ଆମ ଜିଲା ଖବର

ଅବହେଳିତ ପାତାଳି ଶ୍ରୀକ୍ଷେତ୍ର

ସୋନପୁର,୨୬।୪ (ନି.ପ୍ର.) ସୁବର୍ଣ୍ଣପୁର ଜିଲା କୋଟ ସମଲାଇସ୍ଥିତ ପାତାଳି ଶ୍ରୀକ୍ଷେତ୍ର ହେଉଛି ପଶ୍ଚିମ ଓଡିଶାର ଅନ୍ୟତମ ଧାର୍ମିକ ପର୍ଯ୍ୟଟନସ୍ଥଳୀ। ପାତାଳି ଶ୍ରୀକ୍ଷେତ୍ରର ରହିଛି ଅନେକ ଖ୍ୟାତି। କିମ୍ବଦନ୍ତୀ କହେ, ଏଠି ପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ୧୪୪...

ଜଣେ କର୍ମଚାରୀରେ ଚାଲୁଛି ଆର୍‌ଆଇ ଅଫିସ

ଅମରପାଲି,୨୬।୪ (ଡି.ଏନ.ଏ.) ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ତହସିଲ ଅଧୀନରେ ଥିବା ସୁବଳୟା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ(ଆରଆଇ ଅଫିସ)ରେ କର୍ମଚାରୀ ଅଭାବ ଯୋଗୁ ବିଭିନ୍ନ କାମରେ ସମସ୍ୟା ହେଉଛି। ଫଳରେ ବିଭିନ୍ନ କାମରେ ଏହି କାର୍ଯ୍ୟାଳୟକୁ ଆସୁଥିବା ସାଧାରଣ ଲୋକେ ଉପଯୁକ୍ତ...

୩ ରଥର ୯ ତୁମ୍ବ ଗୋଲେଇ ସରିଲା

ପୁରୀ ଅଫିସ,୨୬।୪: ମହାପ୍ରଭୁଙ୍କ ରଥଯାତ୍ରା ଉପଲକ୍ଷେ ପବିତ୍ର ଅକ୍ଷୟ ତୃତୀୟାଠାରୁ ଶ୍ରୀନହରସ୍ଥିତ ଅସ୍ଥାୟୀ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଜାରି ରହିଛି। ତିନିରଥର ମୁଖ୍ୟ ବିଶ୍ୱକର୍ମା ମହାରଣାଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରାଥମିକ ପର୍ଯ୍ୟାୟରେ ରଥ ନିର୍ମାଣ ପାଇଁ ଆବଶ୍ୟକ ଚକ...

ବଢୁଛି ଅନ୍‌ଲାଇନ ଜୁଆଖେଳ

ରାଉରକେଲା ଅଫିସ,୨୬।୪:ସ୍ମାର୍ଟସିଟି ରାଉରକେଲାରେ ଅନ୍‌ଲାଇନ ଜୁଆଖେଳ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତରୁଣରୁ ବୃଦ୍ଧ ଯାଏ ସଭିଏଁ ତିନିଗୁଣା ଟଙ୍କା ଜିତିବା ଲୋଭରେ ମୋବାଇଲ ମାଧ୍ୟମରେ ଏହି ଜୁଆଖେଳ ଖେଳୁଛନ୍ତି। ଏଥିରେ ସାଇବର କ୍ରାଇମ ଜଗତର ବଡ଼ ବଡ଼...

ମିଳୁନି ହଷ୍ଟେଲ, ପାଠପଢ଼ାରୁ ବଞ୍ଚିତ ଛାତ୍ରୀଛାତ୍ର

ବିଷମକଟକ,୨୬।୪ (ଡି.ଏନ୍‌.ଏ.) ଆଦିବାସୀ ପିଲାମାନେ ଶିକ୍ଷାରୁ ଯେଭଳିି ବଞ୍ଚିତ ନ ହେବେ ସେ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା, କଳାହାଣ୍ଡି, କନ୍ଧମାଳ ଓ ବଲାଙ୍ଗୀର...

କେନ୍ଦୁପତ୍ର ଫଡ଼ିରେ ଶ୍ରମିକ ରୂପେ କାମ କରୁଛନ୍ତି ପିଲା

ମାଥିଲି,୨୬।୪ (ଡି.ଏନ.ଏ.) ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ଧୂଙ୍ଗିଆପୁଟ ପଞ୍ଚାୟତରେ ସରକାରୀ କେନ୍ଦୁପତ୍ର ଫଡ଼ିରେ ଶିଶୁ ଶ୍ରମିକଙ୍କୁ ନିୟୋଜିତ କରି କାର୍ଯ୍ୟ କରାଯାଉଥିବା ଅଭିଯୋଗ ହେଉଛି। ରାଜ୍ୟ ସରକାର ଆଦିବାସୀଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ସେମାନଙ୍କ...

୨୦ ହଜାର ଲୋକଙ୍କୁ ଚିକିତ୍ସା ଯୋଗାଉଛନ୍ତି ଜଣେ ଡାକ୍ତର

ପୋଟେରୁ,୨୬।୪ (ଡି.ଏନ୍‌.ଏ.) ଅବ୍ୟବସ୍ଥାରେ ଚାଲିଛି ଏମ୍‌ଭି-୫୫ସ୍ଥିତ ସ୍ବାସ୍ଥ୍ୟକେନ୍ଦ୍ର। ପୋଟେରୁ ଆଖପାଖର ୪ଟି ପଞ୍ଚାୟତର ୨୦ହଜାରରୁ ଊର୍ଦ୍ଧ୍ୱ ଲୋକ ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭରକରନ୍ତି। ଏତେ ସଂଖ୍ୟକ ଲୋକଙ୍କ ପାଇଁ ଏଠାରେ ରହିଛନ୍ତି ଜଣେ ମାତ୍ର ଡାକ୍ତର। ଏଠାରେ ଆମ୍ବୁଲାନ୍ସ ନାହିଁ...

ବୈଠକରେ ସୀମିତ ମ୍ୟାଲେରିଆ ନିରାକରଣ

ରାୟଗଡା ଅଫିସ,୨୬।୪: ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ସରକାର ପ୍ରତିବର୍ଷ ଜିଲା ଓ ପଞ୍ଚାୟତସ୍ତରରେ ସରକାର ଅନେକ ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବାସ୍ତବରେ ତାହା ଫଳପ୍ରଦ ହେଉନାହିଁ। ପ୍ରତିବର୍ଷ କେବଳ ବୈଠକ କରି ସରକାରୀ ଅଧିକାରୀମାନେ କାମ ସାରି ଦେଉଥିବା...

ବ୍ଲକ ପ୍ରଶାସନର ପାଦ ପଡ଼ି ନ ଥିବା ଗାଁ ଚିନ୍ତାଲଗୁଡ଼ା

ପଟ୍ଟାଙ୍ଗି,୨୬।୪ (ଡି.ଏନ.ଏ.) କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକରେ ଏପରି ଏକ ଗ୍ରାମ ରହିଛି ଯେଉଁଠି ଆଜି ଯାଏ କୌଣସି ସରକାରୀ ଅଧିକାରୀଙ୍କ ପାଦ ପଡିନାହିଁ। ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାଗୁଡିକୁ ଗ୍ରାମାଞ୍ଚଳରେ ପହଞ୍ଚାଉଥିବା ନେଇ କହୁଥିବା ବ୍ଲକ ପ୍ରଶାସନ ଏହି...

ପଙ୍କୋଦ୍ଧାର ବିଳମ୍ବକୁ ନେଇ ଅସନ୍ତୋଷ

କଟକ ଅଫିସ,୨୬।୪: କଟକ ମହାନଗର ନିଗମ(ସିଏମ୍‌ସି)ର ବିଭିନ୍ନ ଓ୍ବାର୍ଡରେ ଦୁଇଟି ପର୍ଯ୍ୟାୟରେ ପଙ୍କୋଦ୍ଧାର କରାଯିବା କଥା। ଏଥିପାଇଁ ୩ଟି ଘରୋଇ ସଂସ୍ଥା(ମଞ୍ଜୁ, ପ୍ରତ୍ୟୁଷ ଓ ଜାଗୃତି)କୁ ଦାୟିତ୍ୱ ଦିଆଯାଇଛି। ହେଲେ ଏପ୍ରିଲ ମାସ ଶେଷ ହେବାକୁ ବସିଥିବାବେଳେ ପ୍ରଥମ ପର୍ଯ୍ୟାୟ...

ଜଳ ପାଲଟିଛି ଜହର

ରାସୋଳ,୨୬।୪(ଡି.ଏନ୍‌.ଏ.): ନଳକୂପ ପାଣି ଦେହକୁ ହିତ ବୋଲି କହୁଛନ୍ତି। ହେଲେ ଆମ ଗାଁର ନଳକୂପରୁ ବାହାରୁ ଥିବା ପାଣି ବିଷ ପାଲଟିଛି। ଏହାକୁ ପିଇ ଲୋକେ ପୋକମାଛି ଭଳି ମରୁଛନ୍ତି। ଗଲା ୫ ବର୍ଷରେ କିଡ୍‌ନୀ ରୋଗରେ ୮ଜଣଙ୍କ ଜୀବନ...

ଆହତଙ୍କୁ ଭେଟିଲେ ଜାତୀୟ ଏସ୍‌ଟି କମିଶନ ସଦସ୍ୟ

ସମ୍ବଲପୁର,୨୬।୪(ବ୍ୟୁରୋ): ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ହୋଇଥିବା ଦଙ୍ଗା ଘଟଣାରେ ଯୁଯୁମୁରା ଥାନା ଭବାନୀପାଲି ଗ୍ରାମର ଆହତ ବିଶ୍ୱନାଥ ଶିଖା ଓରଫ କାଳିଆଙ୍କୁ ମଙ୍ଗଳବାର ଜାତୀୟ ଏସ୍‌ଟି କମିଶନ ସଦସ୍ୟ ଅନନ୍ତ ନାଏକ ଓ ବିଭାଗର ୨ ବରିଷ୍ଠ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri