ଆମ ଜିଲା ଖବର

ଏବେ ବି ବଜାୟ ରହିଛି ପରମ୍ପରା: କାର୍ତ୍ତିକରେ ରାମନାମ ଜପରେ ଫାଟିପଡ଼ୁଛି ଗାଁ ଦାଣ୍ଡ 

ଦାରିଙ୍ଗବାଡି,୧୧।୧୧(ଅରୁଣସାହୁ): ହାତରେ ସ୍ମାର୍ଟ ଫୋନ୍‌, ଆଉ ସାମାଜିକ ଗଣମାଧ୍ୟମରେ ଭିନ୍ନଭିନ୍ନ ଭିଡିଓ। କିଏ କାର୍ଟୁନ ତ କିଏ ଗେମ୍‌ ଆଉ କିଏ ଫିଲ୍ମ ତ କିଏ କମେଡି ଆଉ କିଏ ସ୍ମାର୍ଟ ଫୋନ ବ୍ୟବହାର କରି ଦେଶ ଦୁନିଆ ଖବର...

ବୋମାମାଡ଼ ପରେ ପେଟ୍ରୋଲ ଢ଼ାଳି ଜାଳି ଦେଇଥିଲେ କାର: ଧରାପଡ଼ିଲେ ୪ କୁଖ୍ୟାତ ଅପରାଧୀ

ଦିଗପହଣ୍ଡି,୧୧।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ଏବଂ ଦିଗପହଣ୍ଡି ଅଞ୍ଚଳରେ ଗତ କିଛିଦିନ ହେଲା ଆତଙ୍କ ଚଳାଇଥିବା ଅପରାଧି ଗ୍ୟାଙ୍ଗର ୪ ଯୁବକଙ୍କୁ ପୋଲିସ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଦିଗପହଣ୍ଡି...

ମୟୁରଭଞ୍ଜରୁ ଚମ୍ପୁଆ ରେଞ୍ଜରେ ପଶିଲେ ୨୮ ଟିକିଆ ହାତୀପଲ: ଲୋକେ ଆତଙ୍କିତ

କେନ୍ଦୁଝର,୧୧।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ମୟୁରଭଞ୍ଜ ଜିଲାରୁ ଏକ ୨୮ ଟିକିଆ ହାତୀପଲ ଆସି କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜରେ ପଶିଛନ୍ତି। ହାତୀପଲ ପଦ୍ମପୁର ନିକଟରେ ବୈତରଣୀ ପାର ହୋଇ ଚମ୍ପୁଆ ରେଞ୍ଜ ଜ୍ୟୋତିପୁର ବିଟ୍‌ରେ ପ୍ରବେଶ କରିଛନ୍ତି । ହାତୀପଲ...

ମୁଖ୍ୟମନ୍ତ୍ରୀଙ୍କ ଜିଲାରେ ଅପରାଧୀ ହେବେ ସାବାଡ଼: ବୁଲିବ ବାଇକ୍‌ ପିସିଆର୍‌

କେନ୍ଦୁଝର,୧୧।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଦିନକୁ ଦିନ କେନ୍ଦୁଝରରେ ବଢୁଛି ଅପରାଧ। ଯେଉଁ ଜାଗାକୁ ପିସିଆର୍‌ ଭ୍ୟାନ୍‌ ଯାଇପାରିବ ନାହିଁ ସେଇଭଳି ଜାଗାରେ ଅପରାଧ ଭିଆଉଛନ୍ତି ଅପରାଧୀ। ଏହାକୁ ଆଖିଆଗରେ ରଖି ସୋମବାର କେନ୍ଦୁଝର ପୋଲିସ ଅପରାଧ ନିୟନ୍ତ୍ରଣ କରିବାକୁ ଏକ...

ଉତ୍କେଳା ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ଭୋଟ

କେସିଙ୍ଗା,୧୧।୧୧(ତୁମେଶ୍ୱର ସାହୁ): ଅନାସ୍ଥା ଭୋଟକୁ ନେଇ ଚର୍ଚ୍ଚାରେ ରହିଛି କଳାହାଣ୍ଡି ଜିଲା । କେସିଙ୍ଗା ବ୍ଲକରେ ସୋମବାର ଦ୍ୱିତୀୟ ଥର ପାଇଁ ଅନାସ୍ଥା ଭୋଟ ହୋଇଛି। ଗତ ୪ରେ ପ୍ରଥମ ଅନାସ୍ଥା ଭୋଟ କସୃପଡ଼ା ସରପଞ୍ଚଙ୍କ ବିରୋଧରେ ହୋଇଥିଲା। ଏଥିରେ...

ରାତିରେ ମା’ଙ୍କ ସହ ଶୋଇଥିଲେ ଶିଶୁପୁତ୍ର, ଉଠିଲା ବେଳକୁ…

ପାଟଣା,୧୧।୧୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ରାଇଡ଼ିହା ପଞ୍ଚାୟତ ହରିଡ଼ା ଗୋଠ ଗ୍ରାମର ଜଣେ ୮ବର୍ଷର ଶିଶୁ ପୁତ୍ରଙ୍କ ସୋମବାର ସାପ କାମୁଡ଼ାରେ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି । ମୃତ ଶିଶୁ ପୁତ୍ର ଜଣକ ହେଉଛନ୍ତି ଗ୍ରାମର...

କାର୍ତ୍ତିକ ଶେଷ ସୋମବାରରେ ବୁଦ୍ଧଖୋଲ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ବୁଗୁଡ଼ା,୧୧ା୧୧(କାଳୀଚରଣ ଦାଶ): ଧର୍ମ ମାସ କାର୍ତ୍ତିକର ଶେଷ ତଥା ଚତୁର୍ଥ ସୋମବାରରେ ଶ୍ରଦ୍ଧାଳୁଙ୍କ ସମାବେଶ ଯୋଗୁ ଐତିହାସିକ ଶୈବପୀଠ ବୁଦ୍ଧଖୋଲ ଚଳଚଞ୍ଚଳ ହୋଇ ଉଠିଛି। ବୁଗୁଡ଼ା ସମେତ ଅନ୍ୟ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି। ଭକ୍ତମାନେ...

ଭାଜପା ସହ ବିଜେଡିର ୨୭ ବିଧାୟକ ଏବେ ବି ଅଛନ୍ତି ଯୋଗାଯୋଗରେ, ବିଧାୟକ ସରୋଜ ପାଢ଼ୀ କହିଲେ ଆମ…

ଭୁବନେଶ୍ୱର,୧୧।୧୧: ଗଞ୍ଜାମ ଜିଲା ଆସିକା ଭାଜପା ବିଧାୟକ ସରୋଜ ପାଢ଼ୀ ସୋମବାର ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ବିଜେଡିର ୨୭ ବିଧାୟକ ଭାଜପାର ଶୀର୍ଷ ନେତୃତ୍ୱ ସହ ଯୋଗାଯୋଗରେ ଥିବା ସୋମବାର ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ବିଧାୟକ ସରୋଜଙ୍କ...

ପଞ୍ଚକ ପାଇଁ ଆଖଣ୍ଡଳମଣି ପୀଠ ଚଳଚଞ୍ଚଳ, ଆଜିଠାରୁ ପଞ୍ଚାନନ ବେଶରେ ଭକ୍ତଙ୍କୁ ଦେଉଛନ୍ତି ଦର୍ଶନ…

ଭଦ୍ରକ,୧୧ା୧୧(ସନାତନ ରାଉତ): ପବିତ୍ର ତଥା ଧର୍ମର ମାସ କାର୍ତ୍ତିକମାସର ସୋମବାର ଓ ପଞ୍ଚୁକ ବ୍ରତ ପାଇଁ ସୋମବାର ଭୋର୍‌ ସମୟରୁ ଆରଡ଼ିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଛି। ଆଜିଠାରୁ ବାବା ୫ ଦିନ ପର୍ଯ୍ୟନ୍ତ ପଞ୍ଚାନନ...

ବଦଳିଲା ଶ୍ରୀମନ୍ଦିର ଧ୍ବଜା ବନ୍ଧା ନୀତି ସମୟ

ପୁରୀ,୧୧।୧୧: କାର୍ତ୍ତିକ ମାସରେ ଅସମ୍ଭବ ଭିଡ଼ ଯୋଗୁ ଧ୍ୱଜାବନ୍ଧା ନୀତି ସନ୍ଧ୍ୟା ବଦଳରେ ଅପରାହ୍ନ ୩ଟା ୩୦ରୁ ୪ଟା ମଧ୍ୟରେ କରିବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଚୁନରା ସେବକମାନଙ୍କୁ ସ୍ବତନ୍ତ୍ର ଆଦେଶ ଦିଆଯାଇଛି। ପ୍ରତିିଦିନ...

ମହିଳାଙ୍କ ନଗ୍ନ ଭିଡିଓ ଭାଇରାଲ କରି ବନ୍ଧାହେଲେ ଯୋଗାଣ ସହାୟକ

ବଲାଙ୍ଗୀର,୧୧ା୧୧(ସୁନୀଲ କୁମାର ମହାନ୍ତି): ଜଣେ ମହିଳାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ନଗ୍ନ ଭିଡିଓ ଭାଇରାଲ କରି ଫେରାର ଥିବା ଯୋଗାଣ ସହାୟକଙ୍କୁ ବଲାଙ୍ଗୀର ପୋଲିସ ଛତିଶଗଡ଼ରୁ ଗିରଫ କରିଛି। ବଲାଙ୍ଗୀର ଜିଲା ଆଗଲପୁର ଥାନା ଅଞ୍ଚଳର ଜଣେ ବିଧବା ମହିଳାଙ୍କୁ ଶାରୀରିକ...

ଧବଳେଶ୍ବର ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ଜି.ଉଦୟଗିରି,୧୧।୧୧(ଶିଶିର ପଟ୍ଟନାୟକ): କାର୍ତ୍ତିକ ମାସ ଶେଷ ସୋମବାର ପାଇଁ ଜି. ଉଦୟଗିରି ଧବଳେଶ୍ବର ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି। ଭୋର ୪ ଘଣ୍ଟାଠାରୁ ଲମ୍ବା ଲାଇନ ଦେଖିବାକୁ ମିଳିଛି। ପ୍ରଭୁ ଧବଳେଶ୍ବର ଏହି ଅଞ୍ଚଳର ପ୍ରସିଦ୍ଧ ଶୈବ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri