ଆମ ଜିଲା ଖବର

ବାରଣ୍ଡାରେ ଶୋଇଥିବା ବେଳେ ତଣ୍ଟି କାଟିଦେଲେ ଦୁର୍ବୃତ୍ତ

ପାଟଣା,୨୪।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ନୂଆ ସାହିରେ ସୋମବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ବାରଣ୍ଡାରେ ଯୁବକ ଶୋଇଥିବା ବେଳେ ଜଣେ ଦୁର୍ବୃତ୍ତ ବାଇକ୍‌ରେ ଆସି ଧାରୁଆ ଅସ୍ତ୍ରରେ ଯୁବକଙ୍କ ଗଳା କାଟିଦେଇ ଚାଲିଯାଇଛନ୍ତି। ଗୁରୁତର...

ଯୌତୁକ ନିର୍ଯାତନା ଅଭିଯୋଗ

ଭଦ୍ରକ ଅଫିସ,୨୪।୪: ଭଦ୍ରକ ଜିଲା ବାସୁଦେବପୁର ଥାନା ବଡ ଆନନ୍ଦପୁର ଗ୍ରାମରେ ବଧୂ ହତ୍ୟା ହୋଇଥିବା ନେଇ ଭଦ୍ରକ ଏସପିଙ୍କ ଠାରେ ମୃତାଙ୍କ ମା ସୋମବାର ଅଭିଯୋଗ କରିଛନ୍ତି। ବାସୁଦେବପୁର ଥାନା ଲୁଙ୍ଗା ଗ୍ରାମର ରୀନା ଜେନାଙ୍କ ଅଭିଯୋଗ ମୁତାବକ...

ହନୁମାନ ଜୟନ୍ତୀରେ ଆକ୍ରମଣ, ହତ୍ୟାକାଣ୍ଡକୁ ନିନ୍ଦା

ଛତ୍ରପୁର,୨୪।୪(ଡି.ଏନ୍‌.ଏ.): ସମ୍ବଲପୁରରେ ହନୁମାନ ଜୟନ୍ତୀ ପାଳନ ବେଳେ ସମନ୍ବୟ ସମିତି ପକ୍ଷରୁ ଆୟୋଜିତ ଶାନ୍ତିପୂର୍ଣ୍ଣ ବାଇକ୍‌ ଶୋଭାଯାତ୍ରା ବେଳେ ହୋଇଥିବା ଆକ୍ରମଣକୁ ହିନ୍ଦୁ ସମାଜ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି। ଏପରିକି ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।...

ଆରମ୍ଭ ହେଲା ରଥକାର୍ଯ୍ୟ

ପୁରୀ ଅଫିସ,୨୪ା୪: ସୋମବାରଠାରୁ ବିଧିବଦ୍ଧ ଭାବେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଗତକାଲି ଅକ୍ଷୟ ତୃତୀୟା ଅବସରରେ ରଥକାଠ ଅନୁକୂଳ ହୋଇଥିବା ବେଳେ ଆଜିଠାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ମହାରଣା ସେବକ ଓ ଭୋଇ ସେବକମାନେ ରଥ...

ସମ୍ବଲପୁର ହିଂସାର ପ୍ରତିବାଦ

ସୋରଡ଼ା,୨୪ା୪(ଡି.ଏନ୍‌.ଏ.): ସମ୍ବଲପୁରରେ ହୋଇଥିବା ହିଂସା ପ୍ରତିବାଦରେ ଗଞ୍ଜାମ ଜିଲା ସୋରଡ଼ାର ବଜରଙ୍ଗ ଦଳ ପକ୍ଷରୁ ତହସିଲଦାର ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆଙ୍କୁ ସୋମବାର ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଓଡ଼ିଶା ଏକ ରାଜ୍ୟ ଭାବରେ ସର୍ବଦା ଶାନ୍ତି ପ୍ରେମ କରିଆସୁଛି ଏବଂ...

ନାବାଳିକାଙ୍କ ଝୁଲନ୍ତା ମୃତଦେହ ଜବତ

ବାଉଁଶୁଣୀ,୨୪ା୪(ଡି.ଏନ୍‌.ଏ.): ବୌଦ୍ଧ ଜିଲା ବାଉଁଶୁଣୀ ଥାନା ଅନ୍ତର୍ଗତ ଅଁଳାପାଲି ପଞ୍ଚାୟତ ସାହୁପଡ଼ା ରଣାସାହିରେ ଏକ ଅଭାବନୀୟ ଘଟଣା ଘଟିଛି। ମିଳିଥିବା ସୂଚନାନୁଯାୟୀ, ସୋମବାର ପୂର୍ବାହ୍ନରେ ବାଉଁଶୁଣୀ ଥାନା ସାହୁପଡ଼ା ରଣା ସାହିର ସନ୍ତୋଷ ରଣାଙ୍କ ବଡ଼ଝିଅ ସ୍ମୃତି ରଣା(୧୫) ନିଜ...

୪ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚୁରା

ଭବାନୀପାଟଣା,୨୪।୪(ସ୍ବ.ପ୍ର.): କଳାହାଣ୍ଡି ଜିଲା ବିଜେପୁର ଥାନା ଅଞ୍ଚଳରେ ୨ଜଣ ନାବାଳିକାଙ୍କୁ ଗଣବଳାତ୍କାର କରିବା ଘଟଣାରେ ୪ ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖି ପଚରାଉଚୁରା କରୁଛି। ଆଉ ଜଣେ ଅଭିଯୁକ୍ତ ଫେରାର ଅଛନ୍ତି। ତାଙ୍କୁ ଖୋଜିବା ପାଇଁ ପୋଲିସ ତନାଘନା ଚଳାଇଛି।...

କାଳବୈଶାଖୀ ହେଲା କାଳ

ବେହେରା,୨୪।୪(ଡି.ଏନ୍‌.ଏ.): ଅଦିନିଆ ବର୍ଷା, କାଳବୈଶାଖୀ ଓ କୁଆପଥର ମାଡ଼ ମାସକ ମଧ୍ୟରେ ବାରମ୍ବାର ହେଉଥିବାରୁ କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ବେହେରା ପଞ୍ଚାୟତ ଦଲସର୍ଗି ଗ୍ରାମର ଅନେକ ପନିପରିବା ଚାଷୀଙ୍କ ବ୍ୟାପକ କ୍ଷୟକ୍ଷତି ହୋଇଛି। ପ୍ରାୟ ୨୫ରୁ ଅଧିକ ଏକର...

‘ହିନ୍ଦୁମାନଙ୍କ ଉପରେ ଆକ୍ରମଣ ବନ୍ଦ ହେଉ’

ପାଟଣା,୨୪ା୪(ସ୍ବ.ପ୍ର.): ସମ୍ବଲପୁର ସହରରେ ହନୁମାନ ଜୟନ୍ତୀ ସମନ୍ବୟ ସମିତି ତରଫରୁ ଅପ୍ରେଲ ୧୨ରେ ହୋଇଥିବା ବାଇକ୍‌ ରାଲି ଓ ଅପ୍ରେଲ ୧୪ରେ ସମ୍ବଲପୁରରେ ହନୁମାନ ଜୟନ୍ତୀ ଅବସରରେ ହିନ୍ଦୁମାନଙ୍କ ଉପରେ ସଂଖ୍ୟା ଲଘୁ ସମ୍ପ୍ରଦାୟର ମାରଣାସ୍ତ୍ର୍‌ରେ ଆକ୍ରମଣ ଓ ଦଙ୍ଗା...

ବାବା ଶଗଡେଶ୍ୱରଙ୍କ ପୀଠରେ ଗଣ୍ଠିଲି ଫିଟା ଓ ଥାଳଉଠା ନୀତି

ଜମନକିରା,୨୪ା୪(ଡି.ଏନ.ଏ.): ଶୀତଳଷଷ୍ଠୀ ପୂଜା ପାଇଁ ଜମନକିରା ବ୍ଲକ ଡିମିରିମୁଣ୍ଡା ପଞ୍ଚାୟତସ୍ଥିତ ବାବା ଶଗଡେଶ୍ୱର ପୀଠରେ ଗଣ୍ଠିଲି ଫିଟା ଓ ଥାଳ ଉଠା କାର୍ଯ୍ୟକ୍ରମ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ବର୍ଷରେ ପିତାମାତା ହୋଇଥିବା ଅଜୟ ବେହେରା ଓ ସହଧର୍ମିଣୀ...

ଶୀତଳଷଷ୍ଠୀ ଯାତ୍ରା ପାଇଁ ଥାଳ ଉଠିଲା

ସମ୍ବଲପୁର,୨୪ା୪(ବ୍ୟୁରୋ): ସମ୍ବଲପୁର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ତଥା ଦେବଦମ୍ପତି (ଶିବପାର୍ବତୀ)ଙ୍କ ବିବାହ କାର୍ଯ୍ୟ ପାଇଁ ରବିବାର ବିଭିନ୍ନ ଶିବାଳୟରେ ଥାଳଉଠା ନୀତି ସମ୍ପନ୍ନ ହୋଇଛି। ମାତା ପାର୍ବତୀଙ୍କୁ କନ୍ୟାରୂପେ ପାଇବା ପରେ ଶୌଭାଗ୍ୟପ୍ରାପ୍ତି ହୋଇଥିବା ଦମ୍ପତି ଓ ପରିବାର ବର୍ଗ...

କାଳବୈଶାଖୀ ପ୍ରଭାବରେ ଉଜୁଡ଼ିଲା ଧାନଫସଲ: ଜିଲାପାଳଙ୍କ ନିକଟରେ ଚାଷୀ ଫେରାଦ

ବରଗଡ଼ ଅଫିସ,୨୪ା୪: କାଳବୈଶାଖୀର ପ୍ରଭାବରେ ବରଗଡ଼ ଜିଲାରେ ବ୍ୟାପକ ଫସଲ କ୍ଷତି ହୋଇଛି। ଗତ ୨୨ ତାରିଖ ସନ୍ଧ୍ୟାରେ ହୋଇଥିବା କୁଆପଥର ବର୍ଷା ଯୋଗୁ ଜିଲାର ବରଗଡ଼ ଅତାବିରା, ବରପାଲି, ବିଜେପୁର ବ୍ଲକର ବିଭିନ୍ନ ଗ୍ରାମରେ ବ୍ୟାପକ ଧାନଫସଲ ଉଜୁଡି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri