ଆମ ଜିଲା ଖବର

ମରାମତି ଅଭାବରୁ ନଷ୍ଟ ହେଲାଣି ୪ ସରକାରୀ ବସ୍‌

ରାୟଗଡ଼ା, ୬।୫ (ସ୍ବ.ପ୍ର.) ଓଡ଼ିଶା ରାଜ୍ୟ ପରିବହନ ନିଗମ (ଓଏସ୍‌ଆର୍‌ଟିସି)ର ରାୟଗଡ଼ା ଜୋନ୍‌ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୂରଦୃଷ୍ଟି ଅଭାବ ଯୋଗୁ ପୁଣି ବନ୍ଦ ସ୍ଥିତିକୁ ଆସିଗଲାଣି। ଏହି ଜୋନ୍‌ରେ ଥିବା ୧୧ଟି ବସ୍‌ରୁ ବର୍ତ୍ତମାନ ମାତ୍ର ୭ଟି ଚାଲୁ ରହିଛି।...

କାଗଜପତ୍ରରେ ରୋଗୀ ସେବା

ସୁନାବେଡ଼ା, ୬।୫ (ସ୍ବ.ପ୍ର.): କୋରାପୁଟ ଜିଲା ସୁନାବେଡ଼ା ପୌର ପରିଷଦ ଅଞ୍ଚଳରେ କାଗଜପତ୍ରରେ ଚାଲିଛି ସ୍ବାସ୍ଥ୍ୟକେନ୍ଦ୍ର। ୨୦୧୫-୧୬ରେ ୧୭ଲକ୍ଷ ୬୪ହଜାର ଟଙ୍କା ଖର୍ଚ୍ଚ କରି ଏଇଏଫ୍‌ ମାର୍କେଟ-ହାଉସିଂ ରାସ୍ତା ପାର୍ଶ୍ୱରେ ପୌର ପରିଷଦ ଏକ ମିନି କଲ୍ୟାଣ ମଣ୍ଡପ ନିର୍ମାଣ...

ବୃଦ୍ଧଙ୍କୁ କଚାଡ଼ି ମାରିଲା ଦନ୍ତା

ରାସୋଳ, ୬ା୫(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜରେ ଶୁକ୍ରବାର ପୁଣି ମୁଣ୍ଡ ନେଇଛି ଗୋଠଛଡ଼ା ଦନ୍ତା। ମୃତକ ହେଲେ ରାସୋଳ ସେକ୍ସନ ଜରଡ଼ା ପଞ୍ଚାୟତ ଅନ୍ତର୍ଗତ ବାଲିକିଆରୀ ଗ୍ରାମର ଲକ୍ଷ୍ମୀଧର ପାତ୍ର (୭୦)। ଶୁକ୍ରବାର ଭୋର୍‌ ସମୟରେ ଲକ୍ଷ୍ମୀଧର ଶୌଚ...

୮ରେ ରତ୍ନଭଣ୍ଡାର ମାମଲାର ଶୁଣାଣି

ପୁରୀ ଅଫିସ,୬। ୫: ଆସନ୍ତା ୮ତାରିଖରେ ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ମାମଲାର ଶୁଣାଣି ହେବ। ସେହିଦିନ ଶୁଣାଣିବେଳେ କୋର୍ଟରେ ରତ୍ନଭଣ୍ଡାରର ରତ୍ନଅଳଙ୍କାର ଗଣତି ସମ୍ପର୍କରେ ରାଜ୍ୟ ସରକାର ତଥ୍ୟ ରଖନ୍ତୁ ବୋଲି ଶ୍ରୀଜଗନ୍ନାଥ ସେନା ଦାବି କରିଛି। ଏ ନେଇ...

ତିନିରଥର ସିଙ୍ଗଡ଼ା ବାଡ଼ିଆ ଅନୁକୂଳ

ପୁରୀ ଅଫିସ, ୬ ।୫: ଶ୍ରୀନଅରସ୍ଥିତ ଅସ୍ଥାୟୀ ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି। ଶୁକ୍ରବାର ଭୋଇ ସର୍ଦ୍ଦାର ରବି ଭୋଇଙ୍କ ନିର୍ଦ୍ଦେଶ କ୍ରମେ ଯନ୍ତାଗାଡ଼ରେ ସିଙ୍ଗଡ଼ା ବାଡ଼ିଆ କାମ ଅନୁକୂଳ କରାଯାଇଛି। ମହାପ୍ରସାଦ ସମର୍ପଣ ଓ...

ପରିତ୍ୟକ୍ତ ଅବସ୍ଥାରେ ସୀତାସାଗର

ପାରଳାଖେମୁଣ୍ଡି, ୬।୫ (ଡି.ଏନ୍‌.ଏ): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ସୀତାସାଗର ପରିତ୍ୟକ୍ତ ଅବସ୍ଥାରେ ଥିବାବେଳେ ଏହାର ପାର୍ଶ୍ୱତଟ ବର୍ତ୍ତମାନ ମଦ୍ୟପମାନଙ୍କ ଏକ ପ୍ରମୁଖ ଆଡ୍ଡାସ୍ଥଳୀ ହୋଇଥିବା ଦେଖିବାକୁ ମିଳୁଛି। ଯେଉଁ ସୀତାସାଗର ଦିନେ ପାରଳାଖେମୁଣ୍ଡି ସହରର ଐତିହ୍ୟ ତଥା...

ସୌନ୍ଦର୍ଯ୍ୟ ହରାଉଛି ଜଗୁସାଗର

ଧାମନଗର, ୬।୫ (ଡି.ଏନ.ଏ.): ଭଦ୍ରକ ଜିଲା ଧାମନଗର ବଜାରର ମଧ୍ୟଭାଗରେ ରହିଛି ବହୁ ପୁରାତନ ତଥା ଐତିହାସିକ ଜଗୁସାଗର ପୋଖରୀ। ଏହି ପୋଖରୀର ପୁନରୁଦ୍ଧାର ପାଇଁ ବିଭିନ୍ନ ମହଲରେ ଦାବି ହୋଇଆସୁଥିଲେ ମଧ୍ୟ ପ୍ରଶାସନ ଦୃଷ୍ଟି ଆଢ଼ୁଆଳରେ ରହି ଆସିଛି।...

ବନ୍ଦ ହେଲା ବସ୍‌ ଚଳାଚଳ

ବୈଶିଙ୍ଗା,୬।୫ (ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ତଥା ବେତନଟୀ ବ୍ଲକ ଅଧୀନ ୧୮ନଂ. ଜାତୀୟ ରାଜପଥର ବିଶ୍ରାମପୁରଠାରୁ ବୈଶିଙ୍ଗା-ବଡ଼ସାହି ରାସ୍ତାର ଦାରିହା ପର୍ଯ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରଧାନମନ୍ତ୍ରୀ ସଡ଼କ ଶୋଚନୀୟ ହୋଇପଡ଼ିଛି। ଜିଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୪...

ନିର୍ମାଣର ମାସକ ପରେ ଦବିଲା ରାସ୍ତା

ଚଣ୍ଡିଖୋଲ,୬।୫(ଡି.ଏନ.ଏ.): ମାତ୍ର ୧୦ କି.ମି.୫୦୦ ମିଟର ରାସ୍ତା ନିର୍ମାଣ କାର୍ଯ୍ୟରେ ଖର୍ଚ୍ଚ ହୋଇଛି ୨୨ କୋଟି ଟଙ୍କା। ହେଲେ କାର୍ଯ୍ୟ ଶେଷ ହେବାର ମାସକ ପରେ ରାସ୍ତାରେ ଫାଟ ସୃଷ୍ଟି ହୋଇଛି ଓ ଗୋଟିଏ ପାର୍ଶ୍ୱ ଦବିଯାଇଛି। ଏଭଳି ଘଟଣା ଦେଖିବାକୁ...

ଦଳିତ ପରିବାରଙ୍କ ଯାତାୟାତ ରାସ୍ତା ଖୋଳି ବନ୍ଦ

ଆଳି,୬।୫(ଡି.ଏନ.ଏ.): ଆଜିର ସଭ୍ୟ ସମାଜରେ ସମସ୍ତଙ୍କର ଜୀବନ ଜିଇବା ନିମନ୍ତେ ମୌଳିକ ଅଧିକାର ଥିବାବେଳେ କେନ୍ଦ୍ରାପଡ଼ା ଜିଲା ଆଳି ତହସିଲ ଅନ୍ତର୍ଗତ ବିଲିକଣା ଗଁାର ଜଣେ ଦଳିତ ପରିବାରକୁ ଏସବୁ ସୁବିଧାରୁ କେତେଜଣ ଯୁବକ ବଞ୍ଚତ୍ତ କରିଥିବା ଅଭିଯୋଗ ହୋଇଛି। ଗ୍ରାମର...

ଉପକୂଳରେ ବଢୁଛି ଗେଣ୍ଡା, ଶାମୁକା ମାଂସର ଚାହିଦା

ମହାକାଳପଡ଼ା,୬।୫(ଡି.ଏନ.ଏ.): ଖରାଦିନେ ଜଳାଶୟ, ଖାଲ ପାଟିଆ, ଯୋର ଆଦି ସ୍ଥାନରେ ଜଳସ୍ତର ଶୁଖିଯିବା ଯୋଗୁ ଯେଉଁଠି ପାଣି ମୁନ୍ଦାଏ ଅଛି ସେଠାରେ ଛୋଟ ଛୋଟ ଶାମୁକା, କୁଜି ଗେଣ୍ଡା ଦେଖିବାକୁ ମିଳୁଛନ୍ତି। ଦୂରଦୂରାନ୍ତରୁ ବିଭିନ୍ନ ପ୍ରଜାତିର ପକ୍ଷୀ ଖାଦ୍ୟ ଅନ୍ବେଷଣରେ ଆସି...

ଗମନାଗମନ ବିକାଶ ଚିତ୍ର ଅସ୍ପଷ୍ଟ

କେନ୍ଦ୍ରାପଡ଼ା ଅଫିସ, ୬।୫: କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ଏକମାଣିଆରେ ଏପ୍ରିଲ ୨୭ରେ ବ୍ରାହ୍ମଣୀ ନଦୀରେ ସେତୁ ନ ଥିବାରୁ ଡଙ୍ଗାବୁଡ଼ି ଦୁର୍ଘଟଣାରେ ୨ ଜଣଙ୍କର ଅକାଳ ମୃତ୍ୟୁ ଘଟିଥିଲା। ପଟ୍ଟାମୁଣ୍ଡାଇ ବ୍ଲକ କଣ୍ଠିଆ ନାଳ ସେତୁ ବିଳମ୍ବ ହୋଇଥିବା ବେଳେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri