣି ପ୍ରଭାବିତ ଅଞ୍ଚଳର କଡିଙ୍ଗାମାଳି ପାହାଡ଼ ପାଦଦେଶରେ ଥିବା ମାଳିଚେମା ଗ୍ରାମର ବିକାଶ ନେଇ ବହୁ ଦାବି କରିବା ପରେ ଏବେ ପ୍ରଶାସନ ଗ୍ରାମର ବିକାଶ...

ବରିଷ୍ଠ ନେତା ଚନ୍ଦ୍ରଶେଖରଙ୍କୁ ନିଲମ୍ବନ ସୁପାରିସ

ରାୟଗଡ଼ା(ସ୍ବ.ପ୍ର.)/ମୁନିଗୁଡ଼ା/ ବିଷମକଟକ (ଡି.ଏନ.ଏ.)୧୨ା୫: ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ ଗୁରୁବାର ଅନୁଷ୍ଠିତ ହୋଇଛି। ଏଥିରେ ବରିଷ୍ଠ ନେତା ଚନ୍ଦ୍ରଶେଖର ବେହେରାଙ୍କୁ ଦଳରୁ ୩ ବର୍ଷ ପାଇଁ ନିଲମ୍ବନ କରିବାକୁ ରାଜ୍ୟ ନେତୃବୃନ୍ଦଙ୍କୁ ସୁପାରିସ କରାଯାଇଛି ।...

୨ ଏକର ଲେଖାଏ ଜମି ନିରୂପଣ ନିଷ୍ପତ୍ତି: ଖୋଲିବ ୭୯ ନୂଆ ଲ୍ୟାମ୍ପସ୍‌

ରାୟଗଡ଼ା(ସ୍ବ.ପ୍ର.)/ରାୟଗଡ଼ା ଅଫିସ,୧୨ା୫: ରାୟଗଡ଼ା ଜିଲାରେ ୭୯ଟି ନୂତନ ଲ୍ୟାମ୍ପସ୍‌ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ପ୍ରତି ଦୁଇଟି ପଞ୍ଚାୟତକୁ ନେଇ ଗୋଟିଏ ଲେଖାଏ ଲ୍ୟାମ୍ପସ୍‌ ଗଠନ କରି କୃଷିଜନିତ ସମସ୍ୟା ଦୂରୀକରଣ କରିବା ପାଇଁ ସରକାର ଏଭଳି...

ଜଙ୍ଗଲ ପାର୍ଶ୍ୱ ଗ୍ରାମରେ ଲାଗିଲା କଟକଣା

ମହାକାଳପଡ଼ା,୧୨।୫ (ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତର ପଣିଖିଆ ସାନ୍ତାଳପଡ଼ାର ଚତୁଃପାର୍ଶ୍ୱରେ ବନ ବିଭାଗ ପକ୍ଷରୁ ସେଞ୍ଚୁରି ବାଉଣ୍ଡାରି ପିଲାର ଚିହ୍ନଟ ସୀମା ନିର୍ଦ୍ଧାରଣ କରାଯାଇଛି। ଏହାକୁ ନେଇ ଗ୍ରାମବାସୀ ଚିନ୍ତାରେ ପଡ଼ିଛନ୍ତି। ମିଳିଥିବା ସୂଚନା ଅନୁସାରେ,...

ନକଲି ନଡ଼ିଆତେଲ ତିଆରି ବେଳେ ଚଢ଼ାଉ, ୨ ଗିରଫ

ରାଉରକେଲା ଅଫିସ,୧୨ା୫: ରାଉରକେଲା ପ୍ଲାଣ୍ଟସାଇଟ୍‌ ଥାନା ଅଧୀନ ଏ. ବି. ଲେନ୍‌ ଇସଲାମ ନଗରରେ ବିଭିନ୍ନ ଦାମୀ କମ୍ପାନୀ ଲେଭଲ ବ୍ୟବହାର କରି ନକଲି ନଡିଆ ତେଲ ଓ ବଜାଜ ଏଲମଣ୍ଡ ଡ୍ରପ୍ସ ତିଆରି ବେଳେ ପୋଲିସ ଚଢାଉ କରି...

ଗଜଲବାଡି ବନାଞ୍ଚଳରୁ ପୁରୀ ଗଲା ରଥକାଠ

ସୋରଡା,୧୧।୫(ଡି.ଏନ.ଏ): ପୁରୀ ରଥଯାତ୍ରା ପାଇଁ ଦକ୍ଷିଣ ଘୁମୁସର ଗଜଲବାଡି ବନାଞ୍ଚଳରୁ ୨୨ଟି କାଠ ପୁରୀ ଯାଇଛି। ଗାଜଳବାଡିଠାରେ କାଠ ବୋଝେଇ ଟ୍ରକକୁ ପ୍ରଥମେ ବନ୍ଦାପନା ପୂଜା ପରେ ସୋରଡା ଆସିଥିଲା । ରାସ୍ତାରେ ନାହାଗଣ୍ଡା,ଗୋଛା,ପିପଲପାଙ୍କା,ଅଶୂରବନ୍ଧ ଠାରେ ମହିଳାମାନେ ପୂଜା କରିବା...

ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କଲେ ମାଓବାଦୀ

ଫୁଲବାଣୀ ଅଫିସ/ଫିରିଙ୍ଗିଆ, ୧୧ା୫: କନ୍ଧମାଳ ଜିଲାରେ ରକ୍ତମୁଖା ହୋଇ ଉଠିଛନ୍ତି ମାଓବାଦୀ। ପୋଲିସ ଇନ୍‌ଫର୍ମର ସନ୍ଦେହରେ ଫିରିଙ୍ଗିଆ ବ୍ଲକ ସୁମରବନ୍ଧ ପଞ୍ଚାୟତର ପ୍ରଥମ ସରପଞ୍ଚଙ୍କୁ ରାତିରେ ଗୁଳିକରି ହତ୍ୟା କରିଛନ୍ତି। ମୃତ ପୂର୍ବତନ ସରପଞ୍ଚ ହେଲେ ସାଉଲିପଡା ଗାଁର ସୁବଳ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri