ଆମ ଜିଲା ଖବର

ଲମ୍ବୁଛି କୈଫି ଖାନ ଠକେଇ କାରନାମା ଚେର: ୮୦ ଆକାଉଣ୍ଟ ଠାବ

କଟକ ଅଫିସ, ୫।୫: ତାନ୍ତ୍ରିକ କୈଫି ଖାନ ଠକେଇ କାରନାମା ଚେର ଯେତେ ଖୋଳାଯାଉଛି ସେତେ ଲମ୍ବୁଛି। ଶୁକ୍ରବାର କୈଫି ଖାନଙ୍କ ୮୦ଟି ଆକାଉଣ୍ଟ ଠାବ ହୋଇଛି। ଯେଉଁଥିରୁ ଲକ୍ଷାଧିକ ଟଙ୍କା ମିଳିଛି। କଟକର ବିଭିନ୍ନ ବ୍ୟାଙ୍କରେ କୈଫିଙ୍କ ଏସବୁ...

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି

ପୁରୀ ଅଫିସ,୫।୫: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ. ଚନ୍ଦ୍ରଚୂଡ଼ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି। ପ୍ରଧାନ ବିଚାରପତି ଭୁବନେଶ୍ବରରେ ପହଞ୍ଚିବା ପରେ ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତି । ଭିତର କାଠ ନିକଟରୁ...

ବାଇକ୍‌ ଲୋନ୍‌ କିସ୍ତି ଶୁଝିବାକୁ ଆସୁଥିଲେ ଦାଦା-ପୁତୁରା, ଦୁର୍ଘଟଣାରେ ଚାଲିଗଲା ଦୁହିଁଙ୍କ ଜୀବନ

କାମାକ୍ଷାନଗର,୫।୫: ଢେଙ୍କାନାଳ ଜିଲା କଙ୍କଡ଼ାହାଡ ଥାନା ବନ୍ଦାଣିଆ ଛକ ନିକଟରେ ଶୁକ୍ରବାର ପୂର୍ବାହ୍ନରେ ଓଡି ୦୬ ଏଲ ୬୧୧୩ ନମ୍ବର ବିଶିଷ୍ଟ ବାଇକ୍‌ ରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଛି। ଫଳରେ ଦୁଇ ବାଇକ୍‌ ଆରୋହି କାଳିଆପାଣି...

ପୋଖରୀରେ ପଡି ନାବାଳକଙ୍କ ଜୀବନ ଗଲା

ଭଦ୍ରକ ଅଫିସ, ୫।୫: ଭଦ୍ରକ ଜିଲା ଧାମରା ମେରାଇନ ଥାନା ଅଧୀନ ଗୁଆଁଳ ଗ୍ରାମରେ ପୋଖରୀରେ ପଡି ଜଣେ ନାବାଳକଙ୍କର ମୃତ୍ୟୁ ଘଟିଛି। ସୂଚନା ମୁତାବକ ଗୁରୁବାର ମଧ୍ୟାହ୍ନରୁ ଉକ୍ତ ଗ୍ରାମର ଦିଗମ୍ବର ବାରିକଙ୍କ ସାନପୁଅ ରୁଦ୍ରଙ୍କୁୁ ଘରଲୋକେ ବିଭିନ୍ନ...

ସମ୍ବଲପୁରରେ ଗଡ଼ିବ ମୋ ବସ୍‌

ସମ୍ବଲପୁର,୫ା୫(ବ୍ୟୁରୋ): ସମ୍ବଲପୁରରେ ଖୁବ୍‌ଶୀଘ୍ର ମୋ ବସ୍‌ ସେବା ଆରମ୍ଭ ହେବ। ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଏହା ଲୋକାର୍ପଣ ହୋଇପାରେ ବୋଲି ଆଲୋଚନା ହେଉଛି। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ମହାନଗର ନିଗମ ଅନ୍ତର୍ଗତ କାଇଁଶିିର ରାସ୍ତାରେ...

ଆସନ୍ତା ୧୫ ଯାଏ ବଢ଼ିପାରେ ରବି ଜଳସେଚନ ଅବଧି

ଭବାନୀପାଟଣା,୫ା୫(ସ୍ବ.ପ୍ର): କଳାହାଣ୍ଡି ଜିଲା ଇନ୍ଦ୍ରାବତୀ ଜଳଭଣ୍ଡାରରୁ ଗତ ଜାନୁଆରୀ ୬ରୁ ରବି ଜଳସେଚନ ଆରମ୍ଭ ହୋଇଥିଲା। ଆସନ୍ତା ୬ରେ ଏହାର ଅବଧି ସରିବାକୁ ଥିବା ବେଳେ ଚାଷୀଙ୍କ ଆବଶ୍ୟକତାକୁ ଆଖି ଆଗରେ ରଖି ମେ ୧୫ ପର୍ଯ୍ୟନ୍ତ ଜଳସେଚନକୁ ବୃଦ୍ଧି...

ଅଦିନିଆ ବର୍ଷା ଉଜାଡ଼ିଲା ରବିଚାଷ

ନୂଆପଡା ଅଫିସ,୫ା୫: ନୂଆପଡା ଜିଲାର ୮୦ ଭାଗ ଲୋକ ଚାଷ ଉପରେ ନିର୍ଭର କରନ୍ତି। ଧାନଚାଷ ସହ ପରିବା ଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି। ଚଳିତବର୍ଷ ଅଦିନିଆ ବର୍ଷା ସହ କୂଆ ପଥର ମାଡରେପରିବା ଚାଷ ସବୁ ନଷ୍ଟ...

କାମରେ ଆସୁନି ପାତ୍ରପୁଟ ମାଟିବନ୍ଧ

ମାଥିଲି,୫ା୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ପାତ୍ରପୁଟଠାରେ ଥିବା ମାଟିବନ୍ଧ ଲୋକଙ୍କ କାମରେ ଆସୁନାହିଁ। ପାଣି ଅଛି ହେଲେ ଚାଷୀଙ୍କ କାମରେ ଲାଗୁନାହିଁ। ଏହି ପାତ୍ରପୁଟ ବନ୍ଧ ରକ୍ଷାଣବେକ୍ଷଣ ଅଭାବରୁ ତଳମୁଣ୍ଡ କେନାଲ ଭାଙ୍ଗିରୁଜି ଯାଇଛି। ଚାଷୀ କେନାଲରୁ...

ମାନସିକ ରୋଗୀଙ୍କ ପାଇଁ ମିଶନ ଆଶ୍ରା କେନ୍ଦ୍ର

ମାଲକାନଗିରି,୫ା୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସ୍ବାସ୍ଥ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ବିଭିନ୍ନ ସମୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପୁରସ୍କୃତ ହୋଇଛି। ଗୁରୁବାର ମାନସିକ ବିକାରଗ୍ରସ୍ତ ରୋଗୀଙ୍କ ପାଇଁ ମିଶନ ଆଶ୍ରା କେନ୍ଦ୍ର ଲୋକାର୍ପିତ ହୋଇଛି। ଫଳରେ...

ଅଧା କାମକୁ ସମ୍ପୂର୍ଣ୍ଣ ବିଲ୍‌

ନବରଙ୍ଗପୁର,୫।୫(ବି.ପ୍ର.): ହାଇସ୍କୁଲଗୁଡ଼ିକୁ ୫-ଟି ଅଧୀନରେ ରୂପାନ୍ତରଣ କରାଯାଉଛି। କିନ୍ତୁ ଅଧା କାମ କରି ପୂରା ବିଲ୍‌ ହୋଇଯାଇଥିବା ଭଳି ଅଭିଯୋଗ ନବରଙ୍ଗପୁର ଜିଲାରୁ ଆସିଛି। ନବରଙ୍ଗପୁରର ଚେରଚେଟା ସରକାରୀ ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ରୂପାନ୍ତରଣ କାମ ଶେଷ ହୋଇ ନ...

ଡଙ୍ଗରିଆଙ୍କୁ ରୋଜଗାର ଦେଉଛି ସିଆଳି ପତ୍ର

ବିଷମ କଟକ,୫ା୫(ଡି.ଏନ୍‌.ଏ.): ନିୟମଗିରି ପାହାଡରେ ଆଦିମ ଜନଜାତି ସମ୍ପ୍ରଦାୟର ଲୋକେ ବସବାସ କରି ଆସୁଛନ୍ତି। ପାହାଡ଼ ଉପରେ ରାୟଗଡ଼ା ଜିଲା ଅଧୀନ ୩ଟି ବ୍ଲକ ଅନ୍ତର୍ଗତ ପ୍ରାୟ ୮ଟି ପଞ୍ଚାୟତର ୯୯ ଖଣ୍ଡ ଗାଁ ରହିଛି। ଏସବୁ ଗାଁରେ ୧୦ହଜାରରୁ...

ଗର୍ଭ ନିରୋଧକ ବଟିକା ବିକ୍ରିକୁ ନେଇ ହାଇକୋର୍ଟରେ ମାମଲା

କଟକ ଅଫିସ,୫ା୫: ବିନା ଡାକ୍ତରୀ ପ୍ରେସ୍‌କ୍ରିପ୍‌ସନ୍‌ରେ ଗର୍ଭ ନିରୋଧକ ବଟିକା ବିକ୍ରି ଉପରେ କଟକଣା ଲଗାଇବାକୁ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ଅନିୟନ୍ତ୍ରିତ ଗର୍ଭ ନିରୋଧକ ବଟିକା ସେବନ ଦ୍ୱାରା ମହିଳାଙ୍କଠାରେ କର୍କଟ ରୋଗ ହେବାର ଆଶଙ୍କା...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri