ଆମ ଜିଲା ଖବର

ଚଳିତବର୍ଷ ଶ୍ରୀ ନୀଳମାଧବଙ୍କ ଚନ୍ଦନଯାତ୍ରା ବନ୍ଦ

ଖଣ୍ଡପଡ଼ା, ୨୩।୪: (ସ୍ବ.ପ୍ର.) ଜଗନ୍ନାଥ ସଂସ୍କୃତିର ଆଦିପୀଠ ଭାବେ କଣ୍ଟିଲୋର ଶ୍ରୀ ନୀଳମାଧବ କ୍ଷେତ୍ର ସର୍ବଜନ ବିଦିତ ା ଏହି କ୍ଷେତ୍ରର ଚନ୍ଦନ ଯାତ୍ରା ଅନନ୍ୟ ା ପ୍ରତି ବର୍ଷ ଅକ୍ଷୟ ତୃତୀୟାଠାରୁ ୨୧ ଦିନ ଶ୍ରୀଜୀଉଙ୍କ ଚନ୍ଦନ ଯାତ୍ରା...

ବନ୍ଧୁକ ଦେଖାଇ ସୁନା ଦୋକାନରୁ ଲୁଟ୍‌ ଉଦ୍ୟମ

ଆଳି, ୨୩।୪: (ଡି.ଏନ୍‌.ଏ.) ଶନିବାର ସକାଳେ ଆଳି ଥାନା ଅନ୍ତର୍ଗତ ମହାଦେଇପାଟଣାରେ ୩ ଜଣ ଡକାୟତ ଆତଙ୍କ ସୃଷ୍ଟି କରିଥିଲେ। ସେମାନେ ହାତରେ ବନ୍ଧୁକ ଧରି ସୁନାଦୋକାନ ଲୁଟ ଉଦ୍ୟମ କରିଥିବା ବେଳେ ଦୋକାନୀ ଓ ସ୍ଥାନୀୟ ଲୋକଙ୍କ ଉପସ୍ଥିତ...

୨ କନିଷ୍ଠ ଯନ୍ତ୍ରୀ, ଅସ୍ଥାୟୀ କର୍ମଚାରୀ କୋର୍ଟଚାଲାଣ

କୁଜଙ୍ଗ, ୨୩।୪: (ଡି.ଏନ୍‌.ଏ) ପାରାଦୀପ ତୈଳ ବିଶୋଧନାଗାର ପ୍ରକଳ୍ପର ନିଷିଦ୍ଧାଞ୍ଚଳକୁ ନକଲି ଏମ୍ପ୍ଲଇ କାର୍ଡରେ ପ୍ରବେଶ କରି ଆଲ୍‌କାଲାଇଟ୍‌ ଚୋରି କରିବାକୁ ଯୋଜନା କରିବା ଅଭିଯୋଗରେ ୨ କନିଷ୍ଠ ଯନ୍ତ୍ରୀ ଓ ଜଣେ ଅସ୍ଥାୟୀ କର୍ମଚାରୀଙ୍କୁ ଗିରଫ ପରେ ଶନିବାର...

ଗ୍ରାମୀଣ ଉଦ୍ୟାନ କାର୍ଯ୍ୟ ଅଧାପନ୍ତରିଆ

ଛତିଆ, ୨୩।୪: (ଡି.ଏନ.ଏ.): ବଡ଼ଚଣା ବ୍ଲକ ଅନ୍ତର୍ଗତ ଛତିଆ ପଞ୍ଚାୟତ ଅମରାବତୀ ପାଟଣାର ଅମରାବତୀ ମଠ ପରିସରରେ ନିର୍ମିତ ଗ୍ରାମୀଣ ଉଦ୍ୟାନ ଅଧାପନ୍ତରିଆ ହୋଇ ପଡ଼ିରହିଛି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ...

ଠିକାସଂସ୍ଥାର ପାଇପ୍‌ ଚୋରି ବାହାନା

ଯାଜପୁର ଅଫିସ, ୨୩।୪: ଯାଜପୁର ଜିଲାର ଗ୍ରାମାଞ୍ଚଳରେ ସ୍ବଚ୍ଛ ପାନୀୟ ଜଳ ଯୋଗାଣ ପାଇଁ ଚାଲିଥିବା ମେଗା ପାଇପ୍‌ ଜଳଯୋଗାଣ ପ୍ରକଳ୍ପ ଲକ୍ଷ୍ୟଭ୍ରଷ୍ଟ ହୋଇଛି। ନିର୍ଦ୍ଧାରିତ ସମୟରେ ପ୍ରକଳ୍ପଗୁଡିକ କାର୍ଯ୍ୟକ୍ଷମ ହୋଇ ପାରି ନ ଥିବାରୁ ସମ୍ପୃକ୍ତ ଅଞ୍ଚଳବାସୀ ପ୍ରଚଣ୍ଡ...

ଧାରଣାକାରୀଙ୍କୁ ଉଠାଇନେଲା ପୋଲିସ

ଛେଣ୍ଡିପଦା, ୨୩।୪: (ସ୍ବ.ପ୍ର.) ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ବରପଦା ପଞ୍ଚାୟତ ଗୋପୀବଲ୍ଲଭପୁରଠାରେ ନାଲ୍‌କୋର ଉତ୍କଳ ଡି ଓ ଇ କମ୍ପାନୀ ପକ୍ଷରୁ ପ୍ରସ୍ତାବିତ ଖଣି ଅଞ୍ଚଳରେ ଘରୋଇ କମ୍ପାନୀ ଦ୍ୱାରା ଖଣି ଖନନ କାର୍ଯ୍ୟକୁ ବିରୋଧ କରି ଆନ୍ଦୋଳନ...

ନୂଆ ନିଯୁକ୍ତି ନ ଥିବାରୁ ନିରାଶ

ବଇଣ୍ଡା, ୨୩।୪: (ଡି.ଏନ.ଏ.) ୩୫ ହଜାର ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ଜଣେ ଏମ୍‌ବିବିଏସ୍‌ ଡାକ୍ତରଙ୍କୁ ନିଯୁକ୍ତି ଦେଇଥିଲେ ସରକାର। ହେଲେ ୩ ବର୍ଷ ହେଲା ସମ୍ପୃକ୍ତ ଡାକ୍ତର ଉଚ୍ଚଶିକ୍ଷା ପାଇଁ ଚାଲିଯିବା ପରେ ଖାଲି ପଡ଼ିଛି ଅନୁଗୋଳ ଜିଲା...

ମଧ୍ୟସ୍ଥଙ୍କ କବ୍‌ଜାରେ ବସ୍ତା ଡାକ୍ତରଖାନା

ବସ୍ତା,୨୩।୪(ଡି.ଏନ.ଏ.): ବାଲେଶ୍ୱର ଜିଲା ବସ୍ତା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦିନକୁ ଦିନ ମଧ୍ୟସ୍ଥଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ଡାକ୍ତରଖାନାରେ ରୋଗୀଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ହୋଇଛି। ଚିକିତ୍ସା ସମୟରେ ଡାକ୍ତରଖାନାରେ ସମସ୍ତ ଔଷଧ ଏବଂ ସୁବିଧା ଯୋଗାଇଦେବା ପାଇଁ ସରକାରୀ ନିୟମ...

ଦୁର୍ବୃତ୍ତଙ୍କ ସମ୍ପର୍କରେ ତଥ୍ୟ ପାଉନି ପୋଲିସ

ଅନୁଗୋଳ ଅଫିସ, ୨୩।୪: ଅନୁଗୋଳ ସହର ହୁଲୁରିସିଂହା ଠାରେ ଶୁକ୍ରବାର ରାତିରେ ସ୍ଥାନୀୟ ଯୁବକ ପ୍ରକାଶ ବେହେରାକୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରାଯାଇଥିଲା। ପ୍ରକାଶଙ୍କ ଦେହରେ ୩୦ରୁ ଅଧିକ ଚୋଟ ରହିଥିବା ବେଳେ ଏଥିରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ଥିବା...

ପୂର୍ବତନ ଏମ୍‌ପି ତ୍ରିଲୋଚନ କାନୁନ୍‌ଗୋଙ୍କ ଶେଷକୃତ୍ୟ ସମ୍ପନ୍ନ

କଣ୍ଟାପଡ଼ା,୨୩।୪(ଡି.ଏନ୍‌.ଏ.): ଜଗତ୍‌ସିଂହପୁରର ପୂର୍ବତନ ଏମ୍‌ପି, ବିଶିଷ୍ଟ ଅର୍ଥନୀତିଜ୍ଞ ତଥା ଶିକ୍ଷାବିତ୍‌ ତ୍ରିଲୋଚନ କାନୁନ୍‌ଗୋଙ୍କର ଶନିବାର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ମସ୍ତିଷ୍କ ଆଘାତରେ ଆକ୍ରାନ୍ତ ହୋଇ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଶୁକ୍ରବାର ସକାଳେ...

ସୋଲଗଁାରେ ଖୋଲିବ ଏକଲବ୍ୟ ସ୍କୁଲ

ପରଜଙ୍ଗ, ୨୩।୪: (ଡି.ଏନ୍‌.ଏ.) ଢେଙ୍କାନାଳ ଜିଲାର ଆଦିବାସୀ ଅଧ୍ୟୁଷିତ କଙ୍କଡ଼ାହାଡ଼ ବ୍ଲକ ଅନ୍ତର୍ଗତ ସୋଲଗଁାରେ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ ଖୋଲିବ। କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ଇଂ. ବିଶ୍ବେଶ୍ୱର ଟୁଡୁ ଶନିବାର ଏହାର ଭୂମିପୂଜନ କରିଛନ୍ତି।...

ବୁଗୁଡ଼ାରୁ ପୁରୀ ଗଲା ରଥ କାଠ

ବୁଗୁଡ଼ା, ୨୩।୪:(ଡି.ଏନ.ଏ.): ଆସନ୍ତା ରଥ ଯାତ୍ରା ପାଇଁ ରଥ ନିର୍ମାଣ ସକାଶେ ବୁଗୁଡ଼ାରୁ ୧୨ ଖଣ୍ଡ ରଥ କାଠ ପୁରୀ ପଠାଯାଇଛି। ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବୁଗୁଡ଼ା ବନାଞ୍ଚଳର ପଙ୍କଳସାହିରେ ୨ଟି, ଆଦିପୁରରେ ୨ଟି ଓ ଖରିଡା ନିକଟରେ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri