ଆମ ଜିଲା ଖବର

ଜିଲାର ୫୩ ସ୍କୁଲରେ ଗୋଟିଏ ଲେଖାଏ ଶ୍ରେଣୀଗୃହ

କଟକ ଅଫିସ,୧୧ା୫: ଉନ୍ନତ ଶିକ୍ଷାଦାନ ସହ ବିଦ୍ୟାଳୟ ଭିତ୍ତିଭୂମିର ବିକାଶ ପାଇଁ ସରକାର ପ୍ରଚୁର ଟଙ୍କା ଖର୍ଚ୍ଚ କରୁଛନ୍ତି। ଏପରିକି ୫-ଟି ଅଧୀନରେ ବିଦ୍ୟାଳୟ ରୂପାନ୍ତରଣ କାର୍ଯ୍ୟକ୍ରମ କରାଯାଉଛି। ତଥାପି ଅନେକ ବିଦ୍ୟାଳୟର ସ୍ଥିତି ସୁଧୁରିପାରୁନାହିଁ। କେଉଁଠି ଶିକ୍ଷକ ସମସ୍ୟା...

ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଚିନ୍ତା ନାହିଁ

ଖଣ୍ଡପଡ଼ା,୧୧ା୫(ସ୍ବ.ପ୍ର.): ମହାନଦୀ ତଟରେ ନୟାଗଡ଼ ଜିଲାର ଏକାଧିକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ରହିଛି। ବିଶେଷ କରି କଣ୍ଟିଲୋ ନୀଳମାଧବଙ୍କ ମନ୍ଦିର, ସିଧମୂଳାସ୍ଥିତ ଗୋକୁଳାନନ୍ଦ ଜୀଉଙ୍କ ମନ୍ଦିର ଓ ଭାପୁର ବ୍ଳକ ଅଧୀନ ପଦ୍ମାବତୀ ନିକଟ ହନୁମନ୍ତପ୍ରସାଦସ୍ଥିତ ପ୍ରଭୁ ଶ୍ରୀରାମାଶ୍ରମ ରହିଛି।...

ଫଡ଼ି ଖୋଲିଛି, ଆସୁନାହିଁ କେନ୍ଦୁପତ୍ର

ନୟାଗଡ଼ ଅଫିସ,୧୧ା୫: ଚଳିତ ବର୍ଷ ନୟାଗଡ଼ ଜିଲା ଦଶପଲ୍ଲା ବ୍ଳକରେ କେନ୍ଦୁପତ୍ର ଫଡି ଖୋଲିଥିଲେ ହେଁ ଫଡିକୁ କେନ୍ଦୁପତ୍ର ଆସୁନାହିଁ । ବର୍ଷା ଯୋଗୁ କେନ୍ଦୁପତ୍ର ସଂଗ୍ରହ ଓ ଶୁଖାଇବାରେ ଅସୁବିଧା ହେତୁ ସମସ୍ୟା ସୃଷ୍ଟି ହୋଇଛି। ଫଡି ଖୋଲିଥିଲେ...

ଛତୁଆ ନିମ୍ନମାନର, କମୁନି ପୁଷ୍ଟିହୀନତା

ଯାଜପୁର ଅଫିସ,୧୧ା୫: ଶିଶୁ, ଗର୍ଭବତୀ ଓ ପ୍ରସୂତି ମହିଳାଙ୍କ ପୁଷ୍ଟିହୀନତା ଓ ରକ୍ତହୀନତାର ନିରାକରଣ ଲକ୍ଷ୍ୟ ନେଇ ଛତୁଆ ବଣ୍ଟନ ଯୋଜନା କାର୍ଯ୍ୟକାରୀ ହେଉଛି। ହେଲେ ଏହି ଛତୁଆରେ ପରିପୂରକ ପୁଷ୍ଟିକର ଖାଦ୍ୟ ଦେବା ବଦଳରେ ଆବଣ୍ଟିତ ଅର୍ଥକୁ କିପରି...

୧୫ ପଦବୀ ଅନୁମୋଦିତ, ୫ ବର୍ଷ ହେଲା ଖାଲି

ରାୟଗଡ଼ା ଅଫିସ,୧୧ା୫: ପାହାଡିଆ ଅଞ୍ଚଳ ରାୟଗଡା ଜିଲାରେ ଦିନକୁ ଦିନ ଭୂତଳ ଜଳସ୍ତର କମିବାରେ ଲାଗିଛି। ନଦୀ, ପୋଖରୀ, ନାଳ ଆଦି ଶୁଖିଲା ପଡ଼ୁଥିବା ବେଳେ କେଉଁଠି ଏସବୁ ପୋତି ହୋଇଗଲାଣି। ଜନସଂଖ୍ୟା ବଢ଼ୁଥିବାରୁ ସେହି ମାତ୍ରାରେ ଅଧିକ ସଂଖ୍ୟକ...

୪ ୱାର୍ଡରେ ପାଇପ୍‌ରୁ ବାହାରୁଛି ଗୋଳିଆ ପାଣି

ଚିକିଟି,୧୧ା୫ (ଡି.ଏନ୍‌.ଏ.):ଗଞ୍ଜାମ ଜିଲାର ୧୨ଟି ୱାର୍ଡକୁ ନେଇ ଗଠିତ ଚିକିଟି ବିଜ୍ଞାପିତ ଅଞ୍ଚଳ ଅଧୀନ ୬, ୭, ୮ ଓ ୯ ନମ୍ବର ୱାର୍ଡରେ ଜନସ୍ବାସ୍ଥ୍ୟ ବିଭାଗ ଅଧୀନରେ ଥିବା ପାଇପ୍‌ରୁ ଗୋଳିଆ ପାଣି ବାହାରୁଥିବା ଅଭିଯୋଗ ହେଉଛି। ଚିକିଟି...

ଦାଦନ ଖଟି ଯାଇଥିବା ନାବାଳିକାଙ୍କ ମୃତ୍ୟୁ

ଯାଜପୁର ଅଫିସ ,୧୧ା୫ : ରାଜ୍ୟରେ ଦ୍ରୁତ ଶିଳ୍ପାୟନକୁ ସରକାର ପ୍ରୋତ୍ସାହନ ଯୋଗାଇ ଚାଲିଛନ୍ତି । ଏହାଦ୍ୱାରା ରାଜ୍ୟର ଖଣିଜ ସମ୍ପଦ ଓ ପ୍ରାକୃତିକ ସମ୍ବଳର ବିନିଯୋଗ ହୋଇ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ଘଟିବ । ବେକାରୀ ସମସ୍ୟା ବି...

ତାଳଦଣ୍ଡା କେନାଲ ପାଣି ପିଇବା, ଗାଧୋଇବାକୁ ଅନୁପଯୁକ୍ତ

ପାରାଦୀପ,୧୧ା୫(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ପାରାଦୀପ ଶିଳ୍ପଭିତ୍ତିକ ସହରାଞ୍ଚଳ ପାଇଁ ତାଳଦଣ୍ଡା କେନାଲ ହେଉଛି ଜୀବନରେଖା। କାରଣ ସବୁ ଶିଳ୍ପସଂସ୍ଥା, ପାରାଦୀପ ବନ୍ଦର ଏବଂ ସହରାଞ୍ଚଳବାସୀ ତାଳଦଣ୍ଡା କେନାଲ ପାଣି ଉପରେ ନିର୍ଭରଶୀଳ। ଏହାବାଦ୍‌ ଜଗତ୍‌ସିଂହପୁର ଜିଲାର ବହୁ ଗ୍ରାମାଞ୍ଚଳ ବାସିନ୍ଦା...

ବଗପାଟିଆ: ପାଣିରେ ବୁଡ଼ି ୫ ଶିଶୁଙ୍କ ଜୀବନ ଗଲାଣି

ରାଜନଗର,୧୧ା୫(ଡି.ଏନ୍‌.ଏ.): ବଙ୍ଗୋପସାଗର ତଟବର୍ତ୍ତୀ ଅଭିଶପ୍ତ ସାତଭାୟାବାସୀ ୭୦ ଦଶକ ପରଠାରୁ ସାମୁଦ୍ରିକ ଝଡ଼ ଏବଂ ସମୁଦ୍ର ଢେଉରେ ସେମାନଙ୍କ ଭିଟାମାଟି ହରାଇଥିଲେ। ଜୀବନ ଜୀବିକାକୁ ନେଇ ସାତଭାୟାବାସୀ ଭିଟାମାଟିର ମୋହକୁ ତୁଟାଇ ନୂଆ ଠିକଣା ବଗପାଟିଆଠାରେ ବସତି ସ୍ଥାପନ କରିଛନ୍ତି।...

୨ ପଞ୍ଚାୟତର ୨ ପ୍ରକଳ୍ପରେ ଗୋଟିଏ ଫଟୋ

ନାଉଗାଁ,୧୧ା୫(ସ୍ବ.ପ୍ର.): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ର ସଫଳ ରୂପାୟନ ସହ କାର୍ଯ୍ୟରେ ସ୍ବଚ୍ଛତା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ରାଜ୍ୟର କମିଶନରଙ୍କ ନିକଟକୁ ନ୍ୟାଶନାଲ ମୋବାଇଲ ମନିଟରିଂ ସିଷ୍ଟମ (ଏନ୍‌ଏମ୍‌ଏମ୍‌ଏସ୍‌) ଆପ୍‌କୁ ବାଧ୍ୟତାମୂଳକ...

ଶୁଣ୍ଢରେ ଟେକି କଚାଡି ଦେଲା ଦନ୍ତା

ସମ୍ବଲପୁର,୧୦ା୫(ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ସଦର ରେଞ୍ଜ ମୁଣ୍ଡେର ସଂରକ୍ଷିତ ଜଙ୍ଗଲକୁ ଜାଲେଣି କାଠ ସଂଗ୍ରହ କରିବାକୁ ଯାଇଥିବା ଜଣେ ବ୍ୟକ୍ତି ହାତୀ ଅକ୍ରମଣରେ ଗୁରୁତର ହୋଇଛନ୍ତି। ସେ ହେଲେ ମୁଣ୍ଡେର ଗ୍ରାମର ରାଜୁ ନାଏକ (୫୦)। ମାନେଶ୍ୱର ସହରାଞ୍ଚଳ ପ୍ରାଥମିକ...

ମହୁମାଛି ଆକ୍ରମଣରେ ଚାଲିଗଲା ସିପିଏମ୍‌ ନେତାଙ୍କ ଜୀବନ

ନୀଳଗିରି,୧୦ା୫(ସ୍ବ.ପ୍ର.): ମହୁମାଛି ଆକ୍ରମଣରେ ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଗରଡି ପଞ୍ଚାୟତ ବାଙ୍କିସାହି ଗ୍ରାମର ବରିଷ୍ଠ ସିପିଏମ୍‌ ନେତା ରାମଚନ୍ଦ୍ର ସ(୭୨) ବୁଧବାର ପ୍ରାଣ ହରାଇଛନ୍ତି। ଏଥିରେ ତାଙ୍କ ନାତି ମଧ୍ୟ ଆହତ ହୋଇଛନ୍ତି। ରାମଚନ୍ଦ୍ର ଆଜି ବାଡ଼ି ସଫା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri